ମନୋରଞ୍ଜନ |

ଫୋର୍ବସ୍‌ରେ ଶ୍ରେଷ୍ଠ ସଲ୍‌ମାନ

ଫୋର୍ବସ୍‌ରେ ଶ୍ରେଷ୍ଠ ସଲ୍‌ମାନ
ବମ୍ବେ: ପୁଣିଥରେ ଫୋର୍ବସ୍‌ ତାଲିକାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି ଅଭିନେତା ସଲ୍‌ମାନ ଖାନ୍‌। ୨୦୧୭ର ସର୍ବାଧିକ ଆୟକାରୀ ଭାରତୀୟ ସେଲିବ୍ରିଟି ଭାବରେ ଫୋର୍ବସ ତାଲିକାରେ ଆଗରେ ରହିଛନ୍ତି ଭାଇଜାନ୍‌। କ୍ରମାଗତଭାବେ ଦ୍ୱିତୀୟବର୍ଷ ପାଇଁ ସଲ୍‌ମାନ ଏହି ସଫଳତା ପାଇଛନ୍ତି। ଚଳିତ ବର୍ଷର ୧୦୦ ଜଣ ସର୍ବାଧିକ ଆୟକାରୀ ସେଲିବ୍ରିଟିଙ୍କ ନାମ ତାଲିକା ଶୁକ୍ରବାର ପ୍ରକାଶ କରିଛି ଫୋର୍ବସ। ୨୦୧୬ ଅକ୍ଟୋବର ୧ରୁ ୨୦୧୭ ସେପ୍ଟେମ୍ବର ୩୦ ମଧ୍ୟରେ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିଙ୍କ ଆୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ସମୟରେ ୨୩୨.୮୩ କୋଟି ଟଙ୍କାର ଆୟ ସହ ୧୦୦ ସେଲିବ୍ରିଟିଙ୍କଠାରୁ ଆଗରେ ରହିଛନ୍ତି ୫୧ ବର୍ଷୀୟ ସଲ୍‌ମାନ। ତାଙ୍କ ପଛରେ ରହିଛନ୍ତି ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଆଖ୍ୟା ପାଇଥିବା ଶାହରୁଖ୍‌ ଖାନ୍‌। ଶାହରୁଖ୍‌ଙ୍କ ଏହି ବର୍ଷର ଆୟ ହେଉଛି ୧୭୦.୫ କୋଟି। ଗତବର୍ଷ ମଧ୍ୟ ଶାହରୁଖ୍‌ ଏହି ସ୍ଥାନରେ ଥିଲେ। ସେହିପରି ୧୦୦.୭୨ କୋଟି ଆୟ ସହ ନବବିବାହିତ କ୍ରିକେଟ୍‌ ଖେଳାଳି ବିରାଟ୍‌ କୋହଲୀ ତୃତୀୟ ସ୍ଥାନରେ ରହିଛନ୍ତି। ଫୋର୍ବସ୍‌ ତାଲିକାରେ ୧୦ ସର୍ବାଧିକ ଆୟକାରୀ ସେଲିବ୍ରିଟିଙ୍କ ମଧ୍ୟରେ କେବଳ ପ୍ରିୟଙ୍କା ଚୋପ୍ରା ଏକୁଟିଆ ମହିଳା ଭାବେ ସ୍ଥାନ ପାଇଛନ୍ତି। ୬୮ କୋଟି ଆୟ ସହ ପ୍ରିୟଙ୍କା ରହିଛନ୍ତି ସପ୍ତମ ସ୍ଥାନରେ।
All Right Reserved By

ମନୋରଞ୍ଜନ |

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ବମ୍ବେ: ବଲିଉଡରେ #ମିଟୂ କ୍ୟାମ୍ପେନ୍‌ ଏବେ ଶୀର୍ଷ ପର୍ଯ୍ୟାୟରେ। ଦିନକୁ ଦିନ ଏହାର ଜାଲରେ ଫସୁଛନ୍ତି ବଡ଼ ବଡ଼ ସେଲିବ୍ରିଟି। ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କୁ କରୁଥିବା ପ୍ରୋଜେକ୍ଟରୁ ବାହାର କରିଦିଆଯାଉଛି। ଏହି କ୍ରମରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ #ମିଟୂ ପ୍ରହାର ପଡ଼ିଛି। 

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଯାତ୍ରାଜଗତର ଜଣେ ସଫଳ କଳାକାର ହେଉଛନ୍ତି ରାମ ନାୟକ। ତାଙ୍କ ସଫଳତା ପଛର ସବୁଠୁ ବଡ଼ କାରଣ ହେଉଛି, ସେ କେବଳ ଅଭିନୟକୁ ଭଲପାଆନ୍ତି।

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ସୁଶାନ୍ତଙ୍କ ଘର ଅନୁଗୋଳ। ଅନ୍ୟମାନଙ୍କ ପରି ସେ ଥିଲେ ଜଣେ ସାଧାରଣ ଯାତ୍ରା ଦର୍ଶକ। ଅନୁଗୋଳକୁ ଯେତେ ଯାତ୍ରାପାର୍ଟି ଆସୁଥିଲା, ସେ ସବୁଠି ଯାତ୍ରା ଦେଖୁଥିଲେ।

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ। ଘନିଷ୍ଠ ବାନ୍ଧବୀ ମେଘାନ ମର୍କଲେ ଗର୍ଭଧାରଣ କରିଥିବା ବିଷୟ ଶୁଣିବା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁସି ପ୍ରକଟ କରିବା ସହିତ ଏହା କହିଛନ୍ତି। 

କେବଳ  ନୀରବତା

କେବଳ ନୀରବତା

ଏବେ ଆଲିୟା ଗୋଟିଏ କଥାକୁ ନେଇ ନୀରବ ରହିବାକୁ ଉଚିତ ମଣୁଛନ୍ତି। ଯେତେ ପଚାରିଲେ ମଧ୍ୟ ତାଙ୍କ ପାଟିରୁ ଏ ନେଇ ଗୋଟିଏ ଶବ୍ଦ ବାହାରୁ ନାହିଁ। 

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି ଦେଓଲଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ହିନ୍ଦୀ ସିନେମା ‘ବରସାତ୍‌’ରେ। ନିଜ କ୍ୟାରିୟର ଆରମ୍ଭ ଅବସ୍ଥାରେ ସେ ପ୍ରେମରେ ପଡିଯାଇଥିଲେ। 

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା ରାଣାଓ୍ବତ ବନାମ ସୋନମ କପୁର। ଦୁହିଁଙ୍କ ଭିତରେ କଥା କଟାକଟି ଚରମ ସୋପାନରେ ପହଞ୍ଚତ୍ଛି। ଏପଟୁ ପଦେକୁ ସେପଟୁ ପଦେ। ଏଭଳି ତୁ ତୁ ମେଁ ମେଁ ଥମିବାର ନଁା ନେଉନାହିଁ। 

କଥା ୨୪ ଘଣ୍ଟାର

କଥା ୨୪ ଘଣ୍ଟାର

ପ୍ରେମ ଏଭଳି ଏକ ଜିନିଷ ଯାହା କେତେବେଳେ ଆରମ୍ଭ ହୁଏ ଏବଂ ତାହାର ଶେଷ କିପରି ହୁଏ ଆକଳନ କରିବା ସହଜ ନୁହେଁ। ଗୋଟିଏ କାମରେ ଯାଇଥିବା ବେଳେ ଯୁବକଟି ପ୍ରେମ ଜାଲରେ ଫସିଯାଉଛି।

ଟୁର୍‌ ମିଶନ

ଟୁର୍‌ ମିଶନ

ପ୍ରିୟଙ୍କା ଚୋପ୍ରା ଏବେ ଗୋଟିଏ ମିଶନକୁ ନେଇ ବ୍ୟସ୍ତ। ପୁଣି ଏଥିରେ ତାଙ୍କ ସହ ହାତ ମିଳାଇଛନ୍ତି ତାଙ୍କର ବୟଫ୍ରେଣ୍ଡ ନିକ୍‌ ଜୋନାସ। ପ୍ରାୟ ଅନେକେ ଜାଣନ୍ତି ଯେ ଏହି ଯୋଡ଼ି ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

 ଯଦି ଅକ୍ଷୟ ରାଜି ହୋଇଥାଆନ୍ତେ..

ଯଦି ଅକ୍ଷୟ ରାଜି ହୋଇଥାଆନ୍ତେ..

ହିନ୍ଦୀ ସିନେମା ‘ନମସ୍ତେ ଇଂଲଣ୍ଡ’ର କାଷ୍ଟିଂ ସମୟରେ ଏକ ମଜାଦାର ଘଟଣା ଘଟିଥିଲା। ପ୍ରଯୋଜକ ଏବଂ ନିର୍ଦ୍ଦେଶକ ପ୍ରଥମେ ଏହାର ଲିଡ୍‌ ରୋଲ୍‌ ପାଇଁ ଅକ୍ଷୟ କୁମାରଙ୍କୁ ସାଇନ୍‌ କରିବାକୁ ଚାହିଁଥିଲେ।

ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ଚାହାଁନ୍ତି ପରିଣିତି

ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ଚାହାଁନ୍ତି ପରିଣିତି

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଛି ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’। ହେଲେ ଏହା ବକ୍ସ ଅଫିସରେ ଏତେଟା କମାଲ୍‌ ଦେଖାଇ ନାହିଁ। କିନ୍ତୁ ଏପଟେ ପରିଣିତି ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ଚିନ୍ତା ଆରମ୍ଭ କଲେଣି।

୫ବର୍ଷ ପରେ ଏକାଠି ହେବେ ପ୍ରକାଶ-ଅଜୟ

୫ବର୍ଷ ପରେ ଏକାଠି ହେବେ ପ୍ରକାଶ-ଅଜୟ

ମୁମ୍ବାଇ: ଦୀର୍ଘ ୫ ବର୍ଷ ପରେ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ପ୍ରକାଶ ଝା ଓ ଅଭିନେତା ଅଜୟ ଦେବଗନ୍‌। ଏହି ଯୋଡ଼ି ଖୁବ୍‌ଶୀଘ୍ର ଏକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ ବୋଲି ଶୁଣିବାକୁ ମିଳିଛି।