ବାଣିଜ୍ୟ |

ବିମୁଦ୍ରୀକରଣ ପ୍ରକୃତ ପ୍ରଭାବ ମାପିବା କଷ୍ଟ

ବିମୁଦ୍ରୀକରଣ ପ୍ରକୃତ ପ୍ରଭାବ ମାପିବା କଷ୍ଟ
ନୂଆଦିଲ୍ଲୀ,୨୨-୧୨ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବିଭିନ୍ନ କ୍ଷେତ୍ର ଉପରେ ନିର୍ଭର କରେ। ତେଣୁ ବିମୁଦ୍ରୀକରଣ ଏହା ଉପରେ କେତେମାତ୍ରାରେ ପ୍ରଭାବ ପକାଇଛି ତାହା କହିବା କଷ୍ଟକର। ଲୋକ ସଭାରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପି. ରାଧାକ୍ରିଷ୍ଣନ ଏକ ଲିଖିତ ଉତ୍ତର ଦେଇ ଏହା କହିଛନ୍ତି। ସେ କହିଛନ୍ତି ପୁଞ୍ଜି, ସଞ୍ଚୟ, ବୈଷୟିକ ଜ୍ଞାନ କୌଶଳ, ଭିତ୍ତିଭୂମି, ସମ୍ବଳର ଉପଯୁକ୍ତ ବିନିଯୋଗ ଏବଂ ନୀତି ନିର୍ଦ୍ଧାରଣ ଆଦି ବିଭିନ୍ନ ଦିଗ ଉପରେ ଦେଶର ଅର୍ଥନୀତି ନିର୍ଭରଶୀଳ। ସବୁ କ୍ଷେତ୍ର ଆର୍ଥିକ ପ୍ରଗତିକୁ ପ୍ରଭାବିତ କରିଥାଏ। ଏହି ଦୃଷ୍ଟିରୁ ବିମୁଦ୍ରୀକରଣ କେତେମାତ୍ରାରେ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା କହିବା କଷ୍ଟକର ବୋଲି ରାଧାକ୍ରିଷ୍ଣନ କହିଛନ୍ତି। କେଉଁ କେଉଁ ଦୃଷ୍ଟିରୁ ସରକାର ବିମୁଦ୍ରୀକରଣର ପ୍ରଭାବ ଉପରେ ଅନୁଧ୍ୟାନ କରିଛନ୍ତି ପ୍ରଶ୍ନରେ ସେ ଏଭଳି ଉତ୍ତର ରଖିଛନ୍ତି। ୨୦୧୬-୧୭ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଆଧାର କରି ସେ କହିଛନ୍ତି, ବିମୁଦ୍ରୀକରଣ ମୋଟ ଘରୋଇ ଉତ୍ପାଦକୁ ସାମୟିକ ଭାବେ ପ୍ରଭାବିତ କରିଛି। ୨୦୧୭-୧୮ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଜିଡିପି ୬.୩% ହାରରେ ଅଭିବୃଦ୍ଧି ହାସଲ କରିଛି, ଯାହାକି ପ୍ରଥମ ତ୍ରୈମାସରେ ୫.୭% ଥିଲା। ଏହି ଦୃଷ୍ଟିରୁ ଭାରତୀୟ ଅର୍ଥନୀତି ନିଶ୍ଚଳ ହୋଇ ନାହିଁ ବୋଲି ସେ କହିଛନ୍ତି। ସେହିପରି ୨୦୧୬-୧୭ ଅର୍ଥନୈତିକ ସର୍ଭେ ରିପୋର୍ଟର ଦ୍ୱିତୀୟ ସଂଖ୍ୟା ଚଳିତ ବର୍ଷ ଅଗଷ୍ଟରେ ପ୍ରକାଶ ପାଇଥିବା ବେଳେ ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହାର ପ୍ରଭାବ ପ୍ରତିଫଳିତ ହୋଇଛି। ପୂର୍ବବର୍ଷ ତୁଳନାରେ ବିମୁଦ୍ରୀକରଣ ପରଠାରୁ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗୃହ ମୂଲ୍ୟରେ ମୁଦ୍ରାସ୍ଫୀତି ବଢିଥିବା ବେଳେ ଡିଜିଟାଇଜେଶନ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ସରକାର ମୁଖ୍ୟତଃ କଳାଧନ ମୂଳୋତ୍ପାଟନ, ଆତଙ୍କବାଦ ସଂସ୍ଥାକୁ ପାଣ୍ଠି ପ୍ରଦାନ ଏବଂ ନକଲି ନୋଟ ପ୍ରଚଳନ ବନ୍ଦ କରିବା ପାଇଁ ବିମୁଦ୍ରୀକରଣ କରିଥିଲେ। ବିମୁଦ୍ରୀକରଣ ପରେ ଅନ୍‌ଲାଇନ୍‌ କାରବାର ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। କାର୍ଡ ମାଧ୍ୟମରେ ପେମେଣ୍ଟ୍‌ ଯଥେଷ୍ଟ ବୃଦ୍ଧି ପାଇଛି। କିନ୍ତୁ ବିଶେଷ କରି ସ୍ବଳ୍ପ ମୂଲ୍ୟର କାରବାର କ୍ଷେତ୍ରରେ କାର୍ଡ ବ୍ୟବହାର ହେଉଥିବାରୁ ପ୍ରତି କାର୍ଡ ପିଛା ହାରାହାରି କାରବାର ପରିମାଣ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ପେମେଣ୍ଟ ବୃଦ୍ଧି ପାଇଥିବା ବେଳେ ସରକାର ମଧ୍ୟ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।
All Right Reserved By

ବାଣିଜ୍ୟ |

ରାଜ ଇଲେକଟ୍ରୋନିକ୍ସର ୨୨ତମ ଶୋ’ରୁମ ଶୁଭାରମ୍ଭ

ରାଜ ଇଲେକଟ୍ରୋନିକ୍ସର ୨୨ତମ ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୧୬-୧୦: ଇଲେକଟ୍ରୋନିକ୍ସର ପ୍ରମୁଖ ରିଟେଲ ଚେନ୍‌ ରାଜ ଇଲେକଟ୍ରୋନିକ୍ସ ପକ୍ଷରୁ ଏହାର ୨୨ତମ ମେଗା ଶୋ’ରୁମ ଯାଜପୁର ରୋଡ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଟାଟା ଷ୍ଟିଲର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ମଲ୍ଲିକ ଏବଂ ଶୋ’ରୁମର ସ୍ବତ୍ୱାଧିକାରୀ  ପ୍ରକାଶ ବିଶ୍ୱାଳ ଶୁଭାରମ୍ଭ କରିଛନ୍ତି। 

ସୌଭାଗ୍ୟ ଯୋଜନାରେ ରାଜ୍ୟଗୁଡିକୁ ମିଳିବ ୧୦୦ କୋଟି ପୁରସ୍କାର

ସୌଭାଗ୍ୟ ଯୋଜନାରେ ରାଜ୍ୟଗୁଡିକୁ ମିଳିବ ୧୦୦ କୋଟି ପୁରସ୍କାର

ନୂଆଦିଲ୍ଲୀ,୧୬-୧୦: କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌.କେ.ସିଂ ସୋମବାର ଏଠାରେ ଘରୋଇ ବିଦ୍ୟୁତୀକରଣ କାର୍ଯ୍ୟ ନେଇ ରାଜ୍ୟଗୁଡିକର ପ୍ରତିନିଧିଙ୍କ ସହ ଏକ ସମୀକ୍ଷା ବୈଠକରେ ବସିଥିଲେ। ଘରୋଇ ବିଦୁ୍ୟୁତୀକରଣ କାର୍ଯ୍ୟରେ ଶତପ୍ରତିଶତ ସଫଳତା ହାସଲ କରିଥିବା ରାଜ୍ୟଗୁଡିକୁ ସୌଭାଗ୍ୟ ଯୋଜନା ଅଧୀନରେ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ପୁରସ୍କାର ଦେବେ ବୋଲି ସେ ଘୋଷଣା କରିଛନ୍ତି। 

ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୧୦: ପେଟ୍ରୋଲ ଓ ଡିଜେଲର ଦାମ୍‌ ବଢ଼ିବା ତଥା ଖାଦ୍ୟ ପଦାର୍ଥ ମହଙ୍ଗା ହେବା କାରଣରୁ ପାଇକାରୀ ମୂଲ୍ୟ ସୂଚକାଙ୍କ(ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତି ସେପ୍ଟେମ୍ବରରେ ବୃଦ୍ଧି ପାଇ ଦୁଇ ମାସର ସର୍ବୋଚ୍ଚ ସ୍ତର ୫.୧୩%ରେ ପହଞ୍ଚତ୍ ଯାଇଛି।

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ନୂଆଦିଲ୍ଲୀ,୧୬-୧୦: ନଭେମ୍ବର ୪ରୁ ଇରାନ ବିରୋଧରେ ଆମେରିକାର କଟକଣା ଲାଗୁ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଭାରତ ବିକଳ୍ପ ବ୍ୟବସ୍ଥା କରିସାରିଛି। କଟକଣା ପରେ ଟଙ୍କା ମାଧ୍ୟମରେ ଇରାନରୁ ତେଲ କିଣିବା ଲାଗି ଭାରତ ପ୍ରସ୍ତୁତ ହେଉଛି। 

ପିସି ଜୁଏଲର୍ସର ଉତ୍ସବ ଅଫର

ପିସି ଜୁଏଲର୍ସର ଉତ୍ସବ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ପିସି ଜୁଏଲର୍ସ ପକ୍ଷରୁ ଉତ୍ସବ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ଗ୍ରାହକ ହୀରା, ସୁନା ଏବଂ ରୂପା ଗହଣାର ଗଢାମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। 

ଏସରର ମ୍ୟାଜିକ୍‌ ବକ୍ସ ଅଫର

ଏସରର ମ୍ୟାଜିକ୍‌ ବକ୍ସ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଟେକ୍ନୋଲୋଜି ବ୍ରାଣ୍ଡ ଏସର ଇଣ୍ଡିଆ ପକ୍ଷରୁ ପାର୍ବଣକୁ ଧ୍ୟାନରେ ରଖି ମ୍ୟାଜିକ ବକ୍ସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। 

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ନୂଆଦିଲ୍ଲୀ,୧୫-୧୦: ପାର୍ବଣକୁ ଦୃଷ୍ଟିରେ ରଖି ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେକୁ ଉନ୍ମୋଚନ କରାଯାଇଛି। ଏହା ଜୁପିଟରର ସ୍ବତନ୍ତ୍ର ଏଡିଶନ ହୋଇଥିବା ବେଳେ ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ସାମିଲ କରାଯାଇଛି।

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ଇଲେକଟ୍ରୋନିକ୍ସ ସାମଗ୍ରୀ ରିଟେଲିଂ ବ୍ୟବସାୟରେ ଏବେ ୩୬୦% ପ୍ରତିଦ୍ୱନ୍ଦ୍ୱିତା। ସଙ୍ଗଠିତ ଷ୍ଟୋଗୁଡିକ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ଦିଗରେ ବିଭିନ୍ନ ପଦକ୍ଷେପକୁ ଦୃଷ୍ଟି ଦେଉଛନ୍ତି। ଏହି ଧାରାରେ ଜାତୀୟ ସ୍ତରର ଲାର୍ଜ ଫର୍ମାଟ ଷ୍ଟୋର  ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି। ଏହା ସହ ଯୁବବର୍ଗଙ୍କ ମଧ୍ୟରେ ସ୍ମାର୍ଟଫୋନ ଏବଂ ସ୍ମାର୍ଟ ଡିଭାଇସର ଚାହିଦା ବଢୁଥିବାରୁ ଇଲେକଟ୍ରୋନିକ୍ସ ରିଟେଲିଂ ଷ୍ଟୋରଗୁଡିକର କଳେବରରେ ଏବେ ଢେର ପରିବର୍ତ୍ତନ ଆସିଛି। 

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

ନୂଆଦିଲ୍ଲୀ,୧୫-୧୦: ତାପଜ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପ୍ରଥମେ କୋଇଲା ଯୋଗାଣ ଲାଗି କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗଚ୍ଛିତ କମ୍‌ ଥିବା ଘରୋଇ ବିଦ୍ୟୁତ୍‌ ଉତ୍ପାଦନକାରୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି। 

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ଓ ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌)କୁ ଏନ୍‌ସିଏଲ୍‌ଟିରୁ ଜୋରଦାର ଝଟ୍‌କା ଲାଗିଛି।

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ନୂଆଦିଲ୍ଲୀ,୧୫-୧୦:ଚୋରି, ଦୁର୍ବ୍ୟହାର, ମହିଳାଙ୍କ ବିରୋଧରେ ଅପରାଧ ଭଳି ଘଟଣାର ଅଭିଯୋଗ କରିବା ଲାଗି ଟ୍ରେନ ଯାତ୍ରୀଙ୍କୁ ଏଣିକି ପରବର୍ତ୍ତୀ ଷ୍ଟେଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି। ଯାତ୍ରା କାଳରେ ଟ୍ରେନ ଯାତ୍ରୀ ମୋବାଇଲ ଆପ୍‌ ଜରିଆରେ ଯେକୌଣସି ଅପରାଧିକ ପ୍ରସଙ୍ଗରେ ଅଭିଯୋଗ କରିପାରିବେ।

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ସାଧାରଣ ଜନତା ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ରଖିଲେ। କିନ୍ତୁ ଆୟ ବହିର୍ଭୂତ ଟଙ୍କା ଜମା ରଖିବା ନେଇ ଏବେ ଆୟକର ବିଭାଗ ପକ୍ଷରୁ ବେନାମୀ ଆଇନ ଅଧୀନରେ ୧୦ ହଜାର ଜମାକାରୀଙ୍କୁ ନୋଟିସ ଜାରି କରାଯାଇଛି।