Dharitri News
ମେଟ୍ରୋ |

ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ୨ ହଜାର ଭାଜପା କର୍ମୀ

 ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ୨ ହଜାର ଭାଜପା କର୍ମୀ ପୁରୀ ଅଫିସ, ୨୨।୧୨: ଜିଲା ପରିଷଦ ଅଧ୍ୟକ୍ଷଙ୍କୁ ଗିରଫ ସହ ୮ଦଫା ଦାବିପତ୍ର ପ୍ରଦାନ ନିମନ୍ତେ ପୁରୀ ଜିଲା ଭାଜପା କର୍ମୀ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିଲେ। ପ୍ରାୟ ୨ହଜାରରୁ ଅଧିକ କର୍ମୀ ଏଥିରେ ସାମିଲ ଥିଲେ। ଟାଉନ ହଲ୍‌ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି। ଶତାଧିକ କର୍ମୀ ବ୍ୟାରିକେଡ ଭାଙ୍ଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। ଫଳରେ ଉଭୟପକ୍ଷ ମଧ୍ୟରେ ମାର୍‌ପିଟ ହୋଇଥିଲା। ଭାଜପା କର୍ମୀଙ୍କ ମାଡରେ ୨ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେହିପରି ପୋଲିସ କର୍ମଚାରୀଙ୍କ ମାଡରେ ଜଣେ ଭାଜପା କର୍ମୀ ଆହତ ହୋଇଛନ୍ତି। ଏପରି କି ଉତ୍ତ୍ୟକ୍ତ ଭାଜପା କର୍ମୀମାନେ ଅତିରିକ୍ତ ଜିଲାପାଳଙ୍କୁ କାର୍ଯ୍ୟାଳୟରେ ପଶି ଠେଲାପେଲା କରିଛନ୍ତି। ଅନ୍ୟପକ୍ଷରେ ଭାଜପା କର୍ମୀଙ୍କ ନାମରେ ପୋଲିସ ଏକ ମକଦ୍ଦମା ରୁଜୁ କରିଛି। ପୁରୀ ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରିଥିଲା। କାକଟପୁରର ପ୍ରବୀର ସ୍ବାଇଁ ହତ୍ୟା ଘଟଣାରେ ପୁରୀ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇଙ୍କ ଗିରଫ ଦାବି ସହିତ ଲଘୁଚାପଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କ ଠିକ ତାଲିକା ପ୍ରସ୍ତୁତ କରି କ୍ଷତିପୂରଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ, ଚାଷୀଙ୍କ ଧାନରେ ୩ଶହ ଟଙ୍କା ବୋନସ୍‌, କୃଷି ଋଣ ସମ୍ପୂର୍ଣ୍ଣ ଛାଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ସମସ୍ତ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀ ଚୟନରେ ଦୁର୍ନୀତିର ତଦନ୍ତ, ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ରାଶନ କାର୍ଡ ପ୍ରଦାନ ଏବଂ ଜିଲାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଦାବି କରିଥିଲା ଭାଜପା। ଦଳ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯିବାର କାର୍ଯ୍ୟକ୍ରମ ଥିଲା। ତେଣୁ ପୂର୍ବରୁ ପୋଲିସ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରି ରହିଥିଲା। ଏପରି କି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ପ୍ରବେଶ ପଥଗୁଡିକରେ ବ୍ୟାରିକେଡ କରି ଦିଆଯାଇଥିଲା। ଟାଉନ ହଲ ଛକ, ସମୁଦ୍ରକୂଳ ଥାନା ଛକ, ଭିଆଇପି ରୋଡ୍‌ରେ ବ୍ୟାରିକେଡ କରାଯାଇଥିଲା। ଟାଉନ ହଲ ଛକ ନିକଟରେ କରାଯାଇଥିବା ବ୍ୟାରିକେଡରେ ପୋଲିସ ଶୋଭାଯାତ୍ରାକାରୀଙ୍କୁ ଅଟକାଇଥିଲା। ସେଠାରେ ଭାଜପା କର୍ମୀ ଏବଂ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ଭାଜପା କର୍ମୀମାନେ ବ୍ୟାରିକେଡ ଭାଙ୍ଗି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ। ଧସ୍ତାଧସ୍ତି ବେଳେ ଭାଜପା କର୍ମୀମାନେ ପୋଲିସକୁ ନିସ୍ତୁକ ମାଡ ମାରିଥିଲେ। ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ ପୋଲିସ କର୍ମଚାରୀ ପ୍ରଦୀପ୍ତ କୁମାର ବେହେରା ଏବଂ ବସନ୍ତ କୁମାର ବେହେରା ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପୋଲିସ ମାଡରେ ଭାଜପାର ୨ଜଣ କର୍ମୀ ଆହତ ହୋଇଥିବା କୁହାଯାଇଛି। ଆହତ ଭାଜପା କର୍ମୀ ଆଲୋକ ପ୍ରଧାନ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି। ଧସ୍ତାଧସ୍ତି ବେଳେ ଝରଣା ଜେନା ନାମ୍ନୀ ମହିଳା ପୋଲିସ ମାଡରେ ଆହତ ହୋଇଥିବା ଜଣାପଡିଛି। ଭାଜପା କର୍ମୀମାନେ ବ୍ୟାରିକେଡ ଭାଙ୍ଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଜିଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିିତ ଥିଲେ। ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଭାଜପା କର୍ମୀ ତାଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବା ସହିତ ତାଙ୍କୁ ଠେଲାପେଲା କରିଥିଲେ। ସେଠାରେ ପୋଲିସ ଏବଂ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ। ଏହାପରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ଦେଇ ଫେରିଥିଲେ। ଶୋଭାଯାତ୍ରାରେ ପୁରୀ ଜିଲା ଭାଜପା ସଭାପତି ପ୍ରଭଞ୍ଜନ ମହାପାତ୍ର, ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଭାତୀ ପରିଡା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାରାୟଣ ପାତ୍ର, ଓମ୍‌ ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ବିରଞ୍ଚତ୍ ନାରାୟଣ ତ୍ରିପାଠୀ, ସୁରଥ ବିଶ୍ୱାଳ, ମମତା ପତି, ଉମାକାନ୍ତ ନାୟକ, ଜୟଶ୍ରୀ ଦାସ, ଜ୍ୟୋତି ମହାପାତ୍ର, ଶାଶ୍ୱତ ମହାପାତ୍ର ଏବଂ ରବି ନାରାୟଣ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ପୋଲିସଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ପୋଲିସ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। କେସ୍‌ ନମ୍ବର ୨୦୬/୨୦୧୭ରେ ଏକ ମାମଲା ରୁଜୁ ହୋଇଛି। ଭାଜପା ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା କୁହାଯାଉଛି।

ମେଟ୍ରୋ |

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ:  ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ: ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନ୍ୟାୟ ପାଇବା ଆଶା ହରାଇ ଶେଷରେ ଆତ୍ମହତ୍ୟା କଲେ କୁନ୍ଦୁଲି ବଳାତ୍କାର ପୀଡିତା। ଏହି ଘଟଣା ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ ଅଫିସ, ୨୨।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଦାରୁଦିଅଁଙ୍କ ଲାଗି ପ୍ରସ୍ତୁତ ହେବ ତିନିରଥ। ସୋମବାର ପବିତ୍ର ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି।

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀ ଅଫିସ,୨୨।୧: ଜଗତ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠରେ ଅଭିଷେକ ହେବାକୁ ସୋମବାର ୨୫ବର୍ଷ ପୁରିଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ପୂର୍ତ୍ତି ମହୋତ୍ସବ ପାଳନ କରାଯାଉଛି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।