Dharitri News
ରାଜ୍ୟ |

ବୀରେନ୍ଦ୍ର ବାବାଙ୍କ ଭୁବନେଶ୍ୱର ଆଶ୍ରମରେ ଚଢ଼ାଉ

ବୀରେନ୍ଦ୍ର ବାବାଙ୍କ ଭୁବନେଶ୍ୱର ଆଶ୍ରମରେ ଚଢ଼ାଉ ଭୁବନେଶ୍ୱର, ୨୨।୧୨(ବ୍ୟୁରୋ)- ଆଧ୍ୟାତ୍ମିକ ଜ୍ଞାନ ଦେବା ନଁାରେ ଦିଲ୍ଲୀରେ ଯୁବତୀ ଏବଂ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିବା ପରେ ବାବା ବୀରେନ୍ଦ୍ର ଦେବ ଦୀକ୍ଷିତଙ୍କ ଓଡ଼ିଶା ଲିଙ୍କ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ବାବା ବୀରେନ୍ଦ୍ରଙ୍କ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ(ଆଶ୍ରମ)ର ଏକ ଶାଖା ଭୁବନେଶ୍ୱରର ଲକ୍ଷ୍ମୀସାଗର ଜଗନ୍ନାଥ ବିହାର ଲେନ୍‌-୯ ପ୍ଲଟ୍‌-୨୬ରେ ରହିଛି। ଦିଲ୍ଲୀରେ ବାବାଙ୍କ କଳାକାରନାମା ସମ୍ପର୍କରେ ଶୁକ୍ରବାର ସକାଳୁ ବିଭିନ୍ନ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏହା ପରେ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ବାବାଙ୍କ ଲକ୍ଷ୍ମୀସାଗରସ୍ଥିତ ଆଶ୍ରମରେ ଚଢ଼ାଉ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ଅନୈତିକ କାର୍ଯ୍ୟ ହେଉ ନ ଥିବା ପୋଲିସ ଚଢ଼ାଉବେଳେ ଜାଣିବାକୁ ପାଇଛି। କେବଳ କେତେକ ଆଧ୍ୟାତ୍ମିକ ସିଡୀ ଏବଂ ପୁସ୍ତକ ସେଠାରୁ ମିଳିଛି। ଅନ୍ୟପଟେ ଚଢ଼ାଉବେଳେ ଅନୁଷ୍ଠାନର ମହିଳାମାନେ ପୋଲିସକୁ କଡ଼ା ବିରୋଧ କରିଥିଲେ। ବିନା ସର୍ଚ୍ଚ ଓ୍ବାରେଣ୍ଟରେ ଆଶ୍ରମ ଭିତରକୁ ପୋଲିସକୁ ଛଡାଯିବ ନାହିଁ ବୋଲି ମହିଳାମାନେ ରୋକ୍‌ଠୋକ ଶୁଣାଇ ଦେଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଶେଷରେ ପୋଲିସ ସେମାନଙ୍କୁ ବୁଝାଶୁଝା କରିବା ପରେ ଆଶ୍ରମ ଭିତରକୁ ଯାଇଥିଲା। ଅନୁଷ୍ଠାନରେ ଚଢ଼ାଉ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ ଆଶ୍ରମ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଠାରେ ଥିବା ମହିଳାମାନେ ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲେ। ମହିଳା ପ୍ରତିନିଧି ଆସିଲେ ଭିତରକୁ ଛଡାଯିବ ବୋଲି ସେମାନେ କହିଥିଲେ। ଆଶ୍ରମ ଭିତର ଭିଡିଓ ରେକର୍ଡିଂ କଲେ ଥାନାବାବୁ ତୃତୀୟ ମହଲାରେ ଥିବା ବୀରେନ୍ଦ୍ର ବାବାଙ୍କ ଆଶ୍ରମର ପ୍ରତିଟି କୋଣକୁ ଥାନା ବାବୁ ଟିକିନିଖି ତନଖିବା ସହ ନିଜ ମୋବାଇଲ୍‌ରେ ଭିଡିଓ ରେକର୍ଡିଂ କରିଥିଲେ। ପରେ ଏହି ଭିଡିଓକୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇ ଭିତରେ କିଛି ନ ଥିବା କହିଥିଲେ। ୪ ଥର ଭୁବନେଶ୍ୱର ଆସିଛନ୍ତି ବାବା ଉକ୍ତ ଘରଟି ବାବାଙ୍କ ଆଶ୍ରିତ ଜଣେ ମହିଳାଙ୍କ ବାପାଙ୍କର। ଯେହେତୁ ମହିଳା ଜଣକ ବାବାଙ୍କ ଆଶ୍ରିତ ତେଣୁ ଉକ୍ତ ଘରକୁ ସେ ବାବାଙ୍କ ଆଶ୍ରମକୁ ଭଡାରେ ଦେଇଥିଲେ। ୨୦୧୨ରୁ ଆଶ୍ରମ ଆରମ୍ଭ ହୋଇଥିବା ଆଶ୍ରିତମାନେ କହିଛନ୍ତି। ଆଶ୍ରମ ଆରମ୍ଭ ହେବା ଦିନଠାରୁ ବୀରେନ୍ଦ୍ର ବାବା ୪ଥର ଏଠାକୁ ଆସି ପ୍ରବଚନ ଦେଇଛନ୍ତି। ଆଶ୍ରମକୁ ୩ ମହିଳା ଭକ୍ତ ପରିଚାଳନା କରୁଥିଲେ। ସେଠାରେ ଭଜନକୀର୍ତ୍ତନ କରିବା ସହ ବାବାଙ୍କ ନାମ ଜପ କରାଯାଏ। ତୃତୀୟ ମହଲାରେ ଏକ ବିରାଟ ରୁମ୍‌ ରହିଛି। ସେଠାରେ ଏକ ବଡ ଏଲ୍‌ସିଡି ପରଦା ଲାଗିଛି। ଭକ୍ତମାନେ ସେଠାରେ ବସି ଏଲ୍‌ସିଡିରେ ପ୍ରବଚନ ଦେଖନ୍ତି। ଝିଆରୀକୁ ଉଦ୍ଧାର ପାଇଁ ନିବେଦନ ଦିଲ୍ଲୀରେ ବୀରେନ୍ଦ୍ର ବାବାଙ୍କ ଆଶ୍ରମରେ ଭୁବନେଶ୍ୱରର ଜଣେ ଯୁବତୀ ଶିକ୍ଷାଗ୍ରହଣ କରୁଛନ୍ତି। ଶୁକ୍ରବାର ଲକ୍ଷ୍ମୀସାଗରସ୍ଥିତ ଆଶ୍ରମରେ ଚଢ଼ାଉ ବେଳେ ସ୍ଥାନୀୟ ସମ୍ପୃକ୍ତ ଯୁବତୀଙ୍କ ଦାଦା ଏ ନେଇ ସୂଚନା ଦେଇଛନ୍ତି। ତାଙ୍କ ଝିଆରୀ ୨ ବର୍ଷ ହେବ ସେଠାରେ ରହି ଆଧ୍ୟାତ୍ମିକ ଶିକ୍ଷାଗ୍ରହଣ କରୁଛନ୍ତି। ବାବାଙ୍କ କଳା କାରନାମା ଜଣାପଡିବା ପରେ ଏବେ ସେ ଏବଂ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି। ତାଙ୍କ ଝିଆରୀଙ୍କୁ ସେଠାରୁ ଉଦ୍ଧାର କରି ଆଣିବା ପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।

ରାଜ୍ୟ |

ଜୁଏଲଙ୍କୁ ରମେଶଙ୍କ ଚିଠି

ଜୁଏଲଙ୍କୁ ରମେଶଙ୍କ ଚିଠି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ପୋଲାଭରମ ପ୍ରକଳ୍ପ ନେଇ ରାଜ୍ୟ ସଭାରେ ଏମ୍‌ପି ଡି. ରାଜାଙ୍କ ପ୍ରଶ୍ନରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ଉତ୍ତର ତଥ୍ୟଭିତ୍ତିକ ନୁହେଁ। ଏ ସଂକ୍ରାନ୍ତରେ ସୋମବାର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପ୍ରଶାସନିକସ୍ତରରେ ଅଦଳବଦଳ

ପ୍ରଶାସନିକସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ପ୍ରଶାସନିକସ୍ତରରେ ଅଦଳବଦଳ ହେବାନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, କୋରାପୁଟ ଜିଲାପାଳ ଭାବେ କେ.ଏସ. ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ମନୀଷ ଅଗ୍ରୱାଲଙ୍କୁ ମାଲକାନଗିରି ଜିଲାପାଳ ଦାୟିତ୍ୱ ଦିଆଯାଇଛି।

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟର ସରକାରୀ କଲେଜମାନଙ୍କରେ ପ୍ରି ଏବଂ ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରମାନଙ୍କୁ ମାସିକ ୧୮ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ,୧୬।୧: ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଫୁଲବାଣୀ ଅଫିସ, ୧୫।୧ କନ୍ଧମାଳ ଜିଲା ଫୁଲବାଣୀ ପୋକ୍‌ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର ଶେଷ ହୋଇ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସୁଶାନ୍ତ ପଟେଲ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକଙ୍କୁ ୨୦ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି । ଜରିମାନା ଅନାଦାୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ ହେବ। ଭୁବନେଶ୍ୱର ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯିବ।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଏହା ଘୋଷଣା କରିଛନ୍ତି।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।