ଖେଳ |

ସର୍ବାଧିକ ଆୟକାରୀ ଭାରତୀୟ ସେଲିବ୍ରିଟିଙ୍କ ତାଲିକାରେ କୋହଲି ୩ୟ

ସର୍ବାଧିକ ଆୟକାରୀ ଭାରତୀୟ ସେଲିବ୍ରିଟିଙ୍କ ତାଲିକାରେ କୋହଲି ୩ୟ

ନୂଆଦିଲ୍ଲୀ, ୨୨।୧୨- ଫୋବର୍‌ସ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ଚଳିତ ବର୍ଷର ସର୍ବାଧିକ ଆୟକାରୀ ଭାରତୀୟ ସେଲିବ୍ରିଟିଙ୍କ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୩ୟ ସ୍ଥାନରେ ରହିଛନ୍ତି। ସେ କେବଳ ବଲିଉଡ୍‌ ଷ୍ଟାର ସଲମା ଖଁା ଓ ଶାହରୁଖ ଖଁାଙ୍କ ପଛରେ ରହିଛନ୍ତି। ତାଲିକା ଶୀର୍ଷରେ ଥିବା ସଲମାନ ଚଳିତ ବର୍ଷ ସର୍ବାଧିକ ୨୩୨.୮୩ କୋଟି ଟଙ୍କା ଆୟ କରିଛନ୍ତି। ତାଙ୍କ ପଛକୁ ଶାହରୁଖ ୧୭୦.୫ କୋଟି ଟଙ୍କା ସହ ୨ୟ ସ୍ଥାନରେ ରହିଛନ୍ତି। ୩ୟ ସ୍ଥାନରେ ଥିବା କୋହଲିଙ୍କ ଆୟ ୧୦୦.୭୨ କୋଟି ଟଙ୍କା। ତାଙ୍କ ବ୍ୟତୀତ ଏହି ତାଲିକାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ୫ମ ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୮ମ ସ୍ଥାନ ପାଇଛନ୍ତି। ତେନ୍ଦୁଲକରଙ୍କ ଆୟ ୮୨.୫ କୋଟି ଥିବାବେଳେ ୬୩.୭୭ କୋଟି ଟଙ୍କା ଆୟ କରିଛନ୍ତି ଧୋନୀ।

All Right Reserved By

Model This Week

Model This Week

ଖେଳ |

ଚାମ୍ପିୟନ୍ସ ଟ୍ରଫି ବଦଳରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ: ଆଇସିସି

ଚାମ୍ପିୟନ୍ସ ଟ୍ରଫି ବଦଳରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ: ଆଇସିସି

କଲିକତା, ୨୬।୪ (ପି.ଟି.)- ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଭାରତରେ ଆୟୋଜନ ହେବାକୁଥିବା ୫୦ ଓଭର ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟକୁ ଟି୨୦ ବିଶ୍ୱକପ୍‌ରେ ପରିଣତ କରିଛି। ଆଇସିସିର ୫ ଦିନିଆ ବୋର୍ଡ ବୈଠକ ଶେଷରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ ରିଚାର୍ଡସନ ଏ ନେଇ ସୂଚନା ଦେଇଛନ୍ତି।

ଆଇଏଏଏଫ୍‌ର ନୂଆ ‘ଜେଣ୍ଡର’ ନିୟମରେ ଦୂତୀ ଆଶ୍ୱସ୍ତି

ଆଇଏଏଏଫ୍‌ର ନୂଆ ‘ଜେଣ୍ଡର’ ନିୟମରେ ଦୂତୀ ଆଶ୍ୱସ୍ତି

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ) ପକ୍ଷରୁ ଗୁରୁବାର ନୂଆ ଲିଙ୍ଗଭେଦ ଅବା ଜେଣ୍ଡର ନିୟମ ଘୋଷଣା କରାଯାଇଛି। ଫଳରେ ବିଶେଷକରି ଦୀର୍ଘ ୪ବର୍ଷ ହେଲା ପୁରୁଣା ନିୟମର ଶିକାର ହୋଇ ମାନସିକ ଯନ୍ତ୍ରଣା ପାଇ ଆସିଥିବା ଭାରତର ଓଡ଼ିଆ ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦଙ୍କୁ ଆଶ୍ୱସ୍ତି ମିଳିଛି।

ଏବିସି କ୍ୱାର୍ଟରରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ

ଏବିସି କ୍ୱାର୍ଟରରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ

ଉହାନ (ଚାଇନା), ୨୬।୪(ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ସାଇନା ନେହ୍ବାଲ ଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ଏସିଆ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ (ଏବିସି) ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ କିଡାମ୍ବୀ ଶ୍ରୀକାନ୍ତ ଓ ବିଶ୍ୱର ୧୦ ନମ୍ବର ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ମଧ୍ୟ ପୁରୁଷ ସିଙ୍ଗଲ୍ସର ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ ଦଳର ବୋଲିଂ କୋଚ୍‌ ପାଇଁ ବିଜ୍ଞପ୍ତି

ଭାରତୀୟ ମହିଳା କ୍ରିକେଟ ଦଳର ବୋଲିଂ କୋଚ୍‌ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ, ୨୬।୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ମହିଳା କ୍ରିକେଟ ଦଳ ପାଇଁ ବୋଲିଂ କୋଚ୍‌ ଅନ୍ବେଷଣରେ ରହିଛି। ଖୁବ୍‌ ଶୀଘ୍ର ଏହି ପଦ ପୂରଣ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାକ୍ତନ ବରୋଦା ଅଲ୍‌ରାଉଣ୍ଡର ତୁଷାର ଆର୍ଥର ବର୍ତ୍ତମାନ ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ରହିଛନ୍ତି।

ଜାତୀୟ କ୍ୟାମ୍ପ୍‌ରେ ଅମିତ୍‌, ବୀରେନ୍ଦ୍ର, ଦୀପସାନ, ନୀଲମ୍‌

ଜାତୀୟ କ୍ୟାମ୍ପ୍‌ରେ ଅମିତ୍‌, ବୀରେନ୍ଦ୍ର, ଦୀପସାନ, ନୀଲମ୍‌

ବାଙ୍ଗାଲୋର, ୨୬।୪(ପି.ଟି.)- ଶୁକ୍ରବାରଠାରୁ ସ୍ଥାନୀୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କ୍ୟାମ୍ପସରେ ଆରମ୍ଭ ହେବାକୁ ଥିବା ଜାତୀୟ ହକି କ୍ୟାମ୍ପ୍‌ (ପୁରୁଷ) ପାଇଁ ହକି ଇଣ୍ଡିଆ ପକ୍ଷରୁ ୫୫ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି।

ନୂତନ ରେକର୍ଡ ସତ୍ତ୍ୱେ ନିରାଶ କଲେ ଶୁଟର ମନୁ-ମିଥରଭାଲ ଯୋଡ଼ି

ନୂତନ ରେକର୍ଡ ସତ୍ତ୍ୱେ ନିରାଶ କଲେ ଶୁଟର ମନୁ-ମିଥରଭାଲ ଯୋଡ଼ି

ନୂଆଦିଲ୍ଲୀ, ୨୬।୪- ନିକଟରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟଠାରେ ସମାପ୍ତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଭେଣ୍ଟରେ ପଦକ ସଫଳତା ପାଇ ଭାରତକୁ ଗୌରବାନ୍ବିତ କରିଥିବା ଶୁଟର ମନୁ ଭାକର ଓ ଓମ୍‌ ମିଥରଭାଲ ଯୋଡ଼ି କୋରିଆର ଚାଙ୍ଗଓ୍ବନଠାରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ର ଫାଇନାଲରେ ନିରାଶ କରିଛନ୍ତି।

କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ବାଙ୍ଗାଲୋର, ୨୬।୪(ପି.ଟି.)- ଚଳିତ ଆଇପିଏଲ୍‌ରେ ଏକ ମ୍ୟାଚ୍‌ରେ ସ୍ଲୋ-ଓଭର ବୋଲିଂ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଡ୍ରାଭିଡ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ, କୋହଲିଙ୍କୁ ଖେଳରତ୍ନ ପାଇଁ ସୁପାରିସ

ଡ୍ରାଭିଡ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ, କୋହଲିଙ୍କୁ ଖେଳରତ୍ନ ପାଇଁ ସୁପାରିସ

କୋଲକାତା, ୨୬।୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରାକ୍ତନ ଭାରତୀୟ କ୍ରିକେଟର ରାହୁଲ ଡ୍ରାଭିଡ୍‌ଙ୍କ ନାମକୁ ସମ୍ମାନଜନକ ଗୁରୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସରକାରଙ୍କ ନିକଟକୁ ସୁପାରିସ କରିଛି। ସେହିଭଳି ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ଖେଳରତ୍ନ’ପାଇଁ ଅଧିନାୟକ ବିରାଟ କୋହଲିଙ୍କ ନାମକୁ ସୁପାରିସ କରାଯାଇଛି।

ବାର୍ସିଲୋନା ଓପନ୍‌ରୁ ଜୋକୋଭିଚ୍‌ଙ୍କ ବିଦାୟ

ବାର୍ସିଲୋନା ଓପନ୍‌ରୁ ଜୋକୋଭିଚ୍‌ଙ୍କ ବିଦାୟ

ବାର୍ସିଲୋନା, ୨୬।୪(ଏଏଫ୍‌ପି)- ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ଙ୍କୁ ଏଠାରେ ଚାଲିଥିବା ବାର୍ସିଲୋନା ଓପନ୍‌ରେ ନିରାଶ ହେବାକୁ ପଡ଼ିଛି। ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜୋକୋଭିଚ୍‌ ଆଶ୍ଚର୍ଯ୍ୟଜନକ ଭାବେ ବିଶ୍ୱର ୧୪୦ତମ ମାନ୍ୟତା ପ୍ରାପ୍ତ ମାର୍ଟିନ କ୍ଲିଜାନଙ୍କଠାରୁ ହାରିଯାଇଛନ୍ତି।

ନ୍ୟାୟ ଆଶାରେ କଳ୍ପନା

ନ୍ୟାୟ ଆଶାରେ କଳ୍ପନା

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସ। ପର୍ବତାରୋହଣ ପରି ଦୁସାହସିକ କ୍ରୀଡ଼ାକୁ ନିଶା ଓ ପେସାରେ ପରିଣତ କରିଥିବା ଢେଙ୍କାନାଳର ଏହି ମହିଳା ପର୍ବତାରୋହୀ ଏବେ ଦ୍ୱନ୍ଦ୍ୱ ଏବଂ ଆଶଙ୍କାରେ। କେବଳ ରାଜ୍ୟରେ ନୁହେଁ ଦେଶରେ ଦୁସାହସିକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଯାଉଥିବା ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଳ୍ପନା ଏବେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚତ୍ତ।

ନିଶାନ୍ତ ଚାମ୍ପିୟନ, ରାକେଶ ରନର୍ସଅପ୍‌

ନିଶାନ୍ତ ଚାମ୍ପିୟନ, ରାକେଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଭିନ୍‌ଟେଜ୍‌ କ୍ଲବ ପରିସରରେ ଅନୁଷ୍ଠିତ ଅଲ୍‌ ଓଡ଼ିଶା ଓପନ ହ୍ୟାଣ୍ଡିକ୍ୟାପ ସ୍ନୁକର ଚାମ୍ପିୟନଶିପ୍‌ରେ ନିଶାନ୍ତ ବିଶ୍ୱାଳ ଚାମ୍ପିୟନ ହୋଇଛନ୍ତି। ସେ ବୁଧବାର ଅନୁଷ୍ଠିତ ଫାଇନାଲରେ ରାକେଶ ରୋଶନ ପ୍ରଧାନଙ୍କୁ ୫-୨ ଫ୍ରେମ୍‌ରେ ପରାସ୍ତ କରିଛନ୍ତି।

ଚିନ୍ମୟ ସେମିଫାଇନାଲରେ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଚାଲିଥିବା ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ସେମିଫାଇନାଲରେ ଓଡ଼ିଶାର ଚିନ୍ମୟ ପ୍ରଧାନ ପ୍ରବେଶ କରିଛନ୍ତି।