ବାଲେଶ୍ୱର

ଗଞ୍ଜେଇ ଜବତ, ୧ ଗିରଫ

ଗଞ୍ଜେଇ ଜବତ, ୧ ଗିରଫ
ଭଦ୍ରକ ଅଫିସ, ୨୨।୧୨: ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶୁକ୍ରବାର ୫ କେଜି ଚୋରା ଗଞ୍ଜେଇ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଜଣଙ୍କ ହେଲେ ଅନୁଗୋଳ ଜିଲା ଜରପଡ଼ାର ପ୍ରତାପ କୁମାର ପଣ୍ଡା। ସେ ବୌଦ୍ଧରୁ ଚୋରାରେ ଗଞ୍ଜେଇ ଆଣି ଭଦ୍ରକରେ ବିକ୍ରି କରୁଥିଲେ।
All Right Reserved By

ବାଲେଶ୍ୱର

ପଲ୍ଲିଶ୍ରୀ ମେଳାରେ କୃଷିଭିତ୍ତିକ ଷ୍ଟଲ

ପଲ୍ଲିଶ୍ରୀ ମେଳାରେ କୃଷିଭିତ୍ତିକ ଷ୍ଟଲ

ଭଦ୍ରକ ଅଫିସ, ୧୨।୧୨ - ଭଦ୍ରକ ଜିଲା ନେହେରୁ ଷ୍ଟାଡିୟମ ପରିସରରେ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଚାଷୀଙ୍କ ପାଇଁ କୃଷିଭିତ୍ତିକ ଷ୍ଟଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

୨ ବଖରା ଜଳିଗଲା

ବନ୍ତ,୧୨।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମର ପଦ୍ମିନୀ ବାରିକଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିଯାଇଛି।

ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା: ନଗ୍ରମ ଟିମ୍‌ ଜିଲାସ୍ତରକୁ ଉନ୍ନୀତ

ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା: ନଗ୍ରମ ଟିମ୍‌ ଜିଲାସ୍ତରକୁ ଉନ୍ନୀତ

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ପଡ଼ିଆରେ ବିଜୁ ଯୁବ ବାହିନୀର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଅନୁଷ୍ଠିତ ହୋଇଥିଲା। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି କ୍ରୀଡ଼ା ଉତ୍ସବରେ ପ୍ରଥମ ଦିନରେ ଭଲିବଲ୍‌ ପ୍ରତିଯୋଗିତା ହୋଇଥିବା ବେଳେ ଗୁରୁବାର ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। 

୧୫ରେ ଅକ୍ଷୟ ଉତ୍ସବ: ଓମ୍‌ପ୍ରକାଶ ମହାନ୍ତି ଓ ଗୀତା ଦାଶ ପାଇବେ ”ଅକ୍ଷୟ ସମ୍ମାନ“

୧୫ରେ ଅକ୍ଷୟ ଉତ୍ସବ: ଓମ୍‌ପ୍ରକାଶ ମହାନ୍ତି ଓ ଗୀତା ଦାଶ ପାଇବେ ”ଅକ୍ଷୟ ସମ୍ମାନ“

ବାଲେଶ୍ୱର ଅଫିସ,୧୨।୧୨- ସ୍ମୃତିରେ ଆମ ଅକ୍ଷୟ, ବାଲେଶ୍ୱର ତରଫରୁ ଆସନ୍ତା ୧୫ ତାରିଖ ଶନିବାର ୧୭ଶ ଅକ୍ଷୟ ଉତ୍ସବ ସହରର ଗାନ୍ଧି ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହେବ। ଓଡ଼ିଆ ସଙ୍ଗୀତ ଜଗତର ମୁକୁଟବିହୀନ ସମ୍ରାଟ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ପ୍ରତିବର୍ଷ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଓମ୍‌ ପ୍ରକାଶ ମହାନ୍ତି ଏବଂ ବିଶିଷ୍ଟ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ଗୀତା ଦାଶଙ୍କୁ ସମ୍ମାନଜନକ ”ଅକ୍ଷୟ ସମ୍ମାନ“ ପ୍ରଦାନ କରାଯିବ। 

‘ଗୁଣ ଓ ପ୍ରତିଭାର ବିକାଶ ଘଟାଏ କ୍ରୀଡ଼ା’: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ

‘ଗୁଣ ଓ ପ୍ରତିଭାର ବିକାଶ ଘଟାଏ କ୍ରୀଡ଼ା’: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ

ବାହାନଗା,୧୨ା୧୨(ଡି.ଏନ.ଏ.)- ଶାରୀରିକ ଓ ମାନସିକ ବିକାଶରେ କ୍ରୀଡ଼ା ସହାୟକ ହୋଇଥାଏ। ଏହା ଦ୍ୱାରା ପିଲାଙ୍କ ଭିତରେ ଲୁଚି ରହିଥିବା ଗୁଣ ଓ ପ୍ରତିଭାର  ପରିପ୍ରକାଶ ଘଟିଥାଏ ବୋଲି ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ପଞ୍ଚାୟତର ଯୋଗେଶ୍ୱରପଦା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବର ଅତିଥିମାନେ ମତବ୍ୟକ୍ତ କରିିଛନ୍ତି।

ଆରମ୍ଭରୁ ଧାନର ଅଭାବୀ ବିକ୍ରି: ଖଇରା ବ୍ଲକରେ ଖୋଲୁନି ମଣ୍ଡି,ଚାଷୀ ହତାଶ

ଆରମ୍ଭରୁ ଧାନର ଅଭାବୀ ବିକ୍ରି: ଖଇରା ବ୍ଲକରେ ଖୋଲୁନି ମଣ୍ଡି,ଚାଷୀ ହତାଶ

ଖଇରା,୧୨।୧୨(ଉତ୍କଳବନ୍ଧୁ ପଣ୍ଡା)-ଏଥର ସଅଳ ଖରିଫ ଧାନ କିଣିବାକୁ ପ୍ରଶାସନ ପ୍ରଶାସନ ଆରମ୍ଭ କରିଥବବା ପ୍ରସ୍ତୁତି ଫେଲ୍‌ ମାରିଛି। ବାଲେଶ୍ୱର ଜିଲାରେ ଗତ ୫ ତାରିଖ ସୁଦ୍ଧା ମଣ୍ଡି ଧାନ କିଣିବାକୁ ଜିଲାସ୍ତରୀୟ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି  ନିଆଯାଇଥିଲା ା

ବନ ବିଭାଗ ପକ୍ଷରୁ ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ

ବନ ବିଭାଗ ପକ୍ଷରୁ ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ

ଭଣ୍ଡାରିପୋଖରୀ,୧୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବନ ବିଭାଗ ରେଞ୍ଜର ସମୀର କୁମାର ରାଉତଙ୍କ ନେତୃତ୍ୱରେ ବୁଧବାର ବନ୍ତ ବ୍ଲକ ନୀଳକଠାରେ ଚଢ଼ାଉ କରାଯାଇଛି।

୩୩ କେଭି ବିଦ୍ୟୁତ୍‌ ତାର ଜବତ

୩୩ କେଭି ବିଦ୍ୟୁତ୍‌ ତାର ଜବତ

ଭଦ୍ରକ ଅଫିସ,୧୨।୧୨: ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ୩୩ କେଭିର ଚୋରା ବିଦ୍ୟୁତ୍‌ ତାର ମୂଳନା ସାହିର ଏକ ଗୋଦାମରୁ ବୁଧବାର ଜବତ କରିଛି। 

ଖୋଲିଲା ଖଣି, ମିଳୁନି ନିଯୁକ୍ତି

କେନ୍ଦୁଝର, ୧୨ା୧୨(ସ୍ବ.ପ୍ର.): ଯୋଡ଼ା ବ୍ଲକ ଗୁଆଲି ଲୁହା ଖଣି ଦ୍ୱାରା କ୍ଷତିଗ୍ରସ୍ତ ସ୍ଥାନୀୟ ଲୋକେ ନିଯୁକ୍ତି ଦାବିରେ ଜିଲାପାଳଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତି। ପୂର୍ବରୁ ଏଭଳି ଅଭିଯୋଗ କରି ଆସୁଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭଙ୍ଗା ଘରେ ଡାକସେବା

ଭଙ୍ଗା ଘରେ ଡାକସେବା

ହାଟଡ଼ିହୀ, ୧୨ା୧୨(ଡି.ଏନ.ଏ.): ଅସୁରକ୍ଷିତ ମଧ୍ୟରେ ହାଟଡ଼ିହୀ ବ୍ଲକ ବଉଳା ଉପଡାକ ଘର ରହିଛି। ସେହି ଭଙ୍ଗା ଘରେ ଲୋକଙ୍କୁ ଡାକସେବା ଯୋଗା ଯାଉଛି। ଏହି ଉପଡାକଘର ପ୍ରତି ପ୍ରଶାସନର ଦୃଷ୍ଟି ଦେଉନି। ଡାକସେବା ପ୍ରତି ଗ୍ରାହକଙ୍କ ବିଶ୍ୱାସ ତୁଟି ଯିବାକୁ ବସିଛି। 

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ୍‌,୧୨ା୧୨- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ଅମିତ ବିଶ୍ୱାଳ ଏକ ଚାରିଚକିଆ ଗାଡି (ହ୍ୟୁଣ୍ଡାଇ ଆଇ -୨୦ ) ରେ ୭୩, ୫୦୦ ଟଙ୍କା ନେଇ ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଅଞ୍ଚଳର ନିଜ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ପୋଲିସ ତାଙ୍କୁ ଧରି ଅଟକ ରଖି ପଚରାଉଚୁରା କରିଛି। ଗାଡି ଚଳାଉଥିବା ହୋମଗାର୍ଡ ଦିପ୍ତିରଞ୍ଜନ ସାହୁଙ୍କୁ ମଧ୍ୟ ଅଟକ ରଖାଯାଇଛି। 

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଭଦ୍ରକ ଅଫିସ,୧୨ା୧୨-ମଙ୍ଗଳବାର ଥିଲା ‘ଭଦ୍ରାୟନୀ’ର ୩ୟ ସନ୍ଧ୍ୟା। ନେହେରୁ ଷ୍ଟାଡିୟମ ପରିସର ବେଶ ଲୋକାରଣ୍ୟ ରହିିଥିଲା। ଭଦ୍ରକ  ଜିଲା ସଂସ୍କୃତି ପରିଷଦ, ଓରମାସ୍‌ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଲୋକକଳା ମହୋସତ୍ବ ଓ ପଲ୍ଲିଶ୍ରୀ ମେଳାରେ ଦିଲ୍ଲୀରୁ ଆସିଥିବା କବିତା ଦ୍ୱିବେଦୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।