ଖେଳ |

ନ୍ୟୁଜିଲାଣ୍ଡ ଗସ୍ତରୁ ଜୁନେଦ ବାଦ୍‌

ନ୍ୟୁଜିଲାଣ୍ଡ ଗସ୍ତରୁ ଜୁନେଦ ବାଦ୍‌

କରାଚୀ, ୨୨।୧୨- ଆସନ୍ତା ନ୍ୟୁଜିଲାଣ୍ଡ ଗସ୍ତ କରିବାକୁ ଥିବା ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଛନ୍ତି ବାମହାତୀ ଦ୍ରୁତ ବୋଲର ଜୁନେଦ ଖାନ। ପାଦଜନିତ ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ତାଙ୍କୁ ପ୍ରାୟ ୪ ସପ୍ତାହ ସମୟ ଲାଗିବ। ”ଜୁନେଦଙ୍କ ପାଦର ସ୍କାନ କରାଯିବା ପରେ ସମସ୍ୟା ଗୁରୁତର ଥିବା ଜଣାପଡ଼ିଛି। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ୪ ସପ୍ତାହ ବିଶ୍ରାମ ଆବଶ୍ୟକ“ ଥିବା ଶୁକ୍ରବାର ପିସିବି ପକ୍ଷରୁ କୁହାଯାଇଛି। ଉଲ୍ଲେଖଥାଉ କି, ଜୁନେଦ ବାଂଲାଦେଶ ପ୍ରିମିୟର ଲିଗ୍‌ରେ ଖୁଲନା ଟାଇଟନ୍ସ ପାଇଁ ଖେଳୁଥିବାବେଳେ ଆହତ ହୋଇଥିଲେ। ଏଥିପୂର୍ବରୁ ସମାନ କାରଣ ଯୋଗୁ ଉସମାନ ଶିନ୍ବାରୀ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍‌ ପଡ଼ିଥିଲେ। ନ୍ୟୁଜିଲାଣ୍ଡ ଗସ୍ତରେ ପାକିସ୍ତାନ ଦଳ ୫ଟି ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ ଖେଳିବା ପରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବ।

All Right Reserved By

ଖେଳ |

ସଙ୍କଟରେ ଶାହଙ୍କ କ୍ୟାରିୟର

ସଙ୍କଟରେ ଶାହଙ୍କ କ୍ୟାରିୟର

କୋଲକାତା, ୧୯।୭(ପି.ଟି.)- ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ଲାଗି ଘୋଷିତ ଭାରତୀୟ ଦଳରୁ ନିୟମିତ ଉଇକେଟ୍‌କିପର ରିଦ୍ଧିମାନ ଶାହଙ୍କୁ ବାଦ୍‌ ଦିଆଯାଇଛି। ଆଙ୍ଗୁଠିଜନିତ ଆଘାତ ସମସ୍ୟା ଲାଗି ଶାହଙ୍କୁ ବାଦ୍‌ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତରେ ତାଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିସକାଶେ ଅପରେଶନ ଲାଗି ଶାହ ଆସନ୍ତା ମାସରେ ବ୍ରିଟେନ ଯିବେ ବୋଲି ଜଣାପଡ଼ିଛି।

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୯।୭- ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟରେ ଚାଲିଥିବା ଚର୍ଚ୍ଚାରେ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ପୂର୍ଣ୍ଣଛେଦ ଟାଣିଛନ୍ତି।

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଲଣ୍ଡନ, ୧୯।୭(ଏଏଫ୍‌ପି)- ଇଂଲିଶ ପ୍ରିମିୟର ଲିଗ୍‌ର ପ୍ରମୁଖ କ୍ଲବ ଲିଭରପୁଲ୍‌ ବ୍ରାଜିଲ ଗୋଲକିପର ଆଲିସନ ବେକରଙ୍କ ସହ ରେକର୍ଡ ୭୫ ମିଲିୟନ ୟୁରୋ ମୂଲ୍ୟରେ ଆଗାମୀ ୫ ବର୍ଷ ଲାଗି ଚୁକ୍ତି କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ନ୍ୟୁୟର୍କ, ୧୯।୭(ଏପି)- ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଅଗଷ୍ଟ ୨୭ରୁ ଆରମ୍ଭ ହେବ। ତେବେ ଦୁଇଥର ୟୁଏସ୍‌ ଓପନ୍‌ ଉପବିଜୟିନୀ ଭିକ୍ଟୋରିଆ ଆଜାରେଙ୍କା ଏହି ସମ୍ମାନଜନକ ପ୍ରତିଯୋଗିତାକୁ ସିଧାସଳଖ ପ୍ରବେଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ୟୁଏସ୍‌ ଓପନ୍‌କୁ ପ୍ରବେଶ ଲାଗି ପ୍ରକାଶ ପାଇଥିବା କଟ୍‌ ଅଫ୍‌ ର଼୍ୟାଙ୍କିଙ୍ଗ୍‌ ବାହାରେ ୩୧ ବର୍ଷୀୟା ଆଜାରେଙ୍କା ରହୁଥିବାରୁ ସିଧାସଳଖ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିପାରି ନାହାନ୍ତି।

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

କଲମ୍ବୋ, ୧୯।୭(ଏଏଫପି)- କ୍ରିକେଟରେ ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ତଥା ସରଳ ନୀତି ଆପଣେଇବା ଆବଶ୍ୟକ ବୋଲି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଫୈଜର ମୁସ୍ତାଫା କହିଛନ୍ତି। ସେ ଏନେଇ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୭(ପି.ଟି.)- ଏଠାରେ ଚାଲିଥିବା ଏସିଆନ ଜୁନିୟର ରେସଲିଂ ଚାମ୍ପିୟନଶିପ୍‌ର ୨ୟ ଦିବସରେ ବୁଧବାର ଭୀରେଶ କୁଣ୍ଡୁ ବ୍ରୋଞ୍ଜ ପଦକ ଜିତି ଭାରତର ସମ୍ମାନ ରଖିଛନ୍ତି। ଦିବସରେ ଭାରତର ପଦକ ଆଶା ମଉଳି ଯାଉଥିବାବେଳେ ୯୭ କିଗ୍ରା ବର୍ଗର ଏକ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ମୁମ୍ବାଇ, ୧୯।୭(ପି.ଟି.)- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏକ ନୂତନ କ୍ରିକେଟ ଏକାଡେମୀ ଖୋଲିଛନ୍ତି। ଏହି କ୍ରିକେଟ ଏକାଡେମୀର ନାମ ‘ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ’ (ଟିଏମ୍‌ଜିଏ)ରଖାଯାଇଛି।

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ନୂଆଦିଲ୍ଲୀ, ୧୯।୭- ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଏହାର ପ୍ରଥମ ମ୍ୟାଚରେ ହାରି ଯାଇଛି। ଦ୍ୱିତୀୟାର୍ଦ୍ଧରେ ୪ ଗୋଲ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ୫-୧ ଗୋଲରେ ଭାରତକୁ ପରାସ୍ତ କରିଛି।

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

କଟକ ଅଫିସ,୧୯ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ତାମିଲନାଡୁ କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ ଚାଲିଥିବା ୧୯ବର୍ଷରୁ କମ୍‌ ବାଳିକା ଆନ୍ତଃ ଜୋନାଲ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଏକ ମ୍ୟାଚ୍‌ରେ ପୂର୍ବାଞ୍ଚଳ ୭ ଉଇକେଟରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଛି ।

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଏସିଆନ ଗେମ୍ସ ପାଇଁ ଭରତ, ମୌବମ, ଶ୍ରେୟା ମନୋନୀତ

ଭୁବନେଶ୍ୱର, ୧୯।୭(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ଏସିଆନ୍‌ ଗେମ୍ସକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ କ୍ଲାଇମ୍ବିଂ କମ୍ପ୍ଲେକ୍ସରେ ୩ ସପ୍ତାହଧରି ଚାଲିଥିବା ଭାରତୀୟ ଦଳର ଚୂଡ଼ାନ୍ତ ପ୍ରଶିକ୍ଷଣ ଶିବିର ବୁଧବାର ଶେଷ ହୋଇଛି।

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

କଲମ୍ବୋ, ୧୮।୭(ପି.ଟି.)- ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ୟୁଥ୍‌ ଟେଷ୍ଟ କ୍ରିକେଟରେ (୪ ଦିବସୀୟ) ଆଥରଓ୍ବା ତାଇଡେ ଓ ଆୟୂଷ ବଦୋନିଙ୍କ ଶତକ ବଳରେ ଭାରତୀୟ କ୍ରିକେଟ ଦଳ ଡ୍ରାଇଭର ସିଟ୍‌ରେ ରହିଛି।

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ବୁଲାଓ୍ବାଓ, ୧୮।୭(ଏଏଫ୍‌ପି)- ପାକିସ୍ତାନ ବିପକ୍ଷରେ ବୁଧବାର ଏଠାରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଜିମ୍ବାଓ୍ବେ କ୍ରିକେଟ ଦଳ ମାତ୍ର ୬୭ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଜବାବରେ ପାକିସ୍ତାନ ମାତ୍ର ଗୋଟିଏ ଉଇକେଟ୍‌ ହରାଇ ସହଜସାଧ୍ୟ ବିଜୟ ହାସଲ କରିଛି।

Model This Week

ରୂପେଶ