ଜାତୀୟ |

ଖୋଲିଲା ‘ଖୁସିର ବ୍ୟାଙ୍କ’

 ଖୋଲିଲା ‘ଖୁସିର ବ୍ୟାଙ୍କ’

ଡେରାଡୁନ୍‌,୨୨।୧୨: ଉତ୍ତରାଖଣ୍ଡ ହାଲ୍ଡଓ୍ବାନି ଜିଲାରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ସହାୟତା ପାଇଁ ଆରମ୍ଭ ହୋଇଛି ‘ଖୁସିର ବ୍ୟାଙ୍କ’। ଏହାକୁ ସ୍ଥାନୀୟ ବାସିନ୍ଦା ପରବିନ୍‌ ଭଟ୍ଟ ସ୍ଥାପନ କରିଛନ୍ତି। ଏହା ମାଧ୍ୟମରେ ଗରିବ ଲୋକଙ୍କୁ ନୂଆ ଓ ପୁରୁଣା ପୋଷାକ ଯୋଗାଇ ଦିଆଯିବା ସହିତ ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଗରିବଙ୍କ ଜୀବନ ଶୈଳୀକୁ ବିକଶିତ କରିବା ଏହା ବ୍ୟାଙ୍କର ଲକ୍ଷ୍ୟ ବୋଲି ପରବିନ୍‌ ସୂଚିତ କରିଛନ୍ତି।

All Right Reserved By

Model This Week

ନିକିତା

ଜାତୀୟ |

ମହାଭିଯୋଗ ନୋଟିସ ଖାରଜ

ମହାଭିଯୋଗ ନୋଟିସ ଖାରଜ

ନୂଆଦିଲ୍ଲୀ,୨୩।୪(ପି.ଟି.) - କଂଗ୍ରେସ ସମେତ ୭ ବିରୋଧୀ ଦଳକୁ ସୋମବାର ଶକ୍ତ ଝଟକା ଲାଗିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଦୀପକ ମିଶ୍ରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ମହାଭିଯୋଗ ପ୍ରସ୍ତାବ ଉଦ୍ୟମ ଫସର ଫାଟିଯାଇଛି। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ମହାଭିଯୋଗ ନୋଟିସର ମୌଳିକ ସତ୍ୟାସତ୍ୟ ନ ଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି। ନାଇଡୁଙ୍କ ଏହି ପଦକ୍ଷେପକୁ ଭାଜପା ସ୍ବାଗତ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ନିଷ୍ପତ୍ତିକୁ ଅତି ତରବରିଆ ଓ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ଅଣ୍ଟାଭିଡୁଛି।

ମୁଣ୍ଡରେ ଆଘାତ, ଗୋଡ଼ ଅସ୍ତ୍ରୋପଚାର

ମୁଣ୍ଡରେ ଆଘାତ, ଗୋଡ଼ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁ ବିଭିନ୍ନ ସମୟରେ ରୋଗୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କେତେବେଳେ ଅପରେଶନବେଳେ ପେଟରେ କଇଁଚି, ଛୁଞ୍ଚତ୍ ଛାଡ଼ିଦେଉଛନ୍ତି ତ ଆଉ କେତେବେଳେ ଅଙ୍ଗ କାଟିଦେଉଛନ୍ତି। ଡାକ୍ତରଙ୍କ ଏଭଳି ଭୁଲ୍‌ ଯୋଗୁ ଅନେକେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି।

ଅମରନାଥ ଯାତ୍ରା: ମୁତୟନ ହେବେ ୮୦ କମ୍ପାନି ଅର୍ଦ୍ଧସାମରିକ  ବଳ

ଅମରନାଥ ଯାତ୍ରା: ମୁତୟନ ହେବେ ୮୦ କମ୍ପାନି ଅର୍ଦ୍ଧସାମରିକ ବଳ

ଜମ୍ମୁ, ୨୩।୪ : ଅମରନାଥ ଯାତ୍ରା ପାଇଁ ୮୦ କମ୍ପାନି ଅର୍ଦ୍ଧସାମରିକ ବଳଙ୍କୁ ମୁତୟନ କରାଯିବ। ଏନେଇ ଜମ୍ମୁ-କଶ୍ମୀର ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଅମରନାଥ ଯାତ୍ରା ଜୁନ୍‌ ୨୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୬ରେ ଶେଷ ହେବ। ଏହି ସମୟରେ ଜମ୍ମୁରେ ୩୫ କମ୍ପାନି ଅର୍ଦ୍ଧସାମରିକ ସୁରକ୍ଷା ବଳ ମୁତୟନ ହେବେ। ସେହିପରି କଶ୍ମୀରରେ ୪୫ କମ୍ପାନି ସୁରକ୍ଷାବଳଙ୍କୁ ମୁତୟନ କରାଯିବ।

ବଳାତ୍କାରୀଙ୍କୁ ଫାଶିଦଣ୍ଡ ଆଇନ ହେଲା: ଥମୁନି ଶିଶୁ ବଳାତ୍କାର ଘଟଣା

ବଳାତ୍କାରୀଙ୍କୁ ଫାଶିଦଣ୍ଡ ଆଇନ ହେଲା: ଥମୁନି ଶିଶୁ ବଳାତ୍କାର ଘଟଣା

ନୂଆଦିଲ୍ଲୀ, ୨୩।୪ : ଶିଶୁ ବଳାତ୍କାରୀଙ୍କୁ ଫାଶିଦଣ୍ଡ ପାଇଁ ଆଇନହେବା ପରେ ମଧ୍ୟ ଏଭଳି ଘଟଣା ଥମିବାର ନାଁ ଧରୁନି। ଇତିମଧ୍ୟରେ ଉତ୍ତରପ୍ରଦେଶରେ ୨୪ଘଣ୍ଟା ମଧ୍ୟରେ ୪ଜଣ ନାବାଳିକାଙ୍କୁ ବଳତ୍କାର କରାଯାଇଥିବାବେଳେ ଅନ୍ୟ ଏକ ଘଟଣାରେ ଟ୍ରେନ୍‌ରେ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଜଣେ ଭାଜପା ନେତା ଯୌନଶୋଷଣ କରିଛନ୍ତି।

ଯମୁନା ଜଳ ବିବାଦ: ସମାଧାନ ପାଇଁ ଦିଲ୍ଲୀ-ହରିୟାଣାକୁ ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

ଯମୁନା ଜଳ ବିବାଦ: ସମାଧାନ ପାଇଁ ଦିଲ୍ଲୀ-ହରିୟାଣାକୁ ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୩।୪ : ଯମୁନା ଜଳ ବିବାଦର ଶୀଘ୍ର ସମାଧାନ ପାଇଁ ସୋମବାର ସୁପ୍ରିମ୍‌କୋର୍ଟ ଦିଲ୍ଲୀ ଓ ହରିୟାଣା ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ନେଇ ଦୁଇ ରାଜ୍ୟର ଜଳସମ୍ପଦ ବିଭାଗ ସଚିବସ୍ତରୀୟ ବୈଠକ ଆୟୋଜନ କରାଇବା ପାଇଁ ସର୍ବୋଚ୍ଚ ଆଦାଲତ ଗୁରୁତ୍ୱାରୋପ କରିଛନ୍ତି। ଏସମ୍ପର୍କରେ ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଯମୁନାରୁ ଆବଶ୍ୟକ ପରିମାଣର ଜଳ ନୂଆଦିଲ୍ଲୀ ପାଇଁ ଆସିପାରୁନାହିଁ। ହରିୟାଣା ସରକାର ୧୯୯୦ର ନିର୍ଦ୍ଦେଶକୁ ପ୍ରତିପାଳନ କରୁ ନାହାଁନ୍ତି।

ରାହୁଲଙ୍କ ସମ୍ବିଧାନ ବଚାଓ ଅଭିଯାନ: କଂଗ୍ରେସ ହାତରେ ଦଳିତ କାର୍ଡ

ରାହୁଲଙ୍କ ସମ୍ବିଧାନ ବଚାଓ ଅଭିଯାନ: କଂଗ୍ରେସ ହାତରେ ଦଳିତ କାର୍ଡ

ନୂଆଦିଲ୍ଲୀ, ୨୩।୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାରଠାରୁ ଆରମ୍ଭ କରିଛନ୍ତି ସମ୍ବିଧାନ ବଚାଓ ଅଭିଯାନ। ଏହା ମାଧ୍ୟମରେ ସମ୍ବିଧାନରେ ହେଉଥିବା ପରିବର୍ତ୍ତନ ତଥା ଦେଶରେ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସେ ସ୍ବର ଉତ୍ତୋଳନ କରିଛନ୍ତି।

୪୯ ବର୍ଷରେ ପଦାର୍ପଣ କଲେ ମନୋଜ ବାଜପେୟୀ

୪୯ ବର୍ଷରେ ପଦାର୍ପଣ କଲେ ମନୋଜ ବାଜପେୟୀ

ବମ୍ବେ, ୨୩।୪ : ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସୋମବାର ୪୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୬୯ ଏପ୍ରିଲ୍‌ ୨୩ରେ ବିହାର ନରକଟିଆଗଞ୍ଜ୍‌ ବେଲଓ୍ବା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ କୃଷକ ଥିଲେ। ପିଲାଟି ଦିନରୁ ଫିଲ୍ମରେ ଅଭିନୟ କରିବା ପ୍ରତି ମନୋଜଙ୍କ ଝୁଙ୍କ୍‌ ଥିଲା।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

୩ ହଜାର ନିଖୋଜ ପିଲାଙ୍କ ସନ୍ଧାନ ମିଳିଲା

୩ ହଜାର ନିଖୋଜ ପିଲାଙ୍କ ସନ୍ଧାନ ମିଳିଲା

ନୂଆଦିଲ୍ଲୀ, ୨୩।୪ : ଦିଲ୍ଲୀ ପୋଲିସ ୪ ଦିନ ମଧ୍ୟରେ ୩ ହଜାରରୁ ଅଧିକ ନିଖୋଜ ପିଲାଙ୍କର ସନ୍ଧାନ ପାଇପାରିଛି। ଫେସିଆଲ୍‌ ରିକୋଗନାଇଜେସନ୍‌ ସିଷ୍ଟମ୍‌(ଏଫ୍‌ଆର୍‌ଏସ୍‌) ଦ୍ୱାରା ଏହା ସମ୍ଭବ ହୋଇଥିବା ପୋଲି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ପରୀକ୍ଷାମୂଳକଭାବେ ଏଫ୍‌ଆର୍‌ଏସ ସଫ୍ଟଓ୍ବେରର ବ୍ୟବହାର କରାଯାଉଛି।

ନବଜାତ କନ୍ୟା ସନ୍ତାନକୁ ହତ୍ୟା: ମହିଳା ଗିରଫ

ନବଜାତ କନ୍ୟା ସନ୍ତାନକୁ ହତ୍ୟା: ମହିଳା ଗିରଫ

ଥାନେ, ୨୩।୪ : ମହାରାଷ୍ଟ୍ର ଥାନେସ୍ଥିତ ଖଡାକେପଡ଼ାରେ ନବଜାତ କନ୍ୟାକୁ ହତ୍ୟା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗଳା କାଟି ଅତି ନୃସଂଶ ଭାବେ ସେ ନବଜାତ କନ୍ୟାକୁ ହତ୍ୟା କରିଥିବା ପୋଲିସ ସୂଚିତ କରିଛି। କନ୍ୟା ସନ୍ତାନ ଏକ ସପ୍ତାହ ତଳେ ଜନ୍ମଗ୍ରହଣକରିଥିବା ଜଣାପଡିଛି।

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶହେରୁ ଅଧିକ ଘର

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶହେରୁ ଅଧିକ ଘର

ମିରଟ, ୨୩।୪ : ଉତ୍ତରପ୍ରଦେଶ ମିରଟର ଜହିଦ୍‌ପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଶହେରୁ ଅଧିକ ଘର ଜଳିଯାଇଛି। ଗାଁରେ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବାବେଳେ ଫୁଟୁଥିବା ବାଣରୁ ନିଆଁ ଲାଗି ଏପରି ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା: ଭାଜପା ନେତା ଗିରଫ

ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା: ଭାଜପା ନେତା ଗିରଫ

ମାଡ୍ରାସ୍‌, ୨୩।୪ : ଦେଶରେ ଥମୁନି ବଳାତ୍କାର ଘଟଣା। ଇତିମଧ୍ୟରେ ଥିରୁବନ୍ଥପୁରମ୍‌-ଚେନ୍ନାଇ ଏକ୍ସପ୍ରେସ୍‌ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଜଣେ ଭାଜପା ନେତାଙ୍କୁ ଗିରଫ କରାଯାଇଛି।