ସମ୍ପାଦକୀୟ |

ନିଆରା ହେଉ ନୂଆବର୍ଷ

ନିଆରା ହେଉ ନୂଆବର୍ଷ

ରଞ୍ଜନ କୁମାର ଦାସ
ଇଂରେଜମାନେ ଭାରତ ଛାଡି ଯିବା ଅନେକ ବର୍ଷ ହେଲାଣି। ତଥାପି ତାଙ୍କ ଶାସନ ଓ ଚଳଣିର ଛାପ କେଉଁଠି ନା କେଉଁଠି ରହିଯାଇଛି। ତାକୁ ଆମେ ବଦଳାଇବାର ସାହସ କରିପାରୁନାହୁଁ କି ଇଚ୍ଛା ମଧ୍ୟ କରୁନାହୁଁ। ତାଙ୍କ ଦ୍ୱାରା ପ୍ରଚଳିତ ଡାକ, ତାର, ବେତାର, ରେଳ ଓ ବିମାନସେବା,କୋର୍ଟ କଚେରୀ, ଦଣ୍ଡବିଧି ଆଇନ, ରିଲିଫ୍‌ କୋଡ୍‌, ସ୍କୁଲ କଲେଜରେ ଇଂରାଜୀ ଶିକ୍ଷା ଆଦି ଅନେକ ବିଷୟ ଆଜିଯାଏ ବଳବତ୍ତର ଅଛି ଏବଂ ନିକଟ ଭବିଷ୍ୟତରେ ବଦଳିବାର ଆଶା ମଧ୍ୟ ଦିଶୁନାହିଁ। ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସେମାନେ ଆମ ପରମ୍ପରାକୁ ଅନେକତ୍ର ବଦଳାଇ ନୂଆ ବ୍ୟବସ୍ଥା ସବୁ ଥାପିଦେଇ ଯାଇଛନ୍ତି। ଫୁଟବଲ, କବାଡି, ଭଲିବଲ୍‌, କୁସ୍ତି, ହକି, ଭଳି ଅନେକ ସ୍ଥାନୀୟ କ୍ରୀଡାର ଲୋକପ୍ରିୟତାକୁ ବହୁ ପଛରେ ପକାଇ କ୍ରିକେଟ୍‌ ଲୋକପ୍ରିୟତାର ଶୀର୍ଷରେ ରହିଚି। ପିଠାର ସ୍ଥାନ ନେଲାଣି ପିଜା, ବର୍ଗର, ହଟ୍‌ଡଗ୍‌। ରଜ, ହୋଲି, ଦୋଳଠୁ ଅଧିକ ଲୋକପ୍ରିୟ ଏବେ ଭାଲେଣ୍ଟାଇନ୍ସ ଡେ। ଏଇ କ୍ରମରେ ଇଂଲିଶ ନବବର୍ଷର ପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ। ଗାଁଠୁ ସହର ସବୁଠି ଏବେ ଜାନୁଆରୀ ଏକରେ ନବବର୍ଷ ପାଳନ କରାଯାଉଛି। ପାରମ୍ପରିକ ଭାବେ ଭାରତୀୟ ସଂସ୍କୃତିରେ ଚୈତ୍ର ଶୁକ୍ଳ ପ୍ରତିପଦକୁ ନବବର୍ଷର ମାନ୍ୟତା ଦିଆଯାଏ। ଆମ ଓଡିଶାରେ ବିଷୁବ ସଂକ୍ରାନ୍ତିରୁ ନବବର୍ଷ ଧରାଯାଏ। ପଞ୍ଜାବରେ ବୈଶାଖୀ, ଆସାମରେ ବିହୁ, କେରଳରେ ବିଷୁ, ତାମିଲନାଡୁରେ ପୁତାଣ୍ଡୁ, ଆନ୍ଧ୍ରରେ ଉଗାଡ଼ି ଠିକ୍‌ ସେଇ ସମୟରେ ପାଳିତ ହୁଏ। ମହାରାଷ୍ଟ୍ରରେ ଗୁଡି ପଦ୍‌ୱା ପାଳିତ ହୁଏ। ବଙ୍ଗଳାରେ ଘରେ ଘରେ ରଙ୍ଗୋଲି ଓ ଆଳ୍ପନା କରି ସ୍ବସ୍ତିକ ଚିହ୍ନ ଅଙ୍କା କଳସୀ ଥୋଇ ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରାଯାଏ। ଗୁଜରାଟରେ କାର୍ତ୍ତିକ ମାସ ଓ ରାଜସ୍ଥାନରେ ଦୀପାବଳି ସମୟରେ ନବବର୍ଷ ପାଳନ କରିବାର ପ୍ରଥା ରହିଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ସେଇଭଳି ଅଲଗା ଅଲଗା