ମେଟ୍ରୋ |

ଥାନାରେ ପୂରାଇ ଦେଲେନି, ବାହାରୁ ତଡ଼ିଦେଲେ

ଥାନାରେ ପୂରାଇ ଦେଲେନି, ବାହାରୁ ତଡ଼ିଦେଲେ

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ)- ଜଣେ ମହିଳାଙ୍କୁ ଗୋଟିଏ ପରିବାରର ୪ ସଦସ୍ୟ ଅପହରଣ କରିନେଇ ନିଜ ଘରେ ନଜରବନ୍ଦୀରେ ରଖିଲେ। ମହିଳା ଜଣକ କୌଣସିମତେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଥାନା ବାବୁ ତାଙ୍କ ଅଭିଯୋଗେ ଶୁଣିବେ କ’ଣ, ଓଲଟି ଥାନା ବାହାରୁ ଗାଳିଗୁଲଜ କରି ତଡ଼ିଦେଲେ। ଗୁରୁବାର ଅପରାହ୍ନରେ ନୟାପଲ୍ଲୀ ଥାନାରେ ଏଭଳି ଏକ ଘଟଣା ଘଟିଛି। ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପୋଲିସ କମିଶନର ବାରମ୍ବାର ଥାନା ଅଧିକାରୀମାନଙ୍କୁ ତାଗିଦ୍‌ କରୁଥିଲେ ହେଁ ତାହା ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିବା ଗୁରୁବାର ଘଟଣାରୁ ସ୍ପଷ୍ଟ ହେଉଛି।
ସୂଚନା ମୁତାବକ, ନୟାପଲ୍ଲୀ ସାଲିଆସାହିରେ ବାଙ୍କ ସାହୁ ନାମ୍ନୀ ମହିଳା ରହୁଥିଲେ। ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ଏକ ମହିଳା ଗୋଷ୍ଠୀରୁ ସେ ୨୦ହଜାର ଟଙ୍କା ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ଧୀରେ ଧୀରେ ସେ ଟଙ୍କା ଶୁଝିଥିଲେ। କିନ୍ତୁ ଉକ୍ତ ଗୋଷ୍ଠୀର ଜଣେ ମହିଳା ସଦସ୍ୟ ଇର୍ଷାନ୍ବିତ ହୋଇ ବାଙ୍କ ତାଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ପରେ ବାଙ୍କଙ୍କୁ ତାଙ୍କ ଘରୁ ବାହାର କରିଦେଇ ସେହି ଘରକୁ ନିଜ କବ୍‌ଜାକୁ ନେଇଗଲେ। ଫଳରେ ବାଙ୍କ ପରିବାର ଲୋକଙ୍କୁ ନେଇ ୟୁନିଟ୍‌-୬ କାଳୀମନ୍ଦିର ନିକଟରେ ରହୁଥିଲେ। ବୁଧବାର ସକାଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ଗୋଷ୍ଠୀର ସଦସ୍ୟା ଜଣକ ନିଜ ସ୍ବାମୀ ଏବଂ ୨ ପୁଅଝିଅଙ୍କ ସହାୟତାରେ ଏକ ଅଟୋରେ ବାଙ୍କ ଏବଂ ତାଙ୍କ ପିଲାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଜୋରଜବରଦସ୍ତ ନିଜ ଘରକୁ ଉଠାଇ ନେଇଥିଲେ। ସେଠାରେ ତାଙ୍କୁ ନଜରବନ୍ଦୀରେ ରଖି ଟଙ୍କା ଫେରାଇବାକୁ ଧମକାଇଥିଲେ। କୌଣସି ଉପାୟରେ ଗୁରୁବାର ବାଙ୍କ ସେମାନଙ୍କ କବଳରୁ ଖସିଆସି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଉପସ୍ଥିତ ଜଣେ ପୋଲିସ କର୍ମଚାରୀ ତାଙ୍କୁ ପରେ ଆସିବାକୁ କହିଥିଲେ। ଶେଷରେ ବାଙ୍କ ଏକ ଅଟୋ କରି ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଥାନାକୁ ଯାଇଥିଲେ। ଥାନା ଦୁଆର ଚଢ଼ିବା ବେଳକୁ ଥାନା ବାବୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସେଠାରୁ ଚାଲିଯିବାକୁ କହିଥିଲେ। ବାଙ୍କ ଯେତେ କାକୁତିମିନତି ହୋଇଥିଲେ ହେଁ ଥାନା ବାବୁ ଶୁଣି ନ ଥିଲେ। କିଛି ଦୂରରେ ଉପସ୍ଥିତ କେତେଜଣ ଖବରଦାତା ଏସବୁ ଦେଖିଥିଲେ। ସମ୍ପୃକ୍ତ ଥାନା ବାବୁଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ, ମୋ ନଁାରେ ଅଭିଯୋଗ କରନ୍ତୁ। କିଛି ଅସୁବିଧା ନାହିଁ। ସେ ମହିଳା ଟଙ୍କା ଖାଇଛନ୍ତି। ମୁଁ କ’ଣ କରିବି। ସୂଚନାଯୋଗ୍ୟ, ଥାନା କ୍ୟାମ୍ପସରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ ଏସବୁ ଦୃଶ୍ୟ ରେକର୍ଡ ହୋଇଛି।

All Right Reserved By

ମେଟ୍ରୋ |

ପୁଣି ବିବାଦରେ ସୋନା:‘ଆହେ ନୀଳଶଇଳ’କୁ ବିକୃତ କରିଥିବା ଅଭିଯୋଗ

ପୁଣି ବିବାଦରେ ସୋନା:‘ଆହେ ନୀଳଶଇଳ’କୁ ବିକୃତ କରିଥିବା ଅଭିଯୋଗ

ଭୁବନେଶ୍ୱର,୧୮।୬(ବ୍ୟୁରୋ)- ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ଭଜନ ‘ଆହେ ନୀଳଶଇଳକୁ’ ବିକୃତ ଭାବେ ଗାଇ ବିବାଦରେ ଫସିଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ଭକ୍ତ ସାଲବେଗଙ୍କ ଦ୍ୱାରା ଲିଖିତ ଏହି ପ୍ରସିଦ୍ଧ ଓଡ଼ିଆ ଭଜନର କେତୋଟି ଶବ୍ଦକୁ ସୋନା ଭିନ୍ନ ଭାବେ ଉଚ୍ଚାରଣ କରି ଗାଇବା ପରେ ବିବାଦ ସୃଷ୍ଟି ହୋଇଛି।

ସ୍ବଚ୍ଛ ହେବ ସିବିଏସ୍‌ଇ ପରୀକ୍ଷା:ଖୋଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ, ଶିକ୍ଷକଙ୍କୁ ଦିଆଯିବ ପ୍ରଶିକ୍ଷଣ

ସ୍ବଚ୍ଛ ହେବ ସିବିଏସ୍‌ଇ ପରୀକ୍ଷା:ଖୋଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ, ଶିକ୍ଷକଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର, ୧୮ ।୬(ବ୍ୟୁରୋ)- ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ପରୀକ୍ଷାକୁ ଆହୁରି ସ୍ବଚ୍ଛ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ସେଣ୍ଟର ଅଫ୍‌ ଏକ୍ସଲେନ୍ସ ୟୁନିଟ୍‌ ଖୋଲାଯିବ। ଏଥିରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସାରା ଦେଶରେ ୪ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଖୋଲିବା ପାଇଁ ସ୍ଥିର କରାଯାଇଛି।

ଘର ଜାଳିଦେଇ ଜେଲ୍‌ ପଠାଇଲା ବନ ବିଭାଗ

ଭୁବନେଶ୍ୱର,୧୮ା୬(ବ୍ୟୁରୋ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡି ମୌଜାରେ ରହୁଥିବା ୧୨ ଆଦିବାସୀ ପରିବାର ସୋମବାର ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବନ ବିଭାଗ ସେମାନଙ୍କ ଘର ପୋଡ଼ିବା, ଗୃହ ଉପୋକରଣ ଲୁଟ୍‌ କରିବା, ମାଡ଼ ମାରିବା ସହ ପରିବାର ସଦସ୍ୟଙ୍କୁ ଜେଲ୍‌ ପଠାଇଥିବା ଅଭିଯୋଗ ଆଣି ସେମାନେ ଘଟଣାର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।

ଯୁକ୍ତ୨ ନାମଲେଖା ଆବେଦନ ଅବଧି ବଢ଼ିଲା

ଯୁକ୍ତ୨ ନାମଲେଖା ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୮ । ୬(ବ୍ୟୁରୋ)- ଯୁକ୍ତ୨ ନାମଲେଖା ପାଇଁ ରହିଥିବା ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଚଳିତ ମାସ ୧୭ ତାରିଖ ଆବେଦନ କରିବାର ଶେଷ ଦିନ ଧାର୍ଯ୍ୟ ହୋଇଥିଲାବେଳେ ଏବେ ତାହାକୁ ୫ଦିନ ଅର୍ଥାତ୍‌ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ: ଜଗନ୍ନାଥ ସେନାର ଅଭିନବ ପ୍ରତିବାଦ

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ: ଜଗନ୍ନାଥ ସେନାର ଅଭିନବ ପ୍ରତିବାଦ

ପୁରୀ ଅଫିସ,୧୮।୬: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା, ମିଳିବା ଘଟଣାକୁ ନେଇ ଚର୍ଚ୍ଚା ଏବଂ ବିବାଦ ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ସୋମବାର ଏକ ଅଭିନବ ପ୍ରତିବାଦ କରାଯାଇଛି।

ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କଲା ଭାଜପା

ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଦାନସୂତ୍ରରେ ଶ୍ରୀଜଗନ୍ନାଥଙ୍କୁ ମିଳୁଥିବା ସୁନାଗହଣା ଓ ଅନ୍ୟାନ୍ୟ ଉପହାରର ରକ୍ଷଣାବେକ୍ଷଣ ପାଇଁ ଏକ ଫାଉଣ୍ଡେଶନ ଫଣ୍ଡ କମିଟି ରହିଛି, ଯାହାର ଚେୟାରମ୍ୟାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ରତ୍ନଭଣ୍ଡାରରେ ଦେଖାଦେଇଥିବା ସାମ୍ପ୍ରତିକ ବିବାଦରେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ଆଇନ ୧୩ରେ ଫସିଯାଇଛନ୍ତି।

ବେଷ୍ଟ  ଗ୍ରାଜୁଏଟ୍‌ ଋତୁପର୍ଣ୍ଣା, ଅଙ୍କିତା, ଅଲିଭା ଅପରାଜିତା

ବେଷ୍ଟ ଗ୍ରାଜୁଏଟ୍‌ ଋତୁପର୍ଣ୍ଣା, ଅଙ୍କିତା, ଅଲିଭା ଅପରାଜିତା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪୬ଟି ଡିଗ୍ରୀ କଲେଜର ସ୍ନାତକ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। କଳାରେ ପାସ୍‌ହାର ୮୦.୪୦ ପ୍ରତିଶତ ଥିବାବେଳେ ବିଜ୍ଞାନରେ ୮୮.୧୬ ଏବଂ ବାଣିଜ୍ୟରେ ୮୦.୭୪ ପ୍ରତିଶତ ରହିଛି।

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହ

ଜୁଲାଇ ୧ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଜୁଲାଇ ୧ରେ ଓଡ଼ିଶା ଆସିବେ। ଓଡ଼ିଶା ଗସ୍ତ କାଳରେ ସେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ।

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପବିତ୍ର ଶୀତଳଷଷ୍ଠୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟୁଇଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଏହି ଟୁଇଟ୍‌ ସମ୍ବଲପୁରୀ ଭାଷାରେ ଲେଖାଯାଇଛି। ସେ କହିଛନ୍ତି ଯେ,

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ଜଣେ ଶିଶୁ ସୁରକ୍ଷା ଅଧିକାରିଣୀଙ୍କଠାରୁ ରବିବାର ରାତିରେ ଚାଇଲ୍ଡଲାଇନ ଏବଂ ପୋଲିସ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଅନୁଗୋଳ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)ରେ କାର୍ଯ୍ୟରତ ଅନୁରାଧା ନାୟକ ନାମକ ଶିଶୁ ସୁରକ୍ଷା ଅଧିକାରିଣୀ ଉକ୍ତ ଶିଶୁଙ୍କୁ ତାଙ୍କ ଘରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ସୂଚନା ମିଳିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେବାୟତ ଦେଲେ ସହମତି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେବାୟତ ଦେଲେ ସହମତି

ପୁରୀ ଅଫିସ,୧୮।୬: ଶ୍ରୀମନ୍ଦିର ଉପରେ ସୁପ୍ରିମ୍‌କୋର୍ଟଙ୍କ ନଜର। ଏହାସହିତ ପ୍ରତି ମାସରେ ଜିଲା ଜଜ୍‌ଙ୍କ ନିକଟରେ ଦାଖଲ ହେବ ସିସିଟିଭି ଫୁଟେଜ। ଅଦାଲତଙ୍କ ରାୟ କେବଳ ସେବାୟତଙ୍କ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ତେଣୁ ସମସ୍ତେ ମିଳିମିଶି ଶ୍ରୀମନ୍ଦିରର ପରିଚାଳନା, ନୀତିକାନ୍ତି ସବୁଥିରେ ସୁଧାର ଆଣିବାର ସମୟ ପହଞ୍ଚତ୍ଛି।

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ

ପୁରୀ ଅଫିସ,୧୮।୬: ମହାପ୍ରଭୁଙ୍କ ରତ୍ନଭଣ୍ଡାର (ଭିତର) ଚାବି ପ୍ରସଙ୍ଗ ନେଇ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଛନ୍ତି। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ଏହି ତଦନ୍ତ କମିଶନ ଅଧ୍ୟକ୍ଷ ରହିଛନ୍ତି।

Model This Week

ପ୍ରଭାତ