ରାୟଗଡା

ମାଓବାଦୀଙ୍କ ହିଂସା ବିରୋଧରେ ଲାଗିଲା ପୋଷ୍ଟର

ମାଓବାଦୀଙ୍କ ହିଂସା ବିରୋଧରେ ଲାଗିଲା ପୋଷ୍ଟର

ମାଲକାନଗିରି, ୨୧।୧୨(ଡି.ଏନ୍‌.ଏ): କିଛି ଦିନ ଭିତରେ ମାଲକାନଗିରି ଜିଲାରେ ମାଓବାଦୀମାନେ ବାରମ୍ବାର ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ଗତ ୮ ଦିନ ଭିତରେ ୫ଟି ହିଂସାକାଣ୍ଡ ଘଟାଇଲାଣି ଲାଲବାହିନୀ। ଏଥିରେ ୩ ଜଣଙ୍କ ମୃତ୍ୟୁ ହେଲାଣି। ସବୁଥର ମାଓବାଦୀମାନେ ପୋଷ୍ଟର ଲଗାଉଥିଲେ ଓ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଉଥିଲା। ଏଥର ପ୍ରଥମଥର ପାଇଁ ମାଓବାଦୀଙ୍କ ବିରୋଧରେ ଲାଗିଛି ପୋଷ୍ଟର। ଜିଲା ଆଦିବାସୀ ସଂଘ ଓ ଆଦିବସୀ ଏକତା ମଞ୍ଚ ସେମାନଙ୍କ ହିଂସାର ଖୋଲାଖୋଲି ବିରୋଧ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି। କାଲିମେଳା ଥାନା ତେଲରାଇ ଛକ ଓ ଖଇରପୁଟ ଥାନା ମୁଦୁଲିପଡ଼ାରେ ଗୁରୁବାର ଏଭଳି ବହୁ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ ରହିଛି ଯେ ବହୁ ବର୍ଷ ହେଲା ଆଦିବାସୀ ସମାଜର ଭାଇ ଭଉଣୀ ମାଓବାଦୀ ସଙ୍ଗଠନରେ କାମ କରି ଅନେକ ବଳିଦାନ ଦେଇଛନ୍ତି। ଯେତେ ସାହାଯ୍ୟ ସହଯୋଗ କଲେ ବି ସେମାନେ କେବଳ ଆଦିବାସୀଙ୍କୁ ପୋଲିସ ଇନଫର୍ମର ନାମରେ ହତ୍ୟା କରିବା, ଭିଟାମାଟିରୁ ତଡ଼ିବା, ଆଦିବାସୀ ଅଞ୍ଚଳରେ ରାସ୍ତାକାମରେ ନିୟୋଜିତ ଗାଡ଼ି ଓ ଯନ୍ତ୍ରାଂଶ ପୋଡ଼ିବା ଭଳି ହିଂସା ଘଟାଉଛନ୍ତି। ତେଣୁ ସେମାନଙ୍କ ଅତ୍ୟାଚାର ବିରୋଧରେ ଏକଜୁଟ ହୋଇ ଏଢ଼ିବାକୁ ତେଲରାଇ ଛକଠାରେ ଜିଲା ଆଦିବସୀ ସଂଘ ଦ୍ୱାରା ଲଗାଯାଇଥିବା ପୋଷ୍ଟରରେ ଆହ୍ବାନ ଦିଆଯାଇଛି। ସେହିଭଳି ବଣ୍ଡାଘାଟିରେ ଭଲ ରାସ୍ତା ହେଲେ ମାଓବାଦୀଙ୍କ ଅସୁବିଧା କ’ଣ ବୋଲି ପୋଷ୍ଟରରେ ପ୍ରଶ୍ନ କରାଯାଇଛି। ଆମେ ବିନାଶ ନୁହେଁ, ବିକାଶ ଚାହୁଁ। ମାଓବାଦୀଙ୍କ ଏହି ତାଣ୍ଡବ ଲୀଳାକୁ ଆମେ ବିରୋଧ କରୁଛୁ ବୋଲି ମୁଦୁଲିପଡ଼ାଠାରେ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି ଯେ ପୋଷ୍ଟରଗୁଡ଼ିକ କିଏ ଲଗାଇଛି ଓ କେଉଁ ସଙ୍ଗଠନ ଦ୍ୱାରା ଜାରି ହୋଇଛି, ପୋଲିସ ତାହାର ତଦନ୍ତ କରୁଛି।

All Right Reserved By

ରାୟଗଡା

ନିର୍ମାଣକୁ ବର୍ଷେ ପୂରିନି:ଦବିଗଲା  ଜାତୀୟ ରାଜପଥ

ନିର୍ମାଣକୁ ବର୍ଷେ ପୂରିନି:ଦବିଗଲା ଜାତୀୟ ରାଜପଥ

ଜେକେପୁର, ୧୭।୭ଡି.ଏନ୍‌.ଏ) ଉପାନ୍ତ ଜିଲାଗୁଡିକୁ ରାଜଧାନୀ ଭୁବନେଶ୍ୱର ସହ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ସମସ୍ୟା ଥମିବାର ନଁା ଧରୁନାହିଁ । ନିର୍ମାଣର ବର୍ଷେ ନ ପୁରୁଣୁ ଏହି ରାସ୍ତାର ଅନେକ ସ୍ଥାନ ଦବିଯାଇଛି । ଏମିତି କି ରାସ୍ତାରେ ଫାଟ ସୃଷ୍ଟି ହେବା ସହ ଧୋଇ ହୋଇଯାଇଛି । ୨ ଦିନର ଲଗାଣ ବର୍ଷାରେ ଏହି ନିର୍ମାଣାଧିନ ରାସ୍ତାର ଅମ୍ଲାଭଟ୍ଟା ଛକ ନିକଟ ଟାମ୍ପରଗୁଡା, ମିଟ୍ସ ବୈଷୟିକ ଅନୁଷ୍ଠାନ ମେଗାଫୁଡ୍‌ ପ୍ରକଳ୍ପ ନିକଟ, କୈଳାଶପୁର ଘାଟିଠାରେ ରାସ୍ତା ଦବି ଫାଟିଯିବା ସହ କଲଭର୍ଟ୍ଟ ୱାଲ ଦବିଯାଇ ଖସିପଡିଛି । ଘାଟି ପ୍ରଶସ୍ତୀକରଣ କରିବା ପାଇଁ ଖୋଳାଯାଇଥିବା ପାହାଡରୁ ମାଟି ଅତଡା ଖସିବା ସହ ବଡ ବଡ ପଥର ଖଣ୍ଡ ଖସି ରାସ୍ତା ଅବରୋଧ ହେଉଛି। ଫଳରେ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହେଉଛି ।

ଦିବ୍ୟାଙ୍ଗଙ୍କୁ  ଅନ୍ନଭୋଗ ବଣ୍ଟନ

ଦିବ୍ୟାଙ୍ଗଙ୍କୁ ଅନ୍ନଭୋଗ ବଣ୍ଟନ

ମୁନିଗୁଡ଼ା,୧୭।୭(ଡ଼ି.ଏନ.ଏ)- ରଥଯାତ୍ରା ଉପଲକ୍ଷେ ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ଥିବା ୮ମ ବାଟାଲିୟନ ସିଆରପିଏଫ କ୍ୟାମ୍ପଠାରେ ଯବାନମାନଙ୍କ ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଛି। ୮ମ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ଏନ.କେ. ସିଂ, ଡ଼େପୁଟି କମାଣ୍ଡାଣ୍ଟ କଦମ ସିଂ ଦଲାଲ, ସେକେଣ୍ଡ ଇନ କମାଣ୍ଡାଣ୍ଟ ରାମ ଅବତାର ସିଂ, ବୃଷମ ମେହେର ଓ ବାଟାଲିୟନ ହାବିଲଦାର ତରୁଣ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କୁ ଭୋଗ ବଣ୍ଟନ କରିଥିଲେ।

ମୋ  ସ୍କୁଲ ଅଭିଯାନ ବୈଠକ

ମୋ ସ୍କୁଲ ଅଭିଯାନ ବୈଠକ

ପଦ୍ମପୁର,୧୭।୭(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ପଦ୍ମପୁର ବ୍ଲକର ଖିଲାମଣ୍ଡା ବାଳିକା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ସ୍କୁଲ ପରିଚାଳନା କମିଟିର ସଭାପତି ସହଦେବ ମାଣ୍ଡାଙ୍ଗିଙ୍ଗ ସମେତ ସମସ୍ତ ଛାତ୍ରୀଙ୍କ ସହ ପୁରାତନ ଛାତ୍ରୀମାନେ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ପ୍ରଧାନଶିକ୍ଷକ ଉପସ୍ଥିତ ଛାତ୍ରୀମାନଙ୍କୁ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଉପରେ ବିଷଦ ଭାବେ ବୁଝାଇଥିଲେ।

ଜାଗା ଯୋଗାଇବା ନେଇ ଦାବିପତ୍ର

ଜାଗା ଯୋଗାଇବା ନେଇ ଦାବିପତ୍ର

ରାୟଗଡା ଅଫିସ୍‌, ୧୭ ।୭ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ସଦର ମହକୁମାର ଠାକୁରାଣୀ ମନ୍ଦିର ସାହିବାସିନ୍ଦା ସରକାରୀ ଜାଗା ଯୋଗାଇ ଦେବା ନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସାହିବାସିନ୍ଦା ରାୟଗଡା ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡାକ ଯୋଗେ ଏହି ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଠାକୁରାଣୀ ମନ୍ଦିର ସାହିରେ ୨୦ଟି ପରିବାର ବହୁ ବର୍ଷ ଧରି ରହି ଆସୁଛନ୍ତି । କିନ୍ତୁ ୨୦୧୭ ଜୁଲାଇ ୧୬ତାରିଖରେ କଲ୍ୟାଣୀ, ନାଗାବଳୀ ନଦୀରେ ବନ୍ୟା ଆସି ସାହିର ବହୁ ଧନସମ୍ପତ୍ତି ଓ ଘର ଦ୍ୱାର ଭସାଇ ନେଇଥିଲା ।

ଟିକିରିରେ ବଢୁଛି ଚୋରି: ରାତ୍ରକାଳୀନ ପାଟ୍ରୋଲିଂ ଦାବି

ଟିକିରି,୧୭।୭-ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଛି। ଏ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହୁଛନ୍ତି। କିଛିଦିନ ତଳେ ପେଡାପାଡି ସଦର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ହୋଇଥିବା ବେଳେ ଟିକିରି ହାଇସ୍କୁଲ ହଷ୍ଟେଲରୁ ମଧ୍ୟ କିଛି ସାମଗ୍ରି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଦୁର୍ବୃତ୍ତ ପୋଡିଦେଲେ ସ୍କୁଟି

ଦୁର୍ବୃତ୍ତ ପୋଡିଦେଲେ ସ୍କୁଟି

ନବରଙ୍ଗପୁର,୧୭।୭ (ବି.ପ୍ର)- ନବରଙ୍ଗପୁର ଜିଲା ଆରଡବ୍ଲୁଏସ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ବାରିକଙ୍କ ସ୍କୁଟିକୁ ଦୁର୍ବୃତ୍ତମାନେ ଲଗାଇ ପୋଡି ଦେଇଛନ୍ତି। ଦୁଷ୍ମନ୍ତ ବାସଭବନ ଆଗରେ ରାତିରେ ଗାଡିଟି ରଖିଥିଲେ। ସୋମବାର ସକାଳେ ଗାଡି ପୋଡିଯାଇଥିବା ସେ ଦେଖିବାକୁ ପାଇଥିଲେ।

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଷାଗୁମୁଡା, ୧୭।୭(ଡି.ଏନ୍‌.ଏ)- ନବରଙ୍ଗପୁର ଜିଲା କୋଷାଗୁୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ବାଲେଙ୍ଗା ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ମୃତକ ଜଣକ ହେଲେ ଡକରୀଭଟ୍ଟା ଗ୍ରାମର ନିରବତୀ ପୂଜାରୀ।

ରାସ୍ତାରେ ଗାତ ନା ଗାତର ରାସ୍ତା

ରାସ୍ତାରେ ଗାତ ନା ଗାତର ରାସ୍ତା

କୋରାପୁଟ,୧୭।୭(ଡି.ଏନ୍‌.ଏ.) ରାସ୍ତାରେ ଗାତ ନା ଗାତର ରାସ୍ତା । କୋରାପୁଟ ସହରର ରାସ୍ତାକୁ ଦେଖିଲେ ଏଭଳି ପ୍ରଶ୍ନଟିଏ ମନରେ ଉଙ୍କି ମାରିବ ନିଶ୍ଚୟ। ପୌରାଞ୍ଚଳ ଗଳି ରାସ୍ତା ଅବସ୍ଥା ଶୋଚନୀୟ ଥିବାବେଳେ ପ୍ରମୁଖ ରାସ୍ତାକୁ ପିଡବ୍ଲ୍ୟୁଡିକୁ ହସ୍ତାନ୍ତର କରି ଚୁପ୍‌ ବସିପଡ଼ିଛି ପରିଷଦ । ରାସ୍ତାଗୁଡ଼ିକର ମରାମତି ପାଇଁ ପିଡବ୍ଲ୍ୟୁଡି ମଧ୍ୟ ଗୁରୁତ୍ୱ ଦେଉନାହିଁ।

ଶିବିରରୁ ୩୪ ୟୁନିଟ୍‌ ରକ୍ତ ସଂଗ୍ରହ

ଶିବିରରୁ ୩୪ ୟୁନିଟ୍‌ ରକ୍ତ ସଂଗ୍ରହ

ସେମିଳିଗୁଡ଼ା,୧୭।୭(ସ୍ବ.ପ୍ର.) ସୁନାବେଡ଼ାସ୍ଥିତ ପୂର୍ବତନ ସୈନିକ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ସୁନାବେଡ଼ା ପୌର ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସୁନାବେଡ଼ା ସବ୍‌ଡିଭିଜନାଲ ପୋଲିସ୍‌ ଅଧିକାରୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଲ୍‌ ସୁରକ୍ଷା ବିଭାଗର ମୁଖ୍ୟ ଜେପି ନାୟକ, ସୈନିକ ସଂଘ ପୂର୍ବତନ ସଭାପତି ବିଜୟ ସାହୁ, ଉପଦେଷ୍ଟା ଗୋବିନ୍ଦ ବଲ୍ଲଭ ପାଢୀ, ସମ୍ପାଦକ ଏନ୍‌ସି ନାୟକ, କୋରାପୁଟ ରକ୍ତଭଣ୍ଡାର ଅଧିକାରୀ ଡ. ରତିକାନ୍ତ ଖଟୁଆ, ଶେଖ୍‌ ଇବ୍ରାହିମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ୩୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଜିଲା ରକ୍ତଦାତା ଫୋରମ ସଭାପତି ବି. ସଞ୍ଜୀବ କୁମାର, ସମ୍ପାଦକ ରାଜେଶ ଯାଦବ, ଉପଦେଷ୍ଟା ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ବଳାତ୍କାର ମାମଲାରୁ ଯୁବକ ଖଲାସ

ଜୟପୁର,୧୭ା୭(ଡି.ଏନ୍‌.ଏ.) ଜୟପୁର ଏଡିଜେ କୋର୍ଟରେ ନାବାଳିକା ବଳାକତ୍ାର ମାମଲାରେ ଜଣେ ଅଭିଯୁକ୍ତ ଆବଶ୍ୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେ ହେଲେ ଗୋବିନ୍ଦ ହରିଜନ (୧୯) । ଏଡିଜେ ରାଜକିଶୋର ଲେଙ୍କା ୨୭ଜଣଙ୍କ ସାକ୍ଷ୍ୟ ନେବା ପରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

କାଗଜ କଳ ଚାଲୁ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଜୟପୁର,୧୭।୭(ଡି.ଏନ୍‌.ଏ.) ଜୟପୁର ନିକଟସ୍ଥ ଗାଗନାପୁର ବିଲ୍ଟ କାଗଜକଳରେ ତୁରନ୍ତ ଉପତ୍ାଦନ ଆରମ୍ଭ କରିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କାଗଜକଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କର୍ତ୍ତୃପକ୍ଷ ପ୍ରତିନିଧିଙ୍କ ପକ୍ଷରୁ କେତେଜଣ ବିଶୃଙ୍ଖଳାକାରୀ କାଗଜକଳ ଭିତରେ ଏବଂ ବାହାରେ ସମସ୍ୟା ସୃଷ୍ଟି କରୁଛନ୍ତି। କାଗଜକଳ ଉପତ୍ାଦନରେ କେହି ବିଶୃଙ୍ଖଳାକାରୀ ବାଧା ସୃଷ୍ଟି କଲେ ତାଙ୍କ ବିରୋଧରେ କାଗଜକଳ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ କହଛନ୍ତି।

କାଳବୈଶାଖୀ କ୍ଷତିଗ୍ରସ୍ତ  ଶ୍ରେଣୀଗୃହ ମରାମତି ହୋଇନି: ଶିକ୍ଷାଦାନ ବାଧାପ୍ରାପ୍ତ

କାଳବୈଶାଖୀ କ୍ଷତିଗ୍ରସ୍ତ ଶ୍ରେଣୀଗୃହ ମରାମତି ହୋଇନି: ଶିକ୍ଷାଦାନ ବାଧାପ୍ରାପ୍ତ

ଖଇରପୁଟ,୧୭।୭(ଡି.ଏନ୍‌.ଏ.) ଶିକ୍ଷାର ମାନବୃଦ୍ଧି ନିମନ୍ତେ ସରକାର ଗ୍ରୀଷ୍ମଛୁଟି ଅବକାଶ ପରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ‘ ଉଜ୍ଜ୍ୱଳ’ ଓ ‘ଉତ୍‌ଥାନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲା ଯେପରି ବହି ପଢ଼ିପାରିବା ସହ ଶିକ୍ଷାର ମାନ ବୃଦ୍ଧି କରିବ । କିନ୍ତୁ ଶିକ୍ଷା ବିଭାଗର ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ଏହି ଯୋଜନା ସଫଳ ହେବା ନେଇ ସନ୍ଦେହ ଦେଖାଯାଇଛି । ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଏହି ଯୋଜନା ସଫଳ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଗତ ମେ’ ୩ରେ ହୋଇଥିବା କାଳ ବୈଶାଖୀରେ ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତର ଅଧିକାଂଶ ବିଦ୍ୟାଳୟର ଛପର ଉଡିଯିବା ସହ ଶ୍ରେଣୀଗୃହ ମଧ୍ୟ ନଷ୍ଟ ହୋଇଯାଇଥିଲା। ଏବେ ସେହି ଗୃହରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି ।

Model This Week

ରୂପେଶ