Dharitri News
ମେଟ୍ରୋ |

ଶିଶୁ ମହୋତ୍ସବ ଉଦ୍‌ଯାପିତ

ଶିଶୁ ମହୋତ୍ସବ ଉଦ୍‌ଯାପିତ ପୁରୀ ଅଫିସ,୨୨।୧୨: ଶିଶୁମାନଙ୍କ ସମୃଦ୍ଧ ଭବିଷ୍ୟତ ରହିଛି। ସେମାନଙ୍କୁ କେବଳ ସହଯୋଗ ଦରକାର। ପ୍ରତ୍ୟେକ ଦିଗରୁ ସେମାନଙ୍କୁ ସହଯୋଗ ମିଳିଲେ ପରବର୍ତ୍ତୀ ଦିନରେ ରାଜ୍ୟ ଏବଂ ଦେଶ ହସିଉଠିବ। ସମାଜରେ ସବୁପ୍ରକାର ଆନ୍ଦୋଳନ ପରିଲକ୍ଷିତ ହେଉଛି। କିନ୍ତୁ ସାଂସ୍କୃତିକ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହା ଗୃହସ୍ତରରୁ ସମାଜ, ରାଜ୍ୟ ଓ ରାଷ୍ଟ୍ରକୁ ବ୍ୟାପିବା ଦରକାର। ଏଥିପାଇଁ ଜନସାଧାରଣଙ୍କ ଉତ୍ସାହ ଓ ସରକାରଙ୍କ ବଳିଷ୍ଠ ଭୂମିକା ରହିଛି। ଶରଧାବାଲିଠାରେ ଅନୁଷ୍ଠିତ ଜାତୀୟ ଶିଶୁ ମହୋତ୍ସବର ଶୁକ୍ରବାର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇଥିବା ଅତିଥିମାନେ ଏହା କହିଛନ୍ତି। ମାସିକ ଶିଶୁ ପତ୍ରିକା ଶିଶୁବାର୍ତ୍ତାର ଏକାଦଶ ଶିଶୁ ମହୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଯୋଗଦେଇ କହିଥିଲେ, ବର୍ତ୍ତମାନ ସମାଜରେ ଶିଶୁମାନଙ୍କ ପ୍ରତି ଯେତିକି ଗୁରୁତ୍ୱ ଦେବା କଥା ଦିଆଯାଉ ନାହିଁ। ଫଳରେ ସେମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ମଧ୍ୟ ସେହିପରି ହୋଇପାରୁ ନାହିଁ। ଏଥିପାଇଁ ସରକାରୀ ଭାବେ ପଦକ୍ଷେପ ନିଆଯିବାର ଯଥେଷ୍ଟ ପ୍ରୟୋଜନ ରହିଛି। ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଜିଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ସାମନ୍ତରା, ସଙ୍ଗୀତ ନିର୍ଦ୍ଦେଶକ ଶ୍ୟାମପ୍ରସାଦ ପାଢୀ, ସାମାଜିକ କର୍ମୀ ସନ୍ତୋଷ କୁମାର ସାହୁ ଓ କୁମୁଦ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଶିଶୁ କଳାକାର ଓ ପ୍ରବୃଦ୍ଧ କଳାକାରଙ୍କ ଦ୍ୱାରା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଶିଶୁ ମହୋତ୍ସବ ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ରାଜକୁମାରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଉତ୍ସବ ଆରମ୍ଭ ହୋଇଥିଲା। ସୂର୍ଯ୍ୟନାରାୟଣ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିଶୁବାର୍ତ୍ତାର ସମ୍ପାଦକ ମାନସ ଦାସ ଏଥିରେ ଉପସ୍ଥିତ ଥିଲେ।

Model This Week

ସୁରଶ୍ରୀ
Pilanka Dharitri

ମେଟ୍ରୋ |

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଖୋର୍ଦ୍ଧା ଅଫିସ, ୧୬।୧: ଖୋର୍ଦ୍ଧା ସହରର ବେସରକାରୀ କ୍ଲିନିକ୍‌ରେ ମଙ୍ଗଳବାର ଏକ ନବଜାତ ଶିଶୁର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ପାଣି ପଞ୍ଚାୟତ ରଥ ଉଦ୍‌ଘାଟିତ ହୋଇଛି। ଏଡିଏମ୍‌ ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ରଥ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ।

