ଉପକୂଳ ଓଡିଶା

ହାଇୱା ଚାପାରେ ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

ହାଇୱା ଚାପାରେ ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ
ଦଶରଥପୁର,୨୧।୧୨(ଡି.ଏନ.ଏ.) ଯାଜପୁର ଜିଲା ଦଶରଥପୁର ବ୍ଲକ କାଟିଆ-ବୈଷପାନ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ଗୁରୁବାର ଅପରାହ୍ନରେ କାର୍ଯ୍ୟ ତଦାରଖ କରୁଥିବା ଜଣେ ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଉପରେ ହାଇୱା ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ କର୍ମଚାରୀ ହେଲେ ବୈଦରାଜପୁର ବାରବାଟି ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ସାହୁ(୪୮)। ଏହି ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଖବରପାଇ ମଙ୍ଗଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହ ନେବାକୁ ପ୍ରସ୍ତୁତି ଚଳାଇଥିଲା। ମାତ୍ର ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ମୃତଦେହ ଉଠାଇବାକୁ ଦେଇ ନ ଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତଦେହ ଉଠି ନ ଥିଲା । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ବିରଜା କନଷ୍ଟ୍ରକ୍ସନକୁ ଏହି ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ନ୍ୟସ୍ତ କରାଯାଇଛି । କମ୍ପାନୀର ଓଆର ୦୪ ପି ୩୦୨୫ ନମ୍ବର ବିଶିଷ୍ଟ ଏକ ହାଇୱା ଗାଡ଼ି ବାଳଦା ପ୍ରଧାନ ସାହି ଛକ ନିକଟରେ ପିଚୁ ଗୋଳା ହୋଇଥିବା ଚିପ୍ସ ଅନ୍‌ଲୋଡ କରିବା ଲାଗି ପଛକୁ ଚାଲିଥିଲା। ତେବେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ପଛରେ ସ୍କୁଟି ଉପରେ ବସିଥିବା ପୂର୍ତ୍ତ ବିଭାଗ କର୍ମଚାରୀ ପ୍ରଫୁଲ୍ଲଙ୍କ ଉପରେ ହାଇଓ୍ବା ମାଡି ଯାଇଥିଲା । ରାସ୍ତା କାର୍ଯ୍ୟର ତଦାରଖ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି କେତେଜଣ ପ୍ରତ୍ୟେକ୍ଷଦର୍ଶୀ ପ୍ରକାଶ କରିଛନ୍ତି ।
All Right Reserved By

ଉପକୂଳ ଓଡିଶା

ଗାଈଚରା କେନାଲ ବନ୍ଧରାସ୍ତା ଶୋଚନୀୟ

ଗାଈଚରା କେନାଲ ବନ୍ଧରାସ୍ତା ଶୋଚନୀୟ

ବିରିଡ଼ି,୨୩ା୧୦(ଡି.ଏନ.ଏ.): ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ଅନ୍ତର୍ଗତ ବିଲୁଆଖାଇ କେନାଲ ସବଡିଭିଜନ ବାଲିଆ ଅଧୀନରେ ଥିବା ଶଙ୍ଖାରୀସାହି ସେକ୍ସନର ଗାଈଚରା କେନାଲର ବାମପଟ ବନ୍ଧରାସ୍ତା ଶୋଚନୀୟ ହୋଇପଡିଛି। 

ଯୁବତୀଙ୍କ ମୃତଦେହ ଉଦ୍ଧାର

ଯୁବତୀଙ୍କ ମୃତଦେହ ଉଦ୍ଧାର

ନିରାକାରପୁର, ୨୩।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ  ଚିତ୍ରକୁଟ ପାହାଡ଼ ପାଦଦେଶରେ ଥିବା ଖଣି ଭିତରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ଯୁବତୀଙ୍କ ମୁହଁକୁ କେହି ଦୁର୍ବୃତ୍ତ ପଥରରେ ଛେଚି କ୍ଷତବିକ୍ଷତ କରି 

ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ଚଢ଼ାଉ

ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ଚଢ଼ାଉ

ଯାଜପୁର ରୋଡ଼, ୨୩।୧୦(ନି.ପ୍ର.): ଯାଜପୁର ଜିଲା ଯାଜପୁର ରୋଡ କହ୍ନେଇପୁରରେ ଥିବା ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ  ଓ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ଚଢ଼ାଉ କରାଯାଇଛି। ମଣିଶ୍ରୀ ଡାଇଗ୍ନୋସିସ୍‌ରେ ରକ୍ତ, ମଳ, ମୂତ୍ର, କଫ, ଧାତୁ ଅଲ୍‌ଟ୍ରାସାଉଣ୍ଟ ପ୍ରଭୃତି ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ରିପୋର୍ଟ ପ୍ରଦାନ କରାଯାଉଥିବା ବହୁବାର ଅଭିଯୋଗ ହୋଇଥିଲା। 

ପୋଖରୀରେ ବୁଡି ଶିଶୁ ମୃତ

ପୋଖରୀରେ ବୁଡି ଶିଶୁ ମୃତ

ମହାକାଳପଡା, ୨୩।୧୦(ଡି.ଏନ.ଏ.): ମହାକାଳପଡା ବ୍ଲକର ସୁନିତି ପଞ୍ଚାୟତର ସୁନିତି ଖୋକନ ମାନାଙ୍କ ଦୁଇ ବର୍ଷର ପୁଅ ରାମ(୨ବର୍ଷ) ନିକଟସ୍ଥ ଗାଡିଆ ପାଖରେ ଖେଳୁଥିବାବେଳେ ଅସାବଧାନତାବଶତଃ ପୋଖରୀରେ ବୁଡିଯାଇଥିଲେ।

ଜାତୀୟ ରାଜପଥ କଡ଼ରୁ ଗଳିତ ଶବ ଉଦ୍ଧାର

ଜାତୀୟ ରାଜପଥ କଡ଼ରୁ ଗଳିତ ଶବ ଉଦ୍ଧାର

ଚଣ୍ଡିଖୋଲ, ୨୩।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ. ୫(କ)ର ଭାକୁଡ଼ ଛକ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। 

ଶିବ ମନ୍ଦିରରୁ  ଚୋରି

ଶିବ ମନ୍ଦିରରୁ ଚୋରି

ରଣପୁର, ୨୩।୧୦(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ନରସିଂହପୁର ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଦେବ ଶିବ ମନ୍ଦିରରୁ ରବିବାର ମଧ୍ୟରାତ୍ରରେ ଚୋରି ହୋଇଛି। 

‘ଶିକ୍ଷା ହିଁ ବିକାଶର ଚାବିକାଠି’

‘ଶିକ୍ଷା ହିଁ ବିକାଶର ଚାବିକାଠି’

ଖଣ୍ଡପଡା,୨୩ା୧୦(ସ୍ବ.ପ୍ର.)-ଶିକ୍ଷା ହିଁ ବିକାଶର ଚାବିକାଠି। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଶିକ୍ଷା ଅପରିହାର୍ଯ୍ୟ ।  

 ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ରାଜକନିକା,୨୩ା୧୦(ଡି.ଏନ୍‌.ଏ.)- ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ରାଜକନିକା ସିଏଚ୍‌ସି କମିଟି ପକ୍ଷରୁ ସୋମବାର ରାଜକନିକା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। 

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୩ା୧୦- କେନ୍ଦ୍ରାପଡା ସହରର ଗୋପସ୍ଥିତ ଭାଜପା କାର୍ଯ୍ୟାଳୟରେ ଜିଲା ମହିଳା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଆୟୋଜିତ ହୋଇଯାଇଛି ା

ମହିଳା ସଶକ୍ତୀକରଣ ରାଜ୍ୟକୁ ସମୃଦ୍ଧ କରିଛି

ମହିଳା ସଶକ୍ତୀକରଣ ରାଜ୍ୟକୁ ସମୃଦ୍ଧ କରିଛି

କେନ୍ଦ୍ରାପଡ଼ା ଅଫିସ, ୨୩ା୧୦- ରାଜ୍ୟର ବିଜେଡି ସରକାର ମହିଳାଙ୍କୁ ସର୍ବଦା ଗୁରୁତ୍ୱ ଦେଇଛି ା ବିଭିନ୍ନ ଯୋଜନା ପ୍ରଣୟନ କରି ମହିଳାଙ୍କୁ ସ୍ବାବଲମ୍ବୀ କରିଛି ା ଏହା ଦ୍ୱାରା ରାଜ୍ୟ ସମୃଦ୍ଧ ହୋଇଥିବା କେନ୍ଦ୍ରାପଡା ବିଧାନସଭା ମଣ୍ଡଳୀସ୍ତରୀୟ ବିଜେଡିର ମହିଳା ସମାବେଶରେ ମତ ପ୍ରକାଶ ପାଇଛି ା

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଡୁବୁରୀ,୨୩ା୧୦(ଡି.ଏନ୍‌.ଏ.)- ମଙ୍ଗରାଜପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି ା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତା କାମର ଅବଧି ପୂରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଓ କଲର୍ଭଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରି ନାହଁି।

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଡୁବୁରୀ, ୨୩ା୧୦(ଡି.ଏନ୍‌.ଏ.)- ଜୟ ମା’ ଦୁର୍ଗା ଆଦିବାସୀ କ୍ଲବ ଓ ବଜ୍ରପଲ୍ଲୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ୨୬ତମ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା