ଅନଗୁଳ-ଢେଙ୍କାନାଳ

ଛୁରୀ ଦେଖାଇ ୫୦ ହଜାର ଲୁଟ୍‌

ଛୁରୀ ଦେଖାଇ ୫୦ ହଜାର ଲୁଟ୍‌

ତାଳଚେର,୨୧ା୧୨(ନି.ପ୍ର.)- ତାଳଚେର ଥାନା ହରିହରପୁର ଗ୍ରାମ ନିକଟରେ ବୁଧବାର ରାତିରେ ୩ଜଣ ଦୁର୍ବୃତ୍ତ ଏକ ଡିଟରଜେଣ୍ଟ କମ୍ପାନୀର କର୍ମଚାରୀଙ୍କୁ ଛୁରୀ ଦେଖାଇ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଓମ୍‌ ଆସୋସିଏଟସ୍‌ର କର୍ମଚାରୀ ପ୍ରଭାତ କୁମାର ଦାସ ଓ ହେମନ୍ତ ଭୋଇ ଏକ ଟାଟା ଏସିଇରେ କଣିହାଁ ଅଞ୍ଚଳକୁ ଡିଟରଜେଣ୍ଟ ବିକ୍ରି କରିବାକୁ ଯାଇଥିଲେ। ସେମାନେ ରାତି ୮ଟା ବେଳେ ଅନୁଗୋଳ ଫେରୁଥିବା ବେଳେ ହରିହରପୁର ହମ୍ପସ ନିକଟରେ ପିଛା କରୁଥିବା ୩ଜଣ ଯୁବକ ଗାଡ଼ି ଅଟକାଇ ଥିଲେ। ଏହାପରେ ଛୁରୀ ଦେଖାଇ ସମ୍ପୃକ୍ତ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ତାଳଚେର ଥାନାରେ ନଂ. ୩୦୮/୧୭ରେ ଏକ ମାମଲା ରୁଜୁ କରାଯାଇଛି ା

All Right Reserved By

ଅନଗୁଳ-ଢେଙ୍କାନାଳ

ସ୍ବାସ୍ଥ୍ୟକେନ୍ଦ୍ର କାନ୍ଥରେ ପୋଷ୍ଟରକୁ ନେଇ ବିବାଦ

ସ୍ବାସ୍ଥ୍ୟକେନ୍ଦ୍ର କାନ୍ଥରେ ପୋଷ୍ଟରକୁ ନେଇ ବିବାଦ

ଛେଣ୍ଡିପଦା,୧୯ା୭(ସ୍ବ.ପ୍ର.) ରଥ ଉପରେ ପୁରୀ ଗଜପତି ମହାରାଜଙ୍କ ଛେରାପହଁରାକୁ ସ୍ବଚ୍ଛ ଭାରତ ଅଭିଯାନ ସହ ତୁଳନା କରାଯିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ତଥା ପ୍ରତିବାଦ ଥମି ନ ଥିବାବେଳେ ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲଗାଯାଇଥିବା ଏକ ବୋର୍ଡକୁ ନେଇ ବିବାଦ ତେଜିଛି।

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବନ୍ତଳା/ଅନୁଗୋଳ ଅଫିସ, ୧୯ା୭ (ଡି.ଏନ.ଏ.) ଅନୁଗୋଳ ଜିଲା ଦୌରାଜଜ୍‌ ସଞ୍ଜୟ କେଶରୀ ସ୍ବାଇଁ ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅନୁଗୋଳ ଥାନା ମଦନମୋହନପଡାର ସିଦ୍ଧେଶ ମୁଖି ଓରଫ୍‌ ସିଦ୍ଧେ(୨୯)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ବଅଁରପାଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ , ଡେଙ୍ଗୁକୁ କରାଯାଉଛି ଆମନ୍ତ୍ରଣ

ବଅଁରପାଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ , ଡେଙ୍ଗୁକୁ କରାଯାଉଛି ଆମନ୍ତ୍ରଣ

ବଅଁରପାଳ,୧୯ା୭ (ଡି.ଏନ୍‌.ଏ.) ବଅଁରପାଳ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସହ ପାଣି ଜମି ରହିଛି। ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ୍‌ଗୁଡ଼ିକ ସଫା ହେଉ ନ ଥିବାବେଳେ ପ୍ରାଣୀଧନ ଚିକିତ୍ସାଳୟ, ଥାନା କଲୋନୀ, ବ୍ଲକ କାର୍ଯ୍ୟାଳୟ ଆଦି ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ

ଜିଲାପ୍ରଶାସନ ଉପରେ ଭରସା ନାହିଁ ଆର୍‌ସିସିଏଫ୍‌, ଡିଏଫ୍‌ଓଙ୍କୁ ସରକାରଙ୍କ ସିଧା ଚିଠି

ତାଳଚେର,୧୯ା୭ (ନି.ପ୍ର.) ତାଳଚେର ପରି ପ୍ରବଳ ପ୍ରଦୂଷଣ କବଳିତ ଓ ଉତ୍ତପ୍ତ ଅଞ୍ଚଳରେ ବାୟୋପାର୍କ ଭଳି ଇଣ୍ଟିଗ୍ରେଟେଡ ପ୍ରୋଜେକ୍ଟ ନିର୍ମାଣ ନିର୍ଦ୍ଦେଶକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଅବମାନନା କରାଯାଇଛି।

ଛାତ୍ରୀ ନିଖୋଜ ମାମଲା , ଭିକ୍ଷାବୃତ୍ତି ପାଇଁ ଅପହରଣ

ଓଡ଼ାପଡ଼ା, ୧୯।୭(ଡି.ଏନ.ଏ.) ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା କଣ୍ଟାବଣିଆ ଗ୍ରାମର ୭ମ ଶ୍ରେଣୀ ଛାତ୍ରୀ ମୋନାଲିସା ଭୋଇ ଓରଫ୍‌ ଇଟିଲି (୧୨)ଙ୍କୁ ଅପହରଣ କରିଥିବା ଅଭିଯୋଗରେ ବୁଧବାର ଅଭିଯୁକ୍ତ ବିଚି ଦାସ (୩୫) ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଲୋକଙ୍କ ସେବାରେ ଆନନ୍ଦ

ଲୋକଙ୍କ ସେବାରେ ଆନନ୍ଦ

ଢେଙ୍କାନାଳ କଲେଜ ବାଇପାସ୍‌ ଛକରେ ରହିଛି ସଞ୍ଜୀବ ସାହୁଙ୍କ ଜଳଖିଆ ଦୋକାନ। ସାନଭାଇ ରଣଜିତ୍‌ ସାହୁ ଜଳଖିଆ ପ୍ରସ୍ତୁତି, ଗ୍ରାହକଙ୍କୁ ସେବା ଯୋଗାଇ ଦେବାଠାରୁ ଆରମ୍ଭ କରି ଦୋକାନ ପରିଚାଳନାରେ କରିଥାନ୍ତି ସହଯୋଗ। ବ୍ୟ

ଜାତୀୟ ରାଜପଥରେ ଜମିଛି ଆଣ୍ଠୁଏ ପାଣି , ଦେଢ଼ମାସ ହେବ ପଥଚାରୀ ହନ୍ତସନ୍ତ

ଜାତୀୟ ରାଜପଥରେ ଜମିଛି ଆଣ୍ଠୁଏ ପାଣି , ଦେଢ଼ମାସ ହେବ ପଥଚାରୀ ହନ୍ତସନ୍ତ

ଅନୁଗୋଳ ଅଫିସ, ୧୯ା୭ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ସିପିପି ଛକରେ ମାସେରୁ ଅଧିକ ହେବ ଆଣ୍ଡୁଏ ଉଚ୍ଚର ପାଣି ଜମିଛି। ଏହାକୁ ନିଷ୍କାସନ କରାଯାଉ ନ ଥିବାରୁ ଓ ଖାଲ ଖମା ମରାମତି କରାଯାଉ ନ ଥିବାରୁ ଯାତାୟାତ କଷ୍ଟକର ହୋଇପଡ଼ିଛି।

ସିମେଣ୍ଟ ଦୋକାନରୁ ୧୨ ଲକ୍ଷ ଲୁଟ୍‌ ଘଟଣା :୨ ଗିରଫ, ୮୫ ହଜାର ଉଦ୍ଧାର

ଆଠମଲ୍ଲିକ, ୧୯ା୭(ଡି.ଏନ.ଏ.) ଆଠମଲ୍ଲିକ ସହର ଗଙ୍ଗାରାମ ଛକ ନିକଟ ମହେଶ ଅଗ୍ରୱାଲାଙ୍କ ସିମେଣ୍ଟ ଛଡ ଦୋକାନରୁ ଗତ ଜୁନ୍‌ ୧୪ ତାରିଖରେ ୧୨ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଆଠମଲ୍ଲିକ ପୋଲିସକୁ ସଫଳତା ମିଳିଛି।

ଡକାୟତଙ୍କଠାରୁ ତଥ୍ୟ ଆଦାୟ , ଜୋରଦାର ରାଉରକେଲାରେ ଦେଖାଇଲେ ଡମି

ଅନୁଗୋଳ ଅଫିସ, ୧୯ା୭ ବ୍ୟାଙ୍କ ଡକାୟତି ଅଭିଯୋଗରେ ବିହାରର ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅନୁଗୋଳ ପୋଲିସ ରିମାଣ୍ଡରେ ନେଇଥିବା ବେଳେ ସେମାନଙ୍କ ଠାରୁ ତଥ୍ୟ ଆଦାୟକୁ ଜୋରଦାର କରିଛି।

ପର୍ଯ୍ୟଟକ ଖୋଜୁଛନ୍ତି ପର୍ଯ୍ୟଟନ କାର୍ଯ୍ୟାଳୟ

ପର୍ଯ୍ୟଟକ ଖୋଜୁଛନ୍ତି ପର୍ଯ୍ୟଟନ କାର୍ଯ୍ୟାଳୟ

ଢେଙ୍କାନାଳ ଅଫିସ, ୧୯।୭ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଛି ଢେଙ୍କାନାଳ। ହେଲେ ଜିଲା ପ୍ରଶାସନର ଅପାରଗତାରୁ ଏଯାଏ ନିର୍ମାଣ ହୋଇପାରୁନାହିଁ ଜିଲା ପର୍ଯ୍ୟଟନ ବିଭାଗର ସ୍ବତନ୍ତ୍ର କାର୍ଯ୍ୟାଳୟ।

ଏନ୍‌ସିସି ପକ୍ଷରୁ ଚାରାରୋପଣ

ଏନ୍‌ସିସି ପକ୍ଷରୁ ଚାରାରୋପଣ

କାମାକ୍ଷାନଗର,୧୮।୭(ଡି.ଏନ.ଏ.)-କାମାକ୍ଷାନଗର ମହାବିଦ୍ୟାଳୟର ଏନ୍‌ସିସି ଶାଖା ପକ୍ଷରୁ ବୁଧବାର କଲେଜ ପରିସର ଏବଂ ପୋଷ୍ୟ ଗ୍ରାମ ଶରଧାପୁରରେ ଚାରାରୋପଣ କରାଯାଇଛି। କଲେଜ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କ୍ୟାଡେଟ୍‌ମାନେ ଅନ୍ୟନ୍ତ ଗୋଟିଏ ଲେଖାଏ ଚାରା ରୋପଣ କରିବାକୁ ସେ ଆହ୍ବାନ ଦେଇଥିଲେ।

କମୁନି ଉନ୍ମତ୍ତ ମାଙ୍କଡ଼ ଦୌରାତ୍ମ୍ୟ: ୧୫ଦିନରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

କମୁନି ଉନ୍ମତ୍ତ ମାଙ୍କଡ଼ ଦୌରାତ୍ମ୍ୟ: ୧୫ଦିନରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ପରଜଙ୍ଗ, ୧୮।୭(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗ୍ରାମରେ ୧୫ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ଉନ୍ମତ୍ତ ହନୁ ମାଙ୍କଡ଼କୁ ଧରିବାକୁ ବନ ବିଭାଗ ଉଦ୍ୟମ ଚଳାଇଛି। ଏଥିପାଇଁ ମହାବିରୋଡ ରେଞ୍ଜର ସୁରେଶ ଚନ୍ଦ୍ର ବେହେରା, ଫରେଷ୍ଟର ଅଜିତ କୁମାର ଦଳେଇ, ସାଆନ୍ଦା ବିଟ୍‌ ଗାର୍ଡ ମାନସ ପ୍ରଧାନ, କପିଳାସ ଚିଡ଼ିଆଖାନାର ତାଲିମପ୍ରାପ୍ତ ୪ କର୍ମଚାରୀଙ୍କ ସମେତ ହାତୀ ସ୍କ୍ବାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି।

Model This Week

ରୂପେଶ