Dharitri News
ଖେଳ |

ଓଡ଼ିଶା ଦଳର ହ୍ୟାଟ୍ରିକ ବିଜୟ

ଓଡ଼ିଶା ଦଳର ହ୍ୟାଟ୍ରିକ ବିଜୟ ଭୁବନେଶ୍ୱର,୨୨।୧୨(କ୍ରୀଡ଼ା ପ୍ରତିନିଧି)- ଜୁନିୟର ବର୍ଗର ଆଇ-ଲିଗ୍‌ ଫୁଟବଲରେ ପଦାର୍ପଣ କରିଥିବା ଓଡ଼ିଶା (କ୍ରୀଡ଼ା ଛାତ୍ରାବାସ ଦଳ) ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଶୁକ୍ରବାର ଦଳକୁ ବଡ଼ ସଫଳତା ମିଳିଛି। ଟୁର୍ନାମେଣ୍ଟର ଶକ୍ତିଶାଳୀ ଦଳ ଡିଏସକେ ଶିବାଜିଆନ୍ସକୁ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ୧-୦ ଗୋଲରେ ହରାଇ ହ୍ୟାଟ୍ରିକ ବିଜୟଲାଭ କରିଛି। ପୂର୍ବ ୨ଟି ମ୍ୟାଚରେ ଓଡ଼ିଶା ଦଳ ଫତେ ହାଇଦ୍ରାବାଦ ଏଏଫସିକୁ ୯-୦ ଓ ଅନନ୍ତପୁର ସ୍ପୋଟର୍‌ସ ଏକାଡେମୀକୁ ୨-୦ ଗୋଲରେ ପରାସ୍ତ କରିଥିଲା। ପୁଣେଠାରେ ଚାଲିଥିବା ୧୫ ବର୍ଷରୁ କମ୍‌ ଆଇ-ଲିଗ୍‌ ଫୁଟବଲ ଗ୍ରୁପ ‘ସି’ ଜୋନ୍‌ ଟୁର୍ନାମେଣ୍ଟରେ ଶୁକ୍ରବାର ଡିଏସକେ ଶିବାଜିଆନ୍ସ ଘରୋଇ ପରିବେଶରେ ଖେଳିଥିଲେ ହେଁ ଓଡ଼ିଶା ଦଳ ଚାପର ବଶବର୍ତ୍ତୀ ହୋଇ ନ ଥିଲା। ପୂର୍ବ ମ୍ୟାଚରେ ଟାଟା ଫୁଟବଲ ଏକାଡେମୀକୁ ୩-୦ ଗୋଲରେ ହରାଇଥିବା ଶିବାଜିଆନ୍ସକୁ ହରାଇବା ସହଜ ନ ଥିଲା। ମାତ୍ର ଓଡ଼ିଶା ଦଳ ସ୍ଥିର ପ୍ରଦର୍ଶନ ବଜାୟ ରଖି ସଫଳତା ପାଇଥିଲା। ୧୬ ବର୍ଷରୁ କମ୍‌ ଭାରତୀୟ କ୍ୟାମ୍ପର ଅନ୍ୟତମ ସଦସ୍ୟ ସମୀର କେର୍କେଟା ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ। ସେ ମ୍ୟାଚର ୪୩ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଶିବାଜିଆନ୍ସ ଗୋଲ ପରିଶୋଧ କରିବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ ଓଡ଼ିଶା ଦଳ ପ୍ରଭାବୀ ପ୍ରଦର୍ଶନ ବଜାୟ ରଖି ତାହା ହେବାକୁ ଦେଇ ନ ଥିଲା। ଓଡ଼ିଶା ଦଳ ଏହାର ପୂର୍ବ ମ୍ୟାଚରେ ଅନନ୍ତପୁର ସ୍ପୋଟର୍‌ସ ଏକାଡେମୀକୁ ୨-୦ ଗୋଲରେ ହରାଇଥିଲା। ରଘୁ ମାରାଣ୍ଡି ୭୩ ଓ କେର୍କେଟା ୮୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଫତେ ହାଇଦ୍ରାବାଦ ଏଏଫସି ବିପକ୍ଷ ଓଡ଼ିଶାର ପ୍ରଥମ ମ୍ୟାଚରେ ମଧ୍ୟ ସମୀର ୨ଟି ଗୋଲ ସ୍କୋର କରିଥିଲେ। ୩ଟି ମ୍ୟାଚ ଖେଳି ଅପରାଜେୟ ରହିଥିବା ଓଡ଼ିଶା ୪ର୍ଥ ତଥା ଏହାର ଶେଷ ଲିଗ୍‌ ମ୍ୟାଚରେ ଟାଟା ଫୁଟବଲ ଏକାଡେମୀକୁ ୨୪ ତାରିଖରେ ଭେଟିବ। ଦଳଗତ ପ୍ରଦର୍ଶନର ଫଳ: ପରାସର ଦଳର ପ୍ରଦର୍ଶନରେ ଖୁସି ଜାହିର କରିଛନ୍ତି କୋଚ୍‌ ପରାସର ବାଗ୍‌। ଦଳ ଅତି ଚମତ୍କାର ଖେଳିଲା ବୋଲି ଡିଏସକେ ପରି ଶକ୍ତିଶାଳୀ ଦଳକୁ ହରାଇ ପାରିଲା। ରଣନୀତି ଓ ଗେମ୍‌ ପ୍ଲାନ୍‌କୁ ପିଲାମାନେ ପଡ଼ିଆରେ ଠିକ୍‌ରୂପେ କାର୍ଯ୍ୟକାରୀ କଲେ। ଡିଏସକେ ମଧ୍ୟ ସହଜରେ ଛାଡ଼ିବା ଟିମ୍‌ ନ ଥିଲା। ସେମାନେ ଦ୍ୱିତୀୟାର୍ଦ୍ଧରେ ଆକ୍ରମଣକୁ ଜୋରଦାର କରି ଅନେକ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ଆମ ଡିଫେନ୍ସ ବିଭାଗ ଏବଂ ଗୋଲକିପର ଅମ୍ରିତ ଲାକ୍ରା ବଢ଼ିଆ ପ୍ରଦର୍ଶନ କରି ସେମାନଙ୍କୁ ପ୍ରତିରୋଧ କରିବାରେ ସକ୍ଷମ ହୋଇଥିଲେ। ଆମେ ଶେଷ ମ୍ୟାଚରେ ଟାଟା ଫୁଟବଲ ଏକାଡେମୀକୁ ଭେଟିବୁ। ଏହା ମଧ୍ୟ ଏକ ଶକ୍ତିଶାଳୀ ଦଳ। ତେଣୁ ମ୍ୟାଚରେ କଡ଼ା ଟକ୍କର ହେବା ନିଶ୍ଚିତ। ତେବେ ଆମେ ଚାପରେ ନ ରହି ସ୍ବାଭାବିକ ପ୍ରଦର୍ଶନ ସହ ଏହି ମ୍ୟାଚ ଜିତିବାକୁ ଆଶାବାଦୀ ଅଛୁ। ଏହା ହୋଇପାରିଲେ ଆମେ ଗ୍ରୁପ ଚାମ୍ପିୟନ ହେବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବୁ ବୋଲି ପରାସର କହିଛନ୍ତି।

ଖେଳ |

ଶାରାପୋଭାଙ୍କ ଅଭିଯାନ ଶେଷ

ଶାରାପୋଭାଙ୍କ ଅଭିଯାନ ଶେଷ

ମେଲବୋର୍ନ, ୨୦।୧- ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ପୂର୍ବତନ ଚାମ୍ପିୟନ୍‌ ମାରିଆ ଶାରାପୋଭାଙ୍କ ଅଭିଯାନ ଶନିବାର ଶେଷ ହୋଇଛି। ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ଶାରାପୋଭାଙ୍କୁ ୨୧ତମ ସିଡ୍‌ ଜର୍ମାନୀର ଆଞ୍ଜେଲିନ୍‌ କର୍ବର ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ମେଲବୋର୍ନ, ୨୦।୧(ପି.ଟି.)- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡ଼ିଦାର ପୂରବ ରାଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ପ୍ରି-କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି।

ଆଜିଠାରୁ ରାଜ୍ୟ କୁସ୍ତି ପ୍ରତିଯୋଗିତା

ଭୁବନେଶ୍ୱର, ୨୦।୧ ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧା କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୨୦ ଓ ୨୧ ତାରିଖରେ ରାଜ୍ୟ (ଆନ୍ତଃ ଜିଲା) କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୧୫୦ ପ୍ରତିଯୋଗୀ ଓ ୫୦ ଜଣ ଅଫିସିଆଲ୍‌ ଅଂଶଗ୍ରହଣ କରିବେ।

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୯।୧ (ପି.ଟି.)-କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ଇଣ୍ଟରନ୍ୟାଶନାଲ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌)ର ବିବାଦୀୟ ହାଇପରଆଣ୍ଡ୍ରୋଜେନିଜମ ନିୟମକୁ ଆଉ ୬ ମାସ ପାଇଁ ସସ୍‌ପେଣ୍ଡ କରିଛନ୍ତି। ଫଳରେ ଏହାର ଶିକାର ହୋଇଥିବା ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ମେଲବୋର୍ନ, ୧୯।୧(ପି.ଟି.)- ଭାରତର ଡିଭିଜ ଶରନ ଓ ରୋହନ ବୋପାନ୍ନା ନିଜ ପାର୍ଟନରଙ୍କ ସହ ଅଷ୍ଟ୍ରେଲିଆନ ଓପନ ଟେନିସ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ମେଲବୋର୍ନ, ୧୯।୧(ଏଏଫପି)- ଟିନ୍‌ ଏଜ୍‌ ସେନସେଶନ ୧୫ ବର୍ଷୀୟା ମାର୍ତା କୋଷ୍ଟ୍ୟୁକଙ୍କ ବିଜୟରେ ବ୍ରେକ୍‌ ଲଗାଇଛନ୍ତି ୪ର୍ଥ ସିଡ୍‌ ଏଲିନା ସ୍ବିତୋଲିନା। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଶୁକ୍ରବାର ଅନୁଷ୍ଠିତ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନିଜ ଦେଶର କୋଷ୍ଟ୍ୟୁକଙ୍କୁ ସିଧାସଳଖ ୬-୨, ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ୟୁକ୍ରେନର ସ୍ବିତୋଲିନା।

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୧୯।୧(ଏଏଫପି)- ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୫ ରନରେ ପାକିସ୍ତାନକୁ ହରାଇ ଦେଇଛି। ଏଥି ସହିତ ପାକିସ୍ତାନ ବିପକ୍ଷ ସିରିଜକୁ ନ୍ୟୁଜିଲାଣ୍ଡ ବିରଳ ୫-୦ରେ କ୍ଲିନ୍‌ ସୁଇପ୍‌ କରିଛି।

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ମାଉଣ୍ଟ ମାଉନଗାନୁଇ(ନ୍ୟୁଜିଲାଣ୍ଡ), ୧୯।୧(ପି.ଟି.)- ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୧୦ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏଥିସହ ଭାରତ ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ପକ୍କା କରିଛି।

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ମେଲବୋର୍ନ,୧୮ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତୋଟି ବିପର୍ଯ୍ୟୟକୁ ବାଦ ଦେଲେ ସିଡେଡ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି।

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଦୁବାଇ,୧୮ା୧(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବାର୍ଷିକ ପୁରସ୍କାରରେ ଭାରତୀୟ ଅଧିନାୟକ ତଥା ରନ ମେଶିନ ବିରାଟ କୋହଲିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି।

ହକି ଗାଙ୍ଗପୁର ସେମିଫାଇନାଲରେ

ହକି ଗାଙ୍ଗପୁର ସେମିଫାଇନାଲରେ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ସେମିଫାଇନାଲରେ ହକି ଗାଙ୍ଗପୁର-ଓଡ଼ିଶା ପ୍ରବେଶ କରିଛି।

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ପୂର୍ବାଞ୍ଚଳ ଆକାଉଣ୍ଟ୍ସ ଓ ଅଡିଟ୍‌ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଗତବର୍ଷର ରନର୍ସଅପ୍‌ ଏଜି ଝାଡ଼ଖଣ୍ଡକୁ ୭-୨ ଗୋଲରେ ପରାସ୍ତ କରି ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି।