ମେଟ୍ରୋ |

ସିଆରଜେଡ୍‌ ଉଲ୍ଲଂଘନ କରି କୋଠା ନିର୍ମାଣ: ରୁଜୁ ହେଲା ମାମଲା

ସିଆରଜେଡ୍‌ ଉଲ୍ଲଂଘନ କରି କୋଠା ନିର୍ମାଣ: ରୁଜୁ ହେଲା  ମାମଲା
ପୁରୀ ଅଫିସ, ୨୨।୧୨: ସିଆରଜେଡ୍‌ ନିୟମକୁ ଉଲ୍ଲଂଘନ କରି ସମୁଦ୍ରକୂଳ ଅଞ୍ଚଳରେ ଥିବା ସରକାରୀ ଜମିରେ ବେନିୟମ ଭାବେ ନିର୍ମାଣ ଚାଲିଥିବା ୪ଟି କୋଠା ଉପରେ ସିଆରପିସି ୧୪୪ ବଳରେ ମାମଲା ରୁଜୁ କରିଛି ଜିଲା ପ୍ରଶାସନ। ପୁରୀ ତହସିଲଦାର ପ୍ରବୀର ଖିଲାରଙ୍କ ରିପୋର୍ଟକୁ ଭିତ୍ତିକରି ଉପଜିଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଉପଜିଲାପାଳ ରାମଚନ୍ଦ୍ର ପଟ୍ଟନାୟକ ୪ଟି ମାମଲା ରୁଜୁ କରିଛନ୍ତି। ୪ଟି କୋଠାର ମାଲିକଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି ରହିଛି। ଅନ୍ୟପକ୍ଷରେ ୧୪୪ ଧାରାକୁ କାର୍ଯ୍ୟକାରୀ କରିବାକୁ ତହସିଲଦାର ଏବଂ ସମ୍ପୃକ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୂଳଠାରୁ ୫ମିଟର ଅଞ୍ଚଳ ମଧ୍ୟରେ ବଳିଅପଣ୍ଡା ମଧୁରଜଳ ସଂରକ୍ଷିତ ଅଞ୍ଚଳରେ ଅନାଧିକାର ଭାବେ କୋଠା ନିର୍ମାଣ ଚାଲିଛି। ଉକ୍ତ ଜମି ମାଲିକାନା ସରକାରଙ୍କ ନାମରେ ରହିଛି। ଏନ୍‌ଜିଟି ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ନିୟନ୍ତ୍ରଣ ପ୍ରାଧିକରଣ ମଧୁରଜଳ ଅଞ୍ଚଳରେ ଗୃହ ନିର୍ମାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହାସତ୍ତ୍ବେ ସେଠାରେ ବେଆଇନ ଭାବେ ବହୁ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ପରିବେଶ ସୁରକ୍ଷା ଆଇନ ଧାରା ୧୯ ଅନୁଯାୟୀ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଜିଲାପାଳ କିମ୍ବା ଉପଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ କରିବା ଲାଗି ନିୟମ ରହିଛି। ଗୃହ ନିର୍ମାଣ ଚାଲିଥିବା ବେଳେ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଓଡ଼ିଶା ଉପକୂଳ ଅଞ୍ଚଳ ନିୟନ୍ତ୍ରଣ ପ୍ରାଧିକରଣ (ଓସିଜେଡ୍‌ଏମ୍‌ଏ) ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଜିଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ କରି ରିପୋର୍ଟ ଦେବାକୁ ଉପଜିଲାପାଳ ବ୍ରହ୍ମଗିରି ଏବଂ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚିଠି ଂ. ୧୨୭୯୬/୧୫ା୧୨ା୨୦୧୭ରେ ପୁରୀ ତହସିଲଦାର ୪ଟି ନିର୍ମାଣାଧୀନ କୋଠା ଉପରେ ରିପୋର୍ଟ ଦେଇଥିଲେ। ପରିବେଶ ସୁରକ୍ଷା ଆଇନ ବଳରେ ପଦକ୍ଷେପ ନେବାକୁ ତହସିଲଦାର ସୁପାରିସ କରିଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ, ଗୌଡବାଡ ସାହିର ପ୍ରଶାନ୍ତ ପଣ୍ଡା ସିଆରଜେଡ୍‌ ନିୟମକୁ ଉଲ୍ଲଂଘନ କରି ବଳିଆପଣ୍ଡା ମୌଜାର ସରକାରୀ ଜମି ଖାତା ନଂ. ୧୧ ପ୍ଲଟ ନଂ. ୬୧(ପି) ୦.୦୮୦ଏକରରେ ଏକ କୋଠା ନିର୍ମାଣ କରୁଛନ୍ତି। ମାଟିମଣ୍ଡପ ସାହିର କାହ୍ନୁଚରଣ ସାହୁ ବିଳବଳିଆପଣ୍ଡା ମୌଜାର ସରକାରୀ ଜମି ଖାତା ନଂ. ୧୧ ପ୍ଲଟ ନଂ. ୬୧(ପି)ରେ ୦.୦୫୦ଏକର ଜମିରେ କୋଠା ନିର୍ମାଣ କରୁଛନ୍ତି। ବଳିଆପଣ୍ଡା ମୌଜାର ସରକାରୀ ଜମି ଖାତା ନଂ. ୧୧ ପ୍ଲଟ ନଂ. ୬୧(ପି)ରେ ହରଚଣ୍ଡୀ ସାହିର ରାମ ବେଜ ୦.୦୭୦ ଏକର ଅଞ୍ଚଳରେ ଏକ କୋଠା ନିର୍ମାଣ କରୁଥିବା ତହସିଲଦାରଙ୍କ ରିପୋର୍ଟରେ ଦର୍ଶଯାଇଛି। ସେହିପରି ବାଲୁଖଣ୍ଡ ମୌଜାର ସରକାରୀ ଜମି ଖାତା ନଂ. ୧୦୯ ପ୍ଲଟ ନଂ. ୧୧୨୯/୧୧୩୦ ମାଟିମଣ୍ଡପ ସାହିର କୃଷ୍ଣଚନ୍ଦ୍ର ପୂଜାପଣ୍ଡା ୦.୩୦୦ଏକର ଜମିରେ କୋଠା ନିର୍ମାଣ କରୁଥିବା ଅଭିଯୋଗ ରହିଛି। ସହକାରୀ ଉପଜିଲାପାଳ ସିଆରପିସି ୧୪୪ ବଳରେ (ନଂ. ୭୫୦/୨୦୧୭, ୭୫୧/୨୦୧୭, ୭୫୨/୨୦୧୭ ଏବଂ ୭୫୩/୨୦୧୭)ରେ ୪ଟି ମାମଲା ରୁଜୁ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ମଧୁସୂଦନ ଦାସ କହିଛନ୍ତି, ଖୁବଶୀଘ୍ର ପରିବେଶ ସୁରକ୍ଷା ଆଇନ ବଳରେ ବି ମାମଲା ରୁଜୁ କରାଯିବ।
All Right Reserved By

ମେଟ୍ରୋ |

୨୭ରେ ସ୍ପିକ୍‌ମାକେର ‘ଯାମିନୀ’ ଉତ୍ସବ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ସ୍ପିକ୍‌ମାକେ(ସୋସାଇଟି ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡିଆନ୍‌ କ୍ଲାସିକାଲ ମ୍ୟୁଜିକ୍‌ ଆଣ୍ଡ କଲ୍‌ଚର ଆମଙ୍ଗ୍‌ ୟୁଥ୍‌) ପକ୍ଷରୁ ଆସନ୍ତା ୨୭ ତାରିଖରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ବିନିଦ୍ର ରଜନୀ ‘ଯାମିନୀ ୨୦୧୮’ ଅନୁଷ୍ଠିତ ହେବାକୁ ଯାଉଛି। 

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ମା’ଙ୍କୁ ଚକ୍ଷୁଦାନ, ଜୀବନ୍ୟାସ ଏବଂ ପ୍ରାଣ ପ୍ରତିଷ୍ଠା ନୀତି ପରେ ବୁଧବାର ପୂଜାମଣ୍ଡପଗୁଡ଼ିକରେ ମହାଷ୍ଟମୀ ତଥା ଦୁର୍ଗାଷ୍ଟମୀ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମା’ ଦୁର୍ଗତିନାଶିନୀଙ୍କ ଆରାଧନା ସମଗ୍ର ସହରରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସବୁଆଡ଼େ ଗହଳି ଚହଳି ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ମଣ୍ଡପଗୁଡ଼ିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ମା’ଙ୍କ ଆରାଧନା ଲାଗି ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜଧାନୀରେ ଥିବା ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେବା କ୍ଷଣି ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। 

ରାଜ୍ୟପାଳ ଦେଖିବେ କଟକ ଦଶହରା

ରାଜ୍ୟପାଳ ଦେଖିବେ କଟକ ଦଶହରା

କଟକ ଅଫିସ,୧୮।୧୦ - ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ମହାନବମୀରେ କଟକ ଗସ୍ତ କରି ଦଶହରା ପୂଜା ଦେଖିବେ। ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। 

