ସମ୍ବଲପୁର

ପ୍ରହସନ ହେଇଛେ ସୂଚନା ଅଧିକାର୍‌ ଆଇନ୍‌

ପ୍ରହସନ ହେଇଛେ ସୂଚନା ଅଧିକାର୍‌ ଆଇନ୍‌
ବିଜେପୁର,୨୨।୧୨(ଡି.ଏନ୍‌.ଏ.): ସରକାର୍‌ ପରଶାସନିକ୍‌ ସେବାକେ ନିର୍‌ମଲ କରବାର ଲାଗି ସୂଚନା ଅଧିକାର ଆଇନ୍‌ ଲାଗୁ କରିଛନ୍‌। ଅରଜିକାରୀ ସୂଚନା ଅଧିକାର ଲାଗି ଆବେଦନ୍‌ କରବାର ମାସେ ଭିତରେ ସୂଚନା ଦେବାର ନିୟମ୍‌ ଅଛେ। ମାସେ ନୁଁ ଅଧ୍‌କା ହେଇଯାଇଥିଲେ ଭିଲ ଅରଜିକାରୀକେ ସୂଚନା ନାଇଁ ଦିଆଯାଉ ଥିବାର୍‌ ଅଭିଯୋଗ ହେଉଛେ। ବରଗଡ଼ ଜିଲା ବିଜେପୁର ବ୍ଲକ ଅଫିସନେ ଏନତା ଅବସ୍‌ତା ଦେଖବାକେ ମିଲିଛେ। ମିଲିଥିବାର୍‌ ସୂଚନା ଅନ୍‌ସାରେ ବ୍ଲକର ଜାରିଂ ପନ୍‌ଚେତରେ ଇନ୍ଦିରା ଆବାସ୍‌, ବିଜୁ ପକ୍‌କାଘର୍‌, ପ୍ରଧାନମନ୍ତ୍ରୀ ଆବାସ୍‌ ଯୋଜନାରେ ବହୁତ ଘୋଟାଲା ହେଇଛେ। ପରକୁତ୍‌ ହିତାଧିକାରୀ ଇ ଯୋଜନା ନୁଁ ବଁଚିତ୍‌ ହେଉଛନ ଆର ଥିଲାବାଲା ଲୋକ ଯୋଜନାକେ ହାତଉଥିବାର୍‌ ଅଭିଯୋଗ ହେଉଛେ। ସେଥିର୍‌ଲାଗି ଇ ପନ୍‌ଚେତର ପୁର୍‌ନା ଗାଁର୍‌ ପ୍ରଫୁଲ୍ଲ ସେଠ୍‌ ଇନ୍ଦିରା ଆବାସ, ବିଜୁ ପକ୍‌କାଘର୍‌ ୨୦୧୧-୧୨ ନୁଁ ୨୦୧୭-୧୮ ତକ୍‌ କାହା କାହାକେ ଦିଆଯାଇଛେ ସୂଚନା ଅଧିକାର ଆଇନ୍‌ରେ ମାଗିଛନ। ସେ ଗଲା ମାସର ୮ ତାରିଖ ବ୍ଲକ ସୂଚନା ଅଧିକାରୀକରନେ ଅରଜି କରିଥିଲେ। ହେଲେ ସୂଚନା ମାଗବାର ମାସେ ନୁଁ ଅଧ୍‌କା ହେଇଥିଲେ ଭିଲ ତାହାକୁ ସୂଚନା ନାଇଁ ଦିଆଯାଇଥିବାର ସେ ଅଭିଯୋଗ କରିଛନ। ଇ ବାବଦେ ସେ ବରଗଡ଼ ଜିଲାପାଲକଁର ଅଭିଯୋଗ କୁଠରିରେ ଗୁହାରି କରିଥିଲେ ଭିଲ ଲାଭ ନାଇଁ ହେଲା। ଆଏଜ ନେବ କାଲି ନେବ ବଲି ତାହାକୁଁ ଦିନ୍‌ ଗଡ଼େଇ ଚାଲିଥିବାର ଅଭିଯୋଗ କରିଛନ। ସୂଚନା ହିସାବେ ଆଘଲାନୁ ଇ ଜାରିଂ ପନ୍‌ଚେତରେ ରାସ୍‌ତା ତିଆରି କାମ୍‌ରେ ଭିଲ ବହୁତ ଲାଁଚଖୁଁଚ କାମ ହେଇଥିଲା। ଜାରିଂ ଗାଁର ସୂଚନା ଅଧିକାର କରମୀ ସୁଶାନ୍ତ ଗଡ଼ତିଆ ସୂଚନା ମାଧ୍ୟମ୍‌ଥି ଇ ସବୁ ଲୋକଲୋଚନକେ ଆନିଥିଲେ। ଇ ବାବ୍‌ଦେ ସେ ବରଗଡ଼ ଜିଲାପାଲ, ଭିଜିଲାନ୍ସ ବିଭାଗରେ ଭିଲ ଅଭିଯୋଗ କରିଥିଲେ। ହେଲେ କିଛି ଲାଭ ନାଇଁ ହେଲା। ଇ ଲାଁଚଖୁଁଚ କାରବାର ଲାଗି ଗଲା ବଛର ୨୦୧୬ ସାଲେ ବିଜେପୁର ଜିଲା ପରିଷଦ ଉପନିର୍ବାଚନ ସମିଆରେ ଜାରିଂ ଗାଁର ଦୁଇଶହ ନୁଁ ଅଧ୍‌କା ଲୋକ ଭୋଟ୍‌ ବର୍ଜନ କରିଥିଲେ। ଇ ବାବ୍‌ଦେ ସୂଚନା ଅଧ୍‌କାରୀ ଅକ୍ଷୟ କୁମାର ବଡପଣ୍ଡାକୁଁ ଯୋଗାଯୋଗ କରବାରେ କହେଲେ ଯେ ମୋର ପାଖେ ହେ ପନ୍‌ଚେତର ତଥ୍ୟ ନାଇଁନ। ଗଲା ମାସୁ ହେ ପନ୍‌ଚେତର ଇଓକେ ସୂଚନା ତଥ୍ୟ ପଠାବାକେ ଚିଠି ଲେଖିଥିଲି। ଆଏଜ୍‌ ଭିଲ ଅରଜିକାରୀକଁର ସାମ୍‌ନାରେ ଜାରିଂ ପନ୍‌ଚେତର ଇଓକେ ଫୁନ୍‌ଥି ଜନେଇଛେଁ ବଲି ସେ କହିଛନ।
All Right Reserved By

