ରାଜ୍ୟ |

ବାରବାଟୀ ଭିଭିଆଇପି ସିଟ୍‌ରେ ଶୁଭଙ୍କର ଘଟଣା: ତଦନ୍ତ ଦାବି

ବାରବାଟୀ ଭିଭିଆଇପି ସିଟ୍‌ରେ ଶୁଭଙ୍କର ଘଟଣା: ତଦନ୍ତ ଦାବି
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ବାରବାଟୀ ଷ୍ଟାଡିୟମ୍‌ରେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ବିସିସିଆଇ ବକ୍ସରେ ଶି-ସୋର ଚିଟ୍‌ଫଣ୍ଡ ଠକେଇ ଘଟଣାରେ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କର ନାୟକଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଭିଆଇପି ଗ୍ୟାଲେରୀକୁ ଶୁଭଙ୍କର କେମିତି ଗଲେ ତାହାର ତଦନ୍ତ ହେବା ଦରକାର। ବାରବାଟୀ ଷ୍ଟାଡିୟମ୍‌ର ପରିଚାଳନା ସହ ସରକାରଙ୍କ ସଂପୃକ୍ତି ନାହିଁ। ଓସିଏ ଉପରେ ମଧ୍ୟ ସରକାରଙ୍କ କର୍ତ୍ତୃତ୍ୱ ନାହିଁ। ବିସିସିଆଇ ବକ୍ସ ପାଇଁ କାହାକୁ କାହାକୁ ପାସ୍‌ ଦିଆଯାଇଥିଲା ତାହାର ତାଲିକା ଓସିଏ ପାଖରେ ନାହିଁ। ତେଣୁ ତାଙ୍କୁ କେଉଁ ଅଧିକାରୀ ପାସ୍‌ ଦେଇଛନ୍ତି ତାହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଟକ ବାରବାଟି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ। ଏ ନେଇ ପୋଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ଓସିଏ ପକ୍ଷରୁ ମଧ୍ୟ ବିସିସିଆଇ ବକ୍ସ ପାଇଁ କାହାକୁ କେତୋଟି ପାସ୍‌ ଦିଆଯାଇଥିଲା ସେ ନେଇ ତାଲିକା ମଧ୍ୟ ଦିଆଯାଇଛି। କେଉଁମାନଙ୍କ ପାସ୍‌ ଦିଆଯାଇଥିଲା, ସେମାନଙ୍କ ବଦଳରେ ତାଙ୍କ ପରିବାର ବା ସମ୍ପର୍କୀୟମାନଙ୍କ ମଧ୍ୟରୁ କିଏ କିଏ ଆସିଥିଲେ ସେ ସବୁର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଭିଡ଼ିଓ ଫୁଟେଜ ମଧ୍ୟ ଅନୁଧ୍ୟାନ କରାଯାଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
All Right Reserved By

ରାଜ୍ୟ |

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଆୟର

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଆୟର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ମଙ୍ଗଳବାର ଓଡ଼ିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଛନ୍ତି। ବିଧାନସଭାସ୍ଥିତ ୫୪ ନଂ. ପ୍ରକୋଷ୍ଠରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଆୟର ନିଜର ପକ୍ଷ ରଖୁଛନ୍ତି। 

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

କୃଷ୍ଣପ୍ରସାଦ, ୨୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମାଲୁଦ ଫାଣ୍ଡି ଅଧିକାରୀ ମଦ୍ୟପାନ କରି ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମହଙ୍ଗା ପଡିଛି। 

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ପରଜଙ୍ଗ, ୨୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଭେଜିଆ ଗ୍ରାମର ୧୬ ଭାଜପା କର୍ମୀ ଧର୍ମାନନ୍ଦ ଦାସଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଡିହଡୋଳସ୍ଥିତ ବାସଭବନରେ ମଙ୍ଗଳବାର ସେମାନେ ପହଞ୍ଚି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। 

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ୨୮ ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ୨୮ ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ

ଗଣିଆ,୨୩।୧୦(ଡି.ଏନ.ଏ.)-ଗଣିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ସୋମବାର ନୟାଗଡ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲାପାଳ ଏନ୍‌.ତିରୁମାଲା ନାୟକ ମୋଟ ୨୮ ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ମା’ ଗୌରୀ ପୂଜା ମହୋତ୍ସବ

ମା’ ଗୌରୀ ପୂଜା ମହୋତ୍ସବ

ଟାଙ୍ଗୀ(ଖୋର୍ଦ୍ଧା),୨୩ା୧୦(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ରତନପୁର ଗ୍ରାମରେ ତେଲ୍‌ଗୁ ସମ୍ପଦାୟର ମହାନ ପର୍ବ ଭାବେ ପରିଚିତ ମା’ ଗୌରୀ ପୂଜା ମହୋତ୍ସବ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଉତ୍ସାହୀ ତେଲ୍‌ଗୁ ଯୁବକମାନେ ଏକ ସଂଘ ଗଠନ କରି ଦୀର୍ଘ ୧୮ ବର୍ଷ ଧରି ଏହି ପୂଜାକୁ ଧୁମ୍‌ଧାମରେ ପାଳନ କରିବା ସହ ବହୁ କଳାକାରଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ।

 ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ରାଜକନିକା,୨୩ା୧୦(ଡି.ଏନ୍‌.ଏ.)- ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ରାଜକନିକା ସିଏଚ୍‌ସି କମିଟି ପକ୍ଷରୁ ସୋମବାର ରାଜକନିକା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। 

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୩ା୧୦- କେନ୍ଦ୍ରାପଡା ସହରର ଗୋପସ୍ଥିତ ଭାଜପା କାର୍ଯ୍ୟାଳୟରେ ଜିଲା ମହିଳା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଆୟୋଜିତ ହୋଇଯାଇଛି ା

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଡୁବୁରୀ,୨୩ା୧୦(ଡି.ଏନ୍‌.ଏ.)- ମଙ୍ଗରାଜପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି ା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତା କାମର ଅବଧି ପୂରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଓ କଲର୍ଭଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରି ନାହଁି।

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଡୁବୁରୀ, ୨୩ା୧୦(ଡି.ଏନ୍‌.ଏ.)- ଜୟ ମା’ ଦୁର୍ଗା ଆଦିବାସୀ କ୍ଲବ ଓ ବଜ୍ରପଲ୍ଲୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ୨୬ତମ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା 

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ପାରାଦୀପ,୨୩ା୧୦(ସ୍ବ.ପ୍ର.): ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବା ପରଠାରୁ ଜଣଙ୍କ ପରେ ଜଣେ ଅନୁଗତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି। ଏହି କ୍ରମରେ ୩୦ ବର୍ଷ ଧରି ଦାମଙ୍କ ସହ ରାଜନୈତିକ, ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କରେ ଥିବା ଉଲ୍ଲାସ ବିଶ୍ୱାଳ ତାଙ୍କ ହାତ ଛାଡିଦେଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି।