ରାଜ୍ୟ |

ଲାଠିକଟା ଷ୍ଟେଶନ ଗଣବଳାତ୍କାର, ୬ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ

ଲାଠିକଟା ଷ୍ଟେଶନ ଗଣବଳାତ୍କାର, ୬ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ

ରାଉରକେଲା ଅଫିସ,୨୧।୧୨- ଲାଠିକଟା ଷ୍ଟେଶନ ନିକଟରେ ଘଟିଥିବା ଗଣବଳାତ୍କାର ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲା ଓ ଦୌରାଜଜ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଓ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ଜରିମାନା ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରାଯିବ। ଜରିମାନା ଅନାଦାୟ ସେମାନଙ୍କୁ ଅଧିକ ୬ ମାସ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଲାଠିକଟାର ରାଜେଶ ଗୁଡ଼ିଆ (୨୫), ଭାଲେଣ୍ଟିନ୍‌ ଗୁଡ଼ିଆ (୨୫), ରୋହିତ ଗୁଡ଼ିଆ (୧୮), ଡିପ୍‌ଲାନ୍ସ ଗୁଡ଼ିଆ (୨୦), ସୁମିତ ବାଗ (୨୦) ଓ ଗ୍ଲାଡ୍‌ ଡାଙ୍ଗ (୧୯)। ରାଜେଶ, ଭାଲେଣ୍ଟିନ୍‌, ରୋହିତ ଓ ଡିପ୍‌ଲାନ୍ସଙ୍କ ଘର ମନ୍‌କୋ ବାରିବେଡ଼ା ଓ ସୁମିତ, ଗ୍ଲାଡ୍‌ଙ୍କ ଘର ଉକ୍ତ ଥାନା ଅନ୍ତର୍ଗତ କରଲାଖମଣ ଗ୍ରାମରେ। ମାମଲାର ବିବରଣୀ ଅନୁଯାୟୀ ୨୦୧୫ ଜୁଲାଇ ୧୮ ନବକଳେବର ରଥଯାତ୍ରା ସମୟରେ ଲାଠିକଟାର ଜଣେ ଯୁବତୀଙ୍କ ଘରକୁ ତାଙ୍କର ଜଣେ ସାଙ୍ଗ ଆସିଥିଲେ। ସେମାନେ ଲାଠିକଟା ବଜାରକୁ ରଥଯାତ୍ରା ଦେଖିବାକୁ ଆସିଥିଲେ। ସାରେ ଯୁବତୀ ଜଣକ ସାଙ୍ଗଙ୍କୁ ଛାଡ଼ିବା ପାଇଁ ଲାଠିକଟା ରେଳ ଷ୍ଟେଶନକୁ ଯାଇଥିଲେ। ସେଠାରୁ ସା ପ୍ରାୟ ୭ଟାରେ ଏକାକୀ ଘରକୁ ଫେରିବା ବେଳେ ଜଣେ ପୁରୁଷ ବନ୍ଧୁଙ୍କ ସହ ଭେଟ ହୋଇଥିଲା। ଉଭୟ କଥାବାର୍ତ୍ତା ହୋଇ ଘରକୁ ଫେରୁଥିବାବେଳେ ରାଜେଶ, ଭାଲେଣ୍ଟିନ୍‌, ରୋହିତ ଓ ଡିପ୍‌ଲାନ୍ସ, ସୁମିତ ଓ ଗ୍ଲାଡ୍‌ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ପିଛା କରିଥିଲେ। ବାଟରେ ଦୁହିଙ୍କୁ ଅଟକାଇ ପୁରୁଷ ବନ୍ଧୁଙ୍କୁ ଧମକ ଚମକ ଦେଇ ସେଠାରୁ ତଡ଼ି ଦେଇଥିଲେ। ଏହା ଦେଖି ଯୁବତୀ ଜଣକ ଜୀବନ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ୬ ଯୁବକ ତାଙ୍କୁ ଗୋଡ଼ାଇଥିଲେ। ହେଲେ ଯୁବତୀ ଜଣକ ଏକ ଖାଲରେ ପଡ଼ିଯାଇଥିଲେ। ଏହାର ସୁଯୋଗ ୬ ଯୁବକ ଜଣକ ପରେ ଜଣେ ତାଙ୍କୁ ବଳାତ୍କାର କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସେହି ବାଟରେ ଯାଉଥିବା ଚାନ୍ଦିପୋଷ ଅଞ୍ଚଳର ଦୁଇ ଭାଇ ଘଟଣାସ୍ଥଳକୁ ଆସିବା ସହ ଅନ୍ୟମାନଙ୍କୁ ଡାକିଥିଲେ। ଫଳରେ ଅପରାଧୀମାନେ ପୀଡ଼ିତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ଚାନ୍ଦିପୋଷ ଅଞ୍ଚଳର ସମ୍ପୃକ୍ତ ଦୁଇଭାଇ ଯୁବତୀଙ୍କୁ ଉଦ୍ଧାର କରି ଘରେ ଛାଡ଼ିଥିଲେ। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଲାଠିକଟା ଥାନା ପୋଲିସ ଏକ ମାମଲା (ନଂ.-୩୨/୨୦୧୫) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ମାମଲାର ବିଚାର ପ୍ରଥମ ଏଡିଜେଙ୍କ କୋର୍ଟରେ ଚାଲିଥିଲା। ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିପରି ୩୦ ଦସ୍ତାବିଜ ଓ ୧୪ ବାସ୍ତବ ପଦାର୍ଥ (ଲୁଗାପଟା ଆଦି) କୋର୍ଟରେ ଦାଖଲ କରାଯାଇଥିଲା। ପୋଲିସର ଉପଯୁକ୍ତ ତଦନ୍ତ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଓ ସାକ୍ଷ୍ୟପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ମାମଲା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅଜୟ କୁମାର ପ୍ରଧାନ ପରିଚାଳନା କରୁଥିଲେ।

All Right Reserved By

ରାଜ୍ୟ |

ରଥରେ ଗଳୁଛି ପାଣି, ଭିଜିଲେ ଠାକୁର ଶ୍ରୀଅଙ୍ଗ ସୁରକ୍ଷା ଦାବି କଲେ ସେବକ

ରଥରେ ଗଳୁଛି ପାଣି, ଭିଜିଲେ ଠାକୁର ଶ୍ରୀଅଙ୍ଗ ସୁରକ୍ଷା ଦାବି କଲେ ସେବକ

ପୁରୀ ଅଫିସ,୧୭।୭: ଦୁଇଦିନ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ମନୁଷ୍ୟକୃତ ତ୍ରୁଟି ପାଇଁ ଘୋଷଯାତ୍ରାରେ ବାହାରିଥିବା ଠାକୁର ରଥରେ ଭିଜିଛନ୍ତି। ଠାକୁରଙ୍କ ଶରୀରର ବିଭିନ୍ନ ସ୍ଥାନରେ ପଡିଛି ବର୍ଷା ପାଣି।

ବାଲେଶ୍ୱରରେ ଆନ୍ଥ୍ରାକ୍ସ ଭୟ: ରେଳଷ୍ଟେଶନରେ ଗୋଆ ଫେରନ୍ତା ୭ ଅଟକ

ବାଲେଶ୍ୱରରେ ଆନ୍ଥ୍ରାକ୍ସ ଭୟ: ରେଳଷ୍ଟେଶନରେ ଗୋଆ ଫେରନ୍ତା ୭ ଅଟକ

ବାଲେଶ୍ୱର ଅଫିସ,୧୭।୭-ଗୋଆରେ କାମ କରୁଥିବା ବାଲେଶ୍ୱର ୨ଜଣ ଯୁବକଙ୍କ ଆନ୍ଥା୍ରକ୍ସରେ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ପରେ ଏବେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ସୋମବାର ରାତି ୭ଟା ୪୦ ମିନିଟ୍‌ ସମୟରେ ଭାସ୍କୋଡ଼ାଗାମାରୁ ହାୱଡ଼ା ଅଭିମୁଖେ ଯାତ୍ରା କରୁଥିବା ଅମରାବତୀ ଏକ୍ସପ୍ରେସ୍‌ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିବା ପରେ ହଠାତ୍‌ ଗୋଆରୁ ଫେରୁଥିବା ଯୁବକମାନଙ୍କୁ ଷ୍ଟେଶନ ମାଷ୍ଟରଙ୍କ ଅଫିସ୍‌କୁ ପହଞ୍ଚିବା ପାଇଁ ମାଇକ୍‌ ଯୋଗେ ଘୋଷଣା କରାଯାଇଥିଲା।

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ପୁରୀ ଅଫିସ,୧୭।୭: ପହଣ୍ଡି ସମୟରେ ଠାକୁରଙ୍କୁ କେହି ଛୁଇଁବେ ନାହିଁ କି ପହଣ୍ଡିରେ କେହି ପ୍ରତିବନ୍ଧକ ସାଜିବେ ନାହିଁ। ଏଥିପ୍ରତି ସେବାୟତ ଓ ପୋଲିସ ସତର୍କ ଦୃଷ୍ଟି ଦେବେ। ଶ୍ରୀମନ୍ଦିର ପ୍ରଶାସନର ଏହି କଟକଣାକୁ ମାନୁନାହାନ୍ତି ଭକ୍ତ। ଭିଡ଼ର ସୁଯୋଗ ନେଇ ଠାକୁରଙ୍କୁ ଛୁଉଁଛନ୍ତି।

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ପୁରୀ ଅଫିସ,୧୭।୭: ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ। ନବ ଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ପହଞ୍ଚତ୍ଛନ୍ତି ମହାପ୍ରଭୁ। ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳି ଚହଳି। ସେପଟେ କିନ୍ତୁ ଖଁ। ଖଁ। ଶ୍ରୀମନ୍ଦିର। ଖାଲିପଡିଛି ରତ୍ନସିଂହାସନ।

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡା ଅଫିସ, ୧୭।୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଅପରାହ୍ନ ପ୍ରାୟ ୩ଟାରେ ଏସ୍‌ଟିଏଫ୍‌ ତାଙ୍କୁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା।

ବୁଡ଼ିଲା ଚନ୍ଦ୍ରଶେଖରପୁର

ବୁଡ଼ିଲା ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର, ୧୭।୭(ଡି.ଏନ.ଏ.)- ରାଜଧାନୀ ଭୁବନେଶ୍ୱର ଏକ ପାହାଡ଼ିଆ ଅଞ୍ଚଳ। କିନ୍ତୁ ବର୍ଷା ଋତୁରେ ଏଠାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ବେଆଇନ କୋଠା ନିର୍ମାଣ ଏବଂ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସାଧାରଣ ଲୋକେ ବର୍ଷା ସମୟରେ ଦୁର୍ଦ୍ଦଶା ଭୋଗୁଛନ୍ତି, ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୋମବାର ଲଗାଣ ବର୍ଷାରେ।

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି। ରବିବାର ରାତି ୧୦ଟାରୁ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ସୋମବାର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି।

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

କଣିହାଁ,୧୭।୭(ଡି.ଏନ.ଏ.)କଣିହାଁ ବ୍ଲକ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶ ପ୍ରଦୂଷଣ ସମସ୍ୟା ଦୂର ହେଉ ନାହିଁ। ବର୍ତ୍ତମାନ ପାଉଁଶ ପୋଖରୀକୁ ଛାଡ଼ିବା ପରିବର୍ତ୍ତେ ଚିମିନି ଦ୍ୱାରା ଆକାଶ ମାର୍ଗକୁ ଛଡ଼ାଯାଉଛି।

ଚିହ୍ନଟ ସରଳ କଲା ମୁହଁର ଦାଗ

ଚିହ୍ନଟ ସରଳ କଲା ମୁହଁର ଦାଗ

ଅନୁଗୋଳ ଅଫିସ, ୧୭।୭:ଅନୁଗୋଳ ସମେତ ରାଉରକେଲାରେ ହୋଇଥିବା ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଡକାୟତ ଓମ ପ୍ରକାଶ ଦାସ ଓ ରାଜେଶ ଦାସଙ୍କ ଟିଆଇ ପରେଡ ସୋମବାର ଅନୁଗୋଳ ଜେଲରେ କରାଯାଇଥିଲା।

ବିକ୍ରି ହେଉଛି ବିଜୁ ପକ୍କାଘର

ବିକ୍ରି ହେଉଛି ବିଜୁ ପକ୍କାଘର

ଓଡାପଡା,୧୭।୭(ଡି.ଏନ.ଏ)ଢେଙ୍କାନାଳ ଜିଲା ଓଡାପଡା ବ୍ଲକରେ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଥିବା ଜିଲାପାଳଙ୍କଠାରେ ଅଭିଯୋଗ ହୋଇଛି।

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

Model This Week

ରୂପେଶ