Dharitri News
ସମ୍ପାଦକୀୟ |

ମନ୍ଦିର କାନ୍ଥରେ ନାରୀ ମୂର୍ତ୍ତି

ମନ୍ଦିର କାନ୍ଥରେ ନାରୀ ମୂର୍ତ୍ତି ଦେବଦତ୍ତ ପଟ୍ଟନାୟକ ଅନେକ ପାରମ୍ପରିକ ହିନ୍ଦୁ ମନ୍ଦିରରେ ଗୋଟିଏ ଜିନିଷ ଉପରେ ଅନେକଙ୍କ ଦୃଷ୍ଟି ପଡ଼ି ନ ଥାଏ। ତାହା ହେଉଛି ମନ୍ଦିର କାନ୍ଥରେ ଥିବା ନାରୀମାନଙ୍କ ମୂର୍ତ୍ତି। ଏ ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅନେକ ମୂର୍ତ୍ତି ହେଉଛି ସଂଗୀତଜ୍ଞାଙ୍କର, କେତେକ ମୂର୍ତ୍ତି ନର୍ତ୍ତକୀଙ୍କର। କେତେକ ନଗ୍ନ ମୂର୍ତ୍ତି ବି ଥାଏ। କେତେକ ଗଛକୁ ଜାବୁଡ଼ି ଧରିଥାନ୍ତି। କେତେକଙ୍କୁ ମାଙ୍କଡ଼ ହଇରାଣ କରୁଥାନ୍ତି। କେତେକ ଯୋଦ୍ଧା, କେତେକ ମାଆ ଓ ଆଉ କେତେକ ମନୋରଞ୍ଜନକାରୀ ଥାନ୍ତି। ପୁଣି ଶହ ଶହ ମହିଳା ବାହାର ଆଡ଼କୁ ଚାହିଁଥାନ୍ତି ଏବଂ ମନ୍ଦିରର ମୁଖ୍ୟ ଦେବତାଙ୍କୁ ବୃତ୍ତାକାରରେ ବେଢ଼ି ରହିଥାନ୍ତି। ଏ ନାରୀମାନେ କିଏ? ବେଳେବେଳେ ବୃତ୍ତାକାରରେ ନ ଥିବା ବେଳେ ଏହି ନାରୀମାନେ ବୁଦ୍ଧଙ୍କ ପାର୍ଶ୍ୱରେ ପରିଚାରକ ଭାବରେ ଥାଇ ତାଙ୍କର ଶକ୍ତି ଓ ଶୋଭା ବୃଦ୍ଧି କରିଥାନ୍ତି। କିନ୍ତୁ ହିନ୍ଦୁ ମନ୍ଦିରଗୁଡ଼ିକରେ ଦଶମ ଶତାବ୍ଦୀରୁ ନାରୀମାନଙ୍କ ମଣ୍ଡଳୀ ଦେଖିବାକୁ ମିଳିଥାଏ, ଯାହା ଉପରେ ସାଧାରଣତଃ କେହି ଧ୍ୟାନ ଦିଅନ୍ତି ନାହିଁ। ସାଞ୍ଚି ଓ ଅମରାବତୀ ପରି ବୌଦ୍ଧସ୍ତୂପର ରେଲିଂ (ବାଡ଼ା)ରେ ନାରୀମାନଙ୍କ ସର୍ବପୁରାତନ ମଣ୍ଡଳୀ ଦେଖିବାକୁ ମିଳେ। ମଧ୍ୟପ୍ରଦେଶ ଓ ଓଡ଼ିଶାର କେତେକ ସ୍ଥାନରେ ଚକ୍ରାକାରରେ ମନ୍ଦିରଗୁଡ଼ିକ ରହିଛି, ଯେଉଁଠି କୌଣସି କେନ୍ଦ୍ରୀୟ ଦେବତା ନ ଥାନ୍ତି। ସେଠାରେ ଏହି ନାରୀ ମୂର୍ତ୍ତିଗୁଡ଼ିକ ଭିତରକୁ ମୁହଁ କରିଥାନ୍ତି। ଗୁଜରାଟ, ମଧ୍ୟପ୍ରଦେଶ, କର୍ନାଟକ ଓ ମହାରାଷ୍ଟ୍ରର ମନ୍ଦିରଗୁଡ଼ିକରେ ଏହି ନାରୀମାନେ ବାହାରକୁ ମୁହଁ କରିଥାନ୍ତି। ସେହି ନାରୀମାନେ ଅପ୍‌ସରା, ଯୋଗିନୀ, ଦେବାଙ୍ଗନା, ବିଦ୍ୟାଧରୀ, ଯକ୍ଷିଣୀ, ଡାକିନୀ ଇତ୍ୟାଦି ବୋଲି ଅନେକ କଳା ଐତିହାସିକ କହିଥାନ୍ତି। କିନ୍ତୁ ସେମାନଙ୍କ ବିଷୟରେ ବେଶି କିଛି ଜଣା ନାହିଁ। ମହାଯାନ ବୌଦ୍ଧ ସମ୍ପ୍ରଦାୟରେ ହେବ୍ରାଜଙ୍କ ଚାରିପଟେ ମଣ୍ଡଳାକାରରେ ଯୋଗିନୀ ବେଢ଼ି ରହିଥିବାର ଏକ ଅବଧାରଣା ରହିଛି। ଏ ପ୍ରକାର ମୂର୍ତ୍ତି କାମ୍ବୋଡ଼ିଆରେ ଦେଖିବାକୁ ମିଳେ। ଭୁଟାନରେ ବଜ୍ରଯାନ ବୌଦ୍ଧ ମତ ଏବେ ବି ପ୍ରଚଳିତ ଅଛି। ସେଠାକାର ରାଜଧାନୀରେ ଏକ ବୁଦ୍ଧ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି, ଯେଉଁ ବୁଦ୍ଧ ହାତରେ ଏକ ବଜ୍ର ଧାରଣ କରିଛନ୍ତି। ତାଙ୍କ ଚାରିପଟେ ଅପ୍‌ସରାମାନେ ହାତରେ ପବିତ୍ରତାର ପ୍ରତୀକ କୁମ୍ଭ, ରତ୍ନ, ପଦ୍ମ ପ୍ରଭୃତି ଧାରଣ କରି ବେଢ଼ି ରହିଛନ୍ତି। ହିନ୍ଦୁଧର୍ମରେ ତନ୍ତ୍ରଶାସ୍ତ୍ରରେ ୬୪ ଯୋଗିନୀଙ୍କ ମଝିରେ ଭୈରବ ନୃତ୍ୟ କରୁଥିବାର ଅବଧାରଣା ରହିଛି। କାମ୍ବୋଡ଼ିଆର ଆଙ୍ଗ୍‌କୋରଓ୍ବାଟ୍‌ଠାରେ ଥିବା ବିଶାଳ ଶିବ ମନ୍ଦିର ଚାରିପଟେ ଶହ ଶହ ନୃତ୍ୟରତ ଅପ୍‌ସରାଙ୍କ ମୂର୍ତ୍ତି ରହିଛି। ତେବେ ଶିବଙ୍କ ଶକ୍ତି ଓ ଶକ୍ତିଙ୍କ ମଣ୍ଡଳରୁ ଆଧ୍ୟାତ୍ମିକ ଶକ୍ତି ଆହରଣ ପାଇଁ ଏହା କ’ଣ ବୃହତ୍‌ ତାନ୍ତ୍ରିକ ମଣ୍ଡଳ? ଶିବଙ୍କ ରେତଃରୁ ତାଙ୍କ ମହାବୀର ପୁତ୍ର କାର୍ତ୍ତିକେୟଙ୍କୁ ଜନ୍ମ ଦେବା ପାଇଁ ବହୁ ନାରୀଙ୍କ ଆବଶ୍ୟକତା ପଡ଼ିଥିଲା ବୋଲି ଅନେକ ଲୋକକଥା ରହିଛି। ଏହି ଧାରଣାରୁ କ’ଣ ଗୋପୀମାନଙ୍କ ମଝିରେ ରାସଲୀଳାରେ କୃଷ୍ଣ ନୃତ୍ୟ କରିବାର ଅବଧାରଣା ଆସିଛି? ଆମେ ଏପରି ଅନୁମାନ କରିପାରିବା ମାତ୍ର, କାରଣ ବୌଦ୍ଧ ହେଉ ବା ହିନ୍ଦୁ ବା ତାନ୍ତ୍ରିକ ବା ବୈଷ୍ଣବ ପରମ୍ପରାରେ ଥିବା ନାରୀ ମଣ୍ଡଳଗୁଡ଼ିକ ମଧ୍ୟରେ କୌଣସି ଯୋଗସୂତ୍ର ଥିବାର କିଛି ପ୍ରମାଣ ନାହିଁ। ହିନ୍ଦୁ, ବୌଦ୍ଧ ଓ ଜୈନ ଲୋକ ବିଶ୍ୱାସ ଅନୁସାରେ ବୀର୍ଯ୍ୟକ୍ଷୟରୁ ମୃତ୍ୟୁ ଏବଂ ବୀର୍ଯ୍ୟ ସଂରକ୍ଷଣରୁ ଅମରତ୍ୱ ଲାଭ ହୋଇଥାଏ। ତାନ୍ତ୍ରିକ ଯୁଗରେ ବଜ୍ରୋଲି, ସହଜୋଲି ଓ ଊର୍ଦ୍ଧ୍ୱରେତାମାନେ ଆବିର୍ଭୂତ ହୋଇଥିଲେ। ଯେଉଁ ସାଧକ ବୀର୍ଯ୍ୟ ସଂରକ୍ଷଣ କରି ରଖିପାରେ, ଜିତେନ୍ଦ୍ରିୟ ହୋଇପାରେ ସେ ଜଣେ ଏପରି ସ୍ବତନ୍ତ୍ର ତାଲିମପ୍ରାପ୍ତ ଜିତେନ୍ଦ୍ରିୟା ନାରୀ ସହ ରମଣ (ତାହା ଏକ ସାଧନା, ଯେଉଁଥିରେ ଦେହଭୋଗ ନ ଥାଏ) କରନ୍ତି, ଯିଏ ତାଙ୍କୁ ଊର୍ଦ୍ଧ୍ୱରେତା କରାଇ ଦିଅନ୍ତି। ଏହାଦ୍ୱାରା ଉକ୍ତ ସାଧକ ଅତୀନ୍ଦ୍ରିୟ ଓ ଅଲୌକିକ ଶକ୍ତି ଲାଭ କରନ୍ତି। ଜଣେ ଦୁର୍ବଳ ପୁରୁଷ ଉକ୍ତ ନାରୀମାନଙ୍କ ସମ୍ମୋହନରେ ବଶୀଭୂତ ହୋଇଯାଇପାରନ୍ତି ଏବଂ ମରିଯାଇପାରନ୍ତି ବା ନିଜର ପୁରୁଷତ୍ୱ ହରାଇପାରନ୍ତି ଅଥବା ଉଭୟଲିଙ୍ଗୀ ବା ନାରୀ ହୋଇଯାଇପାରନ୍ତି। କିନ୍ତୁ ଜଣେ ଶକ୍ତିଶାଳୀ ପୁରୁଷ ସେମାନଙ୍କ ସମ୍ମୋହନକୁ ଅତିକ୍ରମ କରିବା ସହ ସେମାନଙ୍କ ନାରୀଶକ୍ତିକୁ ଉପଯୋଗ କରି ଅଲୌକିକ ଶକ୍ତିସମ୍ପନ୍ନ ସିଦ୍ଧ ପୁରୁଷ ହୋଇଯାଇପାରନ୍ତି। ତାନ୍ତ୍ରିକ ଲୋକକଥାରେ ନାରୀ ଦେଶର ଉଲ୍ଲେଖ ରହିଛି, ଯେଉଁଠାକୁ କୌଣସି ପୁରୁଷ ଯିବାକୁ ସାହସ କରନ୍ତି ନାହିଁ। କାରଣ ସେଠାକୁ ଗଲେ ସେମାନେ ନାରୀ ହୋଇଯାନ୍ତି। କେବଳ ହନୁମାନ ଓ ଗୋରଖନାଥ କୁଆଡ଼େ ସେଠାକୁ ଯାଇ ନିଜର ପୁରୁଷତ୍ୱ ରକ୍ଷା କରିପାରିଥିଲେ ଓ ମହାସିଦ୍ଧ ହୋଇପାରିଥିଲେ। ଏଥିରୁ ମନ୍ଦିରଗୁଡ଼ିକରେ ଥିବା ନାରୀ ମଣ୍ଡଳୀ ବିଷୟରେ ଚିନ୍ତା କରାଯାଇପାରେ। ତଥାପି ଏଗୁଡ଼ିକ ଅନୁମାନ ମାତ୍ର। (ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।) ଇମେଲ୍‌: devdutt@devdutt.com