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

କଟକ ରୋଡ଼, ୧୬।୧(ଡି.ଏନ୍‌.ଏ.): କଟକ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଓ ଖୋର୍ଦ୍ଧା ଜିଲା ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ମଙ୍ଗଳବାର ସକାଳେ ଚଢାଉ କରାଯାଇ ଚୋରା ଚାଲାଣ କରୁଥିବା ୯ ଗଞ୍ଜେଇ ବ୍ୟବସାୟୀଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି।

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ବୟନଶିଳ୍ପ ନିର୍ଦ୍ଦେଶାଳୟ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ବୟନିକା ପକ୍ଷରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା। ଓଡ଼ିଶା ସହ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, ଆସାମ, କର୍ନାଟକ, ଉତ୍ତରାଖଣ୍ଡ, ହରିୟାଣା, ବିହାର, ତେଲେଙ୍ଗାନା, ତ୍ରିପୁରା, ପଞ୍ଜାବ, ଗୁଜରାଟ, ଦିଲ୍ଲୀ ଏବଂ ମଣିପୁରର ଉତ୍କୃଷ୍ଟ ହସ୍ତତନ୍ତ ବସ୍ତ୍ରକୁ ନେଇ ଆୟୋଜିତ ଏହି ମେଳାକୁ ସୋମବାର ରାଜ୍ୟପାଳ ଡ. ଏସ୍‌.ସି. ଜମିର ଉଦ୍‌ଘାଟନ କରିଛନ୍ତି।

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ମନୁଷ୍ୟ ମଧ୍ୟରେ ନୈତିକ ଗୁଣ ରହିବା ଜରୁରୀ। ନିଶା ସେବନଠାରୁ ଦୂରେଇ ରହିବା ଆବଶ୍ୟକ। ପରସ୍ପର ମଧ୍ୟରେ ହିଂସା, ଦ୍ୱୈଷଭାବ ନ ରଖି ସଦ୍‌ଭାବନା ରଖିବା ଏବଂ ଯେତେ କଷ୍ଟ ହେଲେ ମଧ୍ୟ କାର୍ଯ୍ୟରେ ନୈତିକତା ବଜାୟ ରଖିବା ଜଣେ ପ୍ରକୃତ ମନୁଷ୍ୟର ଲକ୍ଷ୍ୟ ହେବା ଉଚିତ।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ପୁରୀ ଅଫିସ, ୧୫।୧: କିଛିଦିନ ହେଲା ଶ୍ରୀମନ୍ଦିରରେ ଲୁଟ୍‌ ଘଟଣା ବଢିବାରେ ଲାଗିଛି। ଭିଡ଼ର ସୁଯୋଗ ନେଇ ଭକ୍ତଙ୍କ ଚେନ୍‌, ମନିପର୍ସ ଲୁଟି ନେଉଛନ୍ତି ଲୁଟେରା। ଏକ ଧାର୍ମିକ ସ୍ଥଳରେ ଲୁଟ୍‌ର ଶିକାର ହେବା ପରେ ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରିବାକୁ ପସନ୍ଦ କରୁନାହାନ୍ତି।

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ପୁରୀ ଅଫିସ, ୧୫।୧: ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ଗୋପୀନାଥ ଦେବ ମନ୍ଦିର ବିପଦସଙ୍କୁଳ। କେଉଁ ପରିସ୍ଥିତିରେ ଭୁଶୁଡିବ। ଆଉ ମନ୍ଦିର ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ପୁରୀ ଅଫିସ,୧୫।୧: ଶ୍ରୀଜଗନ୍ନାଥ ମନ୍ଦିର ତଦନ୍ତ କମିଶନଙ୍କ ରିପୋର୍ଟ ତଲବ ପରେ ଏଏସ୍‌ଆଇ ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ ହେବ। ଭୁବନେଶ୍ୱର ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯିବ।