ଉପକୂଳ ଓଡିଶା

ଭାଜପାକୁ ମହଙ୍ଗା ପଡ଼ିଲା ବିଜୟ ହଟାଅ ଅଭିଯାନ

ଭାଜପାକୁ ମହଙ୍ଗା ପଡ଼ିଲା ବିଜୟ ହଟାଅ ଅଭିଯାନ
ପାଟକୁରା, ୨୧।୧୨ (ଡି.ଏନ୍‌.ଏ.)- ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ରଙ୍କୁ ଅଣଦେଖା ଦଳକୁ ମହଙ୍ଗା ପଡିଛି। କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକର ପାଟକୁରା ପଞ୍ଚାୟତରେ ଗୁରୁବାର ଅନୁଷ୍ଠିତ ଭାଜପାର ମିଶ୍ରଣ ପର୍ବକୁ ବିଜୟଙ୍କ ସମର୍ଥକମାନେ ଦୃଢ଼ ବିରୋଧ କରିଛନ୍ତି। ଭାଜପା ନେତା ଉତ୍କଳ କେଶରୀ ପରିଡ଼ାଙ୍କ ଆବାହକତ୍ୱରେ ସ୍ଥାନୀୟ ସିଙ୍ଗିଟିଆ ପଡିଆଠାରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ କୋରୁଆ ପୋଲ ନିକଟରୁ ଏକ ଶୋଭାଯାତ୍ରା ସଭାମଞ୍ଚକୁ ଆସୁଥିବା ବେଳେ ବିଜୟଙ୍କ ସମର୍ଥକମାନେ ଏଥିରେ ବାଧା ସୃଷ୍ଟି କରିଥିଲେ। ଏଥିସହ ଉକ୍ତ ସଭାକୁ ବିଜୟଙ୍କୁ ଡ଼କାଯାଇ ନଥିବାରୁ ତାଙ୍କର ଶତାଧିକ ସମର୍ଥକ ସଭାସ୍ଥଳରେ ପହଞ୍ଚତ୍ ସଭାମଞ୍ଚ ଭଙ୍ଗାରୁଜା କରିଥିଲେ। ବିଜୟଙ୍କୁ ଦଳ ପକ୍ଷରୁ ଅଣଦେଖା ଓ ଜିଲାର ବିଭିନ୍ନ ସ୍ଥାନରେ ବିଜୟ ହଟାଅ କାର୍ଯ୍ୟକ୍ରମର ଏହା ପ୍ରତିଫଳନ ବୋଲି ପୂର୍ବତନ ବ୍ଲକ ଭାଜପା ସଭାପତି ଅମୀୟ କୁମାର ପରିଜା ପ୍ରକାଶ କରିଛନ୍ତି। ଅପରପକ୍ଷେ ସଭାମଞ୍ଚ ଭାଙ୍ଗି ଦଳୀୟ କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଟାର ଜବାବ ପଥରରେ ଦିଆଯିବ ବୋଲି ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁ ସୂଚନା ଦେଇଛନ୍ତି। ଭାଜପା ମୁଖପାତ୍ର ଜ୍ଞାନଦେବ ବେଉରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ଅଲେଖ ଜେନା, ଦଳୀୟ ମୁଖପାତ୍ର ଜ୍ଞାନଦେବ ବେଉରା, ଜିଲା ଭାଜପା ସଭାପତି ସାହୁ, ଉତ୍କଳକେଶରୀ ପରିଡ଼ା, ଭୁବନମୋହନ ଜେନା, ଗୀତାଞ୍ଜଳି ସେଠୀ, ବିକ୍ରମ କେଶରୀ ରାଉତରାୟ, ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ପ୍ରମୁଖ ଯୋଗଦେଇଥିଲେ। ସଭାରେ ଭାଜପା ନେତୃମଣ୍ଡଳୀ ବିଜୟଙ୍କ ସମର୍ଥକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ । ଏହି ଅବସରରେ ନକୁଳ ବିଶ୍ୱାଳ, ରବୀନ୍ଦ୍ର ସେଠୀ, କେଦାରନାଥ ବାରିକ, ନୃସିଂହ ରାଉତ, ତାପସ ରାଉତ, ଚନ୍ଦନ ମିତ୍ର, ସୁବାସ ରାଉତ ପ୍ରମୁଖ ଭାଜପାରେ ଯୋଗଦେଇଥିଲେ।
All Right Reserved By

ଉପକୂଳ ଓଡିଶା

ଜିଲାପାଳଙ୍କ ଅଚାନକ ମାର୍ଶାଘାଇ ଗସ୍ତ: ବିଇଓ ଅଫିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ମାର୍ଶାଘାଇ,୧୮।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ବିଇଓ ଅଫିସରେ ମଙ୍ଗଳବାର ଜିଲାପାଳ ଦାଶରଥି ଶତପଥୀ ଅଚାନକ ପହଞ୍ଚିଥିଲେ।

ବିଭିନ୍ନ ଦାବିନେଇ ଡାକ କର୍ମଚାରୀଙ୍କ ଧର୍ମଘଟ

ବିଭିନ୍ନ ଦାବିନେଇ ଡାକ କର୍ମଚାରୀଙ୍କ ଧର୍ମଘଟ

ଆଳି,୧୮।୧୨(ଡି.ଏନ୍‌.ଏ.): ବିଭିନ୍ନ ଦାବିନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ଜାତୀୟ ଗ୍ରାମୀଣ ଡାକ ସେବକ ସଂଘର ଆହ୍ବାନ କ୍ରମେ ଡାକ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମଙ୍ଗଳବାର ଧାରଣାରେ ବସିଛନ୍ତି।

ମୌଳିକ ସୁବିଧାରୁ ବଞ୍ଚିତ ୪୨ ଆଦିବାସୀ ପରିବାର: ରାସ୍ତା, ପାନୀୟଜଳ ପାଲଟିଛି ସାତସପନ

ମୌଳିକ ସୁବିଧାରୁ ବଞ୍ଚିତ ୪୨ ଆଦିବାସୀ ପରିବାର: ରାସ୍ତା, ପାନୀୟଜଳ ପାଲଟିଛି ସାତସପନ

ବୋଲଗଡ଼,୧୮ା୧୨(ମନୋରଞ୍ଜନ ମିଶ୍ର)-ଗ୍ରାମାଞ୍ଚଳର ବିକାଶ, ଗରିବ ଓ ଆଦିବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତିି। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଉଦାସୀନତା ଏବଂ ତଦାରଖ ଅଭାବରୁ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି।

ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ : ଦିବ୍ୟାଙ୍ଗ କୃପାସିନ୍ଧୁ ରାଶନ କାର୍ଡରୁ ବଞ୍ଚିତ

ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ : ଦିବ୍ୟାଙ୍ଗ କୃପାସିନ୍ଧୁ ରାଶନ କାର୍ଡରୁ ବଞ୍ଚିତ

ନୂଆଗାଁ,୧୮।୧୨ (ଡି.ଏନ.ଏ.)-ଦେଶର କୌଣସି ଲୋକଙ୍କୁ ଭୋକରେ ନ ରଖିବା ଆଭିମୁଖ୍ୟ ନେଇ ୨୦୧୫ ନଭେମ୍ବରଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ସାମିଲ ହେବା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ ପୂର୍ବକ ରାଜ୍ୟର ୩ କୋଟି ୨୬ଲକ୍ଷ ୪୧ ହଜାର ହିତାଧିକାରୀ ଚୟନ କରାଯାଇଛି। 

ବାର୍ଡ ଫ୍ଲୁ : ମରାଗଲାଣି ୭୩୧୫ କୁକୁଡ଼ା

ବାର୍ଡ ଫ୍ଲୁ : ମରାଗଲାଣି ୭୩୧୫ କୁକୁଡ଼ା

କୃଷ୍ଣପ୍ରସାଦ,୧୮ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ୪ ଦିନ ହେଲା କୁକୁଡ଼ାମରା ଅଭିଯାନ ଜାରି ରହିଛି ା ବର୍ତ୍ତମାନ ସୁଦ୍ଧା ୭୩୧୫ କୁକୁଡ଼ା ମାରି ପୋତି ଦିଆଯାଇଛି ା

ଖୋଲିଲା ସରକାରୀ ଧାନମଣ୍ଡି : ପ୍ରଥମ ଦିନରେ ୧୧ ଚାଷୀଙ୍କଠାରୁ  ୪୨୬ କୁଇଣ୍ଟାଲ ଧାନକ୍ରୟ

ଖୋଲିଲା ସରକାରୀ ଧାନମଣ୍ଡି : ପ୍ରଥମ ଦିନରେ ୧୧ ଚାଷୀଙ୍କଠାରୁ ୪୨୬ କୁଇଣ୍ଟାଲ ଧାନକ୍ରୟ

ନୟାଗଡ଼ ଅଫିସ,୧୭ା୧୨- ଜିଲା ଯୋଗାଣ ବିଭାଗ ଦ୍ୱାରା ନୟାଗଡ଼ ଜିଲାରେ  ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ଜରିଆରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

କଳିଙ୍ଗନଗର ପୁସ୍ତକମେଳାରେ କବିତା ପାଠୋତ୍ସବ

କଳିଙ୍ଗନଗର ପୁସ୍ତକମେଳାରେ କବିତା ପାଠୋତ୍ସବ

କଳିଙ୍ଗନଗର, ୧୭ା୧୨(ଡି.ଏନ.ଏ.)- ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାରେ ସୋମବାର ବଉଳଫୁଲ ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା

ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା

ଜଗତ୍‌ସିଂହପୁର ଅଫିସ,୧୭ା୧୨- ସ୍ଥାନୀୟ ଏସ୍‌.କେ. ଏକାଡେମୀ ପରିସରରେ ସୋମବାର ୭ମ ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ତଥା ୪୫ତମ ଜବାହରଲାଲ ନେହେରୁ ବିଜ୍ଞାନମେଳା ଉଦ୍‌ଘାଟିତ ହୋଇଯାଇଛି।

ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ନୟାଗଡ଼ ଅଫିସ,୧୭।୧୨- ନୟାଗଡ଼ ଜିଲା ଓଡ଼ଗାଁଠାରେ ହୋଇଥିବା ଜିଲାସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗିତାରେ ନୟାଗଡ଼ ଏନ୍‌ଏସି ସ୍କୁଲର ଛାତ୍ରଙ୍କ  ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଛି। 

ବାଲୁଗାଁ ଏନ୍‌ଏସିରେ ସ୍ବଚ୍ଛ ଭାରତ ସ୍ବଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ

ବାଲୁଗାଁ ଏନ୍‌ଏସିରେ ସ୍ବଚ୍ଛ ଭାରତ ସ୍ବଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ

ବାଲୁଗଁ।,୧୭।୧୨(ଡି.ଏନ.ଏ.)- ବାଲୁଗାଁ ଏନ୍‌ଏସିକୁ ଖୋଲା ଶୌଚମୁକ୍ତ ଅଞ୍ଚଳ ସହ ସ୍ବଚ୍ଛ ସହର ଭାବେ ଗଢ଼ିବା ଉଦ୍ଦେଶ୍ୟରେ ସ୍ବଚ୍ଛ ମିଶନ ଆନୁକୂଲ୍ୟରେ ରବିବାର ଏକ କାର୍ଯ୍ୟକ୍ରମ ପରିଷଦର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।

ବର୍ଷା ଆଶଙ୍କା କରି ଚାଷୀ ଚିନ୍ତିତ

ବର୍ଷା ଆଶଙ୍କା କରି ଚାଷୀ ଚିନ୍ତିତ

ବାଲୁଗଁ।,୧୭।୧୨(ଡି.ଏନ.ଏ.)- ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥ୍‌ତ୍ବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା କରି ବାଲୁଗାଁ-ବାଣପୁର ଅଞ୍ଚଳର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ନୟାଗଡ଼ ଅଫିସ,୧୭ା୧୨- ଜିଲା ବିଜୁ ଯୁବବାହିନୀ ପକ୍ଷରୁ ରବିବାର ନୟାଗଡ଼ ଖେଳପଡ଼ିଆଠାରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପ୍ରଥମେ ଜିଲାସ୍ତରୀୟ ଭଲିବଲ୍‌ ଟୁର୍ନାମେଣ୍ଟ କରାଯାଇଥିଲା।