ରାୟଗଡା

ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ନିମ୍ନମାନର ମଧ୍ୟାହ୍ନଭୋଜନ

ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ନିମ୍ନମାନର ମଧ୍ୟାହ୍ନଭୋଜନ
ଜୟପୁର, ୨୧।୧୨(ନି.ପ୍ର.) ଛାତ୍ରୀଛାତ୍ରଙ୍କୁ ସ୍ଲୁଲ ମୁହାଁ କରିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି । ସେଥିରୁ ମଧ୍ୟାହ୍ନ ଭୋଜନ ଅନ୍ୟତମ ା ଏହି ମଧ୍ୟାହ୍ନ ଭୋଜନର ମାନ ଅତି ନିମ୍ନମାନ ହେବା ସହ ଅସ୍ବାସ୍ଥ୍ୟକର ପରିବେଶରେ ହେଉଥିବା ସରକାର ଉପଲବ୍ଧି କରିଛନ୍ତି । ଏପରି ଅବ୍ୟବସ୍ଥା ସାରେ ରାଜ୍ୟ ରେ ଦେଖାଯାଇଛି । ମଧ୍ୟାହ୍ନ ଭୋଜନରେ କେତେବେଳେ ପୋକ, ଲେଣ୍ଡି ଏପରିକି ଝିଣ୍ଟିକା ମଧ୍ୟ ବାହାରୁଛି । ସେହି ଖାଦ୍ୟ ଛାତ୍ରୀଛାତ୍ର ଖାଉଛନ୍ତି। କୋରାପୁଟ ଜିଲାରେ ପ୍ରାଥମିକ ଶିକ୍ଷାରେ ଏପରି ଅବ୍ୟବସ୍ଥା ନେଇ ଏବେ ଅଭିଭାବକ ଚିନ୍ତାରେ ପଡିଛନ୍ତି। ସରକାରୀ ବିଦ୍ୟାଳୟ ବ୍ୟତୀତ ସେବାଶ୍ରମଗୁଡିକ ପିଲାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଲାଣି । ଆଦର୍ଶ ବିଦ୍ୟାଳୟ ମଧ୍ୟ ଅନୁରୂପ ଅବସ୍ଥା। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ଗତ ଦିନରେ କୋରାପୁଟ ସହର ମଝିରେ ଥିବା ପୁଜାରୀପୁଟ ପ୍ରାଥମିକ ବିଦ୍ୟାଳୟରେ ଭାତରୁ ମୁଷା ଲେଣ୍ଡି ବାହାରଥିଲା । ସେହି ସ୍ଲୁଲରେ ମଧ୍ୟାହ୍ନ ଭୋଜନରୁ ପୋକ ବାହାରିଥିଲା । କୋଟପାଡ ବ୍ଲକର ବଣ୍ଡାଗୁଡାସ୍ଥିତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଲୁଲରେ ମଧ୍ୟାହ୍ନ ଭୋଜନରୁ ଦରସିଜା ଅଣ୍ଡାରୁ ପୋକ ବାହାରିବା, ଭାତ ଅଠାଳିଆ ଲାଗିବା ସହ ଚୁଟି ଓ ମୁଷା ଲେଣ୍ଡି ବାହାରିଥିବା ଦେଖିବାକୁ ମିଳିଥିଲା । ଜୟପୁର ପୌରାଞ୍ଚଳର କୁମ୍ବାରସାହି,ଝିଙ୍କରତୋଟା ପ୍ରାଥମିକ ବିଦ୍ୟାଳୟରେ ପୋକ ବାହାରିଥିଲା । ଏନେଇ ଖବର ପ୍ରକାଶ ପାଇବା ପରେ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷା ବିଭାଗ ସେ ସମୟରେ ହାତ ଗଣତି କେତେକ ସ୍ଲୁଲ ବୁଲି କାମ ସାରିଦେଲା । ମାତ୍ର କୋମଳମତି ଛାତ୍ରୀଛାତ୍ରମାନଙ୍କୁ କିପରି ଭଲ ମଧ୍ୟାହ୍ନ ଭୋଜନ ମିଳିବ ସେନେଇ ଗୁରୁତ୍ୱାରୋପ କରାଯାଉନାହିଁ । ସେବାଶ୍ରମଗୁଡିକରେ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ୨୦୧୬-୧୭ରେ ମଧ୍ୟାହ୍ନ ଭୋଜନ ଅସୁରକ୍ଷିତ ହେବା ନମ୍ନମାନର ଖାଦ୍ୟ ଭୋଜନରେ ପ୍ରଦାନ କରାଯାଉଥିବା ସମ୍ପର୍କରେ ସରକାରଙ୍କୁ ଡେପୁଟି ଡାଇରେକ୍ଟର କମ ଫୁଡ ଆନାଲିଷ୍ଟ ଓଡିଶା ରିପୋର୍ଟ ପ୍ରଦାନ କରିଛି । ଏହାକୁ ଆଧାର କରି ରାଜ୍ୟ ଖାଦ୍ୟ କମିଶନର ସଚିବ ରାଜଶ୍ରୀ ମହାନ୍ତି ଗତ ୧୮ ତାରିଖରେ ଗଣଶିକ୍ଷା ବିଭାଗର ପ୍ରିନସପାଲ ସେକ୍ରେଟାରୀ, କମିଶନର କମ ସେକ୍ରେଟାରୀ, ସ୍ଥ୍ୟାସ୍ଥ ଏବଂ ପରିବାର କଲ୍ୟାଣ ବିଭାଗ, ଖାଦ୍ୟ ସୁରକ୍ଷା ସଚିବଙ୍କୁ ଚିଠି (ନଂ୪୯୮୯) କରିଛନ୍ତି । ଏଥିରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ସହ କୋମଳମତି ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବା ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ା ଅପରପକ୍ଷେ କୋରାପୁଟ ଜିଲାରେ ୧୪ଟି ବ୍ଲକ ଥିବା ବେଳେ ଗୋଟିଏ ପୌରାଞ୍ଚଳ ଓ ୩ଟି ଏନଏସି ରହିଛି । ଜିଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟରେ ୧ଲକ୍ଷ ୪୬ହଜାର ୭୧୮ ଛାତ୍ରୀଛାତ୍ର ପଢୁଥିବା ବେଳେ ଷଷ୍ଠରୁ ଅଷ୍ଟମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬୧ହଜାର ୮୯୦ ଜଣ ପଢୁଛନ୍ତି। ଜିଲାରେ ୨୬୮୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୨ଲକ୍ଷ ୮ହଜାର ୬୦୮ ଜଣ ଅଧ୍ୟୟନରତ ଅଛନ୍ତି । ଗତ ଏପ୍ରିଲ ୪ରୁ ପୌରାଞ୍ଚଳ ଓ ଏନଏସି ଅଞ୍ଚଳର ବିଦ୍ୟାଳୟଗୁଡିକ ପାଇଁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସ୍ବେଛାସେବୀ ଅନୁଷ୍ଠାନକୁ ପ୍ରଦାନ କରାଯାଇଛି । ସେହି ଅନୁଷ୍ଠାନ ଗୋଟିଏ ସ୍ଥାନରେ ରୋଷେଇ କରି ଜୟପୁର, କୋରାପୁଟ, ସୁନାବେଡା ଓ କୋଟପାଡ ପୌରାଞ୍ଚଳ ଓ ଏନଏସିରେ ଥିବା ବିଦ୍ୟାଳୟକୁ ମଧ୍ୟାାହ୍ନ ଭୋଜନ ଯୋଗାଉଛି । ଜିଲାରେ ଅଧିକାଂଶ ସ୍ଲୁଲରେ ରୋଷେଇ ଗୃହ ନାହିଁ। ଗାଈଗୁହାଳ, ବାରଣ୍ଡାରେ ରୋଷେଇ ହୁଏ। କେବେ ପାଚିକା ବାହାରେ ରୋଷେଇ କରି ଆଣି ବିଦ୍ୟାଳୟରେ ଦେଇଥାନ୍ତି । ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।
All Right Reserved By

ରାୟଗଡା

ରାସ୍ତା କାମକୁ ବିରୋଧ କରି ଜେସିବି ଜାଳିଲେ ମାଓବାଦୀ

ରାସ୍ତା କାମକୁ ବିରୋଧ କରି ଜେସିବି ଜାଳିଲେ ମାଓବାଦୀ

ମାଲକାନଗିରି,୧୯।୧(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ବିକାଶମୂଳକ କାର୍ଯ୍ୟର ବିରୋଧ କରିଆସୁଛନ୍ତି। ବିଭିନ୍ନ ସମୟରେ ସେମାନେ ରାସ୍ତା ଖୋଳିଦେବା ଓ କାମରେ ନିୟୋଜିତ ମେଶିନଗୁଡ଼ିକୁ ପୋଡ଼ିଦେଉଥିବା ଘଟଣା କିଛି ନୂଆ କଥା ନୁହେଁ। 

ଲାଲଗଡ଼ରେ ପହଞ୍ଚତ୍ଛି ବିକାଶ: ନିର୍ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ

ଲାଲଗଡ଼ରେ ପହଞ୍ଚତ୍ଛି ବିକାଶ: ନିର୍ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ

ମାଲକାନଗିରି, ୧୯।୧ (ଡି.ଏନ୍‌.ଏ.) - ଯେଉଁଠି ଦିନେ ମାଓବାଦୀଙ୍କ ଇସାରାରେ ପତ୍ର ହଲୁ ନ ଥିଲା ସେହି ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । କୌଣସି ପ୍ରଶାସନିକ ଅଧିକାରୀ, ଠିକାଦାର, ବ୍ୟବସାୟୀ କିମ୍ବା ଶିକ୍ଷୟିତ୍ରୀ ଶିକ୍ଷକମାନେ ସେହି ଅଞ୍ଚଳକୁ ଯିବାକୁ ଦିନେ ଭୟ କରୁଥିଲେ। ଏବେ ସେ ଚିତ୍ର ବଦଳିଯାଇଛି। ପ୍ରଗତି   ପଥରେ ସାମିଲ ହୋଇଛନ୍ତି ଅଞ୍ଚଳବାସୀ। ହସଖୁସିରେ ଜୀବନ ବିତାଉଛନ୍ତି।

ଜୀବନକୁ ବାଜି ଲଗାଇ ଲୋକେ ହେଉଛନ୍ତି ନଦୀ ପାର

ଜୀବନକୁ ବାଜି ଲଗାଇ ଲୋକେ ହେଉଛନ୍ତି ନଦୀ ପାର

ମାଲକାନଗିରି,୧୯।୧ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସହ ପଡୋଶୀ କୋରାପୁଟ ଜିଲାର ଶତାଧିକ  ଲୋକ ପ୍ରତ୍ୟହ ମୋଟୁଠାରେ ସାବେରୀ ଏବଂ ସିଲେରୁ ନଦୀରେ ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି। ସୀମାନ୍ତ ଆନ୍ଧ୍ର ଏବଂ ତେଲେଙ୍ଗାନା ରାଜ୍ୟରେ ଉନ୍ନୟନ କାର୍ଯ୍ୟ ଲାଗି ଶ୍ରମିକ ଅଭାବ ଯୋଗୁ ଆମ ରାଜ୍ୟର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାରୁ ଶହ ଶହ ଶ୍ରମିକ ଏବଂ ବ୍ୟବସାୟୀ ଏହି ୨ ରାଜ୍ୟକୁ ଦୈନନ୍ଦିନ ଯାତାୟାତ କରନ୍ତି। ଏଥିସହ ଉଭୟ ରାଜ୍ୟର ସୀମାନ୍ତରେ ବ୍ୟବସାୟ ପାଇଁ ମାଲକାନଗିରିରୁ ପନିପରିବା ସହ ଅନ୍ୟାନ୍ୟ ସାମଗ୍ରୀ ନଦୀ ପାର ହୋଇଯାଇଥାଏ। 

କୋରୁକୋଣ୍ଡା ସେତୁ ନିର୍ମାଣ ବନ୍ଦ ଯୋଗୁ ଜନ ଅସନ୍ତୋଷ

କୋରୁକୋଣ୍ଡା ସେତୁ ନିର୍ମାଣ ବନ୍ଦ ଯୋଗୁ ଜନ ଅସନ୍ତୋଷ

କୋରୁକୋଣ୍ଡା,୧୯।୧- ମାଲକାନଗିରି ଜିଲା ସଦରମହକୁମାଠାରୁ ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ମଧ୍ୟରେ ୩ଟି ଛୋଟ ଛୋଟ ନଦୀ ପଡୁଛି। ବର୍ଷାଦିନେ ଏହି ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଥାଏ।  

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହାହେଲେ ରୋଗୀ

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହାହେଲେ ରୋଗୀ

ମାଲକାନଗିରି, ୧୯ା୧(ଡି.ଏନ୍‌.ଏ.)-ଗ୍ରାମକୁ ରାସ୍ତା ନ ଥିବାରୁ ଖଟିଆରେ ରୋଗୀ ବୁହାହେବା ଘଟଣାର ପୁନରାବୃତ୍ତି ଘଟିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଣ୍ଡା ସମ୍ପ୍ରଦାୟ ବାସ କରୁଥିବା ଅଣ୍ଡ୍ରାହାଲ ପଞ୍ଚାୟତର ଗୋଇଗୁଡା ଗ୍ରାମରେ। ଗାଁକୁ ରାସ୍ତା ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। 

ସୀତା ପାହାଡ଼ ମକର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ସୀତା ପାହାଡ଼ ମକର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପାରଳାଖେମୁଣ୍ଡି, ୧୯ା୧(ସ୍ବ.ପ୍ର.)- ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗଜପତି ଜିଲା ଗାରବନ୍ଧ ଥାନା ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ପାଦଦେଶରେ ରହିଛି ସୀତା ପାହାଡ। ମକର ସଂକ୍ରାନ୍ତି ଅବସରରେ ଏହି ପାହାଡ ଉପରେ ଦୁଇଦିନ ଧରି ମକର ମେଳା ବସିଥିଲା। ଏଥିରେ ଓଡ଼ିଶା ଓ ଆନ୍ଧ୍ରର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉଭୟ ରାଜ୍ୟର ଲୋକଙ୍କ ସମାଗମ ଦ୍ୱାରା ଭାଇଚାରା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରୁଛି।  

ବିକାଶ ବଦଳରେ ସମସ୍ୟାକୁ ପୁଞ୍ଜି କରିଛି ପୁଞ୍ଜିସିଲ

ବିକାଶ ବଦଳରେ ସମସ୍ୟାକୁ ପୁଞ୍ଜି କରିଛି ପୁଞ୍ଜିସିଲ

କୋରାପୁଟ,।୧୯।୧(ସ୍ବ.ପ୍ର.) ଗାଁର ବିକାଶ ପାଇଁ ରାସ୍ତା, ପାଣି, ଆବାସ, ସ୍କୁଲ ଭଳି ମୌଳିକ ସୁବିଧା ଦରକାର। କିନ୍ତୁ ଏସବୁ ପାଇବାରୁ ବଞ୍ଚତ୍ତ ହୋଇଛି ଗୋଟିଏ ଆଦିବାସୀ ପଡ଼ା। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଦୁର୍ଗମ ପୁଞ୍ଜିସିଲ ହେଉଛି ସେହିଭଳି ଏକ ଗାଁ, ଯେଉଁଠି ଏଭଳି ନାନାଦି ମୌଳିକ ସମସ୍ୟା ଗାଁ ଲୋକଙ୍କ ଭିତରେ ପୁଞ୍ଜୀଭୂତ ଅସନ୍ତୋଷ ସୃଷ୍ଟି କରିଛି। 

ଗୁଣପୁର କୋର୍ଟରେ ହାଜର ହେଲେ ସବ୍ୟସାଚୀ

ଗୁଣପୁର କୋର୍ଟରେ ହାଜର ହେଲେ ସବ୍ୟସାଚୀ

ଗୁଣପୁର,୧୮।୧(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର କୋର୍ଟରେ କଡ଼ା ସୁରକ୍ଷା  ମଧ୍ୟରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶୁକ୍ରବାର ହାଜର କରାଯାଇଥିଲା । ଗୁଣପୁର ସହକାରୀ ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ନାମରେ ରହିଥିବା ମାମଲାଗୁଡ଼ିକର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୈପାରୀଗୁଡ଼ା,୧୮।୧ (ଡି.ଏନ୍‌.ଏ)-ଶୁକ୍ରବାର ବୈପାରୀଗୁଡ଼ା ଗୌଡ଼ସାହି ନିକଟସ୍ଥ ଏକ ଶ୍ମଶାନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଏକ ଗଛ ଡାଳରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। 

ବଣ୍ଡା ଜନଜାତି ଲୋକଙ୍କୁ ଭେଟିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ

ବଣ୍ଡା ଜନଜାତି ଲୋକଙ୍କୁ ଭେଟିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ

ଖଇରପୁଟ,୧୮। ୧(ଡି.ଏନ.ଏ.)- ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ୍ତ ସ୍ବାଇଁ ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳ ବଣ୍ଡାଘାଟି ଗସ୍ତ  କରିଥିଲେ। ସେ ମୁଦୁଲିପଡ଼ା ପଞ୍ଚାୟତ ଯାଇ ମୁଦୁଲିପଡା ଗ୍ରାମ ନିକଟରେ ଥିବା ସୀତା କୁଣ୍ଡ ଦର୍ଶନ କରିଥିଲେ।

ନକଲି ମସଲା  କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ନକଲି ମସଲା କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ଜୟପୁର, ୧୮।୧(ନି.ପ୍ର.)-ନକଲି ମସଲା କାରଖାନାରେ ଗୁରୁବାର ଜୟପୁର ଟାଉନ ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଜରି ପ୍ୟାକେଟ ଏବଂ ମସଲା ଜବତ କରିଥିବାବେଳେ ଶୁକ୍ରବାର ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ବ୍ରହ୍ମପୁରର ହରିହର ପାତ୍ରଙ୍କୁ ଗିରଫ କରିଛି। 

ବଂଶଧାରା ଆଁରେ ଲୀନ ହେବ ପାଲସିଂ ଗାଁ

ବଂଶଧାରା ଆଁରେ ଲୀନ ହେବ ପାଲସିଂ ଗାଁ

କାଶୀନଗର, ୧୮ା୧(ଡି.ଏନ.ଏ): ଗାଁକୁ ଲାଗିରହିଛି ବଂଶଧାରା ନଦୀ। ପ୍ରତିବର୍ଷ ବନ୍ୟାରେ ନଦୀ କୂଳ ଖାଇଚାଲିଛି। ଫଳରେ ଦିନେ ନଦୀ ଗର୍ଭରେ ଗ୍ରାମଟି ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। ସେହିପରି କିଛିବର୍ଷ ହେଲା ଆନ୍ଧ୍ରର କାଟ୍ରାଗଡ ପ୍ରକଳ୍ପ ଚିନ୍ତା ବି ଘାରିଛି। ଏ ନେଇ ପ୍ରଶାସନ ଚୁପ୍‌ ବସିଥିବାରୁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି। ଏହାସତ୍ତ୍ୱେ ସରକାର ନ ଶୁଣିଲେ ସେମାନେ ଆନ୍ଧ୍ରରେ ମିଶିଯିବେ ବୋଲି ଚେତାବନୀ ଦେଇଛନ୍ତି ଗଜପତି ଜିଲା କାଶୀନଗର ବ୍ଲକର ପାଲସିଂ ଗ୍ରାମବାସୀ।