ସମ୍ପାଦକୀୟ |

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ଚତୁର୍ଥ ଜାତୀୟ ସ୍ବାସ୍ଥ୍ୟ ଓ ପରିବାର ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌) ରିପୋର୍ଟ ଅନୁଯାୟୀ ସହରୀ ଭାରତର ୫୬ ପ୍ରତିଶତ ଲୋକ ଘରୋଇ ସ୍ବାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ବେଳେ ଗ୍ରାମୀଣ ଭାରତର ୪୯ ପ୍ରତିଶତ ଘରୋଇ ଚିକିତ୍ସାକୁ ପସନ୍ଦ କରୁଛନ୍ତି। ସରକାରୀ ଡାକ୍ତରଖାନାକୁ ଅଧିକ ରୋଗୀ କିଭଳି ଯାଇପାରିବେ, ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଯେତେ କହୁଥିଲେ ହେଁ ବାସ୍ତବତା ଉପରୋକ୍ତ ପରିସଂଖ୍ୟାନ ଦେଉଛି।

ସବୁ ତୁମ୍ଭ ପରସାଦ

ସବୁ ତୁମ୍ଭ ପରସାଦ

ବୈକୁଣ୍ଠନାଥ ମିଶ୍ର/ ପ୍ରଭୁ ବଡ଼ଠାକୁର ବଡ଼ଦେଉଳରେ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ସବୁ ବଡ଼ର ସମାହାରରେ ସକଳ ମାନବୀୟ ରୀତିନୀତି ମଧ୍ୟରେ ଓଡ଼ିଆଙ୍କ ମୁରବି ସାଜି ବିସ୍ମୃତିର କେଉଁ ଅଜଣା କାଳରୁ ଲୀଳା କରିଆସୁଛନ୍ତି। ମାନବୀୟ ଆଚାର, ବିଚାର, ବିହାର ଓ ସ୍ନାନଭୋଜନାଦି କର୍ମ ସମ୍ପାଦନା ସହ ସାମ୍ୟ, ମୈତ୍ରୀ ଓ କରୁଣାର ବାରି ସିଞ୍ଚନ କରି ଓଡ଼ିଆ ପ୍ରାଣରେ ଭରିଦେଇଛନ୍ତି ଆଧ୍ୟାତ୍ମିକତାର ଉଚ୍ଛ୍ବାସ। ନାଲି ଅଧରରେ ମୃଦୁହସ ଓ ଚିକ୍କଣ କଳାବଦନର ସଂଦର୍ଶନରେ ଯୁଗ ଯୁଗର ପାପନାଶନର ପରିତୃପ୍ତି। ସମସ୍ତ ଦୁଃଖ ମୋଚନର ଅଙ୍ଗୀକାରବଦ୍ଧତା ଯେପରି ଲାଖିରହିଛି ବାହୁଯୁଗଳରେ। ସେ ମହାବାହୁ! ଯୋଗୀର ଯୋଗ, ତପସ୍ବୀର ତପସ୍ୟା, ଭକ୍ତର ଭକ୍ତି, ଗୃହସ୍ଥର ଗାର୍ହସ୍ଥ୍ୟଧର୍ମ ଓ ନାରୀ ମର୍ଯ୍ୟାଦାର ଅପୂର୍ବ ଉଦାହରଣ ତାଙ୍କ ଶ୍ରୀକ୍ଷେତ୍ର ଧାମର ବିଶେଷତ୍ୱ। ଯେ କୌଣସି ମତବାଦୀ ପାଇଁ ତା’ ସ୍ବକୀୟ ମତର ସାକାର ରୂପାନ୍ତର ତାଙ୍କ ରୂପଲାବଣ୍ୟରେ ସନ୍ନିବେଶିତ। ସେ ଶୈବର ଶିବ, ଶାକ୍ତର ଶକ୍ତି, ବୈଷ୍ଣବର ବିଷ୍ଣୁ, ଗାଣପତ୍ୟର ଗଣପତି, ତାନ୍ତ୍ରିକର ଭୈରବ ଓ ବୌଦ୍ଧର ବୁଦ୍ଧ। କାହା ପାଇଁ ସେ ଖଣ୍ଡିତ ଦରଗଢା ତ କାହା ପାଇଁ ଅଖଣ୍ଡ। ସେଥିପାଇଁ ତାଙ୍କୁ ବନ୍ଦନା କରାଯାଇଛି- ”ଖଣ୍ଡାଖଣ୍ଡସ୍ବରୂପାୟ ଦୃଶ୍ୟାଦୃଶ୍ୟମାନାୟ ଚ। ସାକାର-ନିରାକାରାୟ ଜଗନ୍ନାଥାୟ ତେ ନମଃ।ା“ ସେ ଅପଲକ ଚକାଆଖି ଆଶ୍ୱାସନାର ଆଖି। ପୁଣ୍ୟାତ୍ମା ପାଇଁ ସେଥିରେ ଅଛି ଅଭୟ ଓ ପାପୀକୁ ତାଡ଼ନାର ସୂଚନା। ସେ ମାନବକୁ ଅହରହ ଚେତାବନୀ ଦେଉଥାଏ ଓ ନୀରବରେ କହୁଥାଏ- ରେ ମୂଢ଼ମତି ! ତୁ କ’ଣ କରୁଛୁ ନିଜେ ଜାଣିପାରୁନୁ। ପାପକର୍ମରେ ତୋର ଆଗ୍ରହ କିନ୍ତୁ ପାପର ଫଳ ଭୋଗିବାକୁ ତୋର ଘୋର କୁଣ୍ଠା। ଆଦୌ ପୁଣ୍ୟ ନ କରି ପୁଣ୍ୟଫଳରେ ତୋର ପ୍ରବଳ ଲାଳସା।...

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

ଡା. ଦ୍ୱିଜେଶ କୁମାର ପଣ୍ଡା/ ଆଜିକାଲି କମ୍ପ୍ୟୁଟର ଦୈନନ୍ଦିନ ଅନେକ କାର୍ଯ୍ୟରେ ନିୟୋଜିତ ହେଉଛି। ଯୋଗାଯୋଗ, ବ୍ୟବସାୟିକ କାରବାର, ଲୋକସଂପର୍କ ଏବଂ ଗବେଷଣା ଏହାଦ୍ୱାରା ସମ୍ଭବ ହେଉଛି। ବ୍ୟକ୍ତିଗତ ଖାତା, ଆଇଡି ଓ ଗୋପନୀୟ ତଥ୍ୟ ଏଥିରେ ସୁରକ୍ଷିତ ଥାଏ। ଆଜିକାଲି ଏହି ଗୁପ୍ତ ତଥ୍ୟ ଜାଣିବାର ଉପାୟ ବାହାରିଲାଣି। ଏହାକୁ ହ୍ୟାକିଂ କୁହାଯାଏ। ଅର୍ଥ ଆଦାୟ ପାଇଁ ଅସାମାଜିକ ବ୍ୟକ୍ତି ସୁରକ୍ଷା ବଳୟକୁ ଭେଦ କରି ଗୋପନୀୟ ତଥ୍ୟ ହାସଲ କରୁଛନ୍ତି। ୨୦୧୬ ମସିହାରେ ଆମେରିକାର ଜାତୀୟ ସୁରକ୍ଷା ପ୍ରତିନିଧିଙ୍କ ଅନେକ ଗୁପ୍ତ ତଥ୍ୟ ସାଡୋ ଓ ବ୍ରୋକର ନାମକ ଏକ ହ୍ୟାକିଂ ସଂସ୍ଥା ଅକ୍ତିଆର କରିଥିଲା। ଜୁନ୍‌ ୨୮ ତାରିଖରେ ବମ୍ବେ ବନ୍ଦର ସାଇବର ଆକ୍ରମଣର ଶିକାର ହୋଇଥିଲା। ହ୍ୟାକରମାନେ ବ୍ୟକ୍ତିଗତ ଇମେଲ୍‌ ଆକାଉଣ୍ଟରେ ପ୍ରବେଶ କରି ସେଥିରେ ଥିବା ବ୍ୟକ୍ତିର ବନ୍ଧୁମାନଙ୍କ ପାଖକୁ ଛଦ୍ମ ନାମରେ ଚିଠି ଲେଖି ପଇସା ମାଗୁଛନ୍ତି। ୨୦୧୭ ମସିହାରେ ରାନ୍‌ସମ୍‌ୱେର ଭାଇରସ୍‌ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ୨୦୧୮ ପାଇଁ ହ୍ୟାକରମାନେ ଅନେକ ବିପଜ୍ଜନକ ଆକ୍ରମଣ ଯୋଜନା ପ୍ରସ୍ତୁତ କରିସାରିଲେଣି। ବିଶ୍ୱର ଧନୀ ବ୍ୟକ୍ତିମାନଙ୍କୁ ସେମାନେ ଟାର୍ଗେଟ୍‌ କରିବେ। ଏଣୁ ୨୦୧୮ରେ ହ୍ୟାକିଂରୁ ମୁକ୍ତି ପାଇବା ପାଇଁ ଆମେରିକାସ୍ଥିତ ଇଣ୍ଟରନେଟ୍‌ ସୁରକ୍ଷା କମ୍ପାନୀ ‘ମ୍ୟାକେଫି’ ସତର୍କ କରାଇ ଦେଇଛି।...

ଏଇ ଭାରତରେ

ଦୁର୍ନୀତିର ହ୍ରାସ ଘଟିବ, ଲୋକଙ୍କ ନିକଟରେ କିଛି ଅଛପା ରହିବ ନାହିଁ, ସ୍ବଚ୍ଛତା ଫେରିବ-ଏମିତି ଚିନ୍ତାକରି ଦେଶରେ ପ୍ରଣୟନ କରାଯାଇଛି ସୂଚନା ଅଧିକାର ଆଇନ। ଏହି ଆଇନ ବଳରେ ଯେ କେହି ବ୍ୟକ୍ତି ସରକାରଙ୍କଠାରୁ ସୂଚନା ପ୍ରାପ୍ତ କରିପାରିବେ। କୌଣସି ଅନିୟମିତତା ହେଉଥିଲେ ତାହା ପଦାକୁ ଆଣିପାରିବେ। ଏହି ଆଇନ ପ୍ରଣୟନ ହେବା ପରେ ଅନେକ ସୂଚନାଧିକାର କର୍ମୀ ବାହାରିଲେଣି। ସେମାନେ ବହୁ ଗୋପନ କଥା ଲୋକଙ୍କ ସାମ୍ନାକୁ ଆଣିପାରୁଛନ୍ତି। କିନ୍ତୁ ଏମିତି କିଛି ସୂଚନାଧିକାର କର୍ମୀ ବୋଲାଉଥିବା ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ଆଇନକୁ ରୋଜଗାରର ମାଧ୍ୟମ କରିସାରିଲେଣି। ସୂଚନା ପ୍ରକାଶ କରିଦେବାର ଧମକ ଦେଇ ମୋଟାଅଙ୍କର ଅର୍ଥ ଆଦାୟ କରୁଛନ୍ତି। ସେମିତି ଜଣେ ମହିଳାଙ୍କୁ ଠାଣେ ପୋଲିସ ରବିବାର ସାରେ ଗିରଫ କରିଛି। ମହାରାଷ୍ଟ୍ରର ଠାଣେ ଅଞ୍ଚଳସ୍ଥିତ ଏକ ନ୍ୟୁଜ୍‌ ଚାନେଲର ଖବରଦାତା ତଥା ସୂଚନାଧିକାର କର୍ମୀ ଚାରୁଶିଳା ଆର୍‌ଟିଆଇର ଭୟ ଦେଖାଇ ଜଣେ ବିଲ୍‌ଡରଙ୍କଠାରୁ ୫୦ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ସେ ତାଙ୍କ ନାମରେ କଲ୍ୟାଣ-ଡୋମ୍ବିଭ୍ଲି ମ୍ୟୁନିସିପାଲ କର୍ପୋରେସନରେ କରିଥିବା ଅଭିଯୋଗ ଆଧାରରେ ସେ ନିର୍ମାଣ କରିଥିବା କୋଠା ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ବିଲ୍‌ଡର ଜଣକ ଗତ ୩ ତାରିଖରେ ଚାରୁଶିଳାଙ୍କୁ ୨ଲକ୍ଷ ଟଙ୍କା ଦେଇଥିଲେ। ଏ ସମ୍ପର୍କରେ ପୋଲିସରେ ମଧ୍ୟ ଅଭିଯୋଗ କରିିଥିଲେ। ରବିବାର ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଉ ୫ଲକ୍ଷ ଟଙ୍କା ଦିଆଯିବା ବେଳେ ପୋଲିସ ଚାରୁଶିଳାଙ୍କୁ ଗିରଫ କରିଛି। ତାଙ୍କ ନାମରେ ଅର୍ଥଶୋଷଣ ଅଭିଯୋଗରେ ଆଇପିସିର ଦଫା ୩୮୪ ଲଗାଯାଇଛି।

ସ୍ବାର୍ଥ ପାଇଁ ବିଦ୍ରୋହ

ସ୍ବାର୍ଥ ପାଇଁ ବିଦ୍ରୋହ

ଭାରତର ନ୍ୟାୟ ବ୍ୟବସ୍ଥା ପାଇଁ ୨୦୧୮ ଜାନୁୟାରୀ ୧୨ ଶୁକ୍ରବାର ଏକ କଳା ଦିବସ ଥିଲା। ସାଧାରଣ ନାଗରିକ ଭାବେ ଦେଖିଲେ ଏହା ଦେଶର ନ୍ୟାୟ ବ୍ୟବସ୍ଥାରେ ଘଟୁଥିବା ନକାରାତ୍ମକ ଦିଗକୁ ପଦାରେ ପକାଇଥିଲା। ସୁପ୍ରିମ୍‌କୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟି ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି. ଲୋକୁର ଏବଂ କୁରିଏନ୍‌ ଯୋଶେଫ୍‌ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଆଇନ ପାଠ ପଢ଼ିନାହଁୁ। ଆଜୀବନ ଚେଷ୍ଟା କରିଆସିଛୁ କେଉଁ ଉପାୟରେ ଥାନା ଓ ନ୍ୟାୟାଳୟଠାରୁ ଦୂରେଇ ରହିହେବ। କିନ୍ତୁ ଦେଶର ଭାରସାମ୍ୟ ରକ୍ଷା କରୁଥିବା ଉଚ୍ଚତମ ନ୍ୟାୟାଳୟର ଏହି ୪ଜଣ ବିଚାରପତିଙ୍କ ବ୍ୟବହାରରେ, କାହିଁକି କେଜାଣି ମନକୁ ଦୁଃଖ ଲାଗିଲା। ଏହି ଭାରତରେ ଅମଲାତନ୍ତ୍ରୀଙ୍କ ଦୁର୍ନୀତି ସାଧାରଣ ନାଗରିକକୁ ଅତିଷ୍ଠ କରିସାରିଲାଣି। ରାଜନୈତିକ ବ୍ୟକ୍ତିଙ୍କ ଅସତ୍ୟ ବାଣୀ ଏବଂ ବ୍ୟକ୍ତିଗତ ଲୋଭରେ ଦେଶବାସୀ ଜର୍ଜରିତ ହୋଇସାରିଲେଣି। କେବଳ ଦେଶର ସମ୍ପତ୍ତିକୁ ଲୁଟି ବଡ଼ ଶିଳ୍ପପତି କିମ୍ବା ବ୍ୟବସାୟୀ ପାଲଟିଥିବା ବ୍ୟକ୍ତି ଓ କର୍ପୋରେଟ୍‌ ଉପରୁ ଜନତାଙ୍କ ବିଶ୍ୱାସ ତୁଟିସାରିଲାଣି। ଏଭଳି ପ୍ରଚ୍ଛଦପଟରେ ଏକମାତ୍ର ସାହାଭରସା ଭାବେ ଦିଶୁଥିବା ନ୍ୟାୟାଳୟର ନ୍ୟାୟାଧୀଶମାନଙ୍କ ଏଭଳି ବ୍ୟବହାର ଏକ ହତାଶ ବାତାବରଣ ସୃଷ୍ଟି କରୁଛି। ଉପରୋକ୍ତ ୪ଜଣ ବିଚାରପତିଙ୍କ ଲାଇଭ୍‌ ଟେଲିକାଷ୍ଟ୍‌ ଦେଖିଲାବେଳକୁ ମନରେ ଅନେକ ପ୍ରଶ୍ନ ଉଠିଥିଲା। ଯଦି ଦେଶର କୌଣସି ହାଇକୋର୍ଟର ୪ଜଣ ବିଚାରପତି ଏଭଳି ସାମ୍ବାଦିକ ସମ୍ମିଳନୀ ଡକାଇ ନିଜର ଅବାଞ୍ଛିତ କ୍ଷୋଭ ପ୍ରକାଶ କରିଥାନ୍ତେ, ତେବେ ସେମାନଙ୍କ ଚାକିରି ଜୀବନରେ କେଉଁ ଦଶା ଭୋଗିବାକୁ ପଡ଼ିଥାନ୍ତା ତାହା କଳ୍ପନା ବାହାରେ। ତତ୍‌କ୍ଷଣାତ୍‌ ବଦଳି ହେବା ସହିତ ସେହି ଜଜ୍‌ମାନଙ୍କର ଡାକଠିକଣା ମିଳିବା କଷ୍ଟକର ହୋଇପଡ଼ିଥାନ୍ତା।

ଏଇ ଭାରତରେ

ଏଇ ଭାରତରେ

ଏହାକୁ କହିବ ଲୈଲା-ମଜ୍‌ନୁ ପ୍ରେମ। ଘରର ବାରଣ, ପୋଲିସର ନାଲିଆଖି, ଅଦାଲତର ନିଷ୍ପତ୍ତି, ସ୍ବଧାର ଗୃହର ପରାମର୍ଶ ଏପରି କି ଗାଁରେ ଦେଖାଦେଇଥିବା ଉତ୍ତେଜନା-କିଛି ପ୍ରଭାବ ପକାଇଲା ନାହିଁ ଯୁବତୀଙ୍କ ଉପରେ। ସଚ୍ଚାପ୍ରେମର ନିଦର୍ଶନ ଦେଖାଇ ସେ ବାଛିନେଲେ ପ୍ରେମିକଙ୍କ ଘରେ ସବୁଦିନ ଜୀବନସାଥୀ ହୋଇ ରହିବାକୁ। ଝିଅ-ପୁଅ ଯେତେବେଳେ ରାଜି, ସେଠି ପୋଲିସ ବା କ’ଣ କରିବ। ପରିବାର ଲୋକେ ବି ନିରୁପାୟ। ଘଟଣାଟି ଘଟିଛି ବିହାରର ଅର୍‌ଓ୍ବଲ ଜିଲା ଅନ୍ତର୍ଗତ ରୂପ୍‌ଚାଇ ଗ୍ରାମରେ। ଏହି ଗ୍ରାମର ଜଣେ ଉଚ୍ଚବର୍ଣ୍ଣର ଯୁବତୀ ଭଲପାଇ ବସିଲେ ଧନଞ୍ଜୟ କୁମାର ନାମକ ଜଣେ ଦଳିତ ବର୍ଗର ଯୁବକଙ୍କୁ। ପରସ୍ପରକୁ ଜୀବନସାଥୀ କରିନେବାର ନିଷ୍ପତ୍ତି ନେଲେ।

ସ୍ବପ୍ନର ରୂପାୟନ

ସ୍ବପ୍ନର ରୂପାୟନ

ଅଭିମନ୍ୟୁ ଧଳ/ ବଡ ହେଲେ କ’ଣ ହେବ?’ ବିଦ୍ୟାର୍ଥୀଙ୍କୁ ପ୍ରଶ୍ନ ପଚାରିଲେ ସେମାନେ କହିଥାନ୍ତି, ”ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସନିକ ଅଧିକାରୀ ହେବାକୁ ଆମେ ସ୍ବପ୍ନ ଦେଖୁଛୁ।“ ସେମାନେ ଜଣେ ବ୍ୟବସାୟୀ କିମ୍ବା କୃଷକ ହେବେ ବୋଲି କହି ନ ଥାନ୍ତି। କାଳିଦାସ କହିଥିଲେ: ”ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂ କୃଷିକର୍ମଣି। ତଦର୍ଦ୍ଧଂ ରାଜସେବାୟାଂ ଭିକ୍ଷା ନୈବ ଚ ନୈବ ଚ।“ ଅର୍ଥାତ୍‌ କିନ୍ତୁ ଆଜିକାଲି ଯୁଗ ବଦଳିଯାଇଛି, ବାଣିଜ୍ୟ ଓ କୃଷିକୁ ଛାଡ଼ି ସମସ୍ତେ ଚାକିରିମୁହଁା ଧରିଛନ୍ତି। ବାଣିଜ୍ୟ ପାଇଁ ପୁଞ୍ଜି ପ୍ରଥମ ବାଧକ ସାଜିଥିବା ବେଳେ ସରକାରୀ ନିୟମର ଜଟିଳତା ପାଇଁ ମନ ମରିଯାଏ। କୃଷି ତ କ୍ଷତିରେ ହିଁ ଚାଲିଛି। ଏହା ଆଉ ଗୌରବ ବହନ କରିପାରୁନି। ଶିଶୁଟି ଜନ୍ମ ହେବା ପରଠାରୁ ମା’ବାପାଙ୍କ ସ୍ବପ୍ନ ଆରମ୍ଭ ହୋଇଯାଏ। କେଉଁ ସ୍କୁଲରେ ପଢିବ, କିଭଳି ଚାକିରି କରିବ ସେଥିପାଇଁ ବେଶ୍‌ ଲାଗିପଡନ୍ତି। ଦିନରାତି ଏକ କରି, ମୁଠାମୁଠା ଅର୍ଥ ବ୍ୟୟ କରିବା ପରେ ତାଙ୍କ ସ୍ବପ୍ନ କ’ଣ ସାର୍ଥକ ହୁଏ? ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ପାଇଁ ଏହା ପ୍ରଥମ ପ୍ରତିବନ୍ଧକ ରୂପେ ଉଭା ହୋଇଛି।

ପ୍ରସାରଣ ହିଁ ଜୀବନ

ପ୍ରସାରଣ ହିଁ ଜୀବନ

ଡ. ଶରତ ଚନ୍ଦ୍ର ରଥ/ ଆମେ ବହୁ ବ୍ୟକ୍ତି, ବହୁ ଦୃଶ୍ୟ ଦେଖୁଛୁ, ମାତ୍ର ନିଜକୁ ଦେଖୁନାହୁଁ। ଏ କଥା ଶୁଣିଲା ମାତ୍ରେ ମନକୁ ଆସିବ ଯେ ଆମେ ତ ନିଜ ଶରୀରକୁ ଦେଖୁଛୁ, ଅଇନାରେ ନିଜ ମୁହଁକୁ ଦେଖିପାରୁଛୁ, ଆଉ ଦେଖୁନାହୁଁ କିପରି? ଏ କଥାର ଅର୍ଥ ହେଉଛି ଆମେ ନିଜର ଭିତର ରୂପ ଆଡକୁ ଧ୍ୟାନ ଦେଇନାହୁଁ, ଭିତର ସ୍ବର ଶୁଣିବାକୁ କାନ ଦେଇନାହୁଁ। ଚର୍ମଆଖିରେ ଭିତରକୁ ଦେଖିହେବ ନାହିଁ, ମର୍ମ ଆଖିରେ ଦେଖିହେବ। ବାହାର କାନରେ ନିଜକୁ ଶୁଣିହେବ ନାହିଁ, ଭିତର କାନରେ ଶୁଣିହେବ। ମନ ଦ୍ୱାରା ଏହା ସମ୍ଭବ ହେବନାହିଁ, ମନଠାରୁ ଆଉ ଏକ ବଡକଥା ଆମ ଭିତରେ ରହିଛି, ତାହା ହେଉଛି ବିବେକ ସତ୍ତା ଓ ବିଚାରବୋଧ। ବିବେକରୁ ବିଚାର ଆସେ, ଭୁଲ ଠିକ୍‌ ଜାଣିହୁଏ। ଭୁଲ ଠିକ୍‌ ଜାଣିପାରିବା ହିଁ ନିଜକୁ ଠିକ୍‌ ଅର୍ଥରେ ଦେଖିବା ଓ ନିଜକୁ ଠିକ୍‌ ଅର୍ଥରେ ଶୁଣିବା। ଏପରି ଦେଖିବା ଅର୍ଥ ନିଜ ସହ ଅନ୍ୟମାନଙ୍କୁ ମିଶାଇ ଦେଖିବା, ଅନ୍ୟମାନଙ୍କୁ ନିଜ ପରି ଦେଖିବା ଏବଂ ନିଜକୁ ଅନ୍ୟମାନଙ୍କ ଭିତରେ ଦେଖିବା। ଏପରି ଦେଖିଲେ ପରସ୍ପର ପ୍ରତି ଶ୍ରଦ୍ଧା, ସ୍ନେହ ବଢେ ଓ ମାନସିକ ଶାନ୍ତି ଅତୁଟ ରହେ। କେବଳ ନିଜକୁ ଦେଖିବା ଅର୍ଥାତ୍‌ ନିଜ ସୁବିଧା ପ୍ରତି ଦୃଷ୍ଟିଦେବା ହେଉଛି ସ୍ବାର୍ଥପରତା ଓ ସଂକୀର୍ଣ୍ଣତା। ଶ୍ରୀଅରବିନ୍ଦ ଏହାକୁ ସବୁଠାରୁ ବଡ ପାପ ବୋଲି କହିଛନ୍ତି। ସ୍ବାମୀ ବିବେକାନନ୍ଦ ସଂକୀର୍ଣ୍ଣତା ହିଁ ମୃତ୍ୟୁ ଓ ପ୍ରସାରଣ ହିଁ ଜୀବନ ବୋଲି କହିଛନ୍ତି।

‘ମୁଁ ବି’: ନିର୍ଯାତିତାଙ୍କ ସ୍ବର

‘ମୁଁ ବି’: ନିର୍ଯାତିତାଙ୍କ ସ୍ବର

ପ୍ରକାଶ ତ୍ରିପାଠୀ/ ପ୍ରତିବର୍ଷ ପରି ୨୦୧୭ ବର୍ଷର ପ୍ରଭାବଶାଳୀ ମଣିଷଙ୍କ ନାମ ଯେତେବେଳେ ଅନ୍ତର୍ଜାତୀୟ ପ୍ରତିଷ୍ଠିତ ପତ୍ରିକା ‘ଟାଇମ୍‌’ ପକ୍ଷରୁ ଘୋଷଣା କରାଗଲା, ସେତେବେଳେ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇଥିବେ ଏହାର ମୁଖ୍ୟ ଦାବିଦାର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌। କାରଣ ୨୦୧୬ ଭଳି ୨୦୧୭ରେ ଟ୍ରମ୍ପ୍‌ଙ୍କୁ ପର୍ସନ ଅଫ୍‌ ଦ ଇୟର ଘୋଷଣା କରିବା ପାଇଁ ଟାଇମ୍‌ ପତ୍ରିକା ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲେ ହେଁ ତାଙ୍କର ଫଟୋ ସେସନ ଓ ଇଣ୍ଟରଭ୍ୟୁ ନିଆସରିଥିଲା ଓ ସେ ଆଶା କରିଥିଲେ, ସେ ୨୦୧୭ରେ ବି ନିଶ୍ଚିତ ପର୍ସନ ଅଫ୍‌ ଦ ଇୟର ହେବେ। ମାତ୍ର ସମସ୍ତଙ୍କୁ ଚକିତ କରି ୨୦୧୭ର ଶ୍ରେଷ୍ଠ ମଣିଷ କୌଣସି ଜଣେ ପୁରୁଷ ବା ମହିଳାଙ୍କୁ ନୁହେଁ, ବରଂ ବିଶ୍ୱର ଲକ୍ଷ ଲକ୍ଷ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘Me too’ ଅର୍ଥାତ୍‌ ‘ମୁଁ ବି’ ଭଳି ଏକ ସାମାଜିକ ଆନ୍ଦୋଳନକୁ ସମର୍ପିତ କରାଗଲା।

ଦୁର୍ବଳ ବୋଲିଂ

ଦୁର୍ବଳ ବୋଲିଂ

ଆକାର ପଟେଲ/ ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବେଳେ ମୁଁ ତା’ର ଅନେକାଂଶ ଦେଖିପାରି ନ ଥିଲି। ମୁଁ ଜଣେ କ୍ରିକେଟ୍‌ପ୍ରେମୀ ବୋଲି ଛଳନା କରେ, କିନ୍ତୁ ଯେଉଁ କାରଣରୁ ମୁଁ ଖେଳ ଦେଖେ ତାହା ହେଉଛି ମୋର ଜାତୀୟତାବାଦ। ଭାରତ ହାରିଲେ ମୁଁ ସହିପାରେ ନାହିଁ। ବିଶେଷତଃ ଆଜିକା ଦିନରେ, ଯେତେବେଳେ ଭାରତୀୟ ଦଳ ସେତେ ଦୁର୍ବଳ ନୁହେଁ, ଯେମିତି ସେ ଆଗରୁ ରହିଆସିଥିଲା। ଚତୁର୍ଥ ଦିନରେ କିଛି ମୁହୂର୍ତ୍ତ ପାଇଁ ମନେହେଉଥିଲା, ଯେମିତି ଆମେ ନିଶ୍ଚୟ ଜିତିବୁ। କିନ୍ତୁ ବାଉନ୍ସି ପିଚ୍‌ରେ ଭାରତୀୟମାନେ ଖେଳିପାରିଲେ ନାହିଁ। ଏମିତି କାହିଁକି ହେଲା? ଆସନ୍ତୁ ଏହାର କେତେକ ଦିଗ ଉପରେ ଦୃଷ୍ଟିପାତ କରିବା। ଆମ ଖେଳାଳିମାନେ ସବୁବେଳେ ବ୍ୟାଟିଂ ଉପରେ ଗୁରୁତ୍ୱ ଦେଇଥାନ୍ତି। ଆମେ ଯଦି ଆମର ଲଢ଼ୁଆ ଖେଳାଳିମାନଙ୍କର ତାଲିକା କରିବା, ତେବେ ପ୍ରଥମେ ଆସିବେ ଗାଭାସ୍କର, ତେନ୍ଦୁଲକର ଓ କୋହଲି। ପାକିସ୍ତାନୀମାନଙ୍କ ତାଲିକାରେ ଆସିବେ ଇମ୍ରାନ୍‌, ଓ୍ବାସିମ୍‌ ଓ ଓ୍ବାକର। ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ଙ୍କ ତୁଳନାରେ ଶ୍ରେଷ୍ଠ ବୋଲରଙ୍କ ସଂଖ୍ୟା ନଗଣ୍ୟ। ବିଭିନ୍ନ ଦେଶର ସର୍ବକାଳୀନ ୧୧ ଜଣିଆ ଖେଳାଳିଙ୍କ ତାଲିକା କଲାବେଳେ ଆମେ ଏହି କଥା ଦେଖିବା। ଉପମହାଦେଶ ପଟରୁ ଦେଖିଲେ ପାକିସ୍ତାନ ପଟରେ ଅଛନ୍ତି: ହନିଫ ମହମ୍ମଦ, ସଇଦ ଅନଓ୍ବାର, ଜାହିର ଆବ୍ବାସ, ଜାଭେଦ ମିଅଁାଦାଦ, ଇଞ୍ଜାମାମ ଉଲ ହକ୍‌, ୟୁନିସ୍‌ ଖାନ୍‌, ରଶିଦ ଲତିଫ, ଇମ୍ରାନ୍‌ ଖାନ୍‌, ଓ୍ବାସିମ ଆକ୍ରମ୍‌, ଓ୍ବାକର ୟୁନିସ୍‌ ଓ ଶୋଏବ ଅଖ୍‌ତର। ଭାରତ ପଟରେ ଅଛନ୍ତି: ଗାଭାସ୍କର, ସେହ୍ବାଗ, କୋହଲି, ତେନ୍ଦୁଲକର, ଡ୍ରାଭିଡ଼, ଗାଙ୍ଗୁଲି, ଧୋନି, କପିଳଦେବ, କୁମ୍ବଲେ, ଶ୍ରୀନାଥ ଓ ଜାହିର। କେଉଁ ଦଳ ଅଧିକ ସନ୍ତୁଳିତ ଓ ନିପୁଣ? ନିଶ୍ଚୟ ଆମ ଦଳ ନୁହେଁ। ଦୁଇ ଦଳ ଭିତରେ ଆମର ବୋଲିଂ ସାଇଡ୍‌ଟା ଦୁର୍ବଳ। ବ୍ୟାଟ୍‌ସମ୍ୟାନ୍‌ଙ୍କ ତୁଳନାରେ ଆମର ପରିଶ୍ରମୀ ବୋଲରଙ୍କ ସଂଖ୍ୟା କମ୍‌। ଖେଳର ଆଉ ଗୋଟିଏ ଦିଗ ଅଛି। ଆମ ଦଳ ହେଉଛି ଏକ ବ୍ୟାଟିଂ ଦଳ ଏବଂ ଆମେ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଲକ୍ଷ୍ୟ କରି ପିଚ୍‌ ତିଆରି କରୁଛୁ। ୨୦୦୯ରେ ଏସ୍‌. ରାଜେଶ ଏକ ପାରିସଂଖି୍ୟକ ବିଶ୍ଳେଷଣ କରିଥିଲେ, ଯେଉଁଥିରୁ ଜଣାଯାଏ ଆମ ପିଚ୍‌ଗୁଡ଼ିକ କିପରି ସହାୟକ ନୁହେଁ। ଆମ ଦେଶରେ ୪୦% ଖେଳ ଡ୍ର ରହିଲାବେଳେ ଦକ୍ଷିଣ ଆଫ୍ରିକାରେ ମାତ୍ର ୭% ଖେଳ ଡ୍ର ରହୁଛି। ସେହିପରି ଅଷ୍ଟ୍ରେଲିଆରେ ମାତ୍ର ୧୧% ଖେଳ ଡ୍ର ରହୁଛି। ଭାରତରେ ଖୁବ୍‌ ଅଧିକ ରନ୍‌ କରିବା କିଛି ବିଚିତ୍ର ନୁହେଁ। ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ହିଁ ଉଭୟ ପକ୍ଷ ପ୍ରାୟ ୨୦୦ ଲେଖାଏ ରନ୍‌ କରିଥିଲେ। ପ୍ରଥମ ଇନିଂସରେ ପ୍ରାୟତଃ କେବେ ଏଭଳି ଘଟେ ନାହିଁ। ଆମର ବୋଲରମାନଙ୍କ ପାଇଁ ଏଭଳି ପ୍ରଦର୍ଶନର ସୁଯୋଗ ହିଁ ନାହିଁ। ସେଥିପାଇଁ ଯେଉଁଭଳି ପିଚ୍‌ରେ ଆମେ ପ୍ରଥମ ଟେଷ୍ଟ ହାରିଲୁ ତାକୁ କୁହାଯାଉଛି ‘ସ୍ପୋର୍ଟିଂ ପିଚ୍‌’। କାରଣ ଏଗୁଡ଼ିକ ବୋଲରମାନଙ୍କୁ ସ୍ପୋର୍ଟିଂ ସୁଯୋଗ ଦେଇଥାନ୍ତି। ୨୦୦୦ରୁ ୨୦୧୦ ଭିତରେ ଖେଳାଯାଇଥିବା ଟେଷ୍ଟଗୁଡ଼ିକରେ ଯେଉଁ ୧୦ଟି ସ୍ଥାନକୁ ବୋଲରମାନଙ୍କ ପାଇଁ ସର୍ବୋତ୍ତମ ସ୍ଥାନ ବୋଲି କୁହାଯାଉଛି, ସେଥିମଧ୍ୟରୁ ଗୋଟିଏ ହେଲେ ଭାରତରେ ନାହିଁ। ଅନ୍ୟ ପକ୍ଷରେ ଯେଉଁ ୧୦ଟି ସ୍ଥାନକୁ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସର୍ବୋତ୍ତମ ସ୍ଥାନ ବୋଲି କୁହାଯାଉଛି, ସେଥିମଧ୍ୟରୁ ତିନୋଟି ଭାରତରେ ଅଛି, ଯଥା କଲିକତା, ବାଙ୍ଗାଲୋର ଓ ମୋହାଲି। ଏହିସବୁ କାରଣରୁ ଭାରତୀୟ ଖେଳାଳି ବୋଲିଂରେ ଦୁର୍ବଳ ଏବଂ ବ୍ୟାଟିଂରେ ସବଳ କିନ୍ତୁ ତାହା କେବଳ ଭାରତୀୟ ପିଚ୍‌ଗୁଡ଼ିକରେ। ଭାରତରେ ଅନେକ କ୍ରୀଡ଼ାପ୍ରେମୀ ସ୍ପିନର ଏବଂ ନୀଚା, ଧିମା ଓ ଧୂଳିଆ ପିଚ୍‌ରେ ଖେଳ ଦେଖିବାକୁ ଭଲ ପାଆନ୍ତି। କିନ୍ତୁ ମୋ ପରି ଅନେକେ ଦ୍ରୁତ ଓ ବାଉନ୍ସି ପିଚ୍‌ରେ ଖେଳ ଦେଖିବାକୁ ଭଲ ପାଆନ୍ତି, ଯେଉଁଠି ପ୍ରଥମ ସେସନ୍‌ରୁ ଅଧିକ ସମୟ ଧରି ଦ୍ରୁତ ବୋଲିଂ ଚାଲିଥାଏ। ....

ସଂକ୍ରାନ୍ତି ପୁରୁଷ

ସଂକ୍ରାନ୍ତି ପୁରୁଷ

ଡ. ପ୍ରଫୁଲ୍ଲ କୁମାର ସାହୁ/ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଓଡ଼ିଶା ପାଇଁ ଥିଲା ଏକ ସନ୍ଦିଗ୍ଧ ସମୟଖଣ୍ଡ। ବିପର୍ଯ୍ୟସ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ଏକ ବିଶାଳ ଭୂଖଣ୍ଡ। ସାହେବମାନଙ୍କ ହୁକୁମ୍‌ ଓ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ ବନ୍ଧାପଡ଼ିଥିଲା ଓଡ଼ିଆଙ୍କ ଭାଗ୍ୟ ଓ ଭବିଷ୍ୟତ। ଏହି କରୁଣ କାଳଖଣ୍ଡରେ ପ୍ରକୃତି ଦାଉ ସାଧିବାରୁ ନଅଙ୍କ ଦୁର୍ଭିକ୍ଷ (୧୮୬୬)ର କରାଳ ଗ୍ରାସରେ ଭାଙ୍ଗିଗଲା ଓଡ଼ିଆଜାତିର ମେରୁଦଣ୍ଡ। ସେହି ଦାରୁଣ ବିପର୍ଯ୍ୟୟରୁ ମୁକୁଳିବା ଆଗରୁ ପଡ଼ୋଶୀ ବଙ୍ଗାଳୀମାନଙ୍କ ପକ୍ଷରୁ ଚାଲିଲା ଓଡ଼ିଆଭାଷାକୁ ବଙ୍ଗଳାଭାଷାରେ ମିଶାଇଦେବାର ମସୁଧା (୧୮୬୮)। ସେମାନଙ୍କର ଏହି ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ଓଡ଼ିଆମାନଙ୍କ ଭିତରେ ଯେଉଁ ସାଂସ୍କୃତିକ ନବଜାଗରଣ ସୃଷ୍ଟି ହେଲା, ସଙ୍ଗଠକ ଫକୀର ମୋହନ ଥିଲେ ତା’ର ନେତା, ବ୍ରିଟିଶ ଭାଷାରେ ରିଙ୍ଗ ଲିଡର୍‌। ସଂକ୍ରାନ୍ତି ପୁରୁଷ ଫକୀର ମୋହନ, କେନ୍ଦ୍ରାପଡ଼ାର କୁଶିଳାରୁ ଆସି ବାଲେଶ୍ୱର ଜିଲାର ମଲ୍ଲିକାଶପୁରରେ ବସତି ସ୍ଥାପନ କରିଥିବା ବୀର ହନୁମଲ୍ଲଙ୍କ ବଂଶଧର। ମରହଟ୍ଟାଙ୍କଠାରୁ ସେନାପତି ଉପାଧି ପାଇଥିବା ହନୁମଲ୍ଲଙ୍କ ପରି ତାଙ୍କ ପଞ୍ଚମ ପିଢିର ଦାୟାଦ ଫକୀରମୋହନଙ୍କ ହାତରେ ଶତ୍ରୁଜୟୀ ଶାଣିତ ଅସ୍ତ୍ର ନ ଥିଲା ସତ, କିନ୍ତୁ ଅସ୍ତ୍ର ବଦଳରେ ତାଙ୍କ ହାତରେ ବିଧାତା ଧରାଇ ଦେଇଥିଲେ କାଳଜୟୀ କଲମ। ଫକୀରମୋହନଙ୍କ ପ୍ରାଥମିକ ଜୀବନ ଥିଲା ଦୁଃଖଦାରିଦ୍ର୍ୟ-ନିଷ୍ପେଷିତ। ପାରିବାରିକ ଉପତ୍ୀଡ଼ନ ଓ ଆର୍ଥିକ ଦୁଃସ୍ଥିତି କାରଣରୁ ଶିକ୍ଷାରେ ଡୋରିବାନ୍ଧି ଅଝାଲସିଲାଇ ଓ ନିମକବାହାଲରେ ତାଙ୍କୁ ଖୋଜିବାକୁ ହେଲା ଜୀବନ ଜିଇବାର ରାହା। ମାତ୍ର ଅଦୃଷ୍ଟର ଇଚ୍ଛା ଥିଲା ଅଲଗା। ପୁରାତନ ଧରଣର ଚାହାଳି ପାଠ, ପାର୍ଶି ସ୍କୁଲର ଉର୍ଦ୍ଦୁ ବିଦ୍ୟା ଓ ସାମାନ୍ୟ କିଛି ଆଧୁନିକ ପାଠ- ଏତିକି ମାତ୍ର ଶିକ୍ଷାଗତ ଯୋଗ୍ୟତାକୁ ସମ୍ବଳ କରି ସେ ପ୍ରବେଶ କଲେ ଶିକ୍ଷକତା ବୃତ୍ତିରେ।....

ରକେଟ୍‌ ମଣିଷ

ରକେଟ୍‌ ମଣିଷ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ୨୦୧୮ ଜାନୁୟାରୀ ୧୨ରେ ମହାକାଶକୁ ଭାରତର ୧୦୦ତମ ସାଟେଲାଇଟ୍‌ ପ୍ରେରଣ କରି ଇତିହାସ ରଚିଛି। ଏଭଳି ସଫଳତା ପଛରେ ରକେଟ୍‌ ମଣିଷ ଭାବେ ପରିଚିତ ପ୍ରସିଦ୍ଧ ବୈଜ୍ଞାନିକ କେ. ଶିବନ୍‌ଙ୍କ ଯୋଗଦାନ ଅନନ୍ୟ। କର୍ମଠ ଶିବନ୍‌ ପୋଲାର ସାଟେଲାଇଟ୍‌ ଲଞ୍ଚ୍‌ ଭେହିକିଲ (ପିଏସ୍‌ଏଲ୍‌ଭି) ଉତ୍‌କ୍ଷେପଣ ଲାଗି ମନୋନିବେଶ କରିଥିବା ବେଳେ ଏହାର ଦୁଇ ଦିନ ପୂର୍ବରୁ ତାଙ୍କ ପାଇଁ ଆସିଥିଲା ଖୁସି ଖବର । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଜାନୁୟାରୀ ୧୦ରେ ଶିବନ୍‌ଙ୍କୁ ମହାକାଶ ବିଜ୍ଞାନର ସଚିବ ତଥା ସ୍ପେସ୍‌ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲା। ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ। ଏ.ଏସ୍‌. କିରନ୍‌ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟରର ନିର୍ଦ୍ଦେଶକ ଥିବା ଶିବନ୍‌ ଦାୟିତ୍ୱ ଗ୍ରହଣ କରିବେ ବୋଲି ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ...