ମେଟ୍ରୋ |

ଦାମଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ: ସିଂହଦ୍ୱାର ସମ୍ମୁଖରେ ମୁକ୍ତିମଣ୍ଡପର ବିକ୍ଷୋଭ

ଦାମଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ: ସିଂହଦ୍ୱାର ସମ୍ମୁଖରେ ମୁକ୍ତିମଣ୍ଡପର ବିକ୍ଷୋଭ
ସିଂହଦ୍ୱାର ସମ୍ମୁଖରେ ମୁକ୍ତିମଣ୍ଡପର ବିକ୍ଷୋଭ ପୁରୀ ଅଫିସ, ୨୧ା୧୨: କୃଷିମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ତୀବ୍ର ବିରୋଧ କରିଛି। ଗୁରୁବାର ମୁକ୍ତିମଣ୍ଡପ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁକ୍ତିମଣ୍ଡପ ପକ୍ଷରୁ କୁହାଯାଇଛି, କୃଷିମନ୍ତ୍ରୀ ଡା. ରାଉତ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମଗ୍ର ବ୍ରାହ୍ମଣ ସମାଜ ପାଇଁ ଅପମାନ। ସେ ତୁରନ୍ତ ବିବୃତି ପ୍ରତ୍ୟାହାର କରନ୍ତୁ ଏବଂ ସର୍ବସାଧାରଣରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ନ ହେଲେ ତାଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇ ଦିଆଯିବ ନାହିଁ। ମୁକ୍ତିମଣ୍ଡପ ପକ୍ଷରୁ ତାଙ୍କୁ ବିରୋଧ କରାଯିବ। ରାଉତ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ମୁକ୍ତିମଣ୍ଡପ ଦାବି କରିଛି। ଏହି ବିକ୍ଷୋଭରେ ମହେନ୍ଦ୍ର ନାଥ ଷଡଙ୍ଗୀ, ହରିହର ମହାପାତ୍ର, ନିରଞ୍ଜନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ରବି ନାରାୟଣ ମିଶ୍ର, ମନମୋହନ ମିଶ୍ର, ଚନ୍ଦ୍ରଶେଖର ଷଡଙ୍ଗୀ, ସଦାଶିବ ବାହିନୀପତି, ସୂର୍ଯ୍ୟନାରାୟଣ ରଥ, ଲକ୍ଷ୍ମୀ ନାରାୟଣ ମିଶ୍ର, ଲକ୍ଷ୍ମୀକାନ୍ତ ରଥ ପ୍ରମୁଖ ସାମିଲ ହୋଇଥିଲେ।
All Right Reserved By

ମେଟ୍ରୋ |

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ,୧୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଅବସରରେ ମୋଦି ଖୋର୍ଦ୍ଧା ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ଯାହାକୁ ନେଇ ପ୍ରଶାସନିକ ଓ ଜାତୀୟ ସ୍ତରରେ ବେଶ୍‌ ତତ୍ପରତା ପ୍ରକାଶ ପାଇଛି।

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

କୃଷ୍ଣପ୍ରସାଦ, (ଡି.ଏନ.ଏ.)/ପୁରୀ ଅଫିସ,୧୭ା୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଚାଲିଛି । ରବିବାର ତୃତୀୟ ଦିନରେ ୬ଟି ଗଁାରୁ ୩,୬୩୦ଟି କୁକୁଡ଼ା ମରାଯାଇଥିବାବେଳେ ୩୮୫ଟି ଅଣ୍ଡା ପୋତାଯାଇଛି।

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପୁରୀ ଅଫିସ,୧୭ା୧୨: ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରାଯିବା ନେଇ ଏକାଧିକଥର ବୈଠକ ବସିଛି। ପ୍ରାୟ ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତିକୁ ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ଲାଗି ସେବାୟତଙ୍କ ସହଯୋଗ ଲୋଡିଥିଲା ଶ୍ରୀମନ୍ଦିର ପ୍ରଶାସନ। 

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତକୁ ବିରୋଧୀ କଂଗ୍ରେସ ଓ ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ସରକାର ବିଭିନ୍ନ ପ୍ରଶାସନିକ ଅପରଗତା ନେଇ ବର୍ଷିଛନ୍ତି। 

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ,  ଓଡ଼ିଶା ଆସିବେ ରୂପାନୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ, ଓଡ଼ିଶା ଆସିବେ ରୂପାନୀ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ୨୦୧୯ ସାଧାରଣ ନିର୍ବାଚନ ନିକଟତର ହେଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲାଣି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ଆପ୍ରାଣ ଚେଷ୍ଟା କରୁଛନ୍ତି। ବିଶେଷ କରି ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ସରକାର ବିରୋଧୀ ଫଳାଫଳକୁ ନେଇ ରାଜ୍ୟର ସକ୍ରିୟ ରାଜନୈତିକ ଦଳ ଭିନ୍ନଭିନ୍ନ ଅଙ୍କ କଷୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମ୍ଭାବ୍ୟ ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ନୂଆ ରଣନୀତି ଆପଣେଇବାରେ ଲାଗିଛନ୍ତି। 

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ଅଫିସ,୧୬ା୧୨: ଶନିବାର ଶୀତୁଆ ସନ୍ଧ୍ୟାରେ ଖୋର୍ଦ୍ଧା ଷ୍ଟାଡିୟମ ମୁକ୍ତାକାଶ ମଞ୍ଚରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୨୦ତମ ଖୋର୍ଦ୍ଧା ମହୋତ୍ସବ । 

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

ଖୋର୍ଦ୍ଧା ଅଫିସ,୧୬ା୧୨: ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ସ୍ଥିର ହୋଇଛି । 

ସତ୍ୟବାଦୀ ବ୍ଲକରେ ପିଠା କାର୍ଯ୍ୟକ୍ରମ

ସତ୍ୟବାଦୀ ବ୍ଲକରେ ପିଠା କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ,୧୬।୧୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ଶ୍ରୀରାମଚନ୍ଦ୍ରପୁର, କାଦୁଆ, ମୂଳ ଆଳସା ଓ ଶୁକଳ ଗ୍ରାମପଞ୍ଚାୟତରେ  ରବିବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆୟୁଷ ଡାକ୍ତର ସଂଘର ଚେତାବନୀ:  ଦାବି ପୂରଣ  ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ଆୟୁଷ ଡାକ୍ତର ସଂଘର ଚେତାବନୀ: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଆୟୁଷ ଡାକ୍ତର ସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରସ୍ଥିତ  ନେହେରୁ ୟୁଥ ଆଫେୟାର୍ସଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। 

କଳିଙ୍ଗ ବିହାରରୁ ବିରଳ ଧଳା ସାପ ଉଦ୍ଧାର

କଳିଙ୍ଗ ବିହାରରୁ ବିରଳ ଧଳା ସାପ ଉଦ୍ଧାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): କଳିଙ୍ଗ ବିହାର କେ ୭ ଅଞ୍ଚଳରୁ ବିରଳ ଆଲବିନୋ ଚିତି ସାପ ଉଦ୍ଧାର କରାଯାଇଛି।

ଆସୁଛି ବାତ୍ୟା: ପାଚିଲା ଧାନକୁ ବିପଦ

ଆସୁଛି ବାତ୍ୟା: ପାଚିଲା ଧାନକୁ ବିପଦ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ଝଡ଼ ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ।  ଶନିବାର ଝଡ଼ ଦକ୍ଷିଣ ପୂର୍ବ  ଚେନ୍ନାଇ ଉପକୂଳରୁ ୪୪୦ କି.ମି ଏବଂ ଦକ୍ଷିଣ-ପୂର୍ବ ଆନ୍ଧ୍ର ପ୍ରଦେଶର ମଚ୍ଛିଲିପଟ୍ଟନମ୍‌ ଠାରୁ ୮୯୦ କି.ମି ଦୂରରେ ଝଡ଼ କେନ୍ଦ୍ରୀଭୂତ ହୋଇଛି।

ମହାବଳ ‘ମହାବୀର’ ମୃତ୍ୟୁ ଘଟଣା: ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ମହାବଳ ‘ମହାବୀର’ ମୃତ୍ୟୁ ଘଟଣା: ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ)- ସାତକୋଶିଆରେ ମହାବଳ ବାଘ ‘ମହାବୀର’କୁ ଶିକାରୀ ମାରିଛନ୍ତି। କିନ୍ତୁ ସମ୍ପୃକ୍ତ ଶିକାରୀଙ୍କୁ ନ ଧରି ଓ ଏହାର ଉପଯୁକ୍ତ ତଦନ୍ତ ନ କରି ବନ ବିଭାଗ ଅସୁସ୍ଥତା ଯୋଗୁ ବାଘର ମୃତ୍ୟୁ ହୋଇଥିବା କହିଥିଲା।