ପୂଜା ବୁଲିଲେ ଜିଲାପାଳ, ଅଭିନେତା

ପୂଜା ବୁଲିଲେ ଜିଲାପାଳ, ଅଭିନେତା

କଟକ ଅଫିସ,୧୮।୧୦ - ପୂଜା କାହା ପାଇଁ ଖୁସି ଆଣିଛି ତ ଆଉ କାହା ପାଇଁ ଦାୟିତ୍ୱ ବଢ଼ାଇ ଦେଇଛି। ତେବେ ଏହା ଭିତରେ ସମସ୍ତେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରୁଛନ୍ତି। 

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

କଟକ ଅଫିସ,୧୮।୧୦ - ଆଗକୁ ଅଛି ସାଧାରଣ ନିର୍ବାଚନ। ଏହାକୁ ନେଇ ଢ଼େର୍‌ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳ ବଦଳ, ବିଦ୍ରୋହୀଙ୍କ ଗର୍ଜନ ଓ ମିଶ୍ରଣ ଭିତରେ ରାଜନୈତିକ ଦଳଗୁଡିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

ମିଠାରେ ବିଷ

ମିଠାରେ ବିଷ

କଟକ ଅଫିସ,୧୮।୧୦ - ପୂଜା ପାଇଁ ଏବେ ବଜାରର ବିଭିନ୍ନ ମିଠା ଦୋକାନଠାରୁ ଆରମ୍ଭ କରି ଟିଫିନ୍‌ ସେଣ୍ଟରରେ ଭଳିକି ଭଳି ମିଠା ମିଳୁଛି। ଶୋ’ କେସ୍‌ରେ ଚକ୍‌ ଚକ୍‌ ଦିଶୁଥିବା ଓ ପାଟିକୁ ସୁସ୍ବାଦୁ କରୁଥିବା ଏହି ମିଠା ଯେ ଶରୀର ପାଇଁ କ୍ଷତିକାରକ ତାହା ହୁଏତ କେହି ଜାଣି ନ ଥିବେ। କ୍ଷୀର, ଛେନା, ଖୁଆ ସହ ବିଭିନ୍ନ ପୁଷ୍ଟିକର ସାମଗ୍ରୀରେ ତିଆରି ହେଉଥିବା ଏହି ମିଠାରେ ମିଶାଯାଉଛି ବିଷ। ମିଠାକୁ ଅଧିକ ଆକର୍ଷଣୀୟ କରିବା ସହ ତାଜା ରଖିବା ପାଇଁ ହାନିକାରକ କେମିକାଲ ବ୍ୟବହାର କରାଯାଉଛି। ପ୍ରତିଦିନ ଲୋକେ ଏହାକୁ ଖାଇ ଅଜାଣରେ ରୋଗ କିଣୁଛନ୍ତି।

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ମା’ ଦୁର୍ଗାଙ୍କ ପରେ ଗଜଲକ୍ଷ୍ମୀଙ୍କ ଆଗମନକୁ ଅପେକ୍ଷା

ଖୋର୍ଦ୍ଧା ଅଫିସ,୧୭।୧୦ ପାର୍ବଣ ଅବକାଶରେ ମା ଜଗତ୍‌ଜନନୀ ଦୁର୍ଗାଙ୍କ ପରେ ଗଜଲକ୍ଷ୍ମୀଙ୍କ ଆଗମନକୁ ଖୋର୍ଦ୍ଧାବାସୀଙ୍କ ଚାହିଁ ବସିଛନ୍ତି। ଏଥିପାଇଁ ଖୋର୍ଦ୍ଧା ସହର ପୂଜା କମିଟି କର୍ମକର୍ତ୍ତାଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଭଗବତୀଙ୍କ ନବମୀ ପୂଜା

ଭଗବତୀଙ୍କ ନବମୀ ପୂଜା

ଖୋର୍ଦ୍ଧା ଅଫିସ,୧୭।୧୦: ଶାରଦୀୟ ପାର୍ବଣ ପୂଜା ପାଇଁ ବାଣପୁର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି । 

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

ବାଲିଅନ୍ତା,୧୭।୧୦(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ନଖରାଗଡ଼ ନିକଟରୁ ୭୫୦ ବୋତଲ(୩୦ ପେଟି) ଆସ୍କା ଫର୍ଟି ମଦ ସହ ଏକ କାର ଜବତ କରିଛି।