ଖେଳ |

ସର୍ବାଧିକ ସ୍କୋର ସହ ସିରିଜ ବିଜୟ

ସର୍ବାଧିକ ସ୍କୋର ସହ ସିରିଜ ବିଜୟ

ଇନ୍ଦୋର, ୨୨।୧୨(ପି.ଟି.)-
ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ୍ମ ଦ୍ରୁତ ଶତକ ଏବଂ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଭାରତ ଶୁକ୍ରବାର ଅନୁ୍‌ଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୮୮ ରନରେ ହରାଇ ଦେଇଛି। ଏଥିସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିବା ସହ ଏହାକୁ ଆଗୁଆ ଜିତି ନେଇଛି। ମୋଟାମୋଟି ଭାବେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି୨୦ ସିରିଜକୁ ଭାରତ ସୁଇପ୍‌ କରିଛି। ଏଠାରେ ଭାରତ ପକ୍ଷରୁ ଧାର୍ଯ୍ୟ ୨୬୧ ରନ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ୧୭.୨ ଓଭରରେ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ଆହତ ହୋଇଥିବାରୁ ଆଞ୍ଜେଲୋ ମାଥ୍ୟୁସ ବ୍ୟାଟିଂ କରିବାକୁ ଆସି ନ ଥିଲେ। ଦଳ ପକ୍ଷରୁ କୁସାଲ ପେରେରା ସର୍ବାଧିକ ୭୭, ଉପୁଲ ଥରଙ୍ଗା ୪୭ ଓ ନିରୋଶାନ ଡିକ୍‌ଓ୍ବେଲା ୨୫ ରନ ସ୍କୋର କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି, କୁଲଦୀପ ଯାଦବ ୩ଟି ଏବଂ ଜୟଦେବ ଉନାଡକଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଦମ୍‌ଦାର ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ ଶ୍ରୀଲଙ୍କା ବୋଲରଙ୍କୁ ଧୂଲେଇ କରି ଓପନିଂ ଯୋଡ଼ିରେ ୭୬ ବଲ୍‌ରୁ ୧୬୫ ରନ ସଂଗ୍ରହ ସହ ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଆକ୍ରମଣର ନେତୃତ୍ୱ ନେଇଥିବା ରୋହିତ ଏହା ମଧ୍ୟରେ ଯୁଗ୍ମ ଦ୍ରୁତତମ ଶତକ ରେକର୍ଡର ଅଧିକାରୀ ହୋଇଥିଲେ। ସେ ୪୩ ବଲ୍‌ରୁ ୧୧୮(୧୨ ଚୌକା, ୧୦ ଛକା) ରନ ସଂଗ୍ରହ କରିଥିଲେ। ଟି୨୦ରେ ଏହାଥିଲା ତାଙ୍କର ଦ୍ୱିତୀୟ ଶତକ। କଟକର ବାରବାଟୀ ଷ୍ଟାଡିୟମରେ ଅର୍ଦ୍ଧଶତକ ହାସଲ କରିଥିବା ଲୋକେଶ ଏଠାରେ ମଧ୍ୟ ସେହି ପ୍ରଦର୍ଶନ ଜାରି ରଖି ୪୯ ବଲ୍‌ରୁ ୮୯ ରନ ସଂଗ୍ରହ କରିଥିଲେ। ମାତ୍ର ୧୧ ରନ ପାଇଁ ଶତକରୁ ବଞ୍ଚତ୍ତ ହୋଇଥିବା ଲୋକେଶ ନିଜ ଇନିଂସ ମଧ୍ୟରେ ସେ ୫ ଚୌକା ଓ ୮ ଛକା ମାରିଥିଲେ। ତୃତୀୟ ସ୍ଥାନରେ ଆସିଥିବା ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଦ୍ରୁତ ଇନିଂସ ଖେଳିଥିଲେ। ସେ ୨୧ ବଲ୍‌ରୁ ୨ଟି ଲେଖାଏ ଛକା ଓ ଚୌକା ସହାୟତାରେ ୨୮ ରନ ସ୍କୋର କରିଥିଲେ। ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୬୦ ରନ ସଂଗ୍ରହ କରିଥିଲା। ଟି୨୦ ଅନ୍ତର୍ଜାତୀୟରେ ଏହାଥିଲା ଭାରତର ସର୍ବାଧିକ ସ୍କୋର। ଶ୍ରୀଲଙ୍କା ପକ୍ଷରୁ ନୂଆନ ପ୍ରଦୀପ ଓ ଥିସାରା ପେରେରା ୨ଟି ଲେଖାଏ ଏବଂ ଦୁଷ୍ମନ୍ଥ ଚାମିରା ଗୋଟିଏ ଉଇକେଟ ନେଇଥିଲେ।
ଯୁଗ୍ମ ଦ୍ରୁତତମ ଶତକ ରେକର୍ଡ
ଇନ୍ଦୋରରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଯୁଗ୍ମ ଦ୍ରୁତତମ ଶତକର ଅଧିକାରୀ ହୋଇଛନ୍ତି। ସେ ୩୫ ବଲ୍‌ରୁ ୧୧ ଚୌକା ଓ ୮ ଛକା ସହାୟତାରେ ଶତକ ପୂରଣ କରିଥିଲେ। ପୂର୍ବରୁ ୨୦୧୭ ଅକ୍ଟୋବର ୨୯ରେ ପୋଚ୍‌ଫେଷ୍ଟ୍ରୁମଠାରେ ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ୩୫ ବଲ୍‌ରୁ ଶତକ ହାସଲ କରି ରେକର୍ଡର ଅଧିକାରୀ ଥିଲେ। ଏବେ ମିଲରଙ୍କ ସମକକ୍ଷ ହୋଇଛନ୍ତି ରୋହିତ। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ରୋହିତ ମୋଟ ୪୩ ବଲ୍‌ ଖେଳି ୧୨ ଚୌକା ଓ ୧୦ ଛକା ସହାୟତାରେ ୧୧୮ ରନ କରି ଆଉଟ ହୋଇଥିଲେ। କେବଳ ବାଉଣ୍ଡାରୀ ମାରି ସେ ୧୦୮ ରନ ସଂଗ୍ରହ କରିଥିଲେ। ଏକମାତ୍ର ଭାରତୀୟଭାବେ ରୋହିତ ଟି୨୦ରେ ୨ଟି ଶତକ ହାସଲ କରିଛନ୍ତି। ଅନ୍ୟ ୨ ଭାରତୀୟ ଲୋକେଶ ରାହୁଲ ଓ ସୁରେଶ ରାଇନା ଗୋଟିଏ ଲେଖାଏ ଶତକ ଅର୍ଜନ କରିଛନ୍ତି। ରୋହିତ ଓ ଲୋକେଶଙ୍କ ଓପନିଂ ଯୋଡ଼ିରେ ୧୬୫ ରନ ସଂଗୃହୀତ ହୋଇଥିଲା। ଟି୨୦ରେ କୌଣସି ଉଇକେଟ ଯୋଡ଼ି ପାଇଁ ଏହା ସର୍ବାଧିକ ଭାଗୀଦାରି। ୨୦୧୭ ନଭେମ୍ବର ୧ରେ ଦିଲ୍ଲୀଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଶିଖର ଧାଓ୍ବନ ଓ ରୋହିତ ଶର୍ମା ପ୍ରଥମ ଉଇକେଟ ଯୋଡ଼ିରେ ସର୍ବାଧିକ ୧୫୮ ରନ ସଂଗ୍ରହ କରି ରେକର୍ଡର ଅଧିକାରୀ ଥିଲେ।
ଟି୨୦ରେ ଭାରତର ସର୍ବାଧିକ ସ୍କୋର
ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ଟି୨୦ରେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୬୦ ରନ ସଂଗ୍ରହ କରିଛି। ଟି୨୦ ଅନ୍ତର୍ଜାତୀୟରେ ଭାରତର ଏହା ସର୍ବାଧିକ ସ୍କୋର। ପୂର୍ବରୁ ୨୦୧୬ ଅଗଷ୍ଟ ୨୭ରେ ଲୁଡରହିଲ୍‌ଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କରିଥିବା ୨୪୪/୪ ଏପର୍ଯ୍ୟନ୍ତ ସର୍ବାଧିକ ସ୍କୋର ହୋଇ ରହିଥିଲା। ଶ୍ରୀଲଙ୍କା ବିପକ୍ଷରେ ଭାରତର ପୂର୍ବରୁ ସର୍ବାଧିକ ସ୍କୋର ଥିଲା ୨୧୧/୪(ମୋହାଲି, ୨୦୦୯ ଡିସେମ୍ବର ୧୨)। ଶେଷ ଓଭରରେ ୧୧ ରନ ହୋଇ ନ ପାରିବାରୁ ଭାରତ ଅଳ୍ପକେ ବିଶ୍ୱ ରେକର୍ଡରୁ ବଞ୍ଚତ୍ତ ହୋଇଛି। ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ସ୍କୋର ହେଉଛି ୨୬୩/୩(ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା, ପାଲିକେଲେ, ୨୦୧୬ ସେପ୍ଟେମ୍ବର ୬)। ଭାରତ ଆଉ ୪ ରନ କରିଥିଲେ ବିଶ୍ୱରେକର୍ଡର ଅଧିକାରୀ ହୋଇଥାନ୍ତା। ୨୬୦ ରନ କରି ଭାରତ ଯୁଗ୍ମଭାବେ ଦ୍ୱିତୀୟ ସର୍ବାଧିକ ସ୍କୋର ରେକର୍ଡର ସମକକ୍ଷ ହୋଇଛି। ୨୦୦୭ ସେପ୍ଟେମ୍ବର ୧୪ରେ ଜୋହାନ୍ସବର୍ଗଠାରେ କେନିୟା ବିପକ୍ଷରେ ଶ୍ରୀଲଙ୍କା ୬ ଉଇକେଟ ହରାଇ ୨୬୦ ରନ କରିଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୨୬୦/୫(ରୋହିତ-୧୧୮, ଲୋକେଶ-୮୯, ଧୋନୀ-୨୮, ପ୍ରଦୀପ-୨/୬୧, ପେରେରା-୨/୪୯, ଚାମିରା-୧/୪୫)। ଶ୍ରୀଲଙ୍କା ୧୭.୨ ଓଭରରେ ୧୭୨/ଅଲଆଉଟ(କୁସାଲ ପେରେରା-୭୭, ଉପୁଲ ଥରଙ୍ଗା-୪୭, ନିରୋଶାନ ଡିକ୍‌ଓ୍ବେଲା-୨୫, ୟୁଜବେନ୍ଦ୍ର ଚହଲ-୪/୫୨, କୁଲଦୀପ ଯାଦବ-୩/୫୨, ଜୟଦେବ ଉନାଡକଟ-୧/୨୨, ହାର୍ଦ୍ଦିକ ପାଣ୍ଡ୍ୟା-୧/୨୩)

All Right Reserved By

ଖେଳ |

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ବୁଏନ୍ସ ଆରିଜ,୧୬।୭(ଏଏଫ୍‌ପି)- ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ଆର୍ଜେଣ୍ଟିନା ଦଳର କୋଚ୍‌ ଜର୍ଜ ସାମପାଓଲି ପଦରୁ ବିଦାୟ ନେଇଛନ୍ତି। ଏ ନେଇ ଆର୍ଜେଣ୍ଟିନା ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରବିବାର ଘୋଷଣା କରାଯାଇଛି।

ସର୍ବିଆ ଯୁବ ବକ୍ସିଂ: ଭାରତକୁ ୭ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭(ପି.ଟି.)- ସର୍ବିଆର ସୁବୋଟିକାଠାରେ ଚାଲିଥିବା ୩୬ତମ ଗୋଲ୍ଡେନ ଗ୍ଲୋବ ଯୁବ ବକ୍ସିଂ ଟୁର୍ନାମେଣ୍ଟ ଉଦ୍‌ଯାପିତ ହେବା ସହ ରିଙ୍ଗ୍‌ରେ ଭାରତୀୟ ବକ୍ସରଙ୍କ ରାଜୁତିର ଶେଷ ହୋଇଛି। ଭାରତୀୟ ଦଳ ୭ଟି ସ୍ବର୍ଣ୍ଣ ସହ ପଦକ ତାଲିକାର ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ଘାସ ଖାଇଲେ ଜୋକୋଭିଚ୍‌

ଘାସ ଖାଇଲେ ଜୋକୋଭିଚ୍‌

ଲଣ୍ଡନ,୧୬।୭- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ରବିବାର କ୍ୟାରିୟରର ୪ର୍ଥ ଓ୍ବିମ୍ବେଲଡନ ଟାଇଟଲ ଜିତିଛନ୍ତି। ଆହତ ସମସ୍ୟା ଓ ଖରାପ ଫର୍ମ ଦେଇ ଗତି କରୁଥିବା ଜୋକୋଭିଚ୍‌ ପ୍ରାୟ ଦୁଇ ବର୍ଷ ପରେ କୌଣସି ଟାଇଟଲ ଜିତିଛନ୍ତି।

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଏସିଆନ୍‌ ଗେମ୍ସ ଲାଗି ପ୍ରସ୍ତୁତ ହେଉଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ସ୍ପାନିଶ ଗ୍ରାଁ ପ୍ରି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୩ ବର୍ଷୀୟ ଭିନେଶ ଫାଇନାଲରେ କାନାଡାର ନାତାଶା ଫକ୍ସଙ୍କୁ ୧୦-୦ ବ୍ୟବଧାନରେ ହରାଇ ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ପାଓ୍ବାର

ଭାରତୀୟ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ପାଓ୍ବାର

ମୁମ୍ବାଇ,୧୬।୭(ପି.ଟି.)- ନିକଟରେ ମୁମ୍ବାଇ ରଣଜୀ ଦଳ କୋଚ୍‌ ପଦରୁ ବଞ୍ଚତ୍ତ ରହିଥିବା ପୂର୍ବତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ସୋମବାର ସମ୍ମାନଜନକ ପଦବି ମିଳିଛି। ତାଙ୍କୁ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଚେକ ଗଣତନ୍ତ୍ରଠାରେ ଚାଲିଥିବା ୨୮ତମ ଶୁଟିଂ ହୋପ୍‌ସ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମନୁ ଭାକର ଓ ଅନମୋଲ ଜୈନ ୧୦ ମିଟର ମିକ୍ସଡ୍‌ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

କାତାରକୁ ମଶାଲ ହସ୍ତାନ୍ତର କଲେ ପୁଟିନ

କାତାରକୁ ମଶାଲ ହସ୍ତାନ୍ତର କଲେ ପୁଟିନ

ମସ୍କୋ, ୧୬।୭(ଏଏଫ୍‌ପି)- ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୨୦୨୨ ଫିଫା ବିଶ୍ୱକପ୍‌ ଆୟୋଜନ ପାଇଁ କାତାରକୁ ଓୌପଚାରିକ ଭାବେ ମଶାଲ ହସ୍ତାନ୍ତର କରିଛନ୍ତି। ରବିବାର ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପୂର୍ବରୁ କ୍ରେମ୍‌ଲିନ୍‌ରେ ପୁଟିନ୍‌ କାତାରର ଅମିର ଶେଖ୍‌ ତାମିମ୍‌ ବିନ୍‌ ହମାଦ ଅଲ ଥାନି ଓ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋଙ୍କୁ ଭେଟିଥିଲେ।

ଉଦ୍‌ଯାପନୀ ଉତ୍ସବରେ ମନମୋହିଲେ ଇରା ଇଷ୍ଟ୍ରେଫି

ଉଦ୍‌ଯାପନୀ ଉତ୍ସବରେ ମନମୋହିଲେ ଇରା ଇଷ୍ଟ୍ରେଫି

ମସ୍କୋ, ୧୬।୭(ଏଏଫ୍‌ପି)- ଫାଇନାଲ ମ୍ୟାଚ୍‌ ପୂର୍ବରୁ ଫିଫା ବିଶ୍ୱକପ୍‌ର ରଙ୍ଗାରଙ୍ଗ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଖଚାଖଚ୍‌ଭରା ସ୍ଥାନୀୟ ଐତିହାସିକ ଲୁଝ୍‌ନିକି ଷ୍ଟାଡିୟମରେ ଏହା ବେଶ୍‌ ମନମୋହକ ହୋଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ କୋସୋଭ୍‌ର ଜଣାଶୁଣା ଗାୟିକା ଇରା ଇଷ୍ଟ୍ରେଫି।

ଜୁନିୟର ହକି : ମହିଳା ଦଳର ବିଜୟ, ପୁରୁଷ ହାରିଲା

ଜୁନିୟର ହକି : ମହିଳା ଦଳର ବିଜୟ, ପୁରୁଷ ହାରିଲା

ଆଣ୍ଟ୍ବେର୍ପ (ବେଲଜିୟମ), ୧୬ା୭ (ପି.ଟି.)- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଷଡ଼ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ଜୁନିୟର ମହିଳା ହକି ଦଳ ୧-୦ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରିଛି। ସଙ୍ଗୀତା କୁମାରୀ ଏହି ବିଜୟସୂଚକ ଗୋଲ୍‌ଟିକୁ ସ୍କୋର କରିଥିଲେ।

ଜୋକୋଭିଚ୍‌ଙ୍କୁ ଚତୁର୍ଥ ଓ୍ବିମ୍ବେଲଡନ ଟାଇଟଲ

ଜୋକୋଭିଚ୍‌ଙ୍କୁ ଚତୁର୍ଥ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ,୧୬ା୭- ନୋଭାକ ଜୋକୋଭିଚ୍‌ ଚତୁର୍ଥ ଥର ପାଇଁ ଓ୍ବିମ୍ବେଲଡନ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୧୨ତମ ସିଡ୍‌ ସର୍ବୀୟ ଖେଳାଳି ୬-୨, ୬-୨, ୭-୬ (୭-୩) ସେଟ୍‌ରେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ପରାସ୍ତ କରିଛନ୍ତି।

ଏସିଆନ ଗେମ୍ସ ପାଇଁ ଚିଫ୍‌ ଡି’ ମିଶନ ହେବେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)- ଏସିଆନ ଗେମ୍ସ ଲାଗି ଗସ୍ତ କରିବାକୁଥିବା ଭାରତୀୟ ଦଳର ଚିଫ୍‌ ଡି’ ମିଶନ ହେବେ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ସିଂ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚଳିତ ସପ୍ତାହରେ ବିଧିବଦ୍ଧ ଏହା ଘୋଷଣା କରିବ।

ମନୁ, ଅନ୍‌ମୋଲଙ୍କୁ ମିକ୍ସଡ ଏୟାର ପିସ୍ତଲ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଚେକ୍‌ ରିପବ୍ଲିକର ପ୍ଲିଜେନଠାରେ ଚାଲିଥିବା ଶୁଟିଂ ହୋପ୍ସ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ସ୍ବଳ୍ପବୟସ୍କା ପ୍ରତିଭା ମନୁ ଭାକର ଓ ଅନମୋଲ୍‌ ଜୈନ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।

Model This Week

ରୂପେଶ