Dharitri News
ମେଟ୍ରୋ |

ସ୍ବତନ୍ତ୍ର ମୋବାଇଲ ବ୍ୟବସ୍ଥାକୁ ବିରୋଧ: ଶ୍ରୀମନ୍ଦିରରେ ଲାଗିଲା ପୋଷ୍ଟର

ସ୍ବତନ୍ତ୍ର ମୋବାଇଲ ବ୍ୟବସ୍ଥାକୁ ବିରୋଧ: ଶ୍ରୀମନ୍ଦିରରେ ଲାଗିଲା ପୋଷ୍ଟର ପୁରୀ ଅଫିସ,୨୨।୧୨: ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ଭିତରେ ଯେପରି ଫଟୋ ନ ଉଠିପାରିବ ସେ ନେଇ ମୋବାଇଲ କଟକଣାକୁ ଆହୁରି କଡାକଡି କରାଯାଇଛି। ତେଣୁ ସେବାୟତଙ୍କୁ ସ୍ବତନ୍ତ୍ର ମୋବାଇଲ (କ୍ୟାମେରା ଏବଂ ଇଣ୍ଟରନେଟ୍‌ ସୁବିଧା ନ ଥିବା) ଫୋନ ଯୋଗାଇଦେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। କିନ୍ତୁ ଏହାକୁ ଅନେକ ସେବାୟତ ବିରୋଧ କରିଛନ୍ତି। ଏହି ମୋବାଇଲ ଯୋଗାଣ ବ୍ୟବସ୍ଥାକୁ ବିରୋଧ କରି ଶୁକ୍ରବାର ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଲାଗିଛି ପୋଷ୍ଟର। ସେବାୟତମାନଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ପ୍ରଶାସନର ମନମୁଖି ଶାସନ ଦ୍ୱାରା ଆମର ମାନସିକ, ଆର୍ଥିକ କ୍ଷୁଣ୍ଣ ହେଉଛି। ମୋବାଇଲ ପ୍ରସଙ୍ଗରେ ଛତିଶା ନିଯୋଗରେ ଆଲୋଚନା ବେଳେ ଏହାକୁ ଦାମୋଦର ମହାସୁଆର ବିରୋଧ କରିଥିଲେ। ପ୍ରସ୍ତାବ ଦୃଢୀକରଣ ନ ହୋଇ ପରିଚାଳନା କମିଟି ବିନା ଅନୁମୋଦନରେ କିଭଳି ଏତେବଡ଼ ନିଷ୍ପତ୍ତିକୁ ଆଇନରେ ପରିଣତ କରାଗଲା ? ଭକ୍ତମାନେ ମନ୍ଦିରକୁ କାହିଁକି ବିନା କ୍ୟାମେରା ମୋବାଇଲ ନେଇକରି ନ ଆସିବେ ? ନିୟମ ସମସ୍ତଙ୍କ ପାଇଁ ସମାନ ହେଉ ବୋଲି ଏଥିରେ ଉଲ୍ଲେଖ ରହିଛି। ଏଣୁ ସେବାୟତମାନଙ୍କୁ ନିଜସ୍ବ ଟଙ୍କାରେ ବିନା କ୍ୟାମେରା ମୋବାଇଲ ଏବଂ ସିମ୍‌ କିଣି ମନ୍ଦିରକୁ ନେଇକରି ଆସନ୍ତୁ ବୋଲି ପୋଷ୍ଟରରେ ଅନୁରୋଧ କରାଯାଇଛି। ଏଥିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସେବାୟତଙ୍କ ଦସ୍ତଖତ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ କହିଛନ୍ତି, ସେବାୟତଙ୍କ ମନରେ ସେମିତି କିଛି ନାହିଁ। ଅନେକ ସେବାୟତ ମୋବାଇଲ ଫୋନ ନେବା ଲାଗି ନାମ ପଞ୍ଜୀକୃତ କରିଛନ୍ତି। ଆଗକୁ ସେମିତି କିଛି ସମସ୍ୟା ହେବ ନାହିଁ ବୋଲି ଆମେ ଆଶା କରିଛୁ।

ମେଟ୍ରୋ |

ପୁରୀରେ ଜାତୀୟ ଏସ୍‌ଟି କମିଶନ ଉପାଧ୍ୟକ୍ଷା

ପୁରୀରେ ଜାତୀୟ ଏସ୍‌ଟି କମିଶନ ଉପାଧ୍ୟକ୍ଷା

ପୁରୀ ଅଫିସ, ୧୬।୧: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ(ଏସ୍‌ଟି କମିଶନ)ର ଉପାଧ୍ୟକ୍ଷା ଅନୁସୂୟା ବୁକେ ମଙ୍ଗଳବାର ପୁରୀ ଆସି ଜିଲାରେ ଅନୁସୂଚିତ ଜନଜାତିମାନଙ୍କ ଲାଗି ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସୁଖ ସନ୍ଧାନରେ ଦୁଇବନ୍ଧୁ

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସୁଖ ସନ୍ଧାନରେ ଦୁଇବନ୍ଧୁ

ପୁରୀ ଅଫିସ,୧୬।୧: ଜୀବନାନନ୍ଦ ସାମନ୍ତ ଓ ଜନାର୍ଦ୍ଦନ ମିଶ୍ର। ଦୁଇଜଣ ସାଙ୍ଗ। ଗଁ।ର ମାଟି, ପାଣି, ପବନରେ ବଢିଛନ୍ତି। ଗଁ। ସଭ୍ୟତା ଓ ଚଳଣିକୁ ଖୁବ୍‌ ନିକଟରୁ ଦେଖିଛନ୍ତି। ଗଁ। ପରିବେଶ ତାଙ୍କ ମନକୁ ଛୁଇଁଛି।

ଗୁଡ଼ି ସୂତାରେ ଷ୍ଟାଫ୍‌ନର୍ସଙ୍କ ବେକ କଟିଲା

ଗୁଡ଼ି ସୂତାରେ ଷ୍ଟାଫ୍‌ନର୍ସଙ୍କ ବେକ କଟିଲା

ପୁରୀ ଅଫିସ, ୧୬।୧: ଗୁଡ଼ି ସୂତା ବାଜି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ସବିତା ତ୍ରିପାଠୀଙ୍କ ବେକ କଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବେକରେ ୪ଟି ଷ୍ଟିଚ ପଡିଛି।

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ପୁରୀ ଅଫିସ, ୧୬।୧: ପୁରୀ ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ପୁରୀ ସହରରେ ମଙ୍ଗଳବାର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନେଇ ମିଳିମିଳା(ମିଜିଲ୍ସ) ଓ ଜର୍ମାନ ମିଳିମିଳା(ରୁବେଲା) ଟୀକାକରଣ ସଂକ୍ରାନ୍ତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଖୋର୍ଦ୍ଧା ଅଫିସ, ୧୬।୧: ଖୋର୍ଦ୍ଧା ସହରର ବେସରକାରୀ କ୍ଲିନିକ୍‌ରେ ମଙ୍ଗଳବାର ଏକ ନବଜାତ ଶିଶୁର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ପାଣି ପଞ୍ଚାୟତ ରଥ ଉଦ୍‌ଘାଟିତ ହୋଇଛି। ଏଡିଏମ୍‌ ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ରଥ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ।

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

କଟକ ରୋଡ଼, ୧୬।୧(ଡି.ଏନ୍‌.ଏ.): କଟକ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଓ ଖୋର୍ଦ୍ଧା ଜିଲା ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ମଙ୍ଗଳବାର ସକାଳେ ଚଢାଉ କରାଯାଇ ଚୋରା ଚାଲାଣ କରୁଥିବା ୯ ଗଞ୍ଜେଇ ବ୍ୟବସାୟୀଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି।

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ବୟନଶିଳ୍ପ ନିର୍ଦ୍ଦେଶାଳୟ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ବୟନିକା ପକ୍ଷରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା। ଓଡ଼ିଶା ସହ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, ଆସାମ, କର୍ନାଟକ, ଉତ୍ତରାଖଣ୍ଡ, ହରିୟାଣା, ବିହାର, ତେଲେଙ୍ଗାନା, ତ୍ରିପୁରା, ପଞ୍ଜାବ, ଗୁଜରାଟ, ଦିଲ୍ଲୀ ଏବଂ ମଣିପୁରର ଉତ୍କୃଷ୍ଟ ହସ୍ତତନ୍ତ ବସ୍ତ୍ରକୁ ନେଇ ଆୟୋଜିତ ଏହି ମେଳାକୁ ସୋମବାର ରାଜ୍ୟପାଳ ଡ. ଏସ୍‌.ସି. ଜମିର ଉଦ୍‌ଘାଟନ କରିଛନ୍ତି।

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ମନୁଷ୍ୟ ମଧ୍ୟରେ ନୈତିକ ଗୁଣ ରହିବା ଜରୁରୀ। ନିଶା ସେବନଠାରୁ ଦୂରେଇ ରହିବା ଆବଶ୍ୟକ। ପରସ୍ପର ମଧ୍ୟରେ ହିଂସା, ଦ୍ୱୈଷଭାବ ନ ରଖି ସଦ୍‌ଭାବନା ରଖିବା ଏବଂ ଯେତେ କଷ୍ଟ ହେଲେ ମଧ୍ୟ କାର୍ଯ୍ୟରେ ନୈତିକତା ବଜାୟ ରଖିବା ଜଣେ ପ୍ରକୃତ ମନୁଷ୍ୟର ଲକ୍ଷ୍ୟ ହେବା ଉଚିତ।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ପୁରୀ ଅଫିସ, ୧୫।୧: କିଛିଦିନ ହେଲା ଶ୍ରୀମନ୍ଦିରରେ ଲୁଟ୍‌ ଘଟଣା ବଢିବାରେ ଲାଗିଛି। ଭିଡ଼ର ସୁଯୋଗ ନେଇ ଭକ୍ତଙ୍କ ଚେନ୍‌, ମନିପର୍ସ ଲୁଟି ନେଉଛନ୍ତି ଲୁଟେରା। ଏକ ଧାର୍ମିକ ସ୍ଥଳରେ ଲୁଟ୍‌ର ଶିକାର ହେବା ପରେ ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରିବାକୁ ପସନ୍ଦ କରୁନାହାନ୍ତି।