Dharitri News
ବାଲେଶ୍ୱର

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ ଉଦଳା, ୨୨।୧୨(ଡି.ଏନ.ଏ.) - ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ବିଦୁବାଗାନ ପଡିଆରେ ଶୁକ୍ରବାର ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ମୁଖ୍ୟବକ୍ତା ଡ. ଦେବାଶିଷ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ, ଉଦଳା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୋଲକ ବିହାରୀ ନାଏକ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌, ଏନଏସି ଅଧ୍ୟକ୍ଷ ସୌଭାଗ୍ୟ କୁମାର ସାହୁ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଶିରୁ ସୋରେନ୍‌ ଏବଂ ସାନ୍ତାଳୀ ଭାଷାର ବହୁ ପ୍ରବକ୍ତା ମଞ୍ଚାସୀନ ହୋଇ ଭାଷା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ । ସାନ୍ତାଳୀ ଭାଷା(ଅଲଚିକି) ଏକ ସାଂସ୍କୃତିକ ଭାଷା ହୋଇଥିବାରୁ ତାହା ଦେଶକୁ ଗୌରବାନ୍ବିତ କରୁଛି ବୋଲି ବକ୍ତାମାନେ କହିଥିଲେ । ସଂଗ୍ରାମ କରି ସ୍ବୀକୃତି ଲାଭ କରିଥିବା ଭାଷା ଜାତିର ସମ୍ମାନ ବୋଲି ଅତିଥିମାନେ କହିଥିଲେ। ଉଦଳାଠାରେ ସାନ୍ତାଳୀ ଭାଷା ବିଜୟ ଦିବସ ପାଳନ ଅବସରରେ ସାନ୍ତାଳୀମାନଙ୍କର ପାରମ୍ପରିକ ନୃତ୍ୟ ସାଙ୍ଗକୁ ମାଦଳ ଧୁମୁସାର ବାଦ୍ୟ, ସାନ୍ତାଳୀ ଅଲଚିକି ଭାଷାର ଷ୍ଟଲ, ପାରମ୍ପରିକ ଖାଦ୍ୟ ବିକ୍ରୟ କେନ୍ଦ୍ର ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା । ଏହି କାର୍ଯ୍ୟକ୍ରମକୁ ଶୁକ୍ରବାର ସକାଳେ ପୂର୍ବତନ ବିଧାୟକ ଶ୍ରୀ ସୋରେନ୍‌ ଏବଂ ଉଦଳା ବିଜୁ ଜନତା ଦଳର ନଗର ସଭାପତି ବନମାଳୀ ବେହେରା ଆଦିବାସୀ ଭାଷା ପତାକା ଉଡାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ବାଲେଶ୍ୱର

ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ହାଟଡିହୀ,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳି ପଞ୍ଚାୟତ ବୃନ୍ଦାବନ ଚନ୍ଦ୍ର ଉଚ୍ଚ ପ୍ରାଥମିକ (ମଇ) ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପ୍ରଧାନଶିକ୍ଷକ ନିରଞ୍ଜନ ଶାଙ୍କ ସଭାପତତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନମେଣ୍ଟ

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନମେଣ୍ଟ

ହାଟଡିହୀ,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟୁକୁଣା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିବେକାନନ୍ଦ ଖେଳ ପଡିଆରେ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି।

କୁମୁଡରେ ରାସ୍ତାରୋକୋ ଆନ୍ଦୋଳନ

କୁମୁଡରେ ରାସ୍ତାରୋକୋ ଆନ୍ଦୋଳନ

କୋଳିମାଟି, ୨୦।୧-ଭାରି ଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଖରାପ ହେଉଛି। ଏହାର ମରାମତି ହେଉନାହିଁ । କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତବାସୀ ଏହାକୁ ବିରୋଧ କରି ପ୍ରଶାସନ ନିକଟରେ ଦାବି ଜଣାଇବା ଆସୁଥିଲେ। କିନ୍ତୁ କୌଣସି ପ୍ରତିକାର ନ ହେବାରୁ ଶନିବାର କୁମଡ ଗ୍ରାମର ଲୋକେ ରାସ୍ତାରୋକୋ କରି କମ୍ପାନୀର ଗାଡିକୁ ଅଟକ ରଖିଥିଲେ।

ମତ୍ସ୍ୟଚାଷୀଙ୍କ ସହ ଷ୍ଟେଟ୍‌ବ୍ୟାଙ୍କର ଚୁକ୍ତି

ମତ୍ସ୍ୟଚାଷୀଙ୍କ ସହ ଷ୍ଟେଟ୍‌ବ୍ୟାଙ୍କର ଚୁକ୍ତି

ବାଲେଶ୍ୱର ଅଫିସ, ୨୦।୧-ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାଲେଶ୍ୱର ରିଜିଓନାଲ ଅଫିସ୍‌ ପକ୍ଷରୁ ମତ୍ସ୍ୟଚାଷୀମାନଙ୍କ ସହ ଏକ ଐତିହାସିକ ଚୁକ୍ତିନାମା କରାଯାଇଛି। ଏହାଦ୍ୱାରା ବାଲେଶ୍ୱର ଅଞ୍ଚଳର ମତ୍ସ୍ୟଚାଷୀମାନେ ଉପକୃତ ହେବେ ବୋଲି ଜଣାପଡ଼ିଛି।

କେନାଲକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୧୬ ଶ୍ରମିକ ଗୁରୁତର

କେନାଲକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୧୬ ଶ୍ରମିକ ଗୁରୁତର

ବାସୁଦେବପୁର,୨୦।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଆରୁହା-ବେତଡା କେନାଲର ନଇଛଣପୁରଠାରେ ଶନିବାର ପୂର୍ବାହ୍ନରେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ ଗାଡିରେ ଥିବା ୧୬ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଅଗ୍ନିକାଣ୍ଡରେ ୭୫ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୭୫ ବଖରା ଧ୍ୱଂସ

ଭଦ୍ରକ ଅଫିସ, ୨୦।୧: ଭଦ୍ରକ ଜିଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ଖଡିମାହାରା ଭାରତୀ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭୫ ବଖରା ପୋଡି ପାଉଁଶ ହୋଇଯାଇଛି। ଫଳରେ ୨୮ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି।

ବରିଷ୍ଠ ଆଇନଜୀବୀ ବିମାନଙ୍କ ପରଲୋକ

ଭଦ୍ରକ ଅଫିସ,୧୯।୧-ଭଦ୍ରକର ବରିଷ୍ଠ ଦେୱାନୀ ଆଇନଜୀବୀ ବିମାନ ଚନ୍ଦ୍ର ରାୟ(୭୨)ଙ୍କ ପରଲୋକ ଘଟିଛି। ଗତ କିଛି ଧରି ସେ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଚାନ୍ଦବାଲି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ବଢି ଚାଲିଛି।

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ଭଦ୍ରକ ଅଫିସ,୧୯।୧-ନିଶାରେ ଜଣେ ସାହିତ୍ୟ ସାଧକ, ହେଲେ ପେଶା ଚା’ ଦୋକାନ। ଜୀବନ ଜୀବିକା ପାଇଁ ସକାଳ ୫ରୁ ରାତି ୧୧ଟା ପର୍ଯ୍ୟନ୍ତ ଚା’ ଦୋକାନରେ ଗ୍ରାହକଙ୍କ ସହ ସେ ସମୟ ବିତାଇଥାନ୍ତି। କେବେ କେମିତି ଅବସର ପାଇଲେ ସେ ସାହିତ୍ୟର ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି।

ପୂରଣ ହେଉନି ରାଜସ୍ବ ଆଦାୟ ଲକ୍ଷ୍ୟ

ଭଦ୍ରକ ଅଫିସ,୧୯।୧ -ଭଦ୍ରକ ଜିଲାରେ ଥିବା ତହସିଲଗୁଡ଼ିକରୁ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ରାଜସ୍ବ ଆଦାୟ କରାଯାଇପାରୁନାହିଁ। ଆଗାମୀ ମାଚ୍ଚ ସୁଦ୍ଧା ୨୯କୋଟି ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ମାତ୍ର ୯କୋଟି ରାଜସ୍ବ ସଂଗ୍ରହ ହୋଇଛି। ଏହାକୁ ନେଇ ପ୍ରଶାସନିକ ମହଲରେ ତନାଘନା ଆରମ୍ଭ ହୋଇଛି।

ହେମନ୍ତଙ୍କୁ ଭେଟିଲେ ରାଜସ୍ବ ନିରୀକ୍ଷକ

ଖଇରା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଅଧିନ ରୁସ୍ତମପୁର ଗ୍ରାମରେ ୩ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଥିବା ହେମନ୍ତ କୁମାର ସେଠୀଙ୍କୁ ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବେଜ ଭେଟିଛନ୍ତି।

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଉଦଳା, ୧୯।୧(ଡି.ଏନ.ଏ.) -ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତର ୨ ନଂ ୱାର୍ଡ ଓ ରାଢୋ ପଞ୍ଚାୟତର ୧୨ ନଂ ୱାର୍ଡରେ ଶୁକ୍ରବାର ୱାର୍ଡ ସଭ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଭୟ ଓ୍ବାର୍ଡରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ୨ ନଂ ଓ୍ବାର୍ଡବାସୀ କିନ୍ତୁ ସଙ୍ଗେ ସଙ୍ଗେ ଗଣତି କରିବାକୁ ଦାବି କରିଥିଲେ।