ମେଟ୍ରୋ |

ଶ୍ରୀମନ୍ଦିର ରୋଷଘର: ଚିମ୍‌ନିକୁ ନେଇ ବଢୁଛି ଅସନ୍ତୋଷ

ଶ୍ରୀମନ୍ଦିର ରୋଷଘର: ଚିମ୍‌ନିକୁ ନେଇ ବଢୁଛି ଅସନ୍ତୋଷ
ପୁରୀ ଅଫିସ, ୨୧।୧୨: ଶ୍ରୀମନ୍ଦିର ରୋଷଘରେ ଅତ୍ୟାଧୁନିକ ଚିମ୍‌ନି ଲଗାଇବାକୁ ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ଜଷ୍ଟିସ ବି.ପି. ଦାସ ପ୍ରସ୍ତାବ ଦେଇଥିଲେ। କମିଶନଙ୍କ ପ୍ରସ୍ତାବ ମୁତାବକ ରୋଷଘରେ ଚିମ୍‌ନି ଲଗାଯିବା କାର୍ଯ୍ୟ ଚାଲିଥିବାବେଳେ ଏହାକୁ ବିରୋଧ କରାଯାଇଥିଲା। ରୋଷଘର ସମ୍ପୃକ୍ତ ସେବାୟତମାନେ ଏହାକୁ ବିରୋଧ କରିବା ସହ ପରମ୍ପରା ବିରୋଧୀ ବୋଲି କହିଥିଲେ। ତେଣୁ କେବଳ ଚିମ୍‌ନିର ଫ୍ରେମ୍‌ ଲଗାଯିବା ପରେ କାମ ଅଟକି ରହିଥିଲା। ଏବେ ଶ୍ରୀମନ୍ଦିର ପ୍ରଶାସନ ଚିମ୍‌ନି ଲଗାଇବା ନେଇ ଉଦ୍ୟମ ଆରମ୍ଭ କରିଛି। ଏ ନେଇ ଆସନ୍ତା ୨୬ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଏକ ବୈଠକ ଡାକିଛି। ବୈଠକରେ ଯୋଗଦେବା ଲାଗି ସମ୍ପୃକ୍ତ ନିଯୋଗଙ୍କୁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଚିମ୍‌ନି ଲଗାଯିବା ସଂକ୍ରାନ୍ତରେ ନିଯୋଗମାନଙ୍କଠାରୁ ମତାମତ ନିଆଯିବ ବୋଲି ଜଣାପଡିଛି। ଶ୍ରୀମନ୍ଦିର ରୋଷଘରଗୁଡ଼ିକରେ ଧୂଅଁା ନିଷ୍କାସନ ଠିକ୍‌ ଭାବେ ହୋଇପାରୁନାହିଁ। ଧୂଅଁା ନିଷ୍କାସନ ପାଇଁ ଯେତିକି ଏକ୍‌ଜଷ୍ଟ ଫ୍ୟାନ ଲାଗିଛି ତାହା ପର୍ଯ୍ୟାପ୍ତ ନୁହଁ। ତେଣୁ ରୋଷଘର ଧୂଅଁା ନିଷ୍କାସନ ପାଇଁ ଅତ୍ୟାଧୁନିକ ଇଣ୍ଡଷ୍ଟ୍ରିଆଲ ଚିମ୍‌ନି ଲଗାଇବାକୁ ଶ୍ରୀଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ଜଷ୍ଟିସ ଦାସ ପ୍ରସ୍ତାବ ଦେଇଥିଲେ। ଗତ ଜୁନ୍‌ ୨୮ ତାରିଖରେ ତଦନ୍ତ କମିଶନ ଜଷ୍ଟିସ ଦାସ, ତାଙ୍କ ଦ୍ୱାରା ଗଠିତ ରୋଷ କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀମାନେ ଶ୍ରୀମନ୍ଦିର ରୋଷଶାଳାର ସ୍ଥିତି ଅନୁଧ୍ୟାନ କରିଥିଲେ। ଧୂଅଁା ଠିକ୍‌ ଭାବେ ନିଷ୍କାସିତ ହୋଇପାରୁ ନ ଥିବାରୁ ରୋଷଘର କଳା ପଡିଯାଉଛି। ତେଣୁ କିପରି ଧୂଅଁା ନିଷ୍କାସନ ଠିକ୍‌ ଭାବେ ହେବ ସେ ନେଇ ଅତ୍ୟାଧୁନିକ ଚିମ୍‌ନି ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ତଦନ୍ତ କମିଶନ ଜଷ୍ଟିସ ଦାସ ଶ୍ରୀମନ୍ଦିରରେ ରହିଥିବା ଭିତରଚ୍ଛ ରୋଷ, କୋଠଭୋଗ ରୋଷ, ଏମାର ରୋଷ, ବଡ଼ଆଡ ରୋଷ, ସାତପୁରୀ ରୋଷ, ପିଠା ଆଡ ରୋଷ, ରାଘବ ଦାସ ରୋଷ, ଅନ୍ଧାରୀ ରୋଷ, ଉତ୍ତର ପାର୍ଶ୍ୱ ରୋଷ ଓ ବଡ଼ଓଡିଆ ମଠ ରୋଷ ବୁଲିଥିଲେ। ଲାଗିଥିବା ଫ୍ରେମ୍‌ ଦ୍ୱାରା ବର୍ତ୍ତମାନ ରୋଷଘରେ ଅଧିକ ତାତି ହେଉଛି। ଏଥିସହ ଫ୍ରେମ୍‌ରେ ଜମୁଥିବା କଳା ମଧ୍ୟ ବେଳେ ବେଳେ ଖଣ୍ଡ ଖଣ୍ଡ ହୋଇପଡୁଛି ବୋଲି ସେବାୟତମାନେ କହିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ରୋଷଶାଳାରେ ତିନିପ୍ରକାର ଚୁଲି ବ୍ୟବସ୍ଥା ରହିଛି। ସମୁଦାୟ ୨୩୯ ଚୁଲି ରହିଥିବାବେଳେ ୭୬ ଭାତ ଚୁଲି, ୨୭ ପିଠା ଚୁଲି ଓ ୧୩୬ଟି ତୁଣ ଚୁଲି (ଅହିୟା) ରହିଛି। ଶ୍ରୀମନ୍ଦିର ରୋଷଶାଳାଟି ସମୁଦାୟ ୧୦ଟି କୋଠରି ବିଶିଷ୍ଟ। ସେଥିରୁ ଗୋଟିଏ କୋଠରିରେ କୋଠ ଭୋଗ ପ୍ରସ୍ତୁତ ହେଉଛି। ତାହାକୁ କୋଠ ଭୋଗ ରୋଷ କୁହାଯାଏ। ସେଥିରେ ୩ଟି ଭାତ ଚୁଲି, ୪ଟି ପିଠା ଚୁଲି ରହିଛି। ଅନ୍ୟ ୯ଟି କୋଠରିରେ ବିଭିନ୍ନ ମଠ, ସେବକ ଓ ବ୍ୟକ୍ତିବିଶେଷଙ୍କ ମାର୍ଫଦଦାରରେ ରୋଷ ରହିଛି। ଦୈନନ୍ଦିନ ରୋଷ ରନ୍ଧନ କାର୍ଯ୍ୟରେ ପାଖାପାଖି ୩୦୦ ସୂପକାର, ପ୍ରାୟ ୨୦୦ ଯୋଗାଣିଆ (ସହାୟକ) ନିୟୋଜିତ ହୋଇଥାନ୍ତି।
All Right Reserved By

ମେଟ୍ରୋ |

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ମା’ ଦୁର୍ଗାଙ୍କ ପରେ ଗଜଲକ୍ଷ୍ମୀଙ୍କ ଆଗମନକୁ ଅପେକ୍ଷା

ଖୋର୍ଦ୍ଧା ଅଫିସ,୧୭।୧୦ ପାର୍ବଣ ଅବକାଶରେ ମା ଜଗତ୍‌ଜନନୀ ଦୁର୍ଗାଙ୍କ ପରେ ଗଜଲକ୍ଷ୍ମୀଙ୍କ ଆଗମନକୁ ଖୋର୍ଦ୍ଧାବାସୀଙ୍କ ଚାହିଁ ବସିଛନ୍ତି। ଏଥିପାଇଁ ଖୋର୍ଦ୍ଧା ସହର ପୂଜା କମିଟି କର୍ମକର୍ତ୍ତାଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଭଗବତୀଙ୍କ ନବମୀ ପୂଜା

ଭଗବତୀଙ୍କ ନବମୀ ପୂଜା

ଖୋର୍ଦ୍ଧା ଅଫିସ,୧୭।୧୦: ଶାରଦୀୟ ପାର୍ବଣ ପୂଜା ପାଇଁ ବାଣପୁର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି । 

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

ବାଲିଅନ୍ତା,୧୭।୧୦(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ନଖରାଗଡ଼ ନିକଟରୁ ୭୫୦ ବୋତଲ(୩୦ ପେଟି) ଆସ୍କା ଫର୍ଟି ମଦ ସହ ଏକ କାର ଜବତ କରିଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିଜ ୭୩ତମ ଜନ୍ମ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି। ଏହି ଅବସରରେ ବହୁ ବିଶିଷ୍ଟବ୍ୟକ୍ତି  ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।