ସମ୍ବଲପୁର

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| 

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। 

ଜୋଙ୍କ ଜଳ ବିବାଦ ଘଟଣା  ଜିଲାପାଳ, ଏସପିଙ୍କ ମାରାଥନ ବୈଠକ  ଆଗକୁ ଆସିଛନ୍ତି ଦୁଇ ପକ୍ଷ

ଜୋଙ୍କ ଜଳ ବିବାଦ ଘଟଣା ଜିଲାପାଳ, ଏସପିଙ୍କ ମାରାଥନ ବୈଠକ ଆଗକୁ ଆସିଛନ୍ତି ଦୁଇ ପକ୍ଷ

ନୂଆପଡା ଅଫିସ,୨୩ା୧-ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବା ବେଳେ ଜିଲା ପ୍ରଶାସନ ତରଫରୁ ଜିଲାପାଳ  ଏବଂ ଏସପି ତପତ୍ରତା ପ୍ରକାଶ କରି ମାରାଥନ ବୈଠକ ଚଳାଇଛନ୍ତି। 

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ଳଡୁଗାଁ,୨୩।୧(ଡି.ଏନ.ଏ):  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଭିରକାପଡ଼ାର ଚନ୍ଦ୍ରକଳା ଧଙ୍ଗଡାମାଝୀ(୧୭)। 

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ଘଣ୍ଟାପଡା,୨୩ା୧(ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ସୁଖାମୁଣ୍ଡାରେ କୃଷି ଭିତିକ୍‌ ଗଣପରବ୍‌ ଭୀମ ଯାତ୍‌ରା ଆର ଥାନୀୟ ଭାଷାରେ ପୁଷ୍‌ପୁନି ପରବ୍‌ ଜାକ୍‌ଜମକ୍‌ରେ ପାଲିତ ହେଇଯାଇଛେ। 

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ଲାଠୋର,୨୩ା୧(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ସବୁଜ ପ୍ରତିକାଧାରୀ ପରିବାରମାନକୁ ସରକାରୀ ହିସାବେ ଯେନ୍‌ସବୁ ସୁବିଧା ସୁଯୋଗ ମିଲବାର କଥା ନାଇଁ ମିଲୁଥିବାର ଅଭିଯୋଗ ହେଇଛେ।

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗୀର ଅଫିସ, ୨୨ା୧: ବଲାଙ୍ଗୀର ଆର୍ଯ୍ୟ ମନ୍ଦିର ପରିସରରେ ନିଖିଳ ଉତ୍କଳ ଶିକ୍ଷକ କଂଗ୍ରେସ ବଲାଙ୍ଗୀର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗଦାନ କରିଥିଲେ । ସମ୍ମିଳନୀ ଆବାହକ ତଥା ସଂଯୋଜକ ବାମଦେବ ମିଶ୍ର ସଭାରେ  ସଂଯୋଜନା କରିଥିଲେ। 

ଜୈବିକ କୃଷି ସମୟର ଆହ୍ବାନ

ଜୈବିକ କୃଷି ସମୟର ଆହ୍ବାନ

ସୋନପୁର,୨୨।୨(ନି.ପ୍ର.)ଖାଦ୍ୟ ସଙ୍କଟକୁ ଦୂର କରିବା ତଥା ଚାଷୀର ଅର୍ଥନୈତିକ ସ୍ଥିତିର ଉନ୍ନତି ପାଇଁ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି। କମ୍‌ ଜମିରୁ ଅଧିକ ଅମଳ ପାଇଁ ପ୍ରତିଯୋଗିତା ଚାଲିଛି। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

କଲମପୁର,୨୨।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବରଦୋଳି ଗଁାରେ ରଏବାର ଟୋକି ପରବ୍‌ ପାଲନ ହେଇଥିଲା। ସେନ୍‌ତା ଧୁମଧାମରେ ସୋମବାର ଦାଙ୍ଗଡି ଦୋଲା ପାଲନ କରାଯାଇଛେ।