ଉପକୂଳ ଓଡିଶା

ଶ୍ରମିକ କାର୍ଯ୍ୟାଳୟ ଘେରାଉ

ଶ୍ରମିକ କାର୍ଯ୍ୟାଳୟ ଘେରାଉ

ନୟାଗଡ ଅଫିସ,୨୧।୧୨- ନୟାଗଡ ଜିଲା ଶ୍ରମିକ କାର୍ଯ୍ୟାଳୟକୁ ଗୁରୁବାର ବିଭିନ୍ନ ପଞ୍ଚାୟତର ଶ୍ରମିକମାନେ ଘେରାଉ କରିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକ ପରିଚୟ ପତ୍ର ପ୍ରଦାନ ଓ ସହାୟତା ରାଶି ପ୍ରଦାନ ଆଦି ଦାବି ନେଇ ସେମାନେ ଏହି ବିକ୍ଷୋଭ କରିଥିଲେ। ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଏହାର ନେତୃତ୍ୱ ନେଇଥିଲେ।

All Right Reserved By

ଉପକୂଳ ଓଡିଶା

ଗ୍ରାମବାସୀଙ୍କ ଉପରେ ମାଡ଼ିଗଲା ବୋଲେରୋ: ୩ ଗୁରୁତର

ଯାଜପୁର ରୋଡ,୧୬।୭ (ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ତଲୁରି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଟିମ୍‌ ଋଣ ଆଦାୟ ପାଇଁ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ବ୍ଲକସ୍ତରୀୟ ବନମହୋତ୍ସବ

ବ୍ଲକସ୍ତରୀୟ ବନମହୋତ୍ସବ

ରାଜକନିକା, ୧୬।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକେଏନ୍ଦା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ସୋମବାର ପାଳିତ ହୋଇଯାଇଛି।

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ମାର୍ଶାଘାଇ,୧୬।୭(ଡି.ଏନ୍‌.ଏ.): ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ନବରକାନ ପୋଲ ମଧ୍ୟବର୍ତ୍ତୀ ସ୍ଥାନରେ ୩ ମାସ ପୂର୍ବରୁ ଏକ ଖାଲ ସୃଷ୍ଟି ହୋଇଥିଲା। ପରେ ରାଜପଥ ପ୍ରାଧିକରଣ ଦ୍ୱାରା ଏହାକୁ ମରାମତି କରାଯାଇଥିଲା।

ନୟାଗଡ଼ ସହରରେ ବାଇପାସ୍‌ ରାସ୍ତା ପ୍ରସଙ୍ଗ: ମାର୍ଚ୍ଚ ୨୦୨୦ ସୁଦ୍ଧା ହୋଇପାରେ କାର୍ଯ୍ୟକାରୀ

ନୟାଗଡ଼ ଅଫିସ,୧୬।୭- ନୟାଗଡ଼ ସହର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ. ରାଜ୍ୟ ରାଜପଥ। ତେଣୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ଧାରଣା ହୋଇଥାଏ।

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ଗଣିଆ,୧୬।୭(ଡି.ଏନ୍‌.ଏ.)- ପ୍ରାକୃତିକ ପରିବେଶ ଧ୍ୱଂସ ଯୋଗୁ ଦିନକୁ ଦିନ କେତେକ ବନ୍ୟପ୍ରାଣୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଉପଯୁକ୍ତ ଆବାସସ୍ଥଳୀ ନଷ୍ଟ ସାଙ୍ଗକୁ ପ୍ରତିକୂଳ ପରିବେଶରେ ନିଜକୁ ଖାପ ଖୁଆଇ ନ ପାରି ଏମାନଙ୍କର ବଂଶ ବିଲୁପ୍ତ ହେବାରେ ଲାଗିଛି। ଡାଇନୋସର ପରେ ବିଶାଳକାୟ ଜୀବ ହାତୀର ଅବସ୍ଥା ସଙ୍ଗିନ ହୋଇପଡିଛି।

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ନୟାଗଡ଼ ଅଫିସ,୧୬।୭- ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ନୟାଗଡ଼ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ନେହାରାଣୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭିକ୍ଷାକାରୀ ସାହୁ ଓ ପ୍ରମିଳା ସାହୁଙ୍କ କନ୍ୟା ହେଉଛନ୍ତି ସ୍ନେହାରାଣୀ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଖଣ୍ଡପଡା,୧୬।୭(ସ୍ବ.ପ୍ର.)- ସମବାୟ ବିଭାଗର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦ୍ୱାରା ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଚାଲୁ ରହିଛି। କୃଷି ଓ କୃଷକର ଉନ୍ନତି ନିମନ୍ତେ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନୟାଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଖଣ୍ଡପଡା ଶାଖା ଅଧୀନରେ ଥିବା ବେଣାଗାଡିଆ ଓ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମନ୍ଦିରରେ ପୂଜକଙ୍କୁ ହତ୍ୟା

ମନ୍ଦିରରେ ପୂଜକଙ୍କୁ ହତ୍ୟା

ନିରାକାରପୁର,୧୬।୭(ଡି.ଏନ୍‌.ଏ.)- ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଓଳସିଂହ ପଞ୍ଚାୟତ ଓଳସିଂହ ଗ୍ରାମସ୍ଥିତ ମା’ ସିଦ୍ଧେଶ୍ୱରୀଙ୍କ ମନ୍ଦିର ପରିସରରୁ ରବିବାର ସକାଳେ ଜଣେ ପୂଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଓଳସିଂହ ଗ୍ରାମର ସୋମନାଥ ବିଶ୍ୱାଳ।

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ରଣପୁର,୧୬।୭(ସ୍ବ.ପ୍ର.)- ଘୋଷଯାତ୍ରାରେ ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