ସମୟରେ ନବବର୍ଷ ପାଳିତ ହୁଏ। ଇଜିପ୍‌ଟରେ ଜାନୁୟାରୀ ୭, ସ୍କଟ୍‌ଲାଣ୍ଡରେ ଜାନୁୟାରୀ ୧୧, ସ୍ବିଜରଲାଣ୍ଡରେ ଜାନୁୟାରୀ ୧୩, କୋରିଆରେ ଜାନୁୟାରୀ ୨୨, ବୁଲ୍‌ଗେରିଆରେ ଫେବୃୟାରୀ ୨୮, ଆମେରିକାରେ ମାର୍ଚ୍ଚ ୨୦, ଇରାନ୍‌ରେ ମାର୍ଚ୍ଚ ୨୧, ଶ୍ରୀଲଙ୍କା ଓ ନେପାଳରେ ଏପ୍ରିଲ୍‌ ୧୪, ବର୍ମାରେ ଏପ୍ରିଲ ୧୬, ଆଫ୍ରିକାରେ ସେପ୍ଟେମ୍ବର ୧୦, ଇଥିଓପିଆରେ ସେପ୍ଟେମ୍ବର ୧୧ରେ ନବବର୍ଷ ପାଳିତ ହୁଏ। କେବଳ ଭାରତ, ଜାପାନ, ଇଂଲଣ୍ଡ, କାନାଡା ଓ ଅଷ୍ଟ୍ରେଲିଆ ଆଦି ଦେଶରେ ଜାନୁୟାରୀ ୧ରେ ପାଳିତ ହୁଏ ନବବର୍ଷ। ବିଶ୍ୱର ଅନେକ ରାଷ୍ଟ୍ର ନିଜ ନିଜ ଐତିହ୍ୟ ଓ ପରମ୍ପରାମତେ ନବବର୍ଷ ପାଳୁଥିଲା ବେଳେ ଆମେ ଆମର ଅସ୍ମିତା ଭୁଲି କେବଳ ଅନୁକରଣଶୀଳ ହୋଇ ଇଂଲିଶ ନବବର୍ଷ ପାଳୁଛୁ। ମାତ୍ର କାହିଁକି ତାହା ପାଳୁଛୁ ଏବଂ ଯେଉଁ ଢଙ୍ଗରେ ତାହା ପାଳୁଛୁ ତା’ର ପ୍ରାସଙ୍ଗିକତାର ତର୍ଜ୍ଜମା କେବେ କରିନାହୁଁ। ଆମର ଏଠି ନୂଆବର୍ଷର ଦିନେ ଦି ଦିନ ଆଗରୁ ଆରମ୍ଭ ହୋଇଯାଏ ସମ୍ଭାଷଣ ପର୍ବ। ସେଦିନ ତ ଯିଏ ଯାହାକୁ ଦେଖିଲା, ଚିହ୍ନା ହଉ କି ଅଚିହ୍ନା ‘ହାପି ନ୍ୟୁ ଇୟର’ କହି ସମ୍ଭାଷଣ କରେ। ସରକାରୀ ଦପ୍ତରରେ ସେଦିନ ଛୁଟି ନ ଥିଲେ ମଧ୍ୟ କୋଉଠି କିଛି କାମ ହୁଏନା। ସମସ୍ତେ ମଉଜ ମଜଲିସ୍‌ରେ ମାତିଥାନ୍ତି। ଅଘୋଷିତ ଛୁଟି ସବୁଆଡେ। ସେଦିନ ସତେ ଯେମିତି କାମ ନ କରିବାର ସଂକଳ୍ପ ନେଇଥାନ୍ତି ବାବୁମାନେ। ଦପ୍ତର ଛଡା ବାହାରେ ମଧ୍ୟ ଭୋଜିଭାତ, ମଉଜମସ୍ତି, ପିକ୍‌ନିକ୍‌, ମଦ୍ୟପାନ, ପାର୍ଟ୍‌ି, ଫୁଲତୋଡ଼ା ଓ ଡାଏରୀ ଆଦାନପ୍ରଦାନ ତଥା ସମ୍ଭ୍ରାନ୍ତ ଲାଞ୍ଚ ଓ ତୋଷାମଦିରେ ଦିନଟି କଟିଯାଉ ବୋଲି ସମସ୍ତେ ଯେପରି ମାନସିକସ୍ତରରେ ଚାହାନ୍ତି। ହୋଟେଲ ଓ କ୍ଲବ୍‌ଗୁଡ଼ିକରେ ସେଦିନ ରେଭ୍‌ ପାର୍ଟି, ଡିଜେ ପାର୍ଟିଠାରୁ ଆରମ୍ଭ କରି କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର, ୱାଇଫ୍‌-ସ୍ବାପିଙ୍ଗ୍‌ ଭଳି ଅନେକ ଅନୈତିକ କାର୍ଯ୍ୟ ହୁଏ। ସେଇ ଗୋଟିଏ ଦିନରେ ଯେତିକି ଛେଳିମେଣ୍ଢାକୁକୁଡା ବଳି ପଡନ୍ତି, ସାରାବର୍ଷରେ ସେତିକି ପଡୁ ନ ଥିବେ। ବର୍ଷର ପ୍ରଥମ ଦିନରେ କେତେଜଣ ନିରୋଳାରେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି ଯେ ବର୍ଷଟି ଭଲରେ କଟୁ? ଲୋକେ ବୋଧହୁଏ ଭାବନ୍ତି ଭଗବାନଙ୍କ ଅପେକ୍ଷା ତାଙ୍କ ଉପରିସ୍ଥ ଅଧିକାରୀ ଓ ନେତାମନ୍ତ୍ରୀମାନେ ଚାହିଁଲେ ତାଙ୍କ ଆଗାମୀ ବର୍ଷଟି ଆହୁରି ଭଲରେ କଟିବ। ସେଦିନ ତେଣୁ ସେମାନେ ଦରକାର ପଡିଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ସ୍ଥଗିତ କରିଦେବେ, ମାତ୍ର ନିଜ ଭୌତିକ ଜଗତର ପ୍ରଭୁଙ୍କୁ ଦର୍ଶନ କରିବାକୁ ଭୁଲିବେ ନାହିଁ। ଅନେକ ପଦାସୀନ ଅଧିକାରୀ ଓ ମନ୍ତ୍ରୀଙ୍କ ଘରେ ଓ ଅଫିସ୍‌ରେ ଦର୍ଶନାର୍ଥୀମାନେ କୃପାଲାଭ ଆଶାରେ ନିର୍ଲଜ୍ଜ ଭାବେ ଲାଇନ୍‌ ଲଗେଇ ଠିଆହୋଇ ରହିଥାନ୍ତି। ବିଭିନ୍ନ ଦାମୀ ଉପଢୌକନ, ଡାଏରୀ, ଗ୍ରୀଟିଙ୍ଗ୍‌ସ, ଫୁଲତୋଡା, ମିଠା ଓ ଟଙ୍କା ପ୍ୟାକେଟ୍‌ରେ ସେମାନଙ୍କ ଦପ୍ତର ପୂରିଉଠେ। ଡାଇବେଟିସ୍‌ ଭୋଗୁଥିବା ଏ ରୋଗୀମାନେ କେତେ ମିଠା ପ୍ୟାକେଟ୍‌ ବା ଖାଇପାରିବେ? ଡାଏରୀ ମଧ୍ୟ ଜଣଙ୍କର କେତୋଟି ଲୋଡ଼ା? କିଛି ଲୋକ ନିଜ କର୍ମଚାରୀ ଓ ବନ୍ଧୁବାନ୍ଧବଙ୍କୁ ମାଗଣାରେ ପାଇଥିବା ଡାଏରୀ ବାଣ୍ଟିଦିଅନ୍ତି। ବାଣ୍ଟିଲା ପରେ ମଧ୍ୟ ଯେତିକି ବଳେ ପିଲାଙ୍କ ରଫ୍‌ଖାତା ହୁଏ। ଫୁଲତୋଡାରୁ କିଛି ମଧ୍ୟ ରିସାଇକ୍ଲିଙ୍ଗ୍‌ ହୋଇ ଅନ୍ୟ କାହା ଦପ୍ତରରେ ପହଞ୍ଚେ। ତା’ ପର ଦିନକୁ ସେ ମଉଳା ଫୁଲସବୁ ମାଟିରେ ମିଶେ, ଗ୍ରୀଟିଂସ୍‌ ସବୁ ଯାଏ ରଦ୍ଦି କାଗଜଗଦାକୁ। ଯେଉଁ ବାବୁଭାୟାମାନଙ୍କୁ ସେଦିନ ଏତେ ମିଠା ପ୍ୟାକେଟ୍‌ ଦିଆଯାଏ ସେମାନଙ୍କ ଭିତରୁ ଅନେକେ ମଧୁମେହରେ ପୀଡିତ ଓ ତାଙ୍କ ସ୍ତ୍ରୀ ପିଲାମାନେ ସ୍ବାସ୍ଥ୍ୟ ସଚେତନ ହୋଇ ପ୍ରତ୍ୟହ ଜିମ୍‌ ଯାଉଥିବାରୁ ଏ ମିଠା ସବୁ ତାଙ୍କର କିଛି କାମରେ ଆସେନା। ବାସ୍ତବରେ ଏହା ତେଲିଆ ମୁଣ୍ଡରେ ତେଲ ମାରିବା ଛଡ଼ା କିଛି ନୁହେଁ। ଯାହାର ଯାହା ଦରକାର ନ ଥାଏ, ଆମେ ତା’ ମୁଣ୍ଡରେ ତାହା ଢାଳୁ। ମାତ୍ର ଯିଏ ପ୍ରକୃତରେ ଅଭାବୀ ତା’ କଥା ବୁଝୁନା। ବାହାଘରରେ କାହା ଘରକୁ ଗଲେ ଆମେ ଟଙ୍କା ଭର୍ତ୍ତି ଲଫାପା ଉପହାରରେ ଦେଇ ଆସୁଚୁ। ଯିଏ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବାହାଘର କରୁଚି ସିଏ କ’ଣ ଆମ ଉପହାର ଟଙ୍କାକୁ ଅପେକ୍ଷା କରି ବସିଚି? ମାତ୍ର ରୋଗୀ ଜଣକୁ ଦେଖିବାକୁ ଡାକ୍ତରଖାନାକୁ ଗଲେ ଆମେ ଖାଲି ହାତରେ ବା ଅତିବେଶିରେ ଆପଲ୍‌ କେଜିଏ କି ହର୍ଲିକ୍‌ସ ବୋତଲଟେ ନେଇ ଯାଉଛେ। ଚିକିତ୍ସା ପାଇଁ ହୁଏତ ତା’ର ଟଙ୍କାର ଆବଶ୍ୟକତା ଥାଇପାରେ। ମାତ୍ର ସେଥିପ୍ରତି ଆମର ଦୃଷ୍ଟି ଯାଏନା। ଠିକ୍‌ ସେଇଭଳି ନୂଆବର୍ଷରେ ବହୁ ଅସହାୟ, ଅନାଥ, ବୃଦ୍ଧ ଓ ଶିଶୁ ଶୀତରେ ଥରୁଥିଲା ବେଳେ ତାଙ୍କୁ ଯଦି କମ୍ବଳଟିଏ ଦେଇପାରନ୍ତେ, ଆହୁରି ବେଶି ପୁଣ୍ୟ ମିଳନ୍ତା। ବନ୍ଧୁବର୍ଗଙ୍କୁ ବା ଉପରିସ୍ଥଙ୍କୁ ଶଙ୍ଖୋଳିବାରେ ମନା ନାହିଁ। ମାତ୍ର ଏ ଅଯଥା ବାହ୍ୟ ଚାକଚକ୍ୟ, ବାହାଦୁରି ଦେଖାଇବା ଅପେକ୍ଷା ଆମେ ଆମ ଆଚରଣର ପୁନଲୋକନ କରିବା ଦରକାର। ଡାଏରୀ ଓ ଗ୍ରୀଟିଂସ୍‌ ତିଆରି ହେବାରେ କେତେ ଗଛ କଟେ ତାହାର ହିସାବ କିଏ ରଖେ? ଏବେ ତ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ବା ଫୋନ୍‌ରେ ଗ୍ରୀନ୍‌-ୱିଶ୍‌ କରିହଉଚି। କ’ଣ ଦରକାର ଡାଏରୀ ଓ ଗ୍ରୀଟିଂସ୍‌ ଦେବା? ବରଂ ଡାଏରୀ ବଦଳରେ ଭଲ ବହିଟିଏ ଯଦି କାହାକୁ ଉପହାର ଦିଆହୁଅନ୍ତା, ଗ୍ରୀଟିଂସ୍‌ ବଦଳରେ ନିଜ ମନର ଭାବ ବ୍ୟକ୍ତ କରୁଥିବା ଗୀତଟିଏ, ମ୍ୟୁଜିକ୍‌ ସିଡୀଟିଏ କି ଗୀତଭର୍ତ୍ତି ପେନ୍‌ଡ୍ରାଇଭ୍‌ଟିଏ ଉପହାରର ତାଲିକାରେ ରହନ୍ତା, ତେବେ କେତେ ଭଲ ନ ହୁଅନ୍ତା। ଆମେ ଦିନଟିକୁ ଅନ୍ୟର ଶୁଭକାମନା କରିବାରେ ବିତାଇଲା ବେଳେ ଯଦି ମଦ୍ୟପାନ, ଦ୍ରୁତ ଗାଡିଚାଳନା, କାମ ନ କରି ଫୁର୍ତ୍ତି ମାରିବା, ୱାଇଫ୍‌-ସ୍ବାଫିଙ୍ଗ୍‌ କଲାଭଳି ନକାରାମତ୍କ ଚେତନାରୁ ଦୂରେଇ ରହିବାର ସଂକଳ୍ପ ନିଅନ୍ତେ ତେବେ କେଡ଼େ କଥା ନ ହୁଅନ୍ତା। ଆହୁରି ଭଲ ହୁଅନ୍ତା ଯଦି ସେ ଦିନଟି କାହା ମୁହଁରେ ଚେନାଏ ହସ ଫୁଟାଇବାର ଏକ ଅବସର ହୋଇପାରନ୍ତା। ଦିନଟିକୁ ସ୍ମରଣୀୟ କରିବାକୁ ଚାହୁଁଚେ ତ ସେଦିନ ଗଛଟିଏ ଲଗାଯାଉ, ଭୋକିଲା ଲୋକର ପେଟରେ ଦାନାଗଣ୍ଡେ ଦିଆଯାଉ, ଶୀତରେ ଥରୁଥିବା ଲୋକର ପିଠିକୁ କନା ଖଣ୍ଡେ ଦିଆଯାଉ। ଗୁମୁରିଗୁମୁରି କାନ୍ଦୁଥିବା ଅସହାୟ ଦୁଃସ୍ଥ ଦଳିତ ମଣିଷକୁ ଆଶ୍ୱାସନା ଟିକେ ଦିଆଯାଉ ଯେ, ବ୍ୟସ୍ତ ହୁଅନା ଭାଇ ଆମେ ତମ ସହ ଅଛୁ। ଏ ଦିନ ସ୍ବତନ୍ତ୍ର ହଉ, ସ୍ମରଣୀୟ ବି ହଉ। ମାତ୍ର ଏହା ହେଉ ଟିକେ ନିଆରା ଢଙ୍ଗରେ।
ଜିଲାପାଳ, ଯାଜପୁର, ମୋ- ୯୪୩୭୨୮୬୫୧୨

All Right Reserved By

ସମ୍ପାଦକୀୟ |

ନିଷ୍ଫଳ ଅନାସ୍ଥା

ନିଷ୍ଫଳ ଅନାସ୍ଥା

ଆକାର ପଟେଲ ମୋଦିଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଓ ବିପକ୍ଷରେ ୩୨୫ଟି ଭୋଟ ପଡ଼ିବା ବାସ୍ତବରେ ବିରୋଧୀ ଦଳଗୁଡ଼ିକ ପ୍ରତି ଅନାସ୍ଥା ପ୍ରକଟ କରୁଛି। ଏହି ସଂଖ୍ୟାକୁ ଦେଖିଲେ ଏ ଅନାସ୍ଥା ପ୍ରସ୍ତାବରୁ ବିରୋଧୀଙ୍କୁ କି ଲାଭ ମିଳିଲା ଓ ପ୍ରସଙ୍ଗ କୁଆଡ଼କୁ ଗଲା କିଛି ସ୍ପଷ୍ଟ ହେଉ ନାହିଁ। ଭୋଟ୍‌ର ଫଳାଫଳକୁ ଦେଖି ବାସ୍ତବରେ କେହି ବିସ୍ମିତ ନୁହନ୍ତି। କେବଳ ଶିବସେନାର କାର୍ଯ୍ୟ ବ୍ୟତୀତ (ଏହାର ଉଦ୍ଦେଶ୍ୟ କ’ଣ ପରେ ଆମେ ଆଲୋଚନା କରିବା) ଗୃହରେ ଏପରି କିଛି ଘଟଣା ଘଟିଲା ...

ପର୍ବତ ଗୁମ୍ଫାରେ ସତର ଦିନ

ପର୍ବତ ଗୁମ୍ଫାରେ ସତର ଦିନ

ପ୍ରକାଶ ତ୍ରିପାଠୀ ସମ୍ପ୍ରତି ଥାଇଲାଣ୍ଡର ପ୍ରଖ୍ୟାତ କାର୍ଟୁନିଷ୍ଟ ସିସିଡିଆଙ୍କର ଗୋଟିଏ କାର୍ଟୁନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି, ୧୨ଟି ବଣୁଆ ବାର୍‌ହା ଛୁଆ, ଗୋଟିଏ ବଡ଼ ବାର୍‌ହା ଓ କିଛି ଅନ୍ୟ ଜୀବଜନ୍ତୁ ଏକ ଜଳଭର୍ତ୍ତି ଅଣଓସାରିଆ ସୁଡ଼ଙ୍ଗ ବାଟ ଦେଇ ପହଁରି ପହଁରି ଯାଉଛନ୍ତି। ସୂଚନାଯୋଗ୍ୟ ଯେ, କାର୍ଟୁନିଷ୍ଟ ସିସିଡିଆ ଏହି କାର୍ଟୁନ ମାଧ୍ୟମରେ ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ପର୍ବତ ଗୁମ୍ଫାରେ ୧୭ଦିନ ଧରି ଫସି ରହିଥିବା ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଟିମ୍‌ (ଓ୍ବାଇଲ୍‌ଡ ବୋର୍ସ)ର ୧୨ଜଣ ସ୍କୁଲ ...

ସେଲିବ୍ରିଟି ଉଦ୍ୟୋଗୀ

ସେଲିବ୍ରିଟି ଉଦ୍ୟୋଗୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସମୟ ବଦଳିବା ସହ ଯୁବପିଢ଼ିର ରୁଚିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଗତିଶୀଳ ଚିନ୍ତାଧାରା ପୋଷଣ କରୁଥିବା କେତେକ ଯୁବତୀଯୁବକ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବାକୁ ପସନ୍ଦ କରୁଛନ୍ତି ଓ ସ୍ଥଳବିଶେଷରେ ସଫଳ ହେଉଛନ୍ତି। ପୂର୍ବରୁ ନିର୍ଦ୍ଦିଷ୍ଟ କେତୋଟି କ୍ଷେତ୍ର ଉପରେ ଆଧାରିତ ବ୍ୟବସାୟିକ ଚିନ୍ତାଧାରା ନେଇ ଜଣେ ଉଦ୍ୟୋଗୀ ହେଉଥିଲେ। ଏବେ ଏହାର ପରିସର ...

ଏଇ ଭାରତରେ

ଏଇ ଭାରତରେ

ସ୍କୁଲ୍‌ଛାତ୍ରଙ୍କୁ ସର୍ବସମ୍ମୁଖରେ ଅପମାନଜନକ ଦଣ୍ଡଦେବା ଭଳି ଘଟଣା ଜଣେ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଫଳ ସ୍ବରୂପ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣେସ୍ଥିତ ବିଶ୍ରାନ୍ତଓ୍ବାଡି ପୁଣେ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ରେ ଜୁଲାଇ ୧୭ରେ ଏପରି ଏକ ଘଟଣା ଘଟିଛି। ଆର୍ଯ୍ୟନ୍‌ ଅମିତ୍‌ ଓ୍ବଘ୍‌ମେୟାର ନାମକ ୧୦ବର୍ଷର ବାଳକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଶିକ୍ଷକ ଶ୍ୱେତ ଗୁପ୍ତା ଛାତ୍ରମାନଙ୍କ ସମ୍ମୁଖରେ ତାଙ୍କୁ ଦଣ୍ଡଦେଇଥିଲେ। ଛାତ୍ରର ମା’ ଅଦିତିଙ୍କ କହିବାନୁଯାୟୀ, ଶିକ୍ଷକ ଜଣକ ଗୋଟିଏ କଇଁଚି ଧରି ଆର୍ଯ୍ୟନ୍‌ଙ୍କ ମୁଣ୍ଡବାଳ ସମ୍ମୁଖ ଭାଗରୁ କା...

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