ରାଜ୍ୟ |

କେନ୍ଦ୍ରାପଡ଼ା ଜିଲା ଭାଜପାରେ ଅସନ୍ତୋଷ ତେଜିଲା

କେନ୍ଦ୍ରାପଡ଼ା ଜିଲା ଭାଜପାରେ ଅସନ୍ତୋଷ ତେଜିଲା

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ, ୨୨।୧୨: କେନ୍ଦ୍ରାପଡ଼ା ଜିଲା ପାଟପୁରାର ଗରଦପୁରଠାରେ ଭାଜପାର ମିଶ୍ରଣ ପର୍ବରେ ଘଟିଥିବା ଗଣ୍ଡଗୋଳ ନେଇ ଶୁକ୍ରବାର ଜିଲା ଭାଜପା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜିଲା ଭାଜପା କମିଟିର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବିଜୟ ମହାପାତ୍ରଙ୍କୁ ବହିଷ୍କାର କରାଯାଇଛି। ତାଙ୍କର କେତେଜଣ ସମର୍ଥକଙ୍କୁ ଦଳରୁ ବହିଷ୍କାର କରାଯିବାକୁ ସୁପାରିଶ୍‌ କରାଯାଇଥିବା ଭାଜପା ଜିଲା ସଭାପତି ଦୁର୍ଯ୍ୟୋଧନ ସାହୁ ସୂଚନା ଦେଇଛନ୍ତି। ଦଳୀୟ ସମ୍ମିଳନୀକୁ ଭଣ୍ଡୁର କରିଥିବା ଅଭିଯୋଗରେ ତାଙ୍କପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ପାଟକୁରାର ଗରଦପୁରଠାରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଡକାଯାଇ ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

All Right Reserved By

ରାଜ୍ୟ |

ତଦନ୍ତବେଳେ ଥାନାଧିକାରୀଙ୍କ ସହ ୩ ଅଟକ

ତଦନ୍ତବେଳେ ଥାନାଧିକାରୀଙ୍କ ସହ ୩ ଅଟକ

ଫୁଲବାଣୀ ଅଫିସ, ୨୨ା୬:କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା କେରେଡି ପଞ୍ଚାୟତ ଡାଙ୍ଗୁଲୁ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସଦର ଥାନା ପୋଲିସ ଘଟଣାର ତଦନ୍ତ କରିବାକୁ ଯାଇ ଗ୍ରାମବାସୀଙ୍କ ରୋଷର ଶୀକାର ହୋଇଛି। ଥାନାଧିକାରୀ ରାଧାକାନ୍ତ ସାହୁଙ୍କ ସହ ୩ଜଣଙ୍କୁ ୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗ୍ରାମବାସୀ ଅଟକ ରଖିଥିଲେ। ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମହିଳା ପୋଲିସ ଆହତ ହୋଇଛନ୍ତି।

ଗ୍ରାସୀମ ଇଣ୍ଡଷ୍ଟ୍ରିଜ: ତ୍ରିପାକ୍ଷିକ ଆଲୋଚନା: ବୈଷୟିକ ଟିମ୍‌ କରିବେ ସର୍ଭେ

ଗ୍ରାସୀମ ଇଣ୍ଡଷ୍ଟ୍ରିଜ: ତ୍ରିପାକ୍ଷିକ ଆଲୋଚନା: ବୈଷୟିକ ଟିମ୍‌ କରିବେ ସର୍ଭେ

ଛତ୍ରପୁର,୨୨।୬(ଡି.ଏନ.ଏ):ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ କମ୍ପାନୀ ପକ୍ଷରୁ କଲ୍ୟାଣପୁରରୁ ବୋରିଂ କରାଯାଇ ପାଣି ନିଆଯାଉଛି। ଏହାଦ୍ୱାରା କଲ୍ୟାଣପୁର ଓ ଝରାପଦର ଅଞ୍ଚଳରେ ଗ୍ରାଉଣ୍ଡ ୱାଟର ଲେଭଲ କମିଯାଇଛି ଏବଂ ଜଳସେଚନ ସୁବିଧା ମିଳୁନି। ଏଥିସହ କମ୍ପାନୀ ପକ୍ଷରୁ ସ୍ଥାନୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେଉ ନ ଥିବା ନେଇ ଗ୍ରାମବାସୀ କହିଛନ୍ତି। ଦାବି ପୂରଣ ହେଉ ନ ଥିବାରୁ କଲ୍ୟାଣପୁରରେ ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ର ପାଣି ପ୍ରକଳ୍ପକୁ ଲୋକେ ବନ୍ଦ କରିଦେଇଥିଲେ। ଏ ନେଇ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ପ୍ରଶାସନ ପକ୍ଷରୁ ଏକ ତ୍ରିପାକ୍ଷୀକ ଆଲୋଚନା ବୈଠକ ଡକାଯାଇଥିଲା।

ହିଞ୍ଜିଳିକାଟୁ: ଆଜିଠୁ ମିନି ଷ୍ଟାଡ଼ିୟମରେ ଅସ୍ଥାୟୀ ବସ୍‌ଷ୍ଟପ

ହିଞ୍ଜିଳିକାଟୁ: ଆଜିଠୁ ମିନି ଷ୍ଟାଡ଼ିୟମରେ ଅସ୍ଥାୟୀ ବସ୍‌ଷ୍ଟପ

ହିଞ୍ଜିଳିକାଟୁ,୨୨ା୬(ଡ଼ି.ଏନ୍‌.ଏ):ହିଞ୍ଜିଳିକାଟୁରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଶୁକ୍ରବାର ଠାରୁ ବୃନ୍ଦାବନ ବିଦ୍ୟାପୀଠ ଷ୍ଟାଡ଼ିୟମ ପରିସର ଅସ୍ଥାୟୀ ବସ୍‌ଷ୍ଟପ ଭାବେ କାର୍ଯ୍ୟ କରିବ। ଗତ ୯ ତାରିଖରେ ବସ ଟର୍ମିନାଲ୍‌ ନିର୍ମାଣରେ ବିଳମ୍ବ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ବସ ଟର୍ମିନାଲ ନିର୍ମାଣ ନେଇ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ବୁଧବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ତହସିଲ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ସାଉଥ୍‌କୋ ଜିଏମ୍‌ଙ୍କୁ ଘେରାଉ

ସାଉଥ୍‌କୋ ଜିଏମ୍‌ଙ୍କୁ ଘେରାଉ

ବ୍ରହ୍ମପୁର ଅଫିସ୍‌,୨୨ା୬:ଗ୍ରୀଷ୍ମ ଆଗମନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ, ଏବର୍ଷ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ। ହେଲେ ସରକାରଙ୍କ ଘୋଷଣା ଫଳପ୍ରଦ ହୋଇପାରିଲାନି। କାରଣ ବର୍ତ୍ତମାନ ବ୍ରହ୍ମପୁର ସହରରେ ନିୟମିତ ଭାବେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୁରୁବାର କେତେକ ସହରବାସୀ ସାଉଥ୍‌କୋ ଜିଏମ୍‌ଙ୍କୁ ଘେରାଉ କରିଥିଲେ।

ବିନା ଟିପଚିହ୍ନରେ ମିଳିଲା ଚାଉଳ

ବ୍ରହ୍ମପୁର ଅଫିସ୍‌,୨୨ା୬: ଗରିବଙ୍କ ମୁହଁରେ ଆଧାର ଦେବା ପାଇଁ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିଥିଲେ। କିନ୍ତୁ ଆଇନରେ ଏମିତି କେତେକ ବ୍ୟବସ୍ଥା ରହିଛି, ଯାହା ଯୋଗୁ ସାଧାରଣ ଗରିବଟିଏ ରାଶନ ସାମଗ୍ରୀ ପାଇପାରୁନାହିଁ। ସେହି ବ୍ୟବସ୍ଥାଟି ହେଲା ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌)। ଏହି ପିଓଏସ୍‌ ମେଶିନ୍‌ରେ ଟିପଚିହ୍ନ ଦେଲେ ହିଁ ରାଶନ୍‌ ସାମଗ୍ରୀ ନେଇପାରିବ ବୋଲି ସରକାର ନିୟମ କରିଛନ୍ତି। ହେଲେ କୁଷ୍ଠରୋଗୀଙ୍କ ଆଙ୍ଗୁଠି ନଷ୍ଟ ହୋଇଯାଇଥିବା ଯୋଗୁ ସେମାନେ ପିଓଏସ୍‌ ମେଶିନ୍‌ରେ ଟିପ ଚିହ୍ନ ଦେଇପାରୁ ନାହାନ୍ତି। ଯାହା ଫଳରେ ସେମାନେ ରାଶନ୍‌ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି।

ଖେଳାଳି ଚୟନରେ ପାତରଅନ୍ତର

ଖେଳାଳି ଚୟନରେ ପାତରଅନ୍ତର

କେନ୍ଦୁଝର, ୨୨ା୬(ସ୍ବ.ପ୍ର): କେନ୍ଦୁଝର ଜିଲାରେ ପ୍ରୋତ୍ସାହନ ଅଭାବରୁ କ୍ରୀଡ଼ା କ୍ଷେତ୍ର ଅବହେଳିତ ହୋଇରହିଛି। ବହୁ ପ୍ରତିଭାବାନ ଖେଳାଳି ଜିଲାରେ ରହିଥିଲେ ହେଁ ଉପଯୁକ୍ତ ଚୟନ ଅଭାବରୁ ଏବଂ ପାତରଅନ୍ତର କାରଣରୁ ଖେଳିବାର ସୁବିଧା ପାଉନାହାନ୍ତି। ଏପରିକି ବହୁ ଅଲୋଡା ଖେଳାଳି ଅନ୍ୟ ଜିଲା ଓ ରାଜ୍ୟରୁ ଖେଳି ବେଶ ନାମ କମାଉଛନ୍ତି। ଫଳରେ କେନ୍ଦୁଝର ଜିଲା ବାହାରେ ସଭଳି ସଫଳତା ଲାଭ କରିପାରୁନାହିଁ ବୋଲି ଅଭିଯୋଗ ହୋଇଛି।

ସେବା ଯୋଗାଇ ପାରୁନି ରକ୍ତଭଣ୍ଡାର

କେନ୍ଦୁଝର, ୨୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରେଡ୍‌କ୍ରସ ଅଧୀନରେ ଚାଲିଥିବା ରକ୍ତଭଣ୍ଡାରରେ ନାନା ସମସ୍ୟା ଦେଖାଦେଇଛି। ଉକ୍ତ ରକ୍ତଭଣ୍ଡାର ରୋଗୀଙ୍କୁ ରକ୍ତ ଯୋଗାଇ ପାରୁନି। ଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ବାସ୍ଥ୍ୟସେବାରେ ରକ୍ତଭଣ୍ଡାରର ଗୁରୁତ୍ୱ ଅଧିକ। ଦୁର୍ଘଟଣା, ସିକିଲସେଲ, ଥାଲାସେମିଆ ତଥା ରକ୍ତହୀନତା ଆଦି ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ମିଳୁନି।

ଠାକୁରଙ୍କ ଜମି ଠକେଇ ଜାଲିଆତି

କେନ୍ଦୁଝର, ୨୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଦେବୀଦେବଙ୍କ ଜମି ଜବରଦଖଲ, ବେଆଇନ କିଣାବିକା ଚାଲିଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ସେସବୁ ଜମିର ସୁରକ୍ଷା କରିପାରୁ ନ ଥିବାରୁ ବହୁ ଟଙ୍କାର ଭୂସମ୍ପତ୍ତି ବେଆଇନ ଜବରଦଖଲ ଓ କିଣାବିକା ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି କେନ୍ଦୁଝର ସହରରେ ଠାକୁରଙ୍କ ଜମିକୁ ବେଆଇନ ଭାବେ ଠକି ବିକିଥିବା ନେଇ ଏକ ମାମଲା ଟାଉନ ଥାନାରେ ହୋଇଛି।

ଜେଲରୁ ଚାଲିଛି ଅପରାଧ ନିୟନ୍ତ୍ରଣ

ଜେଲରୁ ଚାଲିଛି ଅପରାଧ ନିୟନ୍ତ୍ରଣ

ଭଦ୍ରକ ଅଫିସ,୨୨।୬- ଭଦ୍ରକର ପୁରାତନ ସବ୍‌ଜେଲ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି। ସୀମିତ କର୍ମଚାରୀ ଓ ସ୍ବଳ୍ପ ଜାଗାରେ ଏହି ଉପକାରାଗାର ଚାଲିଥିବାରୁ ଏହା ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡିଛି। ସବ୍‌ଜେଲ ସ୍ଥାନାନ୍ତର ଯୋଜନା ଏଯାଏ ଅଧୁରା ହୋଇ ରହିଛି। ଆବଶ୍ୟକତାଠାରୁ ଦୁଇଗୁଣା କଏଦୀ ଏଠାରେ ରହୁଛନ୍ତି। ସୀମିତ ୱାର୍ଡର ଓ କର୍ମଚାରୀଙ୍କୁ ନେଇ ୩ ଶିପ୍ଟରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏହାର ସୁଯୋଗ ନେଇ ଜେଲ୍‌ରେ ଥିବା କେତେକ କଏଦୀ ଜେଲ୍‌ ବାହାରେ ସେମାନଙ୍କ ଆପରାଧିକ କାର୍ଯ୍ୟ ପରିଚାଳନା କରୁଥିବା ସୂଚନା ମିଳିଛି। ଏବେ ଜେଲ୍‌ରେ ଲାଗାଯାଇଥିବା ସିସିଟିଭି ଜରିଆରେ କଏଦୀଙ୍କ ଗତିବିଧି ଲକ୍ଷ୍ୟ କରାଯାଉଛି ଏବଂ ଏହାଦ୍ୱାରା ସେମାନଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ମୌସୁମୀ ପ୍ରବାହ ବିଳମ୍ବିତ, ଚିନ୍ତାରେ ଚାଷୀ

ମୌସୁମୀ ପ୍ରବାହ ବିଳମ୍ବିତ, ଚିନ୍ତାରେ ଚାଷୀ

ଚାନ୍ଦବାଲି,୨୨।୬(ଡି.ଏନ.ଏ.)-ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଚାନ୍ଦବାଲି ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଏହାକୁ ଜିଲାର ଭାତହାଣ୍ଡି କୁହାଯାଏ। ହେଲେ ଜଳସେଚନ ସୁବିଧା ଅଭାବରୁ ଏହି ଅଞ୍ଚଳର ଚାଷୀ ବର୍ଷା ଉପରେ ନିର୍ଭର କରି ଖରିଫ ଧାନ ଚାଷ କରିଥାନ୍ତି। କଁା ଭଁା କେତେଜଣ ଚାଷୀ ନଦୀ ପାଖ ଅଞ୍ଚଳରେ ଖରାଟିଆ ଡାଳୁଅ ଧାନ ଚାଷ କରିଥାନ୍ତି। କୃଷି ବିଭାଗ ପକ୍ଷରୁ ଏଥର ଖରିଫ ଋତୁରେ ଏହି ବ୍ଲକରେ ୩୩ ହଜାର ୭୦ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୩୧ ହଜାର ୨ଶହ ୭୦ ହେକ୍ଟରରେ ଅଧିକ ଅମଳକ୍ଷମ ଓ ୧ ହଜାର ୮ଶହ ହେକ୍ଟର ଜମିରେ ଦେଶୀଧାନ ଚାଷ ହେବ।

ବଳାତ୍କାର ପରେ ବ୍ଲାକମେଲିଂ ମାମଲା:ଗେଷ୍ଟ ହାଉସ ଚିହ୍ନଟ କଲେ ପୀଡ଼ିତା

ବଳାତ୍କାର ପରେ ବ୍ଲାକମେଲିଂ ମାମଲା:ଗେଷ୍ଟ ହାଉସ ଚିହ୍ନଟ କଲେ ପୀଡ଼ିତା

ଭଦ୍ରକ ଅଫିସ,୨୨।୬-ବଳାତ୍କାର ଓ ବ୍ଲାକମେଲିଂର ଶିକାର ହୋଇଥିବା ଦୁଇ ପୀଡ଼ିତା ନାବାଳିକାଙ୍କୁ ନେଇ ଭଦ୍ରକ ଟାଉନ ଥାନା ପୋଲିସ ଗୁରୁବାର ସେମାନଙ୍କୁ ରଖାଯାଇଥିବା ଦୁଇଟି ଗେଷ୍ଟ ହାଉସକୁ ଚିହ୍ନଟ କରିଛି। ଦୁଇଜଣ ଗାଡ଼ି ଡ୍ରାଇଭର ସେମାନଙ୍କୁ ପ୍ରଲୋଭିତ କରି ଭଦ୍ରକ ନେଇ ଆସି ଉକ୍ତ ଗେଷ୍ଟ ହାଉସରେ ରଖି ବଳାତ୍କାର କରି ଏହାର ଭିଡିଓ ରେକର୍ଡିଂ କରିଥିଲେ। ସମ୍ପୃକ୍ତ ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ଗେଷ୍ଟ ହାଉସ ଚିହ୍ନଟ କରି ସେଠାରୁ କେତେକ କାଗଜପତ୍ର ଜବତ କରିଛି।

 ମୁହଁ ଫେରାଇଲେଣି ସବାଇଘାସ ଚାଷୀ

ମୁହଁ ଫେରାଇଲେଣି ସବାଇଘାସ ଚାଷୀ

ବଡ଼ସାହି,୨୨।୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡସାହି ବ୍ଲକର ବହୁ ଲୋକ ପୂର୍ବରୁ ସବାଇଘାସରୁ ଦଉଡି ପ୍ରସ୍ତୁତ କରି ପରିବାର ପୋଷଣ କରିଥିଲେ। ସମୟର ପରିବର୍ତ୍ତନ ସହ କମ୍‌ ଦାମରେ ଏବେ ପ୍ଲାଷ୍ଟିକ ଦଉଡି ମିଳୁଥିବାରୁ ଘାସରୁ ପ୍ରସ୍ତୁତ ଦଉଡି ଅଲୋଡା ହେଲାଣି ା ଫଳରେ ଏହା ଉପରେ ନିର୍ଭର କରୁଥିବା ଚାଷୀ ଏବେ ସେଥିରୁ ମୁହଁ ଫେରାଇଲେଣି ା

Model This Week

ପ୍ରଭାତ