ଅନଗୁଳ-ଢେଙ୍କାନାଳ

ଟିଟିପିଏସ୍‌କୁ ଗ୍ରୀନ୍‌ଟେକ ସେଫ୍ଟି ସିଲଭର ଆୱାର୍ଡ

ଟିଟିପିଏସ୍‌କୁ ଗ୍ରୀନ୍‌ଟେକ ସେଫ୍ଟି ସିଲଭର ଆୱାର୍ଡ
ତାଳଚେର,୨୧ା୧୨(ନି.ପ୍ର.)- ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)କୁ ଗ୍ରୀନ୍‌ଟେକ ସେଫ୍ଟି ସିଲଭର ଆୱାର୍ଡ ମିଳିଛି। ଡିସେମ୍ବର ୧୫ରେ ଗୋଆଠାରେ ଅନୁଷ୍ଠିତ ସମାରୋହରେ ନୂଆଦିଲ୍ଲୀର ଗ୍ରୀନଟେକ ଫାଉଣ୍ଡେଶନ ପକ୍ଷରୁ ତାଳଚେରର ଥର୍ମାଲ ଏଜିଏମ ଶରତ କୁମାର ସାମଲ ଜେନେରାଲ ମ୍ୟାନେଜରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା ରୋକିବାରେ ସଫଳ ହୋଇଥିବା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଜେନେରାଲ ମ୍ୟାନେଜର ମିଥିଳେଶ ସିଂହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଛା ଜଣାଇଛନ୍ତି। ସୁରକ୍ଷା ପ୍ରତି ସମେସ୍ତ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ା
All Right Reserved By

ଅନଗୁଳ-ଢେଙ୍କାନାଳ

ଥାନା ପାଖରୁ ଚୋରି

ଥାନା ପାଖରୁ ଚୋରି

ବଅଁରପାଳ, ୧୮।୧୦(ଡି.ଏନ.ଏ.): ନାଲକୋ ଥାନାଠାରୁ ଅଳ୍ପ ଦୂରରେ ଥିବା ରୁଦ୍ର ବିହାରର ନବଘନ ନାୟକଙ୍କ ଘରୁ ବୁଧବାର ରାତ୍ରିରେ ଚୋରି ହୋଇଛି।

ଡମ୍ଫର ଧକ୍କାରେ ବୋଲେରୋ ଚୁରମାର, ୨ ଆହତ

ଡମ୍ଫର ଧକ୍କାରେ ବୋଲେରୋ ଚୁରମାର, ୨ ଆହତ


ତାଳଚେର, ୧୮।୧୦ (ନି.ପ୍ର.): ଏମ୍‌ସିଏଲର ଲିଙ୍ଗରାଜ କୋଇଲା ଖଣିରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। ଏକ ଡମ୍ଫର ବୋଲେରୋକୁ ଧକ୍କା ଦେବାରୁ ବୋଲେରେଟି ଚାପି ହୋଇ ଚୁର୍‌ମାର ହୋଇଯାଇଛି। ଏଥିରେ ବୋଲେରେ ଡ୍ରାଇଭର ବିକ୍ରମ ପ୍ରଧାନଙ୍କ ସମେତ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। 

କାର ଧକ୍କାରେ ପିଅନ ମୃତ

କାର ଧକ୍କାରେ ପିଅନ ମୃତ

ବନ୍ତଳା,୧୮।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଶଙ୍ଖପୁର ଧାନ କଳ ନିକଟରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। 

‘ବଳଦ’ ଯୋଡୁଛନ୍ତି ସମ୍ପର୍କ

‘ବଳଦ’ ଯୋଡୁଛନ୍ତି ସମ୍ପର୍କ

ଭୁବନ, ୧୮।୧୦: ଭାରତୀୟ ସଂସ୍କୃତି ଏବଂ ଅର୍ଥନୀତିରେ ଭାରବାହୀ ପ୍ରାଣୀଙ୍କ ଅବଦାନ ଅନନ୍ୟ। ଆଉ କଥା ଯେବେ ଗ୍ରାମାଞ୍ଚଳର କୃଷିକୁ ନେଇ ଉଠେ, ସେତେବେଳେ ବଳଦଙ୍କ ଭୂମିକାକୁ ଅଣଦେଖା କରାଯାଇ ନ ପାରେ। ଏହି ପରିପ୍ରେକ୍ଷୀରେ ମନୁଷ୍ୟ ଏବଂ ଗୃହପାଳିତ ପ୍ରାଣୀଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ଜନମାନସରେ ପରିଚିତ କରାଇବାକୁ ଅବସର ଆଣିଦିଏ ବଳଦଯାତ୍ରା। 

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ୍‌:କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ୍‌:କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୭।୧୦(ଡି.ଏନ.ଏ.):ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ଦାବି କରି ସେମାନେ  ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ବଳଦଯାତ୍ରାକୁ ଆଉ ଦୁଇଦିନ:ଝଲସୁଛି ଭୁବନ, ସୁରକ୍ଷା କଡ଼ାକଡ଼ି

ବଳଦଯାତ୍ରାକୁ ଆଉ ଦୁଇଦିନ:ଝଲସୁଛି ଭୁବନ, ସୁରକ୍ଷା କଡ଼ାକଡ଼ି

ଭୁବନ, ୧୭।୧୦(ଡି.ଏନ.ଏ.):ଐତିହାସିକ ବଳଦଯାତ୍ରାକୁ ଆଉ ଦୁଇଦିନ।  ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ  ଘରେ ଘରେ ଆରମ୍ଭ ହେଲାଣି ବନ୍ଧୁବାନ୍ଧବଙ୍କ ଭିଡ଼। ଚଳିତବର୍ଷ ଭୁବନରେ ୧୧ଟି ମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ଦୁର୍ଗାଙ୍କ ଆବାହନ କରାଯାଉଛି। ଅନ୍ୟପଟେ ମଙ୍ଗଳବାର ଆନନ୍ଦଉଲ୍ଲାସର ସହ ଶେଷହୋଇଛି ମା’ଙ୍କ ସପ୍ତମୀ ପୂଜା । ଏଥର ଯାତ୍ରାର ଶୋଭାବର୍ଦ୍ଧନ କରିବେ ୩୧ ବଳଦ। ସେମାନଙ୍କୁ ବାଜାବାଣ ସହ ଅଭ୍ୟସ୍ତ କରିବାକୁ ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଅଭ୍ୟାସ ଯାତ୍ରା ଶେଷହୋଇଛି।

କୋଇଲା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କୋଇଲା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର,୧୭ା୧୦(ନି.ପ୍ର.):ତାଳଚେର ଗ୍ରସ୍ତରେ ଆସିଥିବା କୋଇଲା ମନ୍ତ୍ରୀ ପୀୟୂସ ଗୋଏଲଙ୍କୁ ତାଳଚେର ବାର ଆସୋସିଏଶନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏମ୍‌ସିଏଲ ଅଧୀନରେ ଥିବା ତାଳଚେର କୋଲ୍‌ ଫିଲଡ୍ସରେ କୋଇଲା ଉପତ୍ାଦନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ତାଳଚେରବାସୀଙ୍କ ସମୂହ ସ୍ବାର୍ଥ ଓ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ତାଳଚେର ଠାରେ ବ୍ରାହ୍ମଣୀ କୋଲ୍‌ଫିଲ୍ଡସ ନାମକ ନୂତନ କୋଇଲା କମ୍ପାନୀ ପ୍ରତିଷ୍ଠା  କରାଯିବାକୁ ଦାବି କରାଯାଇଛି। ଏହାବ୍ୟତୀତ ତାଳଚେର ଷ୍ଟେଶନରୁ ଅନୁଗୋଳ ଷ୍ଟେଶନ ପର୍ଯ୍ୟନ୍ତ ରୁଫ୍‌ଲାଇନ୍‌ ନିର୍ମାଣ, ପ୍ରଦୂଷଣ ମୁକ୍ତ କୋଲ କରିଡର ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଛି। ଆସୋସିଏଶନ ସଭାପତି ଦୟାସାଗର ମିଶ୍ର ଓ ଏକ୍‌ଜିକ୍ୟୁଟିଭ୍‌ ବଡି ପକ୍ଷରୁ ୩ ଦଫା ସମ୍ବଳିତ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ସାତକୋଶିଆରେ ୮ ହଜାର ଗୋରୁ, ଛେଳି ରୋଗାକ୍ରାନ୍ତ:ବିଶ୍ୱାସ ଅନୁଯାୟୀ ଫାଟୁଆ ବାଟେଇଲେ ବନବାସୀ

ସାତକୋଶିଆରେ ୮ ହଜାର ଗୋରୁ, ଛେଳି ରୋଗାକ୍ରାନ୍ତ:ବିଶ୍ୱାସ ଅନୁଯାୟୀ ଫାଟୁଆ ବାଟେଇଲେ ବନବାସୀ

ବନ୍ତଳା, ୧୭।୧୦ (ଡି.ଏନ.ଏ.):ଫାଟୁଆ ରୋଗରେ ଗୋରୁ ଓ ଛେଳି ଆକ୍ରାନ୍ତ ହେଲେ ଗଁାକୁ ଶନି ଆସିଥିବା ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟବାସୀଙ୍କ ବିଶ୍ୱାସ ରହିଛି। ତେଣୁ ଶନିଙ୍କ କୋପ ସହ ରୋଗ ଦୂର କରିବାକୁ ସେମାନେ ପରମ୍ପରା ଅନୁଯାୟୀ ବିଭିନ୍ନ ଠାକୁରାଣୀଙ୍କ ନିକଟରେ ପଣାପାଣି ଲଗାଇ ରୋଗାକ୍ରାନ୍ତ ଗୋରୁ ଓ ଛେଳିଙ୍କୁ ମନ୍ଦିର ବେଡ଼ା ଚାରିପଟେ ବୁଲାଇଥାନ୍ତି। ଏହାଦ୍ୱାରା ଫାଟୁଆ ରୋଗ ଗଁାରୁ ଦୂର ହୋଇଯାଇଥାଏ ବୋଲି ସେମାନଙ୍କ ଧାରଣା ରହିଆସିଛି। ଏପରି ବିଶ୍ୱାସର ପୂଜା ମଙ୍ଗଳବାର ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳିଛି।   

ତଳଗଡ, ବଲାସିଂହା କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଏମ୍‌ପିଙ୍କ ପ୍ରତିନିଧି ଦଳ

ତଳଗଡ, ବଲାସିଂହା କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଏମ୍‌ପିଙ୍କ ପ୍ରତିନିଧି ଦଳ

ଅନୁଗୋଳ ଅଫିସ,୧୭ା୧୦:ଅନୁଗୋଳ ବ୍ଲକ ତଳଗଡ ଓ ବଲାସିଂହା ପଞ୍ଚାୟତର ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ମଙ୍ଗଳବାର ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି। ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସେମାନେ ପଚାରି ବୁଝିବା ସହ ତୁରନ୍ତ ସରକାରୀ ସହାୟତା କିପରି ମିଳିପାରିବ ସେ ନେଇ ଜିଲା ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ତଳଗଡ ଗାଁର କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟର ତଦାରଖ କରିଥିଲେ। ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ, ଓ କ୍ଷତିଗ୍ରସ୍ତଙ୍କୁ ପଲିଥିନ ଯୋଗାଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିନିଧି ଦଳର ସଦସ୍ୟମାନେ କହିଥିଲେ। ସେହିପରି ତଳଗଡରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ତଦାରଖ କରି ଏହି ପ୍ରତିନିଧି ଦଳ ଫେରିଥିଲେ। 

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ


ବଇଣ୍ଡା,୧୬।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଡେବେରାପାଲି, ବାମୁର ଆଦି ଗ୍ରାମ ଗୁଡ଼ିକରେ ଦୁର୍ଗାପୂଜା ଆରମ୍ଭ ହୋଇଛି। ପ୍ରଥମେ କଳସରୁ ପାଣି ଆଣିବା ପରେ ଯଥାରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। 

ଭୁଲ ଇନ୍‌ଜେକ୍ସନରୁ  ରୋଗୀ ମୃତ୍ୟୁ ଅଭିଯୋଗ:  ଘଟଣାସ୍ଥଳରେ  ଉତ୍ତେଜନା

ଭୁଲ ଇନ୍‌ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘଟଣାସ୍ଥଳରେ ଉତ୍ତେଜନା


ଅନୁଗୋଳ ଅଫିସ, ୧୬।୧୦- ଅନୁଗୋଳ ହୁଲୁରିସିହାଂ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ମଙ୍ଗଳବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି


କାମାକ୍ଷାନଗର,୧୬।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା  କାମାକ୍ଷାନଗର ସୋଗର ପଞ୍ଚାୟତ ବାଇସିଙ୍ଘା ଗ୍ରାମରେ ମଙ୍ଗଳବାର ପାଣି ପଶିଯାଇଛି।