ମେଟ୍ରୋ |

ମେଘନାଦ ପାଚେରି ମରାମତି କାମ ଆରମ୍ଭ

ମେଘନାଦ ପାଚେରି ମରାମତି କାମ ଆରମ୍ଭ

ପୁରୀ ଅଫିସ, ୨୧।୧୨: ଶ୍ରୀମନ୍ଦିର ମେଘନାଦ ପାଚେରି ମରାମତି କାମ ଆରମ୍ଭ କରିଛି ଏଏସ୍‌ଆଇ। ପ୍ରଥମେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱ ପାଚେରି ମରାମତି ଚାଲିଛି। ଏହାପରେ ସିଂହଦ୍ୱାର ପାର୍ଶ୍ୱ ପାଚେରି ମରାମତି ହେବ। ବିଭିନ୍ନ ସ୍ଥାନରେ ପ୍ଲାଷ୍ଟର ଖସିପଡିଲାଣି। ଏ ସବୁର ମରାମତି ହେବ। ସେହିପରି ଯେଉଁ ସ୍ଥାନରେ ପଥର ଖାଇଯାଇଛି ଏବଂ ପଥର ଦୁର୍ବଳ ହୋଇପଡିଛି ସେଠାରେ ନୂଆ ପଥର ଲଗାଯିବ। ପାଣି ଗଳୁଥିବା ସ୍ଥାନକୁ ମଧ୍ୟ ମରାମତି କରାଯିବ। ସିଂହଦ୍ୱାର ନିକଟରେ ମେଘନାଦ ପାଚେରିକୁ ଲାଗି କେତେକ ଜବରଦଖଲ ରହିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ମେଘନାଦ ପାଚେରିର କେତେକ ଅଂଶ ଦୁର୍ବଳ ହୋଇପଡିଥିଲା। ତେଣୁ ଏବେ ଏଏସ୍‌ଆଇ ଏହାର ମରାମତି କାମ ଆରମ୍ଭ କରିଛି।

All Right Reserved By

Model This Week

Model This Week

ମେଟ୍ରୋ |

ନାବାଳିକା ବଳାତ୍କାର ପୋଲିସ ବିଭାଗର ଚିନ୍ତା ବଢ଼ଇଛି

ନାବାଳିକା ବଳାତ୍କାର ପୋଲିସ ବିଭାଗର ଚିନ୍ତା ବଢ଼ଇଛି

କଟକ ଅଫିସ,୨୫।୪: ରାଜ୍ୟରେ ବୃଦ୍ଧି ପାଉଥିବା ନାବାଳିକା ତଥା ଶିଶୁକନ୍ୟା ବଳାତ୍କାର ଘଟଣା ଓଡ଼ିଶା ପୋଲିସର ନିଦ ହଜାଇ ଦେଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ତୁମ୍ଭିତୋଫାନ ଚାଲିଥିବାବେଳେ ପୋଲିସ ଭାବମୂର୍ତ୍ତି ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି।

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପ୍ରକାଶ କରିଛନ୍ତି।

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

କଟକ ଅଫିସ,୨୫।୪: ଜାତୀୟ ରାଜପଥ ଉପରୁ ମହିଳାଙ୍କ ବେକରୁ ଚେନ ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଠାବ କରିଛି।

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

କଟକ ଅଫିସ,୨୫।୪: ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲି ଜଣାପଡିଛି। ଘଟଣାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ହସ୍ତଗତ ହୋଇଛି। ପୁଞ୍ଜିଲାଲ ବୋମା ତିଆରି କରି ରାୟପୁରରୁ ପାର୍ସଲ କରିଥିବା ତଦନ୍ତ ବେଳେ ଜଣାପଡିଥିବା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁରୀ ଜିଲାକୁ ମ୍ୟାଲେରିଆମୁକ୍ତ ଲାଗି ଆହ୍ବାନ

ପୁରୀ ଜିଲାକୁ ମ୍ୟାଲେରିଆମୁକ୍ତ ଲାଗି ଆହ୍ବାନ

ପୁରୀ ଅଫିସ,୨୫।୪:ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ବୁଧବାର ସିଡିଏମ୍‌ଓ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ପୁରୀ ଅଫିସ,୨୫।୪: ପୁରୀ ଜିଲା ପୋଲିସ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ ବୁଧବାର ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

କାକଟପୁର,୨୫।୪(ଡି.ଏନ୍‌.ଏ.): ନିଜ ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଧାନଶିକ୍ଷକ ମାନସ ମିଶ୍ର ବୁଧବାର ଜେଲ ଯାଇଛନ୍ତି। ଏଥିସହ ମିଶ୍ରଙ୍କୁ ପୁରୀ ଜିଲା ଶିକ୍ଷାମଣ୍ଡଳାଧୀଶ ସଲୀଳା ସେଠୀ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆକ୍ରମଣ ଘଟଣାକୁ ୩ ଦିନ ବିତିଯାଇଛି। ହେଲେ ପୋଲିସ କେବଳ ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେଣୁ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ତେବେ ଉପଯୁକ୍ତ ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ ବୋଲି ସ୍ଥାନୀୟ ଏକ ହୋଟେଲରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି।

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।