ରାଜ୍ୟ |

ପିସିସି: ନୀରବତା ଭାଙ୍ଗୁନାହାନ୍ତି ରାହୁଲ

ପିସିସି: ନୀରବତା ଭାଙ୍ଗୁନାହାନ୍ତି ରାହୁଲ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଗୁଜରାଟ ବିଧାନସଭା ଫଳାଫଳ ପରେ ସର୍ବଭାରତୀୟ କଂଗ୍ରେସ ଶିବିର ଖୁସି ହୋଇଛି। ମାତ୍ର ସେହି ଖୁସି, ଆତ୍ମବିଶ୍ୱାସ ଓ ନୂଆ ନେତୃତ୍ୱକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କେତେ ସଫଳତା ପାଇବ, ତାହା ଉପରେ ରାଜନୈତିକ ମହଲ ନଜର ରଖିଛି। ପଞ୍ଚାୟତ ନିର୍ବାଚନରେ ବ୍ୟାପକ ପରିମାଣରେ କ୍ଷତି ସହିବା ପରେ ନେତୃତ୍ୱ ପରିବର୍ତ୍ତନ ନେଇ ଦାବି ଜୋର ଧରିଥିଲା। ଏଥିରେ ଯବନିକା ଆଣିବା ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ଏକାଧିକଥର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନର ନେତୃତ୍ୱ ରହିବ ନା ପରିବର୍ତ୍ତନ ହେବ, ତାହା ଏଯାବତ୍‌ ଅସ୍ପଷ୍ଟ ରହିଛି। ପିସିସି ନେତୃତ୍ୱ ପରିବର୍ତ୍ତନ ନ ହେଲେ କେତେକ ଦଳ ଛାଡିପାରନ୍ତି ବୋଲି କିଛିମାସ ପୂର୍ବରୁ ଚର୍ଚ୍ଚା ହୋଇଥିଲା। ମାତ୍ର ଗୁଜରାଟ ନିର୍ବାଚନ ପୂର୍ବରୁ ସେହି ରାଜ୍ୟର ଅନ୍ୟତମ ବରିଷ୍ଠ ନେତା ଶଙ୍କର ସିଂ ବାଘେଲାଙ୍କ ବିରୋଧରେ ହାଇକମାଣ୍ଡଙ୍କ ଆଭିମୁଖ୍ୟ ବିଦ୍ରୋହୀଙ୍କ ପାଇଁ ଏକ ଚେତାବନୀ ହୋଇ ରହିଛି। ରାଜ୍ୟସ୍ତରୀୟ ଦୃଢ ନେତୃତ୍ୱ ନ ଥାଇ ମଧ୍ୟ ସଂଗଠନକୁ ଶାସକ ଦଳ ବିପକ୍ଷରେ ଛିଡା କରାଯାଇପାରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟ ନିର୍ବାଚନରେ ପ୍ରମାଣିତ କରିଥିବା ସମୀକ୍ଷକମାନେ ମତ ଦେଇଛନ୍ତି। ରାହୁଲଙ୍କ ଗୁଜରାଟ ସଫଳତା ତାଙ୍କୁ ଦଳରେ ଏକମାତ୍ର ଗ୍ରହଣୀୟ ନେତା କରିଛି। ଏପରି ସ୍ଥଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ସବୁ ଗୋଷ୍ଠୀକୁ କେତେମାତ୍ରାରେ ରାହୁଲ ଗୋଟିଏ ଛତା ତଳେ ଏକାଠି କରିପାରୁଛନ୍ତି, ତାହା ଏବେ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। କାରଣ ରାହୁଲ ଏପର୍ଯ୍ୟନ୍ତ ପିସିସି ନେଇ ନୀରବତା ଭାଙ୍ଗୁନାହାନ୍ତି।
ସୂଚନା ଯୋଗ୍ୟଯେ, ଓଡ଼ିଶା ବିଧାନସଭା ନିର୍ବାଚନରେ ୨୦୦୦ରେ କଂଗ୍ରେସ ୧୮ ପ୍ରତିଶତ ଭୋଟ ସହ ୨୬ଟି ଆସନ, ୨୦୦୪ରେ ୩୪ ପ୍ରତିଶତ ଭୋଟ ସହ ୩୮ ଆସନ, ୨୦୦୯ରେ ୨୯ ପ୍ରତିଶତ ଭୋଟ ସହ ୨୭ଟି ଆସନ ଏବଂ ୨୦୧୪ରେ ୨୬ ପ୍ରତିଶତ ଭୋଟ ସହ ୧୬ଟି ଆସନ ହାତେଇ ପାରିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ତେଣୁ ସଂସଦର ଶୀତ ଅଧିବେଶନ ପରେ ରାହୁଲ ବିଭିନ୍ନ ରାଜ୍ୟର ନେତୃତ୍ୱ ପରିବର୍ତ୍ତନ ସହିତ ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶା କଂଗ୍ରେସ ପ୍ରତି କେଉଁ ନିଷ୍ପତ୍ତି ନେଉଛନ୍ତି, ତାହାକୁ କଂଗ୍ରେସ ସମର୍ଥକ ଚାହିଁ ବସିଛନ୍ତି। କଂଗ୍ରେସର ସ୍ଥିତି ସୁଦୃଢ ହେଲେ ସର୍ବାଧିକ କ୍ଷତି ଭାଜପା ସହିବାର ସମ୍ଭାବନା ରହିଛି। କଂଗ୍ରେସର ଗୋଷ୍ଠୀ କନ୍ଦଳ ଯୋଗୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଭାଜପା ଶାସକ କିମ୍ବା ମୁଖ୍ୟ ବିରୋଧୀ ହେବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛି ବୋଲି ଆଲୋଚନା ହେଉଛି। କିନ୍ତୁ ପ୍ରଦେଶ କଂଗ୍ରେସ ହିଁ ୨୦୧୯ ରାଜନୀତିର ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଆଗାମୀ ଦିନରେ ପ୍ରଦେଶ କଂଗ୍ରେସର ସ୍ଥିତି ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜନୈତିକ ସମୀକ୍ଷକ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଗୁଜରାଟରେ କଂଗ୍ରେସ ପରାଜିତ ହୋଇ ଆସୁଥିଲେ ବି ଭୋଟ ପ୍ରତିଶତ ଏତେଟା ହ୍ରାସ ପାଇ ନ ଥିଲା। ରାଜ୍ୟ ନେତୃତ୍ୱ ସାଂଗଠନିକ ଦକ୍ଷତା କେତେକାଂଶରେ ପ୍ରମାଣିତ କରିଥିଲେ। ଫଳସ୍ବରୂପ ରାହୁଲ ପ୍ରଚାରକୁ ଯାଇ ସଫଳତା ସାଉଁଟି ପାରିଲେ। ମାତ୍ର ବିଗତ ୨୦୦୪,୨୦୦୯ ଏବଂ ୨୦୧୪ ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ ସହ ଆସନ ହ୍ରାସ ପାଇଛି ବୋଲି ପଞ୍ଚାନନ କହିଛନ୍ତି। ଦିନକୁ ଦିନ କଂଗ୍ରେସ ସ୍ଥିତି ଦୁର୍ବଳ ହୋଇଚାଲିଛି। କେତେକ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଅତି ନଗଣ୍ୟସ୍ତରକୁ ଆସି ଗଲାଣି। ତେଣୁ ହାଇକମାଣ୍ଡ ଏହାକୁ ହୃଦବୋଧ କରି ଦୃଢ ନେତୃତ୍ୱଙ୍କୁୁ କ୍ଷମତା ନ ଦେଲେ କଂଗ୍ରେସ ଗୁଜରାଟ ସଫଳତା ଦୋହରାଇପାରିବ ନାହଁି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ, ଜାତୀୟସ୍ତରରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢିଛି। ସେହି ଧାରାରୁ ଓଡ଼ିଶା ବାଦ୍‌ ଯିବ କିପରି। ୧୭ ବର୍ଷର ବିଜେଡି ସରକାର ଏବଂ କେନ୍ଦ୍ରର ଭାଜପା ସରକାରଙ୍କ ଏକମାତ୍ର ବିକଳ୍ପ ହିଁ କଂଗ୍ରେସ ବୋଲି ଶରତ କହିଛନ୍ତି। କଂଗ୍ରେସ ନେତାମାନଙ୍କ ଯୋଗୁ ନୁହେଁ, କର୍ମୀଙ୍କ ବଳକୁ ନେଇ ଚାଲିଛି। ତେଣୁ ସେମାନେ ହିଁ କଂଗ୍ରେସର ଗୌରବ ଫେରାଇ ଆଣିବେ ବୋଲି ଶରତ ଆଶାବ୍ୟକ୍ତ କରିଛନ୍ତି।

All Right Reserved By

ରାଜ୍ୟ |

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା,୧୭।୭(ଡି.ଏନ୍‌.ଏ.): ଧନୁଆ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ସାଧାରଣ ଲୋକମାନଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ ଘଟଣାକୁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ନିମାପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଭାଜପା କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଅଗଷ୍ଟ ୯ରେ ସିପିଏମ୍‌ର ଜେଲ୍‌ଭରୋ ଆନ୍ଦୋଳନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ କୃଷି ଋଣ ଛାଡ଼ କରାଯାଉ। ଏହି ମର୍ମରେ ରାଜ୍ୟ ସିପିଏମ୍‌ ପକ୍ଷରୁ ଚଳିତ ଅଗଷ୍ଟ ୯ରେ ଜେଲ୍‌ଭରୋ ଆନ୍ଦୋଳନ କରାଯିବ।

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଭୁବନେଶ୍ୱର,୧୭୭।୭(ବ୍ୟୁରୋ): ଓଡ଼ିଆ ଜାତିର ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। କେବଳ ତାଙ୍କର ନବକଳେବର ହୁଏ। ସେଠି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବକଳେବର ହେବ, ତେବେ ଏହା ତାଙ୍କର ଅହଙ୍କାର ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି। ଉକ୍ତ ଅହଂକାରକୁ ପୁରୀବାସୀ ତଥା ଓଡ଼ିଆ ସହ୍ୟ କରିପାରିବେ ନାହିଁ।

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ସଜନାଗଡ଼,୧୭।୭(ଡି.ଏନ୍‌.ଏ): ନୀଳଗିରି ଉପଖଣ୍ଡ ଶିଆଡ଼ିମାଳ ପଞ୍ଚାୟତ କୁଲଡ଼ିହା ପାଦଦେଶରେ ସିନ୍ଦୁରିଆ ଗ୍ରାମରେ ଜଣେ ରୋଗୀଙ୍କୁ ମଙ୍ଗଳବାର ଦୀର୍ଘ ତିନି କି.ମି. ବୋହି ଆଣିବା ପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ହେଲେ ରୂହ୍ୟା ସିଂ।

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଆନ୍ଧ୍ରରୁ ଆସୁଥିବା ମାଛରୁ ଫର୍ମାଲିନ୍‌ ବାହାରିବା ପରେ ଆମିଷ ଭକ୍ଷଣକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଗତ କିଛି ଦିନ ହେବ ଆନ୍ଧ୍ର ମାଛର ଚାହିଦା ଓଡ଼ିଶା ବଜାରରେ ଖସିଯାଇଛି। ରାଜ୍ୟରେ ଉତ୍ପାଦନ ହେଉଥିବା ଦେଶୀ ମାଛର ଦାମ୍‌ ବହୁତ ବଢ଼ିଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ ହେବ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ଆବଶ୍ୟକ ହେଉଥିବା ଆହୁରି ୯ କୋଟି ଟଙ୍କା ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତି ସକାଶେ ଯୋଗାଇ ଦେବେ।

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ଜାଲ କାଗଜପତ୍ର ଜରିଆରେ ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ ଉଦ୍ୟମ ବିଫଳ ହୋଇଛି। ଦୁଇଟି ମାମଲାରେ ପ୍ରାୟ ୭ଲକ୍ଷ ଟଙ୍କା ଆତ୍ମସାତ ପାଇଁ ଉଦ୍ୟମ ହୋଇଥିଲା । ଟାଉନ ଥାନା ପକ୍ଷରୁ ଦୁଇଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ ସୃଷ୍ଟି କରିଛି। ଶହେରୁ ଊର୍ଦ୍ଧ୍ୱ ବୟସ୍କ ଜଣେ ବୃଦ୍ଧଙ୍କ ଚକ୍ଷୁରେ ଡାକ୍ତରମାନଙ୍କ ଦ୍ୱାରା ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ସ୍ଥାନୀୟ ଲାଞ୍ଜିପଲ୍ଲୀ ଦୁର୍ଗାମନ୍ଦିର ଛକଠାରେ ଗତ ୧୦ ତାରିଖ ଏକ ଚଳନ୍ତା କାର ଉପରକୁ ହୋଇଥିବା ବୋମା ମାଡ଼ ଘଟଣାର ଅନ୍ୟ ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ସୋମବାର ଗିରଫ କରିଛି। ଏ ନେଇ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତ୍ରିନାଥ ପଟେଲ ସୂଚନା ଦେଇଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଭୁବନେଶ୍ୱର,୧୭।୭(ବ୍ୟୁରୋ): ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧୦୧ଟି ବ୍ଲକରେ ପହଞ୍ଚିଛି। ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ୬ଟି ବ୍ଲକ ସାମିଲ ହୋଇଛି। ଉକ୍ତ ବ୍ଲକଗୁଡ଼ିକ ହେଲା ତରଭା, ବସ୍ତା, ବଅଁରପାଳ, ଆଗଲପୁର, ଧରାକୋଟ ଏବଂ ଝରିଗାଁ।

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍‌ ବନ୍ଦ କରି ଦିଆଯାଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ କରିଦେଇଛନ୍ତି।

Model This Week

ରୂପେଶ