ଉପକୂଳ ଓଡିଶା

ଲଘୁଚାପ ବର୍ଷା: ୨୫ ହଜାର ଚାଷୀ କ୍ଷତିଗ୍ରସ୍ତ ପ୍ରମୋଦ ନାୟକ

ଲଘୁଚାପ ବର୍ଷା: ୨୫ ହଜାର ଚାଷୀ କ୍ଷତିଗ୍ରସ୍ତ ପ୍ରମୋଦ ନାୟକ

ଜଗତ୍‌ସିଂହପୁର ଅଫିସ, ୨୧।୧୨

ଗତ ୯ ଓ ୧୦ ତାରିଖ ଲଘୁଚାପ ବର୍ଷାରେ ଜଗତ୍‌ସିଂହପୁର ଜିଲାର ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ସରକାରୀ ଭାବେ ମାତ୍ର ୫,୪୩୬ ହେକ୍ଟର ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ସେଥିମଧ୍ୟରେ ୫,୧୮୩ ଧାନ ଓ ୨୫୩ ହେକ୍ଟର ଅଣଧାନ ଫସଲ ରହିଛି। ଏହାଦ୍ୱାରା ପ୍ରାୟ ୨୫ ହଜାର ଲୋକ ବିଶେଷଭାବରେ ଫସଲ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ବର୍ଷାରେ ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକ ମଧ୍ୟରୁ ୩ଟିରେ ୩୩% ଉପରେ ଫସଲ ହାନୀ ଘଟିଥିବା ରିପୋର୍ଟ ପ୍ରସ୍ତୁତ ହୋଇଛି। ସ୍ବତନ୍ତ୍ର ରିଲିଫ କମିଶନଙ୍କୁ ଏହି ରିପୋର୍ଟ ଜିଲାପାଳ ପ୍ରଦାନ କରିଛନ୍ତି। ହେଲେ ଅନ୍ୟ ୫ଟି ବ୍ଲକରେ କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା ତାହା ୩୩%ରୁ କମ ହୋଇଥିବାରୁ କ୍ଷତିପୂରଣ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଜିଲାର ଭୌଗୋଳିକ ଅଞ୍ଚଳ ହେଉଛି ୧,୬୫,୯୭୦ ହେକ୍ଟର। ସେଥିମଧ୍ୟରୁ ୧,୦୪,୩୩୫ ହେକ୍ଟର ହେଉଛି ଚାଷ ଜମି। ଏହି ଚାଷ ଜମି ମଧ୍ୟରୁ ପାଖାପାଖି ୭୯ ହଜାର ହେକ୍ଟରରେ ଜଳସେଚନ ସୁବିଧା ରହିଛି। କିନ୍ତୁ ଚଳିତ ଖରିଫଋତୁରେ ପାଖାପାଖି ୮୬,୬୦୦ ହେକ୍ଟରରେ ଧାନ ଚାଷ ହୋଇଛି। ଅବଶିଷ୍ଟରେ ଅଣଧାନ ଯଥା ବିରି, ମୁଗ, କୋଳଥ, ବାଦାମ ଆଦି କରାଯାଇଛି। ଗତ ୯ ଓ ୧୦ ତାରିଖ ଲଘୁଚାପ ବର୍ଷାରେ ଜିଲାର କୁଜଙ୍ଗ, ଏରସମା ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳ ବିଶେଷଭାବରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। କୁଜଙ୍ଗ ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତର ୧୫୫ ଗାଁ ଲୋକେ ଫସଲ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ବ୍ଲକର ଧାନ ଓ ଅଣଧାନ ଫସଲ ହୋଇଥିବା ଜମି ମଧ୍ୟରୁ ବର୍ଷା ଯୋଗୁ ୩୩%ରୁ ୫୦% ଭିତରେ ୨,୮୫୩ ହେକ୍ଟର କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ଜଳସେଚିତ ୧,୪୬୫, ବର୍ଷା ଜଳ ଉପରେ ନିର୍ଭରଶୀଳ ୧,୧୩୫ ଓ ଅଣଜଳସେଚିତ ୨୫୩ ହେକ୍ଟର ଜମି ରହିଛି। ସେହିପରି ଏରସମା ବ୍ଲକ ଅନ୍ତର୍ଗତ ୨୫ ପଞ୍ଚାୟତର ୨୦୧ଟି ଗାଁ ଲୋକେ ମଧ୍ୟ ଫସଲ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ବ୍ଲକର ଧାନ ଓ ଅଣଧାନ ଫସଲ ହୋଇଥିବା ଜମି ମଧ୍ୟରୁ ବର୍ଷା ଯୋଗୁ ୩୩%ରୁ ୫୦% ଭିତରେ ୧,୮୮୮ ହେକ୍ଟର କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ସେଥିମଧ୍ୟରୁ ଜଳସେଚିତ ୬୫ ଓ ବର୍ଷା ଜଳ ଉପରେ ନିର୍ଭରଶୀଳ ୧,୮୨୩ ହେକ୍ଟର ଜମି ରହିଛି । ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ୧୬ ପଞ୍ଚାୟତର ୧୪୨ଟି ଗାଁ ଲୋକେ ଫସଲ ହାନୀର ଶିକାର ହୋଇଛନ୍ତି। ଏହି ବ୍ଲକର ଧାନ ଓ ଅଣଧାନ ଫସଲ ହୋଇଥିବା ଜମି ମଧ୍ୟରୁ ବର୍ଷା ଯୋଗୁ ୩୩%ରୁ ୫୦% ଭିତରେ ୪,୫୬୨ ହେକ୍ଟର କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ଜଳସେଚିତ ୬୫୮ ଓ ବର୍ଷା ଜଳ ଉପରେ ନିର୍ଭରଶୀଳ ୩୭ ହେକ୍ଟର ଜମି ରହିଛି। କୁଜଙ୍ଗ, ଏରସମା ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଯଥାକ୍ରମେ ୧୧,୦୨୦ ୯,୧୨୧ ଓ ୪,୫୬୨ ଏହିପରି ମୋଟ ୨୪,୭୦୩ ଜଣ ଚାଷୀ ବିଶେଷ ଭାବେ ଫସଲ ହାନୀର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶପ୍ରକାରେ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ସଂଗୃହୀତ ତଥ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରିଛନ୍ତି। ଆର୍‌ଆଇମାନେ କ୍ଷେତ୍ର ପରିଦର୍ଶନ କରି ତହସିଲଦାରମାନଙ୍କୁ ରିପୋର୍ଟ ଦେଇଥିଲେ। ତହସିଲଦାରମାନେ ଜିଲାପାଳଙ୍କୁ ଉପରୋକ୍ତ ରିପୋର୍ଟ ଦେଲା ପରେ ଏହି ଚିତ୍ର ପଦାକୁ ଆସିଛି। ହେଲେ କ୍ଷତିପୂରଣ ରାଶି ଚାଷୀଙ୍କୁ ଏଯାଏ ପ୍ରଦାନ କରାଯାଇନାହିଁ। ସରକାରଙ୍କ ତରଫରୁ ସହାୟତା ରାଶି ଦିଆଗଲା ପରେ ଯାଇ ଜିଲା ପ୍ରଶାସନ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଜିଲା ଆପାତକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିଥିବା ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା ପ୍ରଦାନ କରାଯିବ। ଏହି ହିସାବରେ ଜିଲାର ମୋଟ ୩,୨୪୫ ହେକ୍ଟର ପାଇଁ ୨,୨୦,୮୬,୪୦୦ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଅନୁରୂପ ଭାବେ ଜଳସେଚିତ ଜମିର ସର୍ବାଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ହିସାବରେ ମୋଟ ୨,୧୮୮ ହେକ୍ଟର ପାଇଁ ୨,୯୫,୩୮,୦୦୦ ଟଙ୍କା ଦିଆଯିବ। ତେବେ ପରିତାପର ବିଷୟ ହେଉଛି ଜିଲାର ଜଗତ୍‌ସିଂହପୁର, ବାଲିକୁଦା, ରଘୁନାଥପୁର, ନାଉଗଁା ଓ ବିରିଡ଼ି ବ୍ଲକର ଚାଷୀମାନେ ମଧ୍ୟ ଫସଲହାନୀର ସମ୍ମୁଖୀନ ହୋଇଥିଲେ ମଧ୍ୟ ସରକାରୀ ଆକଳନ ତାଲିକାରୁ ବାଦ୍‌ପଡିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୧୫ ଓ ୧୬ ଲଘୁଚାପ ବର୍ଷାରେ ଜିଲାର ବିରିଡ଼ି, କୁଜଙ୍ଗ, ରଘୁନାଥପୁର, ଏରସମା ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳ ବିଶେଷଭାବରେ ପ୍ରଭାବିତ ହୋଇଥିଲା। ଏହିସବୁ ବ୍ଲକର ୩୩% ଉପରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜମି ପରିମାଣ ଥିଲା ୫,୮୬୧.୭୦ ହେକ୍ଟର। ୨୮,୧୪୨ ଜଣ ଚାଷୀ ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଥିଲେ। କିନ୍ତୁ ଅଦ୍ୟାବଧି ଏ ବାବଦ କ୍ଷତିପୂରଣ ଚାଷୀଙ୍କୁ ପ୍ରଦାନ କରାଯାଇନାହିଁ।

All Right Reserved By

ଉପକୂଳ ଓଡିଶା

୪୫,୧୮୫ ଭୋଟରଙ୍କ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ

କେନ୍ଦ୍ରାପଡା ଅଫିସ,୧୯।୭-କେନ୍ଦ୍ରାପଡା ଜିଲାର ଅଦ୍ୟାବଧି ଭୋଟର ସଂଖ୍ୟା ୧୧,୬୯,୩୯୮ ।ତେବେ ଏଥିମଧ୍ୟରୁ ୪୫,୧୮୫ ଜଣ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ କରିଥିବା ଜିଲା ନିର୍ବାଚନ ବିଭାଗ ତଥ୍ୟରୁ ସୂଚନା ମିଳିଛି।

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁରରୋଡ,୧୯।୭(ନି.ପ୍ର.)-ନବଉତ୍କଳ ମହିଳା ସମିତି ପକ୍ଷରୁ ଗୁରୁବାର କୋରେଇ ମେଡିକାଲ, କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ପରିସର ଓ ଧନେଶ୍ୱର ପଞ୍ଚାୟତ ଅଫିସ ସମ୍ମୁଖରେ ବୃକ୍ଷରୋପଣ କରାଯାଇଛି ।

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

ମାର୍ଶାଘାଇ,୧୯।୭(ଡିଏନଏ)-ଗୁରୁବାର ଅପରାହ୍ନ ଗୋଟାଏ ସମୟରେ ମାର୍ଶାଘାଇ ଅଞ୍ଚଳରେ ଅସରାଏ ବର୍ଷା ହୋଇଯାଇଛି ।

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଶ୍ରୀଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡା ଜିଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ଶ୍ରୀଚନ୍ଦନଙ୍କ ୩୫ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

ବାଇପାଶ ରାସ୍ତାରେ ତାଳିପକା କାମ

ମାର୍ଶାଘାଇ,୧୯।୭(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୫ ନଂ (କ) ଜାତୀୟ ରାଜପଥର ମାର୍ଶାଘାଇ କେନାଲ ବ୍ରିଜର ଉଭୟ ପାର୍ଶ୍ୱ ବାଇପାସ ରାସ୍ତାରେ ବହୁ ଛୋଟ ବଡ ଖାଲଖମା ସୃଷ୍ଟି ହୋଇଛି ।

ମଦ ବ୍ୟବସାୟୀଙ୍କ ନାମରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯ା୭: ଜନୈକ ମୃତ ମହିଳାଙ୍କ ନାମରେ ବିଦେଶୀ ମଦ ଦୋକାନର ଲାଇସେନ୍ସ ଅବକାରୀ ବିଭାଗରୁ ରିନୁଆଲ କରାଯିବା ନେଇ ଜିଲା ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନାରେ ଗୁରୁବାର ଅଭିଯୋଗ ହୋଇଛି।

ଯୌତୁକ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମର ଆଲୋକ ନାୟକ ଓ ତାଙ୍କ ପରିବାର ବିରୋଧରେ ବୁଧବାର ଯୌତୁକ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ୨୦୧୫ ମେ’ ୨୭ ତାରିଖରେ ଆଲୋକଙ୍କୁ କଟକ ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସୁମିତ୍ରା ନାଥ ବିବାହ କରିଥିଲେ।

ବ୍ଲକସ୍ତରୀୟ ବନ ମହୋତ୍ସବ

ପଟ୍ଟାମୁଣ୍ଡାଇ,୧୯।୭(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ଇକୋ କ୍ଲବ ଆନୁକୂଲ୍ୟରେ ଖଡିଅଣ୍ଟାସ୍ଥିତ ଜି ପି ହାଇସ୍କୁଲଠାରେ ବ୍ଲକସ୍ତରୀୟ ବନ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ସମବାୟ ଆପଣଙ୍କ ଦ୍ୱାରରେ

ଡେରାବିଶ, ୧୯।୭ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ରତାଦିଆ-ଖଣ୍ଡସାହି ସେବା ସମବାୟ ସମିତି ତରଫରୁ ବୁଧବାର ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ।

ଭାଜପା କର୍ଯ୍ୟକର୍ତ୍ତା ସମ୍ମିଳନୀ

ରାଜକନିକା, ୧୯।୭ (ଡି.ଏନ୍‌.ଏ)-ରାଜକନିକା ବ୍ଲକ ଅଶୋକବଜାରସ୍ଥିତ ନୟନାମଣ୍ଡପରେ ଭାଜପାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