ମେଟ୍ରୋ |

ଜାନୁୟାରୀ ୯ରୁ ଜାତୀୟସ୍ତରୀୟ ଗ୍ଲୋରିଫେଷ୍ଟ

ଜାନୁୟାରୀ ୯ରୁ ଜାତୀୟସ୍ତରୀୟ ଗ୍ଲୋରିଫେଷ୍ଟ

ପୁରୀ ଅଫିସ, ୨୨।୧୨: ଶ୍ରୀକ୍ଷେତ୍ରର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ୨୩ତମ ଗ୍ଲୋରିଫେଷ୍ଟ ଅନୁଷ୍ଠତି ହେବ। ଏହି ଜାତୀୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବରେ ପ୍ରାୟ ୫୦୦ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଭାଗନେବେ। ପ୍ରତିଯୋଗିତାଗୁଡ଼ିକ ହେଉଛି ଇଂଲିଶ୍‌ ଓ ଓଡ଼ିଆ ବକ୍ତୃତା, ଇଂଲିଶ୍‌ ଓ ଓଡ଼ିଆ ତର୍କ, ଏକ୍ସଟେମ୍ପର ସ୍ପିଚ୍‌, ସାଧାରଣଜ୍ଞାନ, ଅନ୍ତାକ୍ଷରୀ, ସ୍ପଟ୍‌ ପେଣ୍ଟିଂ, କ୍ଲାସିକାଲ ଡ୍ୟାନ୍ସ, ରେକର୍ଡ ଡ୍ୟାନ୍ସ, ଫୋକ୍‌ ଡ୍ୟାନ୍ସ, ଗ୍ରୁପ୍‌ ଡ୍ୟାନ୍ସ, ନାଟକ, ଏକକ ଅଭିନୟ, ଯନ୍ତ୍ର ସଙ୍ଗୀତ, କ୍ଲାସିକାଲ ଭୋକାଲ, ଲାଇଟ୍‌ ଭୋକାଲ ଏବଂ ଗ୍ଲୋରି କୁଇନ୍‌। ରାଜ୍ୟ ଏବଂ ରାଜ୍ୟ ବାହାରର ପ୍ରାୟ ୫୦ଟି ଶିକ୍ଷାନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିବେ। ବାହାର ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗରୁ ଛାତ୍ରୀଛାତ୍ର ଭାଗ ନେବେ। ମହୋତ୍ସବ ଅବସରରେ ଏକ ଭାରତ ଓ ଶ୍ରେଷ୍ଠ ଭାରତ ନିର୍ମାଣରେ ସଂସ୍କୃତ ଭାଷା ସାହିତ୍ୟର ଅବଦାନ ଶୀର୍ଷକ ଜାତୀୟସ୍ତରୀୟ ଆଲୋଚନାଚକ୍ର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ, ସଦାଶିବ ପ୍ରାଙ୍ଗଣରେ ଆୟୋଜିତ ହେବ। ମହୋତ୍ସବର ପ୍ରଥମ ଦିନ ଟାଉନ ହଲ୍‌ ପରିସରରେ ଏବଂ ଶେଷ ଦୁଇଦିନ (ପୁରସ୍କାର ବିତରଣ ଉତ୍ସବ ଓ ଉଦ୍‌ଯାପନୀ) ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ। ଏଥିରେ ବମ୍ବେର ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହାର ପ୍ରମୁଖ ଆକର୍ଷଣ ହେବ ଗ୍ଲୋରି କୁଇନ୍‌ ପ୍ରତିଯୋଗିତା। ସର୍ବଶ୍ରେଷ୍ଠ ବିବେଚିତ ଛାତ୍ରୀଙ୍କୁ ଗ୍ଲୋରି କୁଇନ୍‌ ଉପାଧିରେ ଭୂଷିତ କରାଯିବ। ଏହି ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ଡ. ଭଗବାନ ଜୟସିଂହ, ଯୁଗ୍ମ କାର୍ଯ୍ୟକାରୀ ଅଧ୍ୟକ୍ଷ ନବକିଶୋର ପ୍ରଧାନ, ମହୋତ୍ସବ କମିଟି ଉପାଧ୍ୟକ୍ଷ ହରପ୍ରସାଦ ବିଶ୍ୱାଳ, ସଙ୍ଗଠନ ସମ୍ପାଦକ ଦେବେନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଜଗମୋହନ ଚୌଧୁରୀ, ସଭ୍ୟ ସଞ୍ଜୀବ କୁମାର ରଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ମେଟ୍ରୋ |

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ପୁରୀ ଅଫିସ, ୨୧।୬: ଗୋବର୍ଦ୍ଧନ ମଠାଧୀଶ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃତ୍ୱରେ ରହୁ ଶ୍ରୀମନ୍ଦିର। ଶଙ୍କରାଚାର୍ଯ୍ୟ ମୁଖ୍ୟ ପରାମର୍ଶଦାତା ଏବଂ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଉ।

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ପୁରୀ ଅଫିସ,୨୧।୬: ଇଚ୍ଛା ଥିଲେ କୌଣସି କାମ ବି ସହଜ ହୋଇଯାଏ। ନିଜ ଭିତରେ ଥିବା ଆଗ୍ରହ ସେହି କାମକୁ ପୂର୍ଣ୍ଣାଙ୍ଗ ରୂପ ଦିଏ, ଯାହାକୁ ପ୍ରମାଣିତ କରିଛନ୍ତି ଶ୍ରୀମନ୍ଦିରର ସୁଆର ସେବକ ବିଶ୍ୱଜିତ ପଣ୍ଡା।

ଟ୍ରେନ୍‌ ଶୌଚାଳୟରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଟ୍ରେନ୍‌ ଶୌଚାଳୟରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ପୁରୀ ଅଫିସ, ୨୧।୬: ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ (ନଂ.୫୮୪୭୧) ଶୌଚାଳୟରୁ ବୁଧବାର ସକାଳେ ଜଣେ ବିବାହିତା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରିନାହିଁ। ମହିଳାଙ୍କ ବୟସ ୩୦ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ପୁରୀ ଅଫିସ, ୨୧।୬: ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହି ଘଟଣାର ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଛି।

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ପୁରୀ ଅଫିସ,୨୧।୬: ଆସନ୍ତା ୨୮ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପକୁ ବିଜେ କରି ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ। ସ୍ନାନ ମଣ୍ଡପରେ ଠାକୁର ପହଞ୍ଚତ୍ବା ପରେ ଅଞ୍ଜନା ଖୁଣ୍ଟିରେ ରୁନ୍ଧା ହେବେ। ଏହି ଅଞ୍ଜନା ଖୁଣ୍ଟି ଦୋଳବେଦି ପରିସରରେ ତିଆରି ଚାଲିଛି। ଶ୍ରୀମନ୍ଦିର ମହାରଣା ବସନ୍ତ ମହାରଣା ଏହାକୁ ତିଆରି କରୁଛନ୍ତି।

ଚିଲିକାରେ ଆରମ୍ଭ ହେବ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ଚିଲିକାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧ ବର୍ଷ ମଧ୍ୟରେ ଚିଲିକା ହ୍ରଦକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ମୁକ୍ତ କରାଯିବ।

ଓଡ଼ିଶୀକୁ ମିଳୁନି ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ହିନ୍ଦୁସ୍ଥାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ଓଡ଼ିଶୀ ସଙ୍ଗୀତ। ଦେଶରେ ଥିବା ପ୍ରମୁଖ ସଙ୍ଗୀତଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ବେଳେ ଏହାର ସ୍ବତନ୍ତ୍ର ରାଗ, ତାଳ ଓ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ।

କାଳବୈଶାଖୀ: ନନ୍ଦନକାନନ କ୍ଷତିଗ୍ରସ୍ତ

କାଳବୈଶାଖୀ: ନନ୍ଦନକାନନ କ୍ଷତିଗ୍ରସ୍ତ

ବାରଙ୍ଗ,୨୧।୬(ଡି.ଏନ୍‌.ଏ.)-ବୁଧବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କ୍ଷତିଗ୍ରସ୍ତ ହୋଇଛି। ଅପରାହ୍ନ ୫ଟାରୁ ପ୍ରାୟ ୪୫ମିନିଟ୍‌ ଧରି ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ କୁଆପଥର ବର୍ଷାରେ ପରିସରରେ ଥିବା ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିଲା।

ଫେମିନା ମିସ୍‌ ଇଣ୍ଡିଆ ୨୦୧୮

ଫେମିନା ମିସ୍‌ ଇଣ୍ଡିଆ ୨୦୧୮

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ଦେଶର ଅନ୍ୟତମ ଲୋକପ୍ରିୟ ବିୟୁଟି କଣ୍ଟେଷ୍ଟ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ହାସଲ କରିଥିବା ଶ୍ରୁତିକ୍ଷା ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଆଜି ବିଶ୍ୱ ସଙ୍ଗୀତ ଦିବସ

ଆଜି ବିଶ୍ୱ ସଙ୍ଗୀତ ଦିବସ

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ବଦଳୁଛି ସଙ୍ଗୀତର ଧାରା। ଓଡ଼ିଶୀ ସଙ୍ଗୀତ ହେଉ ଅବା ଭଜନ କି ସମ୍ବଲପୁରୀ, ଭିନ୍ନ ଶୈଳୀରେ ପରିବେଷଣ କରୁଛନ୍ତି ଶିଳ୍ପୀ, ଯେଉଁଥିପାଇଁ ଅନେକ ସମୟରେ ବିବାଦ ମୁଣ୍ଡ ଟେକୁଛି। ଏଭଳିସ୍ଥିତିରେ ଜନମାନସରୁ ଧୀରେ ଧୀରେ ହଜିଯାଉଛି ପାରମ୍ପରିକ ଲୋକସଙ୍ଗୀତ।

ଆରଡିରେ ଏସିଡ୍‌ ମାଡ଼, ୮ ଗୁରୁତର

ଭୁବନେଶ୍ୱର,୨୧।୬(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ କ୍ଷେତ୍ର ଭଦ୍ରକ ଜିଲା ଆରଡିରେ ବୁଧବାର ବିଳମ୍ବିତ ରାତିରେ ଏସିଡ୍‌ ମାଡ଼ ହୋଇଛି। ଏଥିରେ ଏକ ସେବାୟତ ପରିବାରର ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି।

‘ଲୟର୍ସ ଏକାଡେମୀ ପାଇଁ ସରକାର ଜମି, ଭିତ୍ତିଭୂମି ଯୋଗାଇ ଦିଅନ୍ତୁ’

କଟକ ଅଫିସ,୨୧।୬- ନ୍ୟାୟ ପ୍ରଦାନ କ୍ଷେତ୍ରରେ ଲୟର୍ସ ଏକାଡେମୀର ପ୍ରମୁଖ ଭୂମିକା ରହିଛି। ତେଣୁ ଏକାଡେମୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବା ସହିତ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାକୁ ସଫଳତାର ସହିତ ସମ୍ପାଦନ କରାଗଲେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିବ।

Model This Week

ପ୍ରଭାତ