ବାଣିଜ୍ୟ |

ଏନ୍‌ପିଏସ୍‌ ପାଇଁ ଆଇସିଆଇସିଆଇର ଅନ୍‌ଲାଇନ୍‌ ବ୍ୟବସ୍ଥା

ଏନ୍‌ପିଏସ୍‌ ପାଇଁ ଆଇସିଆଇସିଆଇର ଅନ୍‌ଲାଇନ୍‌ ବ୍ୟବସ୍ଥା

ବମ୍ବେ, ୨୨-୧୨- ନ୍ୟାଶ୍‌ନାଲ୍‌ ପେନ୍‌ସନ୍‌ ସ୍କିମ୍‌(ଏନ୍‌ପିଏସ୍‌)ରେ ପଞ୍ଜୀକୃତ ହେବା ପାଇଁ ଗ୍ରାହକମାନଙ୍କ ସକାଶେ ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ବ୍ୟବସ୍ଥା ଆଣିଛି। ଗ୍ରାହକମାନେ ନିଜର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଆକାଉଣ୍ଟରେ ଅତି ସହଜରେ ଏନ୍‌ପିଏସ୍‌ରେ ପଞ୍ଜୀକୃତ ହୋଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଫଳରେ ଏଥର ଗ୍ରାହକମାନଙ୍କୁ ଏନ୍‌ପିଏସ୍‌ ପାଇଁ ଆଉ ବ୍ୟାଙ୍କ୍‌ ଶାଖାକୁ ଯିବାକୁ ପଡିବ ନାହିଁ। ଏଥି ସହିତ ଆଉ କେତେକ ପ୍ରମୁଖ ନିବେଶ ସ୍କିମ୍‌କୁ ଅନ୍‌ଲାଇନ୍‌ ଭିତ୍ତିରେ ପରିଚାଳନା କରିବା ପାଇଁ ଆଇସିଆଇସିଆଇ ଯୋଜନା କରୁଛି। ଏଥିପାଇଁ ପେନ୍‌ସନ ଫଣ୍ଡ୍‌ ରେଗୁଲେଟୋରୀ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଅଥରିଟି(ପିଏଫ୍‌ଆର୍‌ଡିଏ) ଏବଂ କେନ୍ଦ୍ରୀୟ ରେକର୍ଡ ସଂରକ୍ଷକ ଏଜେନ୍ସି ଏନ୍‌ଏସ୍‌ଡିଏଲ୍‌ ଇ-ଗଭର୍ନାନ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରୁଛି। ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଅନୁପ ବାଗ୍‌ଚୀ କହିଛନ୍ତି, ଆମର ଚିନ୍ତାଧାରା ହେଉଛି, ‘ରେଡି ଫର୍‌ ୟୁ। ରେଡି ଫର୍‌ ଟୁମରୋ’। ଆମେ ସର୍ବଦା ଗ୍ରାହକମାନଙ୍କୁ ନୂତନ ଏବଂ ଅତ୍ୟାଧୁନିକ ସେବା ପ୍ରଦାନ କରିବା ପାଇଁ ତତ୍ପରତା ପ୍ରକାଶ କରୁଛୁ।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ନୂଆଦିଲ୍ଲୀ,୧୯-୪(ପି.ଟି.) ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା ତଥା ଏୟାର୍‌ ଇଣ୍ଡିଆକୁ ଚଳାଇବାର ସାମର୍ଥ୍ୟ ରଖୁଥିବା କମ୍ପାନୀ ହିଁ ଏହାର ମାଲିକାନା ନେବା ପାଇଁ ନିଲାମ ଡାକିପାରିବେ। ଏହିଭଳି କମ୍ପାନୀ ହିଁ ଏୟାର୍‌ ଇଣ୍ଡିଆର ୭୬% ଅଂଶଧନ କିଣିବା ପାଇଁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ନୀରଜ ଗୁପ୍ତା ଏହା ପ୍ରକାଶ କରିଛନ୍ତି।

ଅବିରତ ଚାଲିଛି ନୋଟ୍‌ ଛପା

ଅବିରତ ଚାଲିଛି ନୋଟ୍‌ ଛପା

ନୂଆଦିଲ୍ଲୀ,୧୯-୪(ପି.ଟି.) ଅସ୍ବାଭାବିକ ଭାବେ ଚାହିଦା ବଢ଼ିବା କାରଣରୁ ଦେଶର କେତେକ ପ୍ରାନ୍ତରେ କ୍ୟାଶ୍‌ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପାଖାପାଖି ୭୦,୦୦୦ କୋଟି ଟଙ୍କାର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ ଛାପିବା ପାଇଁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍‌ ମିଣ୍ଟିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଏସ୍‌ପିଏମ୍‌ସିଆଇଏଲ୍‌)ର ୪ଟି ଯାକ କାରଖାନାରେ ଅବିରତ କାର୍ଯ୍ୟ ଚାଲିଛି।

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ ଗୁଡିକରେ ଟଙ୍କା ସମସ୍ୟା ସୁଧୁରିବାର ନା ନେଉନାହିଁ। ହଠାତ ଏପରି ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଛନ୍ତି। ଏଟିଏମ୍‌ରୁ ଟଙ୍କା ଗଲା କୁଆଡେ ସେ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ୨୦୧୭-୧୮ରେ ଏଟିଏମ୍‌ରୁ କ୍ୟାଶ ଉଠାଣ ଗତ ୭ବର୍ଷ ମଧ୍ୟରେ ସବୁଠାରୁ ତ୍ୱରାନ୍ବିତ ବୋଲି ଏକ ଆକଳନରୁ ଜଣାଯାଇଛି।

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ଗୁଡିକରେ ନୋଟ ସମସ୍ୟା ସୁଧୁରୁ ନ ଥିବା ବେଳେ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସମସ୍ୟାର ସମାଧାନ ଲାଗି ତତ୍ପରତା ଦେଖାଇଛନ୍ତି। କ୍ୟାଶ ସଙ୍କଟ ଭୋଗୁଥିବା ରାଜ୍ୟ ଗୁଡିକୁ ସରକାର ନୋଟ ଯୋଗାଣ ତ୍ୱରାନ୍ବିତ କରିଛନ୍ତି। ଗୁରୁବାର ବିହାରରେ ନଗଦ ସ୍ଥିତି ସୁଧାରିବା ପାଇଁ ଏଟିଏମ୍‌ ଗୁଡିକରେ ୮୦୦ରୁ ୯୦୦ କୋଟି ଟଙ୍କା ଭର୍ତ୍ତି ପାଇଁ ପ୍ରଦାନ କରାଯାଇଛି।

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

ନୂଆଦିଲ୍ଲୀ,୧୯।୪- ବିମୁଦ୍ରୀକରଣ ପରେ ସରକାର ୨୦୦୦ ଟଙ୍କିଆ, ୫୦୦ ଟଙ୍କିଆ ସମେତ ଅନ୍ୟାନ୍ୟ ନୂଆ ନୋଟ ବଜାରକୁ ଛାଡିଥିଲେ। ଏହା ସତ୍ତ୍ୱେ ଦେଶରେ ବର୍ତ୍ତମାନ ନଗଦ ନୋଟ ସଙ୍କଟ ଦେଖାଦେଇଛି।

ଟଳିନି ଏଟିଏମ୍‌ରେ ନଗଦ ସଙ୍କଟ

ଟଳିନି ଏଟିଏମ୍‌ରେ ନଗଦ ସଙ୍କଟ

ନୂଆଦିଲ୍ଲୀ,୧୯।୪- ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକରେ କ୍ୟାଶ ସଙ୍କଟ ଲାଗି ରହିଛି। ସ୍ଥିତି ସୁଧୁରିବ ବୋଲି ସରକାର କହୁଥିବା ବେଳେ ଲୋକମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି।

ଅକ୍ଷୟତୃତୀୟାରେ ସୁନା କିଣାକୁ ଫିକା ପକାଇନି ଚଢ଼ା ଦର

ଅକ୍ଷୟତୃତୀୟାରେ ସୁନା କିଣାକୁ ଫିକା ପକାଇନି ଚଢ଼ା ଦର

ଭୁବନେଶ୍ୱର,୧୯-୪(ବ୍ୟୁରୋ) ଅକ୍ଷୟତୃତୀୟା ଅବସରରେ ରାଜଧାନୀରେ ଗହଣା ଶୋ’ରୁମ୍‌ଗୁଡ଼ିକରେ ବୁଧବାର ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା। ଦର ଉଚ୍ଚା ରହିଥିବା ସତ୍ତ୍ୱେ ବିବାହ ଋତୁ ଚାଲିଥିବାରୁ ଏହା ସୁନା କ୍ରୟ ପାଇଁ ଖୋରାକ୍‌ ଯୋଗାଇଥିଲା। ପ୍ରବଳ ଖରାଯୋଗୁ ଦିନ ସମୟରେ ସେତେଟା ଭିଡ଼ ରହି ନଥିଲେ ମଧ୍ୟ ଅପରାହ୍ନ ୪ଟା ପରେ ପରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ସମଗ୍ର ରାଜ୍ୟରେ ଏହି ଦିନ ୧୦୦ରୁ ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।

ବଜାରରେ ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ

ବଜାରରେ ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ

ନୂଆଦିଲ୍ଲୀ,୧୯।୪- ପ୍ରମୁଖ ବାଇକ୍‌ ନିର୍ମାତା କମ୍ପାନୀ ବଜାଜ୍‌ ପକ୍ଷରୁ ଭଜାରକୁ ଆସିଛି ନୂଆ ପଲ୍‌ସର୍‌ ୧୫୦ ଟ୍ବିନ୍‌ ଡିସ୍କ। ଏହାର ଦିଲ୍ଲୀ ଏକ୍ସ ଶୋ ରୁମ୍‌ ମୂଲ୍ୟ ୭୮,୦୧୬ ଟଙ୍କା ରହିଛି।

ନୋଟ ଛାପିବାକୁ ନାହିଁ କାଳି, କାଗଜ

ନୋଟ ଛାପିବାକୁ ନାହିଁ କାଳି, କାଗଜ

ନୂଆଦିଲ୍ଲୀ,୧୯-୪ ଦେଶର ବିଭିନ୍ନ ଅଞ୍ଚଳରେ ଏଟିଏମ୍‌ରେ ଟଙ୍କା ଅଭାବ ଦେଖା ଦେଇଛି ବୋଲି ଖବର ସାମ୍ନାକୁ ଆସିବା ପରେ ଏବେ ଏହାର କାରଣ ଜାଣିବା ପାଇଁ ଉତ୍ସୁକତା ବଢ଼ୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ନୋଟ୍‌ ଛାପିବା ପାଇଁ ଆବଶ୍ୟକ ହେଉଥିବା କାଳି ଓ କାଗଜ ଭଳି କଞ୍ଚାମାଲ ଅଭାବରୁ ପୂର୍ବତୁଳନାରେ କମ୍‌ ନୋଟ ଛପା ହେଉଛି।

ରେଳ ସପ୍ତାହରେ ପୂର୍ବତଟ ରେଳପଥ ପୁରସ୍କୃତ

ରେଳ ସପ୍ତାହରେ ପୂର୍ବତଟ ରେଳପଥ ପୁରସ୍କୃତ

ଭୁବନେଶ୍ୱର,୧୯-୪ ଭାରତୀୟ ରେଳପଥ ଅନ୍ତର୍ଗତ ସମସ୍ତ ରେଳ ମଣ୍ଡଳ ମଧ୍ୟରୁ ପୂର୍ବତଟ ରେଳପଥ ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ମାଲ ପରିବହନ କରିଛି। ଏଥିପାଇଁ ପୂର୍ବତଟ ରେଳପଥକୁ ଭୋପାଳଠାରେ ଅନୁଷ୍ଠିତ ଜାତୀୟ ରେଳ ସପ୍ତାହ ଅବସରରେ ପୁରସ୍କୃତ କରାଯାଇଛି।

ବ୍ୟାଙ୍କ ଫେରାଇଦେଲା:‘ଆଧାର ନାହିଁ ବୋଲି ଖୋଲିପାରିଲିନି ସଞ୍ଚୟ ଜମା ଖାତା’

ବ୍ୟାଙ୍କ ଫେରାଇଦେଲା:‘ଆଧାର ନାହିଁ ବୋଲି ଖୋଲିପାରିଲିନି ସଞ୍ଚୟ ଜମା ଖାତା’

ନୂଆଦିଲ୍ଲୀ,୧୯-୪(ପି.ଟି.) ଆଧାର କାର୍ଡ ନାହିଁ ବୋଲି ଜଣେ ଅବସରପ୍ରାପ୍ତ ଆଇନ୍‌ଜୀବୀ ନିଜ ନାମରେ ଏକ ସଞ୍ଚୟ ଜମା ଖାତା ଖୋଲି ପାରିନାହାନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଏଥିରୁ ବଞ୍ଚିତ କରିଛନ୍ତି। ଖାତା ଖୋଲିବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନା ଦେଖାଇଥିଲେ ମଧ୍ୟ ଉକ୍ତ ଆଇନ୍‌ଜୀବୀଙ୍କ ଯୁକ୍ତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବେଖାତିର କରି ଦେଇଛି।

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୧୯-୪ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଏଟିଏମ୍‌ଗୁଡିକ ଟଙ୍କା ଶୂନ୍ୟ ହୋଇଯାଇଥିବା ବେଳେ ଏହାକୁ ନେଇ ଲୋକମାନେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ନାଟକ, ବିହାର, ମଧ୍ୟ ପ୍ରଦେଶ ଭଳି ରାଜ୍ୟଗୁଡିକରେ ଏଟିଏମ୍‌ରେ ଟଙ୍କା ଉପଲବ୍ଧତା ସ୍ଥିତି ଶୋଚନୀୟ ରହିଛି।