
ଭୁବନେଶ୍ୱର,୨୨-୧୨
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦ ତାରିଖରୁ ବିଶେଷ ଋଣମୁକ୍ତି ଶିବିରର ଆୟୋଜନ କରାଯାଇଛି। ଏହି ଶିବିର ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରୀୟ ସ୍ତରରେ ଏହା ଆୟୋଜିତ ହେଉଛି। ବ୍ୟାଙ୍କର କ୍ଷୁଦ୍ର ଋଣକର୍ତ୍ତାଙ୍କଠାରୁ ଆରମ୍ଭ କରି ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥିବା ଋଣକର୍ତ୍ତାଙ୍କ ଏନ୍ପିଏକୁ ଋଣ ପରିଶୋଧ ଭିତ୍ତିରେ ଏକକାଳୀନ ବନ୍ଦ କରିବା ପାଇଁ ଋଣକର୍ତ୍ତାଙ୍କ ସୁବିଧା ଅନୁଯାୟୀ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରାଯାଇଛି। କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ଶାଖାଗୁଡିକରେ ଏହି ଶିବିରର ଆୟୋଜନ ହେବାର ଯୋଜନା ରହିଛି।