ଉପକୂଳ ଓଡିଶା

ପୋଲିସ ଅବହେଳା ପ୍ରତିବାଦରେ ଅନଶନ

ପୋଲିସ ଅବହେଳା ପ୍ରତିବାଦରେ ଅନଶନ

ରାହାମା/ତିର୍ତ୍ତୋଲ, ୨୧।୧୨(ଡି.ଏନ.ଏ.) ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସିନ୍ଦୋଳ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ପୋଲିସର ଏଭଳି ଅବହେଳା ପ୍ରତିବାଦରେ ଗୁରୁବାର ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ମଣିଜଙ୍ଗା-ଏରସମା ରାସ୍ତା ପାର୍ଶ୍ୱରେ ଅନଶନରେ ବସିଛନ୍ତି। ସେମାନଙ୍କ ସହ ସିନ୍ଦୋଳ, ସିନ୍ଦୋଳ ମଠ, ଶନିମୂଳ, ନିମକଣା ପ୍ରଭୃତି ଗ୍ରାମର ମା’ ସନ୍ତୋଷୀ ସ୍ବୟଂସହାୟକ ଗୋଷ୍ଠୀ, ବଜ୍ରମହାକାଳୀ ଏସଏଚଜି, ଥାନପତି ଏସଏଚଜି, ବଜରଙ୍ଗବାଲୀ ଏସଏଚଜି, ମା’ ନାରାୟଣୀ ଏସଏଚଜି, ମା ଶାରଳା ଏସଏଚଜି, ବାସୁଦେବ ଏସଏଚଜି, ଚମ୍ପକେଶ୍ୱର ଏସଏଚଜିର ଶତାଧିକ ମହିଳା ଓ ଜନସାଧାରଣ ସାମିଲ ହୋଇଛନ୍ତି। ଗୁଳିକାଣ୍ଡରେ ମୃତକଙ୍କ ସ୍ତ୍ରୀଙ୍କୁ ଚାକିରି, ପରିବାରକୁ ସହାୟତା ଓ ଦୁର୍ବୃତ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳର ମୁରବୀ ରଶ୍ମିରଞ୍ଜନ ଲେଙ୍କା, ସୂର୍ଯ୍ୟନାରାୟଣ ଖୁଣ୍ଟିଆ, ଗୋଲେଖ ବିହାରୀ ନାୟକ, ବୀରକିଶୋର ପରିଡା, ମାନସ ମହାନ୍ତି, ମୃତକଙ୍କ ପରିବାରର ଦିବ୍ୟସ୍ବାମୀ ବରାଳଙ୍କ ସହ ଗ୍ରାମର ସ୍ବର୍ଣ୍ଣଲତା ମହାରଣା, ସାବିତ୍ରୀ ଲେଙ୍କା, ସର୍ମିଷ୍ଠା ଖୁଣ୍ଟିଆ, ଭାରତୀ ଲେଙ୍କା, ଉର୍ମିଳା ଦାସ, କବିତା ଖୁଣ୍ଟିଆ, ମମତା ଖୁଣ୍ଟିଆ, ବିଜୟାଲକ୍ଷ୍ମୀ ନାୟକ, ଅହଲ୍ୟା ମଲ୍ଲିକ, ସୁଜାତା ଲେଙ୍କା, ଅଞ୍ଜଳି ସାମଲ, ସତ୍ୟଭାମା ନାୟକ ପ୍ରମୁଖ ଧାରଣା ଦେଇଛନ୍ତି। ରାତି ପ୍ରାୟ ୯.୩୦ରେ ଏସଡିପିଓ ଶିବ ଚରଣ ମଲ୍ଲିକ ଅନ୍ୟ କର୍ମଚାରୀମାନଙ୍କ ସହ ସେମାନଙ୍କ ପାଖରେ ପହଞ୍ଚତ୍ ଆଲୋଚନା କରିଥିଲେ। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ଓ ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଏହାପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ, ସୋମବାର ରାତି ପ୍ରାୟ ୧.୩୦ରେ ୩ଜଣ ଦୁର୍ବୃତ୍ତ ସିନ୍ଦୋଳ ଗ୍ରାମର ଧନେଶ୍ୱର ଖୁଣ୍ଟିଆଙ୍କ ଘର ପଛପାଖ କବାଟ ଖୋଲି ଭିତରକୁ ପଶିଥିଲେ। ଧନେଶ୍ୱରଙ୍କ ବଡ଼ପୁଅ ଅନ୍ତର୍ଯ୍ୟାମୀ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିନେଇଥିଲେ। ଦୁର୍ବୃତ୍ତମାନେ କଳାମୁଖା ପିନ୍ଧିଥିବାବେଳେ ଅନ୍ତର୍ଯ୍ୟାମୀ ଜଣଙ୍କ ମୁଖା ଖୋଲିଦେଇଥିଲେ। ତେଣୁ ଦୁର୍ବୃତ୍ତ ଜଣଙ୍କ ଗୁଳି କରିଥିଲେ। ଗୁଳି ଅନ୍ତର୍ଯ୍ୟାମୀଙ୍କ ଛାତିରେ ବାଜିଥିଲା। ଶବ୍ଦ ଶୁଣି ଅନ୍ତର୍ଯ୍ୟାମୀଙ୍କ ଭାଇ ବିଶ୍ୱପ୍ରେମୀ ଓ ପୁତୁରା ପୁପୁନ ଉଠିପଡିଥିଲେ। ଦୁର୍ବୃତ୍ତମାନଙ୍କ ସହ ସେମାନଙ୍କର ମଧ୍ୟ ଧସ୍ତାଧସ୍ତି ହୋଇଥିଲା। ପରେ ଦୁର୍ବୃତ୍ତମାନେ ବିଶ୍ୱପ୍ରେମୀ ଓ ପୁପୁନୁଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ବିଶ୍ୱପ୍ରେମୀଙ୍କ ଅଣ୍ଟା ଓ ମୁଣ୍ଡରେ ଗୁଳି ବାଜିଥିବାବେଳେ ପୁପୁନୁଙ୍କ ଜଙ୍ଘରେ ଗୁଳି ବାଜିଥିଲା। ସ୍ଥାନୀୟ ଲୋକେ ୩ଜଣଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅନ୍ତର୍ଯ୍ୟାମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବିଶ୍ୱପ୍ରେମୀ ଓ ପୁପୁନ ଅଦ୍ୟାବଧି ଚିକିତ୍ସାଧୀନ ଅଛନ୍ତି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

ଶ୍ରମିକ ନେତା ଶ୍ୟାମପଦ ହତ୍ୟାକାଣ୍ଡ ଘଟଣା: ୨୩ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଶ୍ରମିକ ନେତା ଶ୍ୟାମପଦ ହତ୍ୟାକାଣ୍ଡ ଘଟଣା: ୨୩ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

କଳିଙ୍ଗନଗର/ଡୁବୁରୀ,୨୭ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ୨୫ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ଶ୍ରମିକ ନେତା ଶ୍ୟାମପଦ ରାଉତ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ ଗଜେନ୍ଦ୍ର ମହାନ୍ତଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ଗଜେନ୍ଦ୍ର ହରିୟାଣାରୁ ନିଜ ଗ୍ରାମକୁ ଫେରୁଥିବା ସମ୍ପର୍କରେ ସିବିଆଇ ଖବରପାଇ ବାଲେଶ୍ୱର ଷ୍ଟେଶନରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଦୀର୍ଘ ୨୩ ବର୍ଷ ଧରି ଫେରାର ଥିବା ଗଜେନ୍ଦ୍ର ଗିରଫ ହେବା ପରେ ମାମଲା ଭିନ୍ନ ମୋଡ଼ ନେଇପାରେ ବୋଲି ଆଲୋଚନା ହେଉଛି।

୫ ବର୍ଷୀୟା ଶିଶୁକନ୍ୟାକୁ ଗଣବଳାତ୍କାର

୫ ବର୍ଷୀୟା ଶିଶୁକନ୍ୟାକୁ ଗଣବଳାତ୍କାର

ଜଗତ୍‌ସିଂହପୁର ଅଫିସ,୨୭ା୪: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କଣ୍ଟାବଲ୍ଲଭପୁରରେ ବୁଧବାର ଜଣେ ୫ ବର୍ଷର ଶିଶୁକନ୍ୟାକୁ ୨ ଜଣ ନାବାଳକ(୧୦ ଓ ୧୪ ବର୍ଷ) ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମା’ ଏନେଇ ଅଭିଯୋଗ କରିବା ପରେ ଜଗତ୍‌ସିଂହପୁର ଥାନାରେ ଦଫା ୩୭୬ (୨)(ଆଇ)/୩୭୬ (ଡି) ଆଇପିସି/୬ ପୋକ୍ସୋ ଆକ୍ଟରେ ମାମଲା (ନଂ.୮୯/୧୮) ରୁଜୁ ହୋଇଛି।

୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡିଲେ ଭିଏଲଡବ୍ଲ୍ୟୁ

୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡିଲେ ଭିଏଲଡବ୍ଲ୍ୟୁ

ଡୁବୁରୀ,୨୬ା୪(ଡିଏନଏ)- ୫ଲକ୍ଷ ଟଙ୍କାର ଏକ କଂକ୍ରିଟ ରାସ୍ତା କାମର ବିଲ କରାଇ ଦେବାକୁ ଜଣେ ମହିଳାଙ୍କଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଦାନଗଦୀ ବ୍ଲକ ଚାନ୍ଦିଆ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ (ଭିଏଲ୍‌ଡବ୍ଲ୍ୟୁ) ବିଭୁପ୍ରସାଦ ଧିର। ଡୁବୁରୀସ୍ଥିତ ଆଇଡିବିଆଇ ବ୍ୟାଙ୍କ ସମ୍ମୁଖରେ ଧୀର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ କଟକ ଭିଜିଲାନ୍ସ ସେଲ ଅଧିକାରୀମାନେ ଟଙ୍କା ଜବତ କରିବା ସହ ବିଭୁପ୍ରସାଦଙ୍କୁ ଗିରଫ କରିଥିଲେ।

ଭାଜପାର ସାଂଗଠନିକ ବୈଠକ

ଭାଜପାର ସାଂଗଠନିକ ବୈଠକ

କେନ୍ଦ୍ରାପଡା ଅଫିସ, ୨୬ା୪-କେନ୍ଦ୍ରାପଡା ବ୍ଲକ ଚକ୍ରୋଡା ପଞ୍ଚାୟତ କନ୍ତିଆ ମଠ ପରିସରରେ ୬ ନଂ ଜିଲା ପରିଷଦ ଜୋନର ସାଂଗଠନିକ ବୈଠକ ଭାଜପା ପକ୍ଷରୁ ବୁଧବାର ଅନୁଷ୍ଠିତ ହୋଇଥିଲା। ଜିଲା ପରିଷଦ ସଭ୍ୟ ଦେବାଶିଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ବାର୍ତ୍ତା ପ୍ରଚାର, ତୃଣମୂଳସ୍ତରର ସମସ୍ୟା ପତି ନଜର ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା।

ଉଜ୍ଜ୍ୱଳ ଓ ଉତ୍‌ଥାନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ରାଜକନିକା, ୨୬।୪ (ଡି.ଏନ୍‌.ଏ): ରାଜକନିକା ବ୍ଲକର ପାରିନୂଆପଡା-ହାବୁଳଗଣ୍ଡ ପଞ୍ଚାୟତର ପାରିନୁଆପଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ଉଜ୍ଜ୍ୱଳ ଓ ଉତ୍‌ଥାନ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ପାରିନୂଆପଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ସାମଲଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜ: ୧୩୦ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ

ଡେରାବିଶ, ୨୬ା୪(ସ୍ବ.ପ୍ର.): ଡେରାବିଶ ବ୍ଲକ ଚାଟରାଚକଡ଼ା ପଞ୍ଚାୟତ ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜରେ ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲାଙ୍କ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଥିବା ବେଳେ ୧୩୦ଜଣ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଥିରେ ଶେଷ ବର୍ଷର ୮୦ ଛାତ୍ର ଥିବା ୫୦ଜଣ ଛାତ୍ର ୨ୟ ବର୍ଷର।

୮ ବଖରା ପୋଡ଼ିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

୮ ବଖରା ପୋଡ଼ିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ନାଉଗଁ।,୨୬ା୪(ସ୍ବ.ପ୍ର.): ନାଉଗଁ। ବ୍ଲକ ଗୋଠଦା-ଇଚ୍ଛାପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ୮ ବଖରା ପୋଡିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗ୍ରାମର ଲଲାଟ ବିଶ୍ୱାଳଙ୍କ ୧ ବଖରା, ବିନୟ ବିଶ୍ୱାଳଙ୍କ ୧ ବଖରା ଓ ଶତୃଘନ ବିଶ୍ୱାଳଙ୍କ ୬ ବଖରା ପୋଡ଼ିଯାଇଛି।

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

କୁଜଙ୍ଗ,୨୬ା୪(ସ୍ବ.ପ୍ର.): କୁଜଙ୍ଗ ଥାନା ଜିଲାନାସୀ ପଞ୍ଚାୟତର ତେନ୍ତୁଲିଆ ଖମାର ଗ୍ରାମରେ ବହୁ ଗୋଚର ଓ ସର୍ବସାଧାରଣ ଜମି କେତେକ ଲୋକ ଜବରଦଖଲ କରି ରଖିଛନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ରଣପୁର,୨୬।୪(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ବାଗଲପୁର ଗ୍ରାମରୁ ଗୁରୁବାର ଗିରଫ କରିଛି। ସେ ହେଲେ ସେହି ଗ୍ରାମର ସନାତନ ପରିଡା(୩୦)।

ସଡକ ସୁରକ୍ଷା ସପ୍ତାହ ପାଳିତ

ସଡକ ସୁରକ୍ଷା ସପ୍ତାହ ପାଳିତ

ବାଙ୍କୀ, ୨୬ା୪ (ସ୍ବ.ପ୍ର.) - ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବାଙ୍କୀ ଥାନାରେ ଗୁରୁବାର ଦୁର୍ଘଟଣାଗ୍ରସ୍ତଙ୍କ ସାହାଯ୍ୟ କରିଥିବା ଲୋକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଓ କଟକ ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ବାଙ୍କୀ ଥାନା ପରିସରରେ ଆୟୋଜିତ ଏହି ଉତ୍ସବରେ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

କାଳିଆପାଣି,୨୬ା୪(ଡି.ଏନ୍‌.ଏ)- କାଳିଆପାଣି ଆମ ପୋଲିସ ପକ୍ଷରୁ ଦୁଇଦିନ ଧରି ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଗୁରୁବାର ସକାଳ ୯ଟାରେ କାଳିଆପାଣି ପଞ୍ଚାୟତ କାଯର୍‌ୟାଳୟରୁ ବାଇକ ଶୋଭାଯାତ୍ରା କରାଯାଇଥିଲା ସରପଞ୍ଚ କଳ୍ପନା ଜେନା ଓ ଶ୍ରମିକ ସଂଘ ନେତା ନାରାୟଣ ଚନ୍ଦ୍ର ଧୀର ଅତିଥିଭାବେ ଯୋଗଦେଇ ଶୋଭାଯାତ୍ରାର ଉଦ୍‌ଘାଟନ କରିଥିଲେ ।

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ବିରଜାକ୍ଷେତ୍ର,୨୬ା୪(ଡି.ଏନ୍‌.ଏ.)- ରାଜ୍ୟ ଦକ୍ଷତା ପ୍ରାଧିକରଣ ଆନୁକୂଲ୍ୟରେ ଜିଲାପାଳଙ୍କ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ଅଧ୍ୟକ୍ଷତା କରିଥିଲେ। ଚଳିତ ମାସ ୨୯ ଓ ୩୦ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଦକ୍ଷତା ସହିତ ଜଡ଼ିତ ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ।