ମନୋରଞ୍ଜନ |

ଆସିଲା ‘ଠାକ୍‌ରେ’ ଟିଜର୍‌: ବାଲାସାହେବଙ୍କ ଭୂମିକାରେ ନଓ୍ବାଜୁଦ୍ଦିନ

ଆସିଲା ‘ଠାକ୍‌ରେ’ ଟିଜର୍‌: ବାଲାସାହେବଙ୍କ ଭୂମିକାରେ  ନଓ୍ବାଜୁଦ୍ଦିନ
ବମ୍ବେ: ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ ଜୀବନ କାହାଣୀଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ‘ଠାକ୍‌ରେ’ ଶୀର୍ଷକରେ ପ୍ରସ୍ତୁତ ହେବାକୁ ଥିବା ଉକ୍ତ ଫିଲ୍ମରେ ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ବାଲାସାହେବଙ୍କ ଭୂମିକାରେ ଦେଖିବାକୁ ମିଳିବ। ଗୁରୁବାର ଏହାର ଟିଜର୍‌ ମଧ୍ୟ ରିଲିଜ୍‌ ହୋଇଛି। ନଓ୍ବାଜୁଦ୍ଦିନ୍‌ଙ୍କୁ ପ୍ରଥମକରି ବାଲ୍‌ ଠାକ୍‌ରେଙ୍କ ଅବତାରରେ ଦେଖିବାକୁ ମିଳିଛି। ଶିବସେନା ପ୍ରତିଷ୍ଠାତାଙ୍କ ବାୟୋପିକ୍‌କୁ ଦଳର ନେତା ସଞ୍ଜୟ ରାଉତ ନିଜେ ଲେଖିଛନ୍ତି ଏବଂ ପ୍ରଯୋଜନା ମଧ୍ୟ ଦେଇଛନ୍ତି। ଏହାକୁ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଅଭିଜିତ୍‌ ପାନ୍‌ସେ। ସଞ୍ଜା ରାଉତ୍‌ଙ୍କ ସମେତ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ, ନିର୍ଦ୍ଦେଶକ ଅଭିଜିତଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଟିଜର୍‌ ରିଲିଜ୍‌ ଅବସରରେ ନଓ୍ବାଜୁଦ୍ଦିନ କହିଛନ୍ତି ଯେ, ବାଲାସାହେବଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ଜୀବନ କାହାଣୀକୁ ପରଦାରେ ରୂପାନ୍ତରିତ କରିବାର ସୁଯୋଗ ସବୁ କଳାକାରଙ୍କୁ ମିଳି ନ ଥାଏ। ତାଙ୍କର ବାୟୋପିକ୍‌ରେ କାମ କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଥିବା ସେ କହିଛନ୍ତି। ମରିସସ୍‌ରେ ଶୁଟିଂରେ ବ୍ୟସ୍ତ ନଓ୍ବାଜୁଦ୍ଦିନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହା କହିଛନ୍ତି। ଏହି ଅବସରରେ ଉଦ୍ଧବ କହିଛନ୍ତି ଯେ, ବାଲାସାହେବଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ କରିବା ଏତେଟା ସହଜ ନୁହେଁ। କାରଣ ଫିଲ୍ମରେ ହିରୋ କିମ୍ବା ହିରୋଇନ ନ ଥିବେ। ବାଲାସାହେବଙ୍କ ଜୀବନ ଏବଂ ସମୟ ସାଧାରଣ ମଣିଷଟିଏ କିଭଳି ଭାବେ ହିରୋ ପାଲଟିଯାଇଛି ତାହାକୁ ନେଇ ଉଦ୍ଦିଷ୍ଟ। ଏହି ଫିଲ୍ମ ସାଧାରଣ ମଣିଷଙ୍କୁ ପ୍ରେରଣା ଯୋଗାଇବ। ବାଲାସାହେବଙ୍କ ବାୟୋପିକ୍‌ କରିବା ଲାଗି ଅନେକ ଲୋକ ପୂର୍ବରୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଉଦ୍ଧବ କହିଛନ୍ତି।
All Right Reserved By

ମନୋରଞ୍ଜନ |

ଦିଶାଙ୍କ ଫଟୋ କ୍ରେଜ୍‌: ୫ ଘଣ୍ଟାରେ ୧୦ ଲକ୍ଷ ଲାଇକ୍‌

ଦିଶାଙ୍କ ଫଟୋ କ୍ରେଜ୍‌: ୫ ଘଣ୍ଟାରେ ୧୦ ଲକ୍ଷ ଲାଇକ୍‌

ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଗୋଟିଏ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଦୀପିକା-ରଣବୀରଙ୍କ ବିବାହ ସ୍ଥିର

ଦୀପିକା-ରଣବୀରଙ୍କ ବିବାହ ସ୍ଥିର

ବଲିଉଡରେ ଏବେ ଚାଲିଛି ବିବାହ ଋତୁ। ଜଣେ ପରେ ଜଣେ ସେଲିବ୍ରିଟ୍‌ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତିି। ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ବିବାହ ତାରିଖ ଠିକ୍‌ ହୋଇଯିବା ପରେ ଏବେ ଆଉ ଜଣେ ବଲିଉଡ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ: ସବ୍ୟସାଚୀ

ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ: ସବ୍ୟସାଚୀ

ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ହେଉଛନ୍ତି ସବ୍ୟସାଚୀ ମିଶ୍ର। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ। 

ଅଳ୍ପରେ...ଅନୁଷ୍କା

ଅଳ୍ପରେ...ଅନୁଷ୍କା

ଥରେ ମନେପକାନ୍ତୁ ନା ବ୍ଲକବଷ୍ଟର ଫିଲ୍ମ ‘ବାହୁବଲି’ର ଦେବସେନା ଚରିତ୍ରକୁ। ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀଙ୍କ ଅଭିନୟ ଏବେ ମଧ୍ୟ ଅନେକଙ୍କ ମନରେ ସତେଜ ହୋଇ ରହିଛି । ସେ ହେଲେ ଅନୁଷ୍କା ସେଟ୍ଟୀ ।

ନୂଆ ସିନେମା ‘ହିରୋ’

ନୂଆ ସିନେମା ‘ହିରୋ’

ଜଣେ ପୁରୁଣା କଳାକାରର ଜୀବନୀକୁ ଆଧାର କରି ନିର୍ମିତ ହେଉଛି ଏକ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ‘ହିରୋ’। ସୀମାଞ୍ଚଲମ ଫିଲ୍ମ ବ୍ୟାନରରେ ଏହାର ପ୍ରଯୋଜନା କରୁଛନ୍ତି ବିପିଏଫଟିଆଇର ସାଇନି ପାଣ୍ଡେ ନାମ୍ନୀ ଜଣେ ଛାତ୍ରୀ।

୧୨୦୦ ଅଧ୍ୟାୟରେ  ମହେଶ୍‌ଙ୍କ ‘ଦୁର୍ଗା’

୧୨୦୦ ଅଧ୍ୟାୟରେ ମହେଶ୍‌ଙ୍କ ‘ଦୁର୍ଗା’

ନାରୀର ଏକ ଅନନ୍ୟ ରୂପ ଦୁର୍ଗା। ସହନଶୀଳା ନାରୀ ସେତେବେଳେ ଦୁର୍ଗା ରୂପ ଧାରଣକରେ ଯେତେବେଳେ ସୃଷ୍ଟିର ସନ୍ତୁଳନ ଧରି ରଖିବା ଅନିବାର୍ଯ୍ୟ ହୋଇପଡ଼େ।

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ପ୍ରେମିକଙ୍ ନିକ୍‌ ଜୋନାଙ୍କ ବିବାହ ତାରିଖ ସ୍ଥିର ହୋଇଛି।

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପ୍ରେମକୁ ଯେତେ ଲୁଚାଇଲେ ମଧ୍ୟ ତାହା ପଦାକୁ ଚାଲିଆସୁଛି। 

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

ନୂଆଦିଲ୍ଲୀ: ‘ୟୋର୍ସ ଟ୍ରୁଲି’ରେ ମହେଶ ଭଟ୍ଟ, ସୋନି ରାଜଦାନ୍‌ ଏବଂ ପଙ୍କଜ ତ୍ରିପାଠୀଙ୍କ ସହିତ କାର୍ଯ୍ୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି ଅଭିନେତ୍ରୀ ଆହାନା କୁମ୍ରା।

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ମୁମ୍ବାଇ: ସଲମାନ ଖାଁଙ୍କ ବହୁ ଚର୍ଚ୍ଚିତ ଗର୍ଲ ଫ୍ରେଣ୍ଡ ଲୁଲିଆ ଭାନ୍ତୁରଙ୍କୁ ନେଇ ଏକ ଖବର ଏବେ ଚର୍ଚ୍ଚାକୁ ଆସିଛି। ବେଶ୍‌ କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ଔପଚାରିକ ଭାବେ ଘୋଷଣା କରାଯାଇଛି।

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ଝିଅ ନିଶା କୌରଙ୍କ ତୃତୀୟ ଜନ୍ମଦିବସ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। ସ୍ବାମୀ ଡାନିଏଲ ଓ୍ବେବରଙ୍କ ସହ ସୁଦୂର ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଛନ୍ତି ସନ୍ନି।