ମେଟ୍ରୋ |

ଭାଜପା ପକ୍ଷରୁ ବିଏମ୍‌ସି ଅଫିସ ଘେରାଉ

ଭାଜପା ପକ୍ଷରୁ ବିଏମ୍‌ସି ଅଫିସ ଘେରାଉ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ)- ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସହରବାସୀଙ୍କୁ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି। ବିଏମ୍‌ସିର ଅପାରଗତା, ଭ୍ରଷ୍ଟାଚାର ଓ ଜନବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର ଭୁବନେଶ୍ୱର ଜିଲା ଭାଜପା ପକ୍ଷରୁ ବିଏମ୍‌ସି ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୦ରୁ ଅଧିକ ଭାଜପା କର୍ମୀ ବ୍ୟାରିକେଡ୍‌ ଭାଙ୍ଗି ଅଫିସ୍‌ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଭାଜପା କର୍ମୀମାନେ ପୋଲିସ ଉପରକୁ ପାଣି ପାଉଚ୍‌ ମାଡ଼ କରିଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରୁ ୧୫୦ରୁ ଅଧିକ କର୍ମୀଙ୍କୁ ପୋଲିସ ଗିରଫ କରି ଗାଡିରେ ନେଇ ବସାଇ ଅଧାବାଟରେ ଛାଡି ଦେଇଥିଲା।
ଭୁୁବନେଶ୍ୱର ଜିଲା ଭାଜପା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ୨୦୦ରୁ ଅଧିକ କର୍ମୀ ଶୋଭାଯାତ୍ରାରେ ଆସି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭାରେ ରାଜ୍ୟ ସରକାର ଓ ବିଏମ୍‌ସି ବିରୋଧରେ ଭାଷଣ ଦେଇଥିଲେ। ଭାଜପା ନେତାମାନେ ଅଭିଯୋଗ କରିଥିଲେ ଯେ, ବିଏମ୍‌ସି ବସ୍ତିବାସିନ୍ଦାକୁ ଘର ପଟ୍ଟା ଦେବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡାଉଛି। ଆଜି ବସ୍ତି ଅଞ୍ଚଳର ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଡାକ୍ତରଖାନା ମରାମତି ନାଁରେ ବିଏମ୍‌ସି ଠିକାଦାରଙ୍କୁ ଅଧିକ ଉପକୃତ କରିଛି। ସ୍ମାର୍ଟ ସିଟି ମାନ୍ୟତାକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ କାମ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ।
ଏ ନେଇ ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଥିଲେ, ୧୮ ବର୍ଷ ଧରି ବିଜେଡି ସରକାର ଶାସନ କରିଥିଲେ ମଧ୍ୟ ବିଏମ୍‌ସି ସହରବାସୀ, ବସ୍ତିବାସିନ୍ଦା ଓ ସହରର ସାଧାରଣ ଜନତାଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇନାହିଁ। ଏହି ଶୋଭାଯାତ୍ରାରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମିୟ ଦାଶ, ସଂଗ୍ରାମ ପାଇକରାୟ, ରାଜେନ୍ଦ୍ର ପଣ୍ଡା, ରତିକାନ୍ତ ଦାଶ, ରଘୁନାଥ ମହାନ୍ତି, ସୁରେଶ ଜେନା ପ୍ରମୁଖ ସାମିଲ ଥିଲେ।

All Right Reserved By

Model This Week

ନିକିତା

ମେଟ୍ରୋ |

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

ଭୁବନେଶ୍ୱର,୨୨।୪(ବ୍ୟୁରୋ): କଂଗ୍ରେସର ସ୍ଥିତିକୁ ରାଜ୍ୟରେ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ପୁରୀ ଗସ୍ତରୁ ଫେରି ପର୍ଯ୍ୟାୟକ୍ରମେ ଦଳୀୟ କାର୍ଯ୍ୟାଳୟଠାରେ ଦଳର ସବୁ ବର୍ଗର ନେତାମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଦଳର ସମସ୍ତ ନବ ନିଯୁକ୍ତ ନେତୃବୃନ୍ଦ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

ଓୟୁଏଟି ପରିସରରେ ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥମେଟିକ୍‌ କମ୍ପିଟିଶନ୍‌

ଓୟୁଏଟି ପରିସରରେ ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥମେଟିକ୍‌ କମ୍ପିଟିଶନ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଦ୍ୱାଦଶ ଅଲ୍‌ ଓଡ଼ିଶା ୟୁସିମାସ୍‌ ଆବାକସ୍‌ ଆଣ୍ଡ ଆରିଥ୍‌ମେଟିକ୍‌ କମ୍ପିଟିଶନ୍‌ ରବିବାର ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ଅନୁଷ୍ଠିତ ହୋଇଥିଲା। ୟୁସିମାସ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୧ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ  ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବାଲିଅନ୍ତା,୨୨।୪(ଡି.ଏନ୍‌.ଏ.): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ଜଣେ ଡାକ୍ତରୀ ଛାତ୍ର ଶନିବାର ରାତିରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ନୀହାର ରଞ୍ଜନ ରାଉତ(୨୧)। ତାଙ୍କ ଘର ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉତ୍ତରେଶ୍ୱର ଖରିଡା ଗ୍ରାମରେ ବୋଲି ଜଣାପଡିଛି। ରବିବାର ସକାଳେ ମଞ୍ଚେଶ୍ୱର ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲ ପଠାଇଛି। ଏନେଇ ଥାନାରେ ଏକ ମାମଲା (ନଂ-୨୦୫/୧୮) ରୁଜୁ ହୋଇଛି।

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଭୁବନେଶ୍ୱର(ବ୍ୟୁରୋ), ୨୨।୪ : କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ମହାନଦୀ ପାଣିକୁ ବନ୍ଦ କରିଛନ୍ତି। ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ବହୁବାର ଅନୁରୋଧ କରାଯାଇଥିଲା। ଏପରିକି ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ଦାବି କରାଯାଇଥିଲା। ମାତ୍ର ଓଡ଼ିଶାବାସୀଙ୍କ ଦାବି କେନ୍ଦ୍ର ସରକାର ଅଣଦେଖା କରିବାରୁ, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଲା।

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା ଅଫିସ, ୨୨।୪: ଜିଲାର ଖୋର୍ଦ୍ଧା ବ୍ଲକ ଦଳେଇପୁଟ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଅନ୍ତର୍ଯ୍ୟାମୀ ସୁବୁଦ୍ଧିଙ୍କ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ୨୦ ରୁ ଊଦ୍ଧ୍ୱର୍ର୍ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି।

ପଦାରେ ପଡ଼ିଲା ଷଡ଼ଯନ୍ତ୍ର ଦୋଛକିରେ ପ୍ରଶାସନ, ସେବାୟତ

ପଦାରେ ପଡ଼ିଲା ଷଡ଼ଯନ୍ତ୍ର ଦୋଛକିରେ ପ୍ରଶାସନ, ସେବାୟତ

ପୁରୀ ଅଫିସ, ୨୨।୪: ନୀତି ବିଭ୍ରାଟକୁ ନେଇ ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ସତ୍ୟପାଠ ଦାଖଲ କରିଛି ତାହାକୁ ନେଇ ଏବେ ଅଡୁଆ ବଢିବାରେ ଲାଗିଛି। ସତ୍ୟପାଠରେ ନୀତି ବିଭ୍ରାଟ ପାଇଁ ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର, ପୂଜାପଣ୍ଡା ନିଯୋଗ ସମ୍ପାଦକ ତଥା ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କୁ ଦାୟୀ କରାଯାଇଛି। ପଧାନୀ ନିଯୋଗ ଏବଂ ମହାଜନ ନିଯୋଗର ଅସହଯୋଗରୁ ନୀତି ବିଳମ୍ବ ହୋଇଥିବା ଦର୍ଶାଯାଇଛି।

ବିରଳ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସଦାଶିବ ତ୍ରିପାଠୀ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)- ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀ ନୀତି, ଆଦର୍ଶ, ମୂଲ୍ୟବୋଧ ଓ ସ୍ବଚ୍ଛତାସମ୍ପନ୍ନ ଏକ ବିରଳ ବ୍ୟକ୍ତିତ୍ବ ଥିଲେ। ଘଟଣାବହୁଳ ଜୀବନରେ ସେ ଆପଣାର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି। ତ୍ୟାଗପୂତ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନସେବୀ ଓ ନିରଳସ ରାଜନେତା ଭାବେ ସଦାଶିବ ତ୍ରିପାଠୀ ସ୍ମରଣୀୟ ହୋଇ ରହିବେ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି। ଶନିବାର ସୂଚନା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସଦାଶିବ ତ୍ରିପାଠୀ ଜୟନ୍ତୀ ସମାରୋହରେ ମନ୍ତ୍ରୀ ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ।

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)- ନୟାପଲ୍ଲୀ ଥାନା ଆଦିତ୍ୟନଗରରେ ରହୁଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତା ଜଣକ ହେଲେ ଝିଲି ପାତ୍ର(୨୨)। ପୋଲିସ ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଯୁବତୀଙ୍କୁ କେହି ହତ୍ୟାକରି ଘର ଭିତରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି।

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଲେ ଯୁବକ

ଭୁବନେଶ୍ୱର, ୨୨।୪(ବ୍ୟୁରୋ)- ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇ ଅପଦସ୍ଥ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଳ। ନିୟମ ଉଲ୍ଲଂଘନକାରୀ ଯୁବକ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ କନଷ୍ଟେବଳଙ୍କୁ ବେଲ୍ଟରେ ପିଟିଛନ୍ତି। ଶନିବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ରବି ଟକିଜ୍‌ ଛକରେ। ମାଡ଼ ଖାଇଥିବା କନଷ୍ଟେବଳ ଟ୍ରାଫିକ୍‌ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଟ୍ରାଫିକ ପୋଲିସ ସହ ଯୁବକଙ୍କ ମାରପିଟ୍‌ର ସମସ୍ତ ଦୃଶ୍ୟ କନଷ୍ଟେବଳଙ୍କ ଦେହରେ ଲାଗିଥିବା ବଡିକ୍ୟାମେରାରେ ରେକର୍ଡ ହୋଇଥିବା ଜଣାପଡ଼ିଛି।

ସ୍ବାମୀ ସାମ୍ନାରେ ଅସଦାଚରଣ, ହାତ ଭାଙ୍ଗିବା ଘଟଣା: ଏଚ୍‌ଆର୍‌ପିସିଙ୍କ ଦ୍ୱାରସ୍ଥ ହେଲେ କ୍ୟାନ୍‌ସର ପୀଡ଼ିତା

କଟକ ଅଫିସ,୨୧।୪- ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦେହରେ ବଳ ନାହିଁ। କ୍ୟାନସର ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଘରୁ ଘୋଷାରି ଆଣି ମାଡ଼ ମାରିଲେ। ସ୍ବାମୀଙ୍କ ସାମ୍ନାରେ ତାଙ୍କୁ ଅସଦାଚରଣ କରିବା ସହିତ ପିଟିପିଟି ହାତ ଭାଙ୍ଗିଦେଲେ। ଥାନାରେ ଅଭିଯୋଗ କରିଲେ ମଧ୍ୟ ପୋଲିସ କିଛି ଶୁଣିଲାନି। ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଲା ପୋଲିସ।

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

ପୌରପାଳିକା, ପଞ୍ଚାୟତ ନିର୍ବାଚନ ମାମଲା: ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧।୪- ପୌରପାଳିକା, ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣ ଆଇନକୁ ଉଲ୍ଲଂଘନ ହେଉଥିବା ଦର୍ଶାଇ ସମ୍ବଲପୁର ରେଙ୍ଗାଲିର ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଅନ୍ୟ ୪୦ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ବିନୀତ୍‌ ସରନ ଓ ବିଚାରପତି ବିଦ୍ୟୁତ ରଞ୍ଜନ ଷଢଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୂର୍ବତନ ମହିଳା କାଉନସିଲରଙ୍କୁ ଗୁଳିମାଡ଼: ଅବସ୍ଥା ଗୁରୁତର, କଟକ ସ୍ଥାନାନ୍ତର

ପୁରୀ ଅଫିସ, ୨୧।୪ : ଜିଲାର ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖିବା ଲାଗି ପୁରୀ ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କ ତାଗିଦ୍‌ କରିବାର ୧୨ଘଣ୍ଟା ନ ପୂରୁଣୁ ବାସେଳିସାହି ଥାନା ଅଧୀନ ଗୋଖା ସାହିରେ ଘଟିଛି ଗୁଳିକାଣ୍ଡ। ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କୁ ଲକ୍ଷ୍ୟକରି ୮ରାଉଣ୍ଡ ଗୁଳିମାଡ଼ ହୋଇଛି। ତାଙ୍କ ବାମପାର୍ଶ୍ୱ ତଳିପେଟରେ ଦୁଇଟି ଏବଂ ଜଙ୍ଘରେ ଗୋଟିଏ ଗୁଳି ବାଜିଛି।