Dharitri News
ଅପରାଧ |

୨ ଦୋକାନରୁ ଚୋରି

୨ ଦୋକାନରୁ ଚୋରି ସଜନାଗଡ଼, ୨୨।୧୨(ଡି.ଏନ୍‌.ଏ.): ନୀଳଗିରି ଅଧୀନ ସଜନାଗଡ଼ ପଞ୍ଚାୟତ ସଜନାଗଡ଼ ବସଷ୍ଟାଣ୍ଡ ନିକଟସ୍ଥ ୨ ଟି ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପ୍ରକାଶ ଯେ, ବିଶ୍ୱକର୍ମା ଜୁଏଲାରୀ ଓ ଶ୍ରୀରାମ ଭେରାଇଟି ଷ୍ଟୋର ନାମକ ୨ ଦୋକାନର ମାଲିକ ଅରୁଣ କୁମାର ରଣା ଓ ଗଣେଷ ବେହେରା ରାତିରେ କାମ ସାରି ନିଜ ନିଜ ଦୋକାନ ବନ୍ଦକରି ଯାଇଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସର୍ଟର ତାଡି ଦୋକାନ ଘରେ ପଶିଥିଲେ। ଜୁଏଲାରୀ ଦୋକାନରୁ ଅଳଙ୍କାରମାନ ଲୁଟିନେବାସହ ଷ୍ଟୋର ଦୋକାନରୁ ବହୁ ସାମଗ୍ରୀ ଚୋରିକରି ନେଇଯାଇଛନ୍ତି। ଶୁକ୍ରବାର ସକାଳେ ଖବର ପ୍ରଚାରିତ ହେବା ପରେ ନୀଳଗିରି ଆଇଆଇସି ରମେଶ ସିଂ, ବୈଲୋଚନା ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଅପରାଧ |

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

କଟକ ରୋଡ଼, ୧୬।୧(ଡି.ଏନ୍‌.ଏ.): କଟକ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଓ ଖୋର୍ଦ୍ଧା ଜିଲା ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ମଙ୍ଗଳବାର ସକାଳେ ଚଢାଉ କରାଯାଇ ଚୋରା ଚାଲାଣ କରୁଥିବା ୯ ଗଞ୍ଜେଇ ବ୍ୟବସାୟୀଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି।

ସାମାନ୍ୟ ବଚସାରୁ ହତ୍ୟା: ଅଭିଯୁକ୍ତ ଫେରାର

ସାମାନ୍ୟ ବଚସାରୁ ହତ୍ୟା: ଅଭିଯୁକ୍ତ ଫେରାର

ଜଗତସିଂହପୁର ଅଫିସ,୧୬।୧: ଜଗତସିଂହପୁର ଜିଲା ବାଲିକୁଦା ଥାନା ମୁରୁଣିଆ ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଉକ୍ତ ଗ୍ରାମର ବିବେକ ରାଉତ।

ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବଳାତ୍କାର ଅଭିଯୋଗ

ଦଶରଥପୁର, ୧୫।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଗତ ୧୧ ତାରିଖରେ ସ୍ବାମୀ ପରିତ୍ୟକ୍ତା ଜନୈକ ମହିଳାଙ୍କୁ ବଳାତ୍କାର ହୋଇଥିବା ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି।

ଗୁଳି ଫୁଟାଇ ଭତ୍ତା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଦଶପଲ୍ଲା, ୧୫।୧(ଡି.ଏନ୍‌.ଏ.): ଦଶପଲା ବ୍ଲକ ଅନ୍ତର୍ଗତ ଶିମିଳିସାହି ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ସକାଳେ ଭତ୍ତା ଟଙ୍କା ଦିଆଯାଉଥିଲା। ଏହି ସମୟରେ ୩ ଦୁର୍ବୃତ୍ତ ମୁହଁରେ ମୁଖାବାନ୍ଧି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କଟକ ଅଫିସ,୧୪।୧: ଚୌଦ୍ୱାର ଥାନା ଅନ୍ତର୍ଗତ କେଦାରେଶ୍ୱର ଗ୍ରାମର ଦୁଃଶାସନ ପରିଡା ନିଜ ଘରେ ଗଞ୍ଜେଇ ବିକ୍ରି କରୁଥିବାର ଖବର ଚୌଦ୍ୱାର ଥାନା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଶନିବାର ଜାଣିବାକୁ ପାଇଥିଲା।

ବଳାତ୍କାର ପରେ ମହିଳାଙ୍କୁ ପୋଡି ହତ୍ୟା ଉଦ୍ୟମ

ବଳାତ୍କାର ପରେ ମହିଳାଙ୍କୁ ପୋଡି ହତ୍ୟା ଉଦ୍ୟମ

ବାରିପଦାଅଫିସ/ରାଇରଙ୍ଗପୁର(ଡି.ଏନ.ଏ.),୧୩।୧: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର ସହର ଧରମଗଳିରେ ରହୁଥିବା ଜଣେ ମହିଳା ନିଆଁରେ ପୋଡି ଯାଇ ଗୁରୁତର ହୋଇଛନ୍ତି।

ପୁଣି ୨ ଦିନ ରିମାଣ୍ଡରେ ଯିବେ ସି-ଶୋର ମୁଖ୍ୟ

ପୁଣି ୨ ଦିନ ରିମାଣ୍ଡରେ ଯିବେ ସି-ଶୋର ମୁଖ୍ୟ

ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଟାଉନ୍‌ ଥାନା ପୋଲିସ ସି-ଶୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ପୁଣି ଦୁଇ ଦିନିଆ ରିମାଣ୍ଡରେ ନେବ। ଆସନ୍ତା ୧୫ ଓ ୧୬ ତାରିଖରେ ରିମାଣ୍ଡ ପାଇଁ ଏସ୍‌ଡିଜିଏମ୍‌ଙ୍କ ଅଦାଲତ ମଞ୍ଜୁରୀ ଦେଇଛନ୍ତି।

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ,୧୩।୧: ଭଦ୍ରକ ଟାଉନ ପୋଲିସ ଶନିବାର ଚରମ୍ପା ଅଞ୍ଚଳରୁ ୨୦ ଗ୍ରାମ୍‌ ବ୍ରାଉନସୁଗାର ଓ ଗୋଟିଏ ଟ୍ରାଭେରା ଗାଡ଼ି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।

ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲା: ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ

ସି-ଶୋର ଚିଟ୍‌ଫଣ୍ଡ ଠକେଇ ମାମଲା: ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ସି-ଶୋର କମ୍ପାନୀର ବହୁକୋଟି ଠକେଇ ମାମଲାରେ ଜାତୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିଛି। ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ, ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍‌ ଅଧିକାରୀ ପ୍ରଦୀପ କୁମାର ହୋତା, ତାଙ୍କ ସ୍ତ୍ରୀ ପ୍ରତୀମା ହୋତା ଏବଂ ସି-ଶୋର କମ୍ପାନୀ ମାଲିକ ପ୍ରଶାନ୍ତ ଦାଶଙ୍କ ନାମ ଚାର୍ଜଶିଟ୍‌ରେ ରହିଛି।

୨୭ ଲକ୍ଷର ନିର୍ମାଣ ସାମଗ୍ରୀ ଘୋଟାଲା ମାମଲା: ୧୮ ବର୍ଷ ପରେ ରେଲଓ୍ବେ ଅଧିକାରୀ ଗିରଫ

୨୭ ଲକ୍ଷର ନିର୍ମାଣ ସାମଗ୍ରୀ ଘୋଟାଲା ମାମଲା: ୧୮ ବର୍ଷ ପରେ ରେଲଓ୍ବେ ଅଧିକାରୀ ଗିରଫ

ଭୁବନେଶ୍ୱର, ୧୨।୧(ବ୍ୟୁରୋ)- ୨୭ ଲକ୍ଷ ଟଙ୍କା ନିର୍ମାଣ ସାମଗ୍ରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦକ୍ଷିଣ-ପୂର୍ବ ରେଳପଥର ଜଣେ ଅଧିକାରୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି। ସେ ହେଲେ ପଞ୍ଚିମବଙ୍ଗର ଆଲୋକ ଘୋଷ।

ଯୁବକଙ୍କୁ ପିଟି  ହତ୍ୟା ମାମଲା:ବାପପୁଅ ଗିରଫ

ଯୁବକଙ୍କୁ ପିଟି ହତ୍ୟା ମାମଲା:ବାପପୁଅ ଗିରଫ

ଜଗତ୍‌ସିଂହପୁର ଅଫିସ,୧୨।୧-ଜଗତ୍‌ସିଂହପୁର ଜିଲା ସଭାମୂଳ ଗ୍ରାମରେ ଯୁବକ ସୁଦର୍ଶନ ନନ୍ଦ(୩୫)ଙ୍କୁ ଗୁରୁବାର ରାତିରେ ପିଟି ହତ୍ୟା ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନିକଟସ୍ଥ ଉରାଳି ଗ୍ରାମର ସୁକାନ୍ତ ରଥ ଓ ତାଙ୍କ ପୁଅ ସୁରେଶ ରଥ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

୪୬ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୨।୧: ପୁରୀ ଅବକାରୀ ବିଭାଗ ପୋଲିସ ବେଆଇନ ଭାବେ ବ୍ରାଉନ୍‌ସୁଗାର ବିକ୍ରୀ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଜଣଙ୍କ ହେଲେ ସଦର ଥାନା ଅଧୀନ ବାରବାଟୀର ଲତାମଣୀ ନାୟକ(୪୦)। ତାଙ୍କଠାରୁ ପୋଲିସ ୪୬ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି।