ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ
ନିକଟରେ ଆସିଥିଲା ‘ଡଲି କି ଡୋଲି’ ନାମରେ ବଲିଉଡ୍‌ ଫିଲ୍ମ। ଏହାର ମୁଖ୍ୟ ଚରିତ୍ରରେ ଥିଲେ ଅଭିନେତ୍ରୀ ସୋନମ୍‌ କପୁର। ଫିଲ୍ମଟିରେ ଜଣେ ମହିଳା (ସୋନମ୍‌) ବିଭିନ୍ନ ଅଞ୍ଚଳରେ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କିପରି ଧନସମ୍ପତ୍ତି ଲୁଟି ଚମ୍ପଟ ମାରୁଥିଲେ ତାହା ପ୍ରଦର୍ଶିତ ହୋଇଥିଲା। ସେହି ଫିଲ୍ମରୁ ପ୍ରେରଣା ପାଇ ଅନୁରୂପ ଏକ ମହିଳା ଗ୍ୟାଙ୍ଗ୍‌ ଗଢିଉଠିଛି ଉତ୍ତରପ୍ରଦେଶରେ। ଗ୍ୟାଙ୍ଗ୍‌ର ଜଣେ ମହିଳା ବିବାହ କରି ଏଭଳି ଠକୁଥିବା ଅଭିଯୋଗରେ ବୁଧବାର ଗିରଫ ହେବା ପରେ ସତ୍ୟ ପଦାକୁ ଆସିଛି। ଜାଣିବାକୁ ମିଳିଛି ଯେ, ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ହେଉଛନ୍ତି ଉକ୍ତ ମହିଳାଙ୍କ ସ୍ବାମୀ। ଗିରଫ ମହିଳା ଜଣକ ହେଲେ ପ୍ରୀତି। ଘର ତାଙ୍କର ଉତ୍ତରାଖଣ୍ଡ ରାଜ୍ୟର ଡେରାଡୁନ୍‌ରେ। ନିକଟରେ ପ୍ରୀତି ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବାହାହେବା ପାଇଁ ଝିଅ ପାଉ ନ ଥିବା ଏହି ଯୁବକଙ୍କୁ ପ୍ରୀତିଙ୍କ ସ୍ବାମୀ ମନାଇବାରେ ସମର୍ଥ ହୋଇଥିଲେ। ବେଶ୍‌ ଧୁମ୍‌ଧାମ୍‌ରେ ହେଲା ବାହାଘର। ପ୍ରୀତି ବିବାହ କରି ଗଲେ ଶାଶୁଘର। ପ୍ରଥମ ଦିନ ରାତିରେ ହିଁ ସେ ତାଙ୍କର କାରନାମା ଦେଖାଇଲେ। ସମସ୍ତେ ଶୋଇଯିବା ପରେ ପ୍ରୀତି ଘରର ମୂଲ୍ୟବାନ ସାମଗ୍ରୀ ଧରି ଛୁ ମାରିଲେ। ସକାଳେ ପରିବାରର ସମସ୍ତେ ଉଠି ଦେଖିଲେ ଘରେ ବୋହୂ ନାହିଁ। ଅନେକ ଖୋଜାଖୋଜି ପରେ ସେମାନେ ପୋଲିସରେ ଜଣାଇଲେ। ପୋଲିସ ଅନୁସନ୍ଧାନ କରି ପ୍ରଥମେ ପ୍ରୀତିଙ୍କୁ ଧରିଥିଲା। ପରେ ଧରାପଡିଲେ ତାଙ୍କ ସ୍ବାମୀ। ସେମାନଙ୍କୁ ପଚରାଉଚରା ବେଳେ ଜଣାପଡିଛି ଯେ, ପୂର୍ବରୁ ପ୍ରୀତି ଏହିଭଳି ମିଥ୍ୟା ବିବାହ କରି ୧୨ଜଣଙ୍କୁ ଲୁଟିଛନ୍ତି। ସେମାନଙ୍କର ଏକ ଗ୍ୟାଙ୍ଗ ମଧ୍ୟ ରହିଛି। ପୋଲିସ ଏହି ବୟାନ ଭିତ୍ତିରେ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନଙ୍କୁ ଖୋଜୁଛି।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...