ସମ୍ପାଦକୀୟ |

ସତର୍କତା ଜରୁରୀ

ସତର୍କତା ଜରୁରୀ
ସମ୍ପାଦକୀୟ/ଆଜିର ଅର୍ଥନୀତି କ୍ରିପ୍ଟୋକରେନ୍ସି (ଗୁପ୍ତମୁଦ୍ରା) ବିଟ୍‌କଏନ୍‌ ଏବେ ନିୟାମକମାନଙ୍କ ପାଇଁ ଏକ ବିତର୍କ ଓ ଉଦ୍‌ବେଗର ବିଷୟ ହୋଇଛି। ତାହା ସେତେବେଳେ ଅଧିକ ଦୃଷ୍ଟି ଆକର୍ଷଣ କଲା, ଯେତେବେଳେ ପ୍ରଥମେ ତାହାର ମୂଲ୍ୟ ୧୨୦୦୦ ଡଲାରକୁ ଟପିଗଲା ଏବଂ ପରେ ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ଆହୁରି ବୃଦ୍ଧି ପାଇ ପ୍ରାୟ ୧୮୦୦୦ ଡଲାରକୁ ଛୁଇଁଲା। ସବୁଠାରୁ ଚିନ୍ତାଜନକ ବିଷୟ ହେଲା ଏହି ଗୁପ୍ତମୁଦ୍ରାର କୌଣସି ବାସ୍ତବ ସ୍ବକୀୟ ମୂଲ୍ୟ ନାହିଁ। ଏଥିରୁ କୌଣସି ଆୟର ଉତ୍ସ ଜଣାପଡ଼େ ନାହିଁ ଏବଂ ବିଟ୍‌କଏନ୍‌ ମାଲିକଙ୍କ ସମ୍ପତ୍ତି ଏଥି ସହ ଜଡ଼ିତ ନୁହେଁ। ଯଦିଚ ଆମେରିକୀୟ ଡଲାରର ମଧ୍ୟ କୌଣସି ବାସ୍ତବ ମୂଲ୍ୟ ନାହିଁ, କାରଣ ୧୯୭୧ ମସିହାରେ ସୁନା ସହ ଏହାର ସମ୍ପର୍କକୁ ଛିନ୍ନ କରିଦିଆଯାଇଛି, ଏହା ବିନିମୟର ଏକ ଉପଯୋଗୀ ମାଧ୍ୟମରେ ପରିଣତ ହୋଇଛି। ଧନ ସାଇତି ରଖିବା ପାଇଁ ଲୋକମାନେ ଏହାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିନେଇଛନ୍ତି ଏବଂ ଏହାର ମୂଲ୍ୟ ଚାହିଦା ଓ ଯୋଗାଣ ସହ ତାଳଦେଇ ପରିବର୍ତ୍ତନ ହୋଇଥାଏ। କିନ୍ତୁ ବିଟ୍‌କଏନ୍‌ ଏ ପର୍ଯ୍ୟନ୍ତ ଏକ ଗ୍ରହଣୀୟ ଓ ନିର୍ଭରଯୋଗ୍ୟ ବିନିମୟର ମାଧ୍ୟମ ଭାବେ ପ୍ରତିଷ୍ଠିତ ହୋଇପାରି ନାହିଁ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କହିଛି ଯେ, ଏହା ବିଟ୍‌କଏନ୍‌କୁ ନିୟନ୍ତ୍ରିତ କରିବାକୁ ବା ତା’ ଉପରେ ଟିକସ ବସାଇବାକୁ ଚାହେଁ ନାହିଁ କାରଣ ତାହା ଏହି ଗୁପ୍ତମୁଦ୍ରାକୁ ବୈଧ କରିଦେବ। ତେବେ କୌଣସି ବିନିୟମନ ବା ବ୍ୟବସ୍ଥାପନ ଅଭାବରେ ବିଟ୍‌କଏନ୍‌କୁ କଳାଧନର ବୈଧୀକରଣ କାର୍ଯ୍ୟରେ ବିନିଯୋଗ କରାଯିବାର ଆଶଙ୍କା ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ମିଳିଥିବା ରିପୋର୍ଟ ଅନୁସାରେ ଲୋକମାନେ ଏହି ଗୁପ୍ତମୁଦ୍ରାରେ ଅଳ୍ପ କେଇ ହଜାର ଟଙ୍କା ବିନିଯୋଗ କରି ଅଳ୍ପ ସମୟ ଭିତରେ କୋଟି କୋଟି ଟଙ୍କା ଉପାର୍ଜନ କରିଛନ୍ତି। ତେଣୁ ନିବେଶକମାନେ ଏହାଦ୍ୱାରା ଅଧିକ ଆକର୍ଷିତ ହେବାର ଆଶଙ୍କା ଅଛି, ଯାହା ବ୍ୟାପକ ଅସ୍ଥିରତା ସୃଷ୍ଟି କରିବ। ଯେତେବେଳେ ଏହାକୁ ଏକ ମୁଦ୍ରା ହିସାବରେ ପ୍ରଚଳନ କରିବାର ଅବଧାରଣା ଆସିଲା, ସେତେବେଳେ ବିଭିନ୍ନ ସରକାରଙ୍କର ଏହା ସମ୍ପର୍କରେ ସ୍ପଷ୍ଟ ଧାରଣା ନ ଥିଲା। ସେମାନେ ସନ୍ଦେହ ଭିତରେ ଥିଲେ। କିନ୍ତୁ ଏହା ବିନିମୟର ଏକ ବିଶ୍ୱ ମାଧ୍ୟମରେ ପରିଣତ ହେଲା। ତେବେ ବିଟ୍‌କଏନ୍‌ ପାଇଁ ପ୍ରଚଳିତ ମୁଦ୍ରାରେ ହିଁ ଅର୍ଥ ପଇଠ କରାଯାଇଥାଏ। ବିଟ୍‌କଏନ୍‌ ଏଟିଏମ୍‌ ଜରିଆରେ ଜଣେ ନଗଦ ଟଙ୍କା ପଇଠ କରିଥାଏ ବା କିଣାବିକା ସମୟରେ ବାସ୍ତବ ଆପ୍ଲିକେଶନ୍‌ ଜରିଆରେ ଅର୍ଥ ପଇଠ କରାଯାଏ। ବିଟ୍‌କଏନ୍‌ର ସବୁଠାରୁ ବଡ଼ ସୁବିଧା ହେଉଛି ଯେକୌଣସି ସମୟରେ ଜଣେ ବ୍ୟକ୍ତି ଏହା ମାଧ୍ୟମରେ ବିଶ୍ୱସ୍ତରରେ କାରବାର କରିପାରେ। ଏଥିପାଇଁ କୌଣସି ଭୌଗୋଳିକ ବା ସରକାରୀ କଟକଣା ବା ବ୍ୟାଙ୍କ ଛୁଟି ପରି ଅନ୍ୟ ପ୍ରତିବନ୍ଧକ ନ ଥାଏ। ବିଟ୍‌କଏନ୍‌ ନେଟ୍‌ଓ୍ବାର୍କ ଉପରେ କୌଣସି କେନ୍ଦ୍ରୀୟ କର୍ତ୍ତୃତ୍ୱ ନ ଥାଏ। କାରବାର ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ବ୍ୟବସାୟୀଙ୍କୁ କୌଣସି ଅତିରିକ୍ତ ଫି ବା ଟିକସ ଆଦାୟ କରିବାକୁ ପଡ଼ି ନ ଥାଏ। ଏହା ପୁଣି ଘଟିଥାଏ ସମସ୍ତଙ୍କ ଆଢ଼ୁଆଳରେ। ଅର୍ଥ କାରବାରର ନିରାପତ୍ତା ପାଇଁ ଏନ୍‌କ୍ରିପ୍ସନ (କୋଡିଂ)ର ସୁବିଧା ବି ଅଛି। ପୁଣି ବର୍ତ୍ତମାନ ବିଟ୍‌କଏନ୍‌ ମାଧ୍ୟମରେ ଅର୍ଥ ପଇଠ ପାଇଁ କୌଣସି ଫି (ଦେୟ) ଦେବାକୁ ପଡ଼ୁନାହିଁ ବା ସାମାନ୍ୟ କିଛି ଦେବାକୁ ପଡ଼ୁଛି। ଯେଉଁଠି କିଛି ଫି ଦେବା ଦରକାର ସେଠି କାରବାର ପ୍ରକ୍ରିୟାକୁ ଅଧିକ ପ୍ରାଥମିକତା ଦିଆଯାଉଛି। ଡିଜିଟାଲ ମୁଦ୍ରା ବିନିମୟ ବିଟ୍‌କଏନ୍‌କୁ ଫିଏଟ୍‌ (ଆଦେଶ) ମୁଦ୍ରାରେ ପରିଣତ କରି କାରବାର କରିବାରେ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରେ, ଯେଉଁଥିରେ କ୍ରେଡିଟ୍‌ କାର୍ଡ ବା ଅନ୍ୟ ଦେୟ ସେବା ଯଥା ପେଏପାଲ ତୁଳନାରେ ବହୁତ କମ୍‌ ଦେୟ ଦେବାକୁ ପଡ଼େ। କିନ୍ତୁ ସମସ୍ତ ସୁବିଧା ସତ୍ତ୍ୱେ ସମୟକ୍ରମେ ଏହି ଗୁପ୍ତମୁଦ୍ରା ଅଧିକ ଲୋକପ୍ରିୟ ହେବାକୁ ଆରମ୍ଭ କରିଥିବାରୁ ପରିସ୍ଥିତିରେ ପରିବର୍ତ୍ତନ ହେବାକୁ ବାଧ୍ୟ। କେତେକ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ, ଯଦି ଏହି ଗୁପ୍ତମୁଦ୍ରା ଅଧିକ ସ୍ଥିର ଓ ଲୋକପ୍ରିୟ ହୁଏ, ତେବେ ଏହାର କାରବାରରେ ଯେଉଁ ସାମାନ୍ୟ ଫି ଆଦାୟ କରାଯାଉଛି, ତାହା ବୃଦ୍ଧି ପାଇବାକୁ ବାଧ୍ୟ। ପୁଣି ବିଟ୍‌କଏନ୍‌ ଏବେ ଏକ ଉଚ୍ଚ ଲାଭଦାୟକ ପୁଞ୍ଜିନିବେଶର ବିକଳ୍ପ ଭାବେ ଉଭା ହେବାକୁ ବସିଲାଣି, କାରଣ ଏହାର ଯୋଗାଣ କମ୍‌ ଥିବାବେଳେ ଚାହିଦା ଅଧିକ ରହିଛି। ଏହା ପ୍ରାରମ୍ଭିକ ନିବେଶକମାନଙ୍କୁ ଖୁବ୍‌ ଲାଭ ଦେଇପାରେ, ମାତ୍ର ଥରେ ଯୋଗାଣ ବୃଦ୍ଧି ପାଇଗଲେ ଏହାର ମୂଲ୍ୟରେ ସ୍ଥିରତା ଆସିଯିବ ଏବଂ ଏହା ଆଉ ଉଚ୍ଚ ଲାଭଦାୟକ ହୋଇପାରିବ ନାହିଁ। ଏହି ମୁଦ୍ରା ଅଧିକ ପରିମାଣରେ ପାଖରେ ରଖିବା ବିପଜ୍ଜନକ ହୋଇପାରେ କାରଣ ସମୟକ୍ରମେ ସାଇବର ସୁରକ୍ଷା ପ୍ରତି ବିପଦ ବୃଦ୍ଧି ପାଇଚାଲିଛି। ବର୍ତ୍ତମାନ ଏହା ଖୁବ୍‌ ଲାଭଜନକ ବୋଲି ମନେ ହେଉଥିଲେ ହେଁ ବିଟ୍‌କଏନ୍‌କୁ ନେଇ ଖୁବ୍‌ ସତର୍କତା ଅବଲମ୍ବନ କରିବା ଉଚିତ କାରଣ ଏ ବ୍ୟବସ୍ଥା ଏ ଯାବତ୍‌ ବହୁଳଭାବେ ବ୍ୟବହୃତ ଓ ପରୀକ୍ଷିତ ହୋଇନାହିଁ।
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...