ବାଣିଜ୍ୟ |

ଜିଏସ୍‌ଟି, ବିମୁଦ୍ରୀକରଣ ଆଗକୁ ନିରନ୍ତର ବିକାଶ ଆଣିବ: ଆଇଏମ୍‌ଏଫ୍‌

ଜିଏସ୍‌ଟି, ବିମୁଦ୍ରୀକରଣ ଆଗକୁ ନିରନ୍ତର ବିକାଶ ଆଣିବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୨୨-୧୨- ଭାରତ ସରକାର ୨୦୧୬ ନଭେମ୍ବର ୮ରେ କରିଥିବା ବିମୁଦ୍ରୀକରଣ ଦ୍ୱାରା ଯେଉଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି ତାହା ସୀମିତ ସମୟ ପାଇଁ। ଆଗକୁ ଏହା ଦେଶର ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ସହାୟ ହେବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏଭଳି କୁହାଯାଇଛି। ଆଇଏମ୍‌ଏଫ୍‌ର ଇକୋନୋମିକ୍‌ କାଉନ୍‌ସିଲର ଆଣ୍ଡ୍‌ ଡାଇରେକ୍ଟର ଅଫ୍‌ ରିସର୍ଚ୍ଚ ମରିସ୍‌ ଓବ୍‌ଷ୍ଟାଫେଲଡ୍‌ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଏହା କହିଛନ୍ତି।
ସେ କହିଛନ୍ତି, ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସୀମିତ ସମୟ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରତିବନ୍ଧକ ସାଜିଥିଲେ ହେଁ ଦୀର୍ଘମିଆଦୀ ଭିତ୍ତିରେ ଏହା ଆର୍ଥିକ ପ୍ରଗିତ ପାଇଁ ସହାୟ ହେବ। ବିମୁଦ୍ରୀକରଣ ପ୍ରଭାବ କ୍ଷଣସ୍ଥାୟୀ। ଆଗକୁ ଏକ ସ୍ଥାୟୀ ଓ ନିରନ୍ତର ବିକାଶ ପ୍ରକ୍ରିୟା ସୃଷ୍ଟି ହେବ। ସେହିପରି ବର୍ତ୍ତମାନ ଜିଏସ୍‌ଟି ଲାଗୁ ହେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଦେଶ ଏହାକୁ ଧୀରେ ଧୀରେ ଗ୍ରହଣ କରୁଛି ବୋଲି ସେ କହିଛନ୍ତି। କେବଳ ବିମୁଦ୍ରୀକରଣ ଓ ଜିଏସ୍‌ଟି ନୁହେଁ ସରକାର ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କ୍‌ରପ୍ସି କୋଡ ମଧ୍ୟ ଲାଗୁ କରିଛନ୍ତି, ଯାହା କି ଦେଶର ଧାରଣୀୟ ବିକାଶ ସ୍ତରକୁ ବୃଦ୍ଧି କରିବା ସହିତ ବ୍ୟବସାୟିକ ବାତାବରଣକୁ ସମୃଦ୍ଧ କରିବ।
ସେହିପରି ସରକାର ବର୍ତ୍ତମାନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ପ୍ରଦାନ କରିବା ପାଇଁ କରିଥିବା ଘୋଷଣାକୁ ମଧ୍ୟ ମରିସ୍‌ ପ୍ରଶଂସା କରିଛନ୍ତି।

All Right Reserved By

ବାଣିଜ୍ୟ |

ସିଙ୍ଗାପୁର ସ୍ଥାୟୀ ବାସିନ୍ଦା ହୋଇଥାଆନ୍ତେ ନୀରବ ମୋଦି

ନୂଆଦିଲ୍ଲୀ,୧୯-୬ ଗହଣା ଡିଜାଇନର ନୀରବ ମୋଦି ଭାରତ ଛାଡି ଅନ୍ୟତ୍ର ପଳାୟନ କରିବା ପୂର୍ବରୁ ସିଙ୍ଗାପୁରର ସ୍ଥାୟୀ ବାସିନ୍ଦା ହେବା ପାଇଁ ଚେଷ୍ଟା କରୁଥିଲେ। ଏଥିପାଇଁ ନୀରବ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ ମଧ୍ୟ କରିଥିଲେ।

ରଦ୍ଦ ହୋଇଛି ନୀରବଙ୍କ ପାସ୍‌ପୋର୍ଟ:ଅନାୟାସରେ ବୁଲୁଛନ୍ତି ଏଦେଶରୁ ସେ ଦେଶ

ନୂଆଦିଲ୍ଲୀ, ୧୯-୬(ପି.ଟି.) ନୀରବ ମୋଦିଙ୍କ ପାସ୍‌ପୋର୍ଟକୁ ଭାରତ ସରକାର ରଦ୍ଦ କରିଥିଲେ ମଧ୍ୟ ସେ ଅତି ସହଜରେ ଏ ଦେଶରୁ ସେ ଦେଶ ବୁଲୁଛନ୍ତି। ଅନ୍ୟପକ୍ଷରେ ବହିଃବ୍ୟାପାର ମନ୍ତ୍ରଣାଳୟ ନୀରବଙ୍କ ପାସ୍‌ପୋର୍ଟ ରଦ୍ଦ କରିବା ଖବର ଇଣ୍ଟରପୋଲକୁ ଚଳିତ ବର୍ଷ ଫେବୃୟାରୀ ୨୪ରୁ ପ୍ରଦାନ କରାଯାଇଛି।

ଭୁବନେଶ୍ୱର ରେଳ ଷ୍ଟେଶନ:୧୫୦ ଦିନରେ ଶେଷ ହେଲା ତୃତୀୟ ଫୁଟ୍‌ ଓଭର ବ୍ରିଜ୍‌

ଭୁବନେଶ୍ୱର ରେଳ ଷ୍ଟେଶନ:୧୫୦ ଦିନରେ ଶେଷ ହେଲା ତୃତୀୟ ଫୁଟ୍‌ ଓଭର ବ୍ରିଜ୍‌

ଭୁବନେଶ୍ୱର, ୧୯-୬ ଭୁବନେଶ୍ୱର ରେଳ ଷ୍ଟେଶନରେ ତୃତୀୟ ଫୁଟ୍‌ ଓଭର ବ୍ରିଜ୍‌ କାର୍ଯ୍ୟ ୧୫୦ ଦିନ ମଧ୍ୟରେ ଶେଷ ହୋଇଛି। ୬ ମିଟର ଚଉଡା ବିଶିଷ୍ଟ ଏହି ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ୪ କୋଟି ଟଙ୍କା ଅର୍ଥ ବ୍ୟୟ କରାଯାଇଛି।

ଆର୍ଥିକ ଠକେଇକୁ ସ୍ବାଗତ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୯-୬ ବିମୁଦ୍ରୀକରଣ ପରେ ଦେଶରେ କ୍ୟାଶ୍‌ଲେସ୍‌ କାରବାର ବୃଦ୍ଧି ପାଇଛି। ଲୋକମାନେ ପିଓଏସ୍‌ ମେଶନ୍‌, ମୋବାଇଲ୍‌ ଓ୍ବାଲେଟ୍‌ ଆଦି ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ଅର୍ଥ କାରବାର ପାଇଁ ବହୁଳ ମାତ୍ରାରେ ଗ୍ରହଣ କରିଛନ୍ତି। କିନ୍ତୁ ଏବେ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଲୋକମାନଙ୍କ ସଚେତନତାକୁ ନେଇ ପ୍ରଶ୍ନ ଉଠାଇଛି।

ଟ୍ରେନ୍‌ ବିଳମ୍ବ ହେଲେ ମିଳିବ ମାଗଣା ଖାଦ୍ୟ

ଟ୍ରେନ୍‌ ବିଳମ୍ବ ହେଲେ ମିଳିବ ମାଗଣା ଖାଦ୍ୟ

ନୂଆଦିଲ୍ଲୀ, ୧୯-୬(ପି.ଟି.) ଯଦି ଆପଣ ରବିବାର ରେଳ ଯାତ୍ରା କରୁଛନ୍ତି ତା’ହେଲେ ହଇରାଣ ହୋଇ ପାରନ୍ତି। ହୁଏତ ନିର୍ଦ୍ଧାରିତ ସମୟ ଠାରୁ ଆପଣଙ୍କ ଟ୍ରେନ୍‌ ବିଳମ୍ବରେ ଚାଲିପାରେ।

ଜେଟ୍‌ଲୀଙ୍କ ସଙ୍କେତ:ତୈଳ ଉପରେ ଉତ୍ପାଦନ ଶୁଳ୍କ କମିବନି

ନୂଆଦିଲ୍ଲୀ,୧୯-୬ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମି ନ ପାରେ। ଏ ନେଇ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ସଙ୍କେତ ଦେଇଛନ୍ତି।

ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌

ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌

ବମ୍ବେ,୧୯-୬(ପି.ଟି.) ଏସ୍‌ବିଆଇ ନେତୃତ୍ୱରେ ଗଠିତ ବ୍ୟାଙ୍କ କନ୍‌ସୋର୍ଟିୟମ୍‌ ସହ ୯,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଖିଲାପ କରି ଦେଶରୁ ଫେରାର ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ୁଛି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାଲ୍ୟାଙ୍କ ବିରୋଧରେ ସାନି ଚାର୍ଜଶିଟ୍‌ ଦାଖଲ କରିଛି।

ସନ୍ଦୀପ ବକ୍ସି ହେଲେ ଆଇସିଆଇସିଆଇ ବ୍ୟାଙ୍କ ସିଓଓ

ସନ୍ଦୀପ ବକ୍ସି ହେଲେ ଆଇସିଆଇସିଆଇ ବ୍ୟାଙ୍କ ସିଓଓ

ନୂଆଦିଲ୍ଲୀ,୧୯-୬(ପି.ଟି.) ଭିଡିଓକନ୍‌ ଋଣ ମାମଲାର ଆଭ୍ୟନ୍ତରୀଣ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚର ଛୁଟିରେ ରହିବେ। ତାଙ୍କ ଦାୟିତ୍ୱ ସମ୍ଭାଳିବେ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ତଥା ସିଇଓ ସନ୍ଦୀପ ବକ୍ସି।

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ନେଇ ପ୍ରତିଶ୍ରୁତିବଦ୍ଧ:ଅର୍ଥମନ୍ତ୍ରୀ

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ନେଇ ପ୍ରତିଶ୍ରୁତିବଦ୍ଧ:ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୯-୬(ପି.ଟି.) ଚଳିତ ଆର୍ଥିକବର୍ଷ ସରକାର ନିର୍ଦ୍ଧାରିତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷ ୩.୩% ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ପେଟ୍ରୋଲ, ଡିଜେଲ କାର ଉପରେ ଆଗୁଆ କଟକଣା ଲଗାଇବ ଲଣ୍ଡନ

ବ୍ରିଟେନ୍‌,୧୯-୬ ଲଣ୍ଡନ ଏବଂ ବ୍ରିଟେନ୍‌ର ଅନ୍ୟାନ୍ୟ ସହରଗୁଡିକ ଆଗୁଆ ପେଟ୍ରୋଲ ଏବଂ ଡିଜେଲ କାର ବିକ୍ରି ଉପରେ କଟକଣା ଲଗାଇବେ। ଏ ନେଇ ଲଣ୍ଡନ ମେୟର ସାଦିକ୍‌ ଖାନ୍‌ ଏବଂ ବ୍ରିଟେନ୍‌ର ଅନ୍ୟାନ୍ୟ ସହରର ଲିଡର୍‌ମାନେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଛନ୍ତି।

ତୈଳ ଦର ନିୟନ୍ତ୍ରଣ:ଓପେକ୍‌ ଉପରେ ଚାପ ପକାଇବ ଭାରତ

ତୈଳ ଦର ନିୟନ୍ତ୍ରଣ:ଓପେକ୍‌ ଉପରେ ଚାପ ପକାଇବ ଭାରତ

ନୂଆଦିଲ୍ଲୀ,୧୯-୬ ଉଚ୍ଚ ତୈଳ ଦରକୁ ନେଇ ବର୍ତ୍ତମାନ ସାଧାରଣ ଖାଉଟି ଚିନ୍ତା ମଧ୍ୟରେ ଥିବାବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଶୋଧିତ ତୈଳ ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସଂଘ ଓପେକ୍‌ ଉପରେ ଚାପ ପକାଇବେ।

ଏୟାର୍‌ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା

ଏୟାର୍‌ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା

ନୂଆଦିଲ୍ଲୀ,୧୯-୬(ପି.ଟି.) ଋଣ ବୋଝରେ ବୁଡି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆ ପାଇଁ ଭବିଷ୍ୟତ କାର୍ଯ୍ୟବିଧି କ’ଣ ରହିବ ତାହା ଉପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀସମୂହ ସୋମବାର ଆଲୋଚନା କରିଛନ୍ତି।

Model This Week

ପ୍ରଭାତ