ବାଲେଶ୍ୱର

୨ ଦୋକାନରୁ ଚୋରି

୨ ଦୋକାନରୁ ଚୋରି
ସଜନାଗଡ଼, ୨୨।୧୨(ଡି.ଏନ୍‌.ଏ.):: ନୀଳଗିରି ଅଧୀନ ସଜନାଗଡ଼ ପଞ୍ଚାୟତ ସଜନାଗଡ଼ ବସଷ୍ଟାଣ୍ଡ ନିକଟସ୍ଥ ୨ ଟି ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପ୍ରକାଶ ଯେ, ବିଶ୍ୱକର୍ମା ଜୁଏଲାରୀ ଓ ଶ୍ରୀରାମ ଭେରାଇଟି ଷ୍ଟୋର ନାମକ ୨ ଦୋକାନର ମାଲିକ ଅରୁଣ କୁମାର ରଣା ଓ ଗଣେଷ ବେହେରା ରାତିରେ କାମ ସାରି ନିଜ ନିଜ ଦୋକାନ ବନ୍ଦକରି ଯାଇଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସର୍ଟର ତାଡି ଦୋକାନ ଘରେ ପଶିଥିଲେ। ଜୁଏଲାରୀ ଦୋକାନରୁ ଅଳଙ୍କାରମାନ ଲୁଟିନେବାସହ ଷ୍ଟୋର ଦୋକାନରୁ ବହୁ ସାମଗ୍ରୀ ଚୋରିକରି ନେଇଯାଇଛନ୍ତି। ଶୁକ୍ରବାର ସକାଳେ ଖବର ପ୍ରଚାରିତ ହେବା ପରେ ନୀଳଗିରି ଆଇଆଇସି ରମେଶ ସିଂ, ବୈଲୋଚନା ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
All Right Reserved By

ବାଲେଶ୍ୱର

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଖଇରା, ୧୮।୧୨: ବାଲେଶ୍ବର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ବାବା ବକ୍ରେଶ୍ବର, ତତ୍‌ସଂଲଗ୍ନ ଶନି ଓ ଦୂର୍ଗା ମନ୍ଦିରରୁ ଚୋରି ହୋଥିବା ମଙ୍ଗଳବାର ଖଇରା ଥାନାରେ ଅଭିଯୋଗ ହୋଇଛି।

ଶିଶୁଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର୍ର ପ୍ରଦର୍ଶନ କାର୍ଯ୍ୟକ୍ରମ

ଶିଶୁଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର୍ର ପ୍ରଦର୍ଶନ କାର୍ଯ୍ୟକ୍ରମ

ଭଦ୍ରକ ଅଫିସ, ୧୮।୧୨: ଶିଶୁମାନଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ସଂସ୍କୃତି ଭବନଠାରେ ଅନୁଷ୍ଠିତ  ହୋଇଯାଇଛି।

ଡାକ୍ତର ପଦବୀ ପୂରଣ ଦାବିରେ ଭାଜପାର ମୟୁରଭଞ୍ଜ ବନ୍ଦ ପାଳନ

ଡାକ୍ତର ପଦବୀ ପୂରଣ ଦାବିରେ ଭାଜପାର ମୟୁରଭଞ୍ଜ ବନ୍ଦ ପାଳନ

ବାରିପଦା ଅଫିସ,୧୮।୧୨-ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ ୟୁପିଏସସି କୋଚିଂ ସେଣ୍ଟର ସ୍ଥାପନ ଓ ଜିଲାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଆଦି ବିଭିନ୍ନ ଦାବି ନେଇ ଭାଜପା ପକ୍ଷରୁ ମଙ୍ଗଳବାର ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପାଳନ କରାଯାଉଛି।

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ଘସିପୁରା/ଆନନ୍ଦପୁର, ୧୮।୧୨(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ଘାଟରେ ରବିବାର ସେଲଫି ନେବା ବେଳେ ଗୋଡ଼ ଖସି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ କୌଣସି ପତ୍ତା ମିଳୁନି। ନିଖୋଜ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ହେଁ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଛାତ୍ରଙ୍କ ସନ୍ଧାନ ମିଳିପାରି ନାହିଁ। 

ବର୍ଷା ସାଙ୍ଗକୁ କୋହଲା ପାଗ

ବର୍ଷା ସାଙ୍ଗକୁ କୋହଲା ପାଗ

କେନ୍ଦୁଝର, ୧୮ା୧୨(ସ୍ବ.ପ୍ର.): ସାମଦ୍ରିକ ଝଡ଼ ପେଥାଇର ପ୍ରଭାବରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୋହଲା ପାଗ ରହିଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି। ରବିବାର ରାତିରୁ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ସୋମବାର ତାହା ଜାରି ରହିଛି। ହଠାତ ବର୍ଷା ଓ କୋହଲା ପାଗ ଯୋଗୁଁ ରାସ୍ତା ଘାଟରେ ଲୋକଙ୍କ ଯାତାୟାତ କମିଛି। ଶୀତ ଅନୁଭୂତ ହେଉଛି। 

ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

ଭଦ୍ରକ ଅଫିସ, ୧୮।୧୨ - ଗତ ୩ ମାସ ଧରି ବିବାଦୀୟ ହୋଇପଡ଼ିଥିବା ଆଗରପଡ଼ାଠାରେ ଡ.  ହରେକୃଷ୍ଣ ମହତାବଙ୍କ ପ୍ରତିମୂତ୍ତିର୍ର୍ ସ୍ଥାପନ ଉଦ୍ୟମ ଏକ ଭିନ୍ନ ମୋଡ଼ ନେଇଛି। ଭଦ୍ରକର ବରିଷ୍ଠ ଓକିଲ ଗୋଲକ ପ୍ରସାଦ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଡ. ହରେକୃଷ୍ଣ ମହତାବ ପ୍ରତିମୂର୍ତ୍ତି ସ୍ଥାପନା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଦ୍ରକର ହଜାର ହଜାର ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପ୍ରଦାନ କରାଯାଇଛି। 

ସାଳନ୍ଦୀ ବହି ମେଳାର ୬ଷ୍ଠ ସନ୍ଧ୍ୟା:  ‘ଓଡ଼ିଆ କଥାସାହିତ୍ୟର କଥା କହେ ଭଦ୍ରକ ମାଟି’

ସାଳନ୍ଦୀ ବହି ମେଳାର ୬ଷ୍ଠ ସନ୍ଧ୍ୟା: ‘ଓଡ଼ିଆ କଥାସାହିତ୍ୟର କଥା କହେ ଭଦ୍ରକ ମାଟି’

ଭଦ୍ରକ ଅଫିସ, ୧୮।୧୨ - ଓଡ଼ିଆ କଥା ସାହିତ୍ୟରେ ଭଦ୍ରକ ମାଟିର କଥାଶିଳ୍ପୀଙ୍କ ଅବଦାନ ଅତୁଳନୀୟ। କବିଶେଖର ଚିନ୍ତାମଣି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଭାଗୀରଥି ମହାପାତ୍ର, ଉଦୟନାଥ ମହାନ୍ତି, ବୈଷ୍ଣବ ଚରଣ ଦାସ ପ୍ରମୁଖଙ୍କଠାରୁ ଆରମ୍ଭ କରି ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ ମହାପାତ୍ର, ବିଭୁତି ଭୂଷଣ ଓ ଲକ୍ଷ୍ମୀନାରାୟଣଙ୍କ ସମେତ ହୃଷୀକେଶ ପଣ୍ଡା ପ୍ରମୁଖ କଥାକାର ଓଡ଼ିଆ ସାହିତ୍ୟର ଗଳ୍ପ ଓ ଉପନ୍ୟାସକୁ ସମୃଦ୍ଧ କରିଆସିଛନ୍ତି। 

ଶୀତ ଉତ୍ସବରେ ମଞ୍ଚସ୍ଥ ନାଟକ ‘ଗଜବ ଗଡ଼ର ଅଜବ କଥା’

ଶୀତ ଉତ୍ସବରେ ମଞ୍ଚସ୍ଥ ନାଟକ ‘ଗଜବ ଗଡ଼ର ଅଜବ କଥା’

ଭଦ୍ରକ ଅଫିସ, ୧୮।୧୨ - ଭଦ୍ରକର ନଟରାଜ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଟାଉନ ହଲ୍‌ ପରିସରରେ ଶୀତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ରହସ୍ୟ ରୋମାଞ୍ଚପୂର୍ଣ୍ଣ କଳାତ୍ମକ ଦୃଷ୍ଟିଭଙ୍ଗୀର ନାଟକ ‘ଗଜବ ଗଡ଼ର ଅଜବ କଥା’ ମଞ୍ଚସ୍ଥ ହୋଇଥିଲା। 

ପୁଣି ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି:   ୨୦ରୁ  ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ

ପୁଣି ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ୨୦ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ

ଭଦ୍ରକ ଅଫିସ, ୧୮।୧୨ -ଭଦ୍ରକ ଜିଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପୁଣି ଜୋର ଧରିଛି। ଏନେଇ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପଠାରେ ଜିଲାର ସମସ୍ତ ଅଗ୍ରଣୀ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନେଇ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। 

ଜିଲା ପୋଲିସ ମୁଖ୍ୟାଳୟ : ଦିନ ଦ୍ୱିପ୍ରହରେ କାର୍ଯ୍ୟାଳୟ ଫାଙ୍କା

ଜିଲା ପୋଲିସ ମୁଖ୍ୟାଳୟ : ଦିନ ଦ୍ୱିପ୍ରହରେ କାର୍ଯ୍ୟାଳୟ ଫାଙ୍କା

ବାରିପଦା ଅଫିସ,୧୮।୧୨- ମୟୂରଭଞ୍ଜ ଜିଲା ପୋଲିସ ବିଭିନ୍ନ ସମୟରେ ନିଜ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ରହିଆସିଛି। ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଜିଲା ପୋଲିସ ମୁଖ୍ୟାଳୟରେ ଅପରାହ୍ନ ୨ଟା ପରେ କିଛି ହାତଗଣତି କର୍ମଚାରୀଙ୍କୁ ଛାଡି ଦେଲେ ଅନ୍ୟମାନଙ୍କର ଦେଖା ମିଳି ନ ଥାଏ। କୌଣସି ଅଭିଯୋଗ କିମ୍ବା ଜରୁରୀ କାର୍ଯ୍ୟରେ କେହି ଏଠାକୁ ଗଲେ, କାହାକୁ ନ ପାଇ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥାନ୍ତି।  

କମ୍‌  ଚାଉଳ ଯୋଗଣକୁ ନେଇ ଉତ୍ତେଜନା : ଗାଡି ଜବତ,ଗୋଦାମ ଗୃହ ସିଲ୍‌

କମ୍‌ ଚାଉଳ ଯୋଗଣକୁ ନେଇ ଉତ୍ତେଜନା : ଗାଡି ଜବତ,ଗୋଦାମ ଗୃହ ସିଲ୍‌

 ବଡ଼ସାହି,୧୮ା୧୨(ସ୍ବ.ପ୍ର)-ବଡ଼ସାହି ବ୍ଲକ ପ୍ରତାପପୁର ସେକ୍ଟର ଅଧୀନ  ତଳଯମୁନା ଅଙ୍ଗନୱାଡ଼ି କେନ୍ଦ୍ରକୁ ଧାର୍ଯ୍ୟ ଓଜନଠାରୁ କମ ପରିମାଣର ଚାଉଳ ଯୋଗାଣ ହୋଇଥିବା ଅଭିଯୋଗ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ  ଚାଉଳ ଗାଡି ସମେତ ଏଜେଣ୍ଟଙ୍କୁ ଦୀର୍ଘ ସମୟ ଅଟକ ରଖିଥିଲେ। ପରେ ବଡ଼ସାହି ତହସିଲଦାର ଓ ସିଡିପିଓ ଘଟଣାସ୍ଥଳରେ ପହଞ୍ଚି  ଚାଉଳ ବୋଝେଇ ପିକ୍‌ଅପ୍‌  ଓ ରସିଦ ବହି ଜବତ  ସହ ଗୋଦାମ ଗୃହ  ସିଲ୍‌ କରିଛନ୍ତି ା

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା ଅଫିସ,୧୮।୧୨- ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁବେଳେ ମୟୂରଭଞ୍ଜ ଜିଲା ଉପେକ୍ଷିତ ହେଉଛି। ରାଜ୍ୟ ନେତୃତ୍ୱାଧୀନ ବିଜେଡି ସରକାର ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ଘେରା ମୟୂରଭଞ୍ଜ ଜିଲା ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଏହା ପଛୁଆ ରହିଥିବା ଜିଲା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି।