ମେଟ୍ରୋ |

ଜାତୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ଜାତୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ
ପୁରୀ ଅଫିସ, ୨୧।୧୨: ଆଜିକାଲିର ଶିଶୁମାନେ ସେମାନଙ୍କ ଇଚ୍ଛାରେ ବଢିବାକୁ ସୁଯୋଗ ପାଉନାହାନ୍ତି। ତାଙ୍କ ପିଠିରେ ବସ୍ତାନିର ବୋଝ ଲଦି ଦିଆଯାଉଛି। ଶହେରୁ ଶହେ ମାର୍କ ରଖିବାକୁ ତାଗିଦ୍‌ କରାଯାଉଛି। ସେମାନେ ଏକ ଯନ୍ତ୍ରବତ୍‌ ପିଲା ପାଲଟି ଯାଉଛନ୍ତି। ଏହି ପରୀପ୍ରେକ୍ଷୀରେ ଶିଶୁ ମହୋତ୍ସବ ଆୟୋଜନ କରିବା ନିଶ୍ଚିତ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଉପଜିଲାପାଳ ମଧୁସୂଦନ ଦାସ। ବ୍ରହ୍ମପୁରରୁ ପ୍ରକାଶିତ ମାସିକ ଶିଶୁ ପତ୍ରିକା ଶିଶୁବାର୍ତ୍ତା ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏକାଦଶ ଜାତୀୟ ଶିଶୁ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପଜିଲାପାଳ କହିଲେ, ପିଲାଙ୍କୁ ଆକଟ ଆଉ ତାଗିଦ କରାଯାଉ। କିନ୍ତୁ ସେମାନଙ୍କୁ ତାଙ୍କ ଇଚ୍ଛାରେ ବଞ୍ଚତ୍ବାକୁ ଦିଆଯାଉ। ଏହି ଅବସରରେ ଉପଜିଲାପାଳ ଶିଶୁମାନଙ୍କୁ ପରିପୁଷ୍ଟ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ କାମନା କରିଥିଲେ। ଏହି ଦୁଇଦିନିଆ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପ୍ରାକ୍ତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ସାମନ୍ତରାୟ, ଖ୍ୟାତିସମ୍ପନ୍ନ ଭେଷଜ ବିଶେଷଜ୍ଞ ଡା. ପି.ସି. ସାହୁ, ଦକ୍ଷିଣ ଓଡ଼ିଶା ମଞ୍ଚ କଳାକାର ସମ୍ମିଳନୀ ଅଧ୍ୟକ୍ଷ କେ. ବଳରାମ ଦାସ, ରକ୍ତଦାନ ସଙ୍ଗଠକ ନଟବର ସାହୁ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଉପଦେଷ୍ଟା ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ପ୍ରତିଭାର ବିକାଶ ପାଇଁ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କ ଲାଗି କାର୍ଯ୍ୟକରି ସୁଖ୍ୟାତି ଅର୍ଜନ କରିଥିବା ସଙ୍ଗଠକମାନଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜକ ଅନୁଷ୍ଠାନ ଶିଶୁବାର୍ତ୍ତାର ସମ୍ପାଦକ ମାନସ ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଶୁ କଳାକାରମାନେ ଅତ୍ୟନ୍ତ ମନୋଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କଲିକତାରୁ ଆସିଥିବା କଳାକାରମାନେ ମଧ୍ୟ ଦର୍ଶକଙ୍କ ମନ ଜିଣିଥିଲେ। ସୂର୍ଯ୍ୟନାରାୟଣ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
All Right Reserved By

ମେଟ୍ରୋ |

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୨୦-୧(ବ୍ୟୁରୋ):କୋରାପୁଟ ଜିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ବ୍ଲକର ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି।

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। 

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ଭୁବନେଶ୍ୱରରେ ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ବିମାନସେବା ବାଧାପ୍ରାପ୍ତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି।  

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ:  ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ: ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ଅଫିସ/କାକଟପୁର/ବ୍ରହ୍ମଗିରି/କୋଣାର୍କ,(ଡି.ଏନ.ଏ.)୨୦ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଡଲ୍‌ଫିନ ନାହାନ୍ତି। ଶନିବାର ହୋଇଥିବା ଗଣତିରୁ ଏହା ସ୍ପଷ୍ଟ ହୋଇଛି। ପୁରୀ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ୍‌ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ, ଗୋପ ଓ ଅସ୍ତରଙ୍ଗ ରହିଛି। 

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ପୁରୀ ଅଫିସ,୨୦ା୧: ରେଳ ବିଭାଗରେ ପୁଣି ଏକ ଖାମଖିଆଲି ଘଟଣା ପଦାକୁ ଆସିଛି। ସର୍ବଦା ଚଳଚଞ୍ଚଳ ରହୁଥିବା ସିଦ୍ଧମହାବୀର ଲେଭଲ କ୍ରସିଂରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ:  ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ: ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୦ା୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ରାଜ୍ୟର ସବୁ ସାଧାରଣ ଲୋକ ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। 

ନକଲି ଚାପତି ବ୍ୟବସାୟୀ ଗିରଫ

ନକଲି ଚାପତି ବ୍ୟବସାୟୀ ଗିରଫ

ବାରଙ୍ଗ,୧୯।୧(ଡି.ଏନ୍‌.ଏ.)- ନକଲି ଚାପତି ପ୍ୟାକେଟକରି ବିକ୍ରି କରିବା ଅଭିଯୋଗରେ ଶନିବାର ନନ୍ଦନକାନନ ଥାନା ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା।

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ପୁରୀ ଅଫିସ, ୧୯।୧: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ପୁରୀ ଜିଲାର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟପାଳ ମୁଖ୍ୟତଃ ୪ଟି ଯୋଜନା ଉପରେ ଫୋକସ୍‌ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ  ଏକ ଆବାସ ଯୋଜନାଗୁଡ଼ିକ କିପରି ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ ତା’ଉପରେ ଗୁରୁତ୍ୱ ଦେଇଥିଲେ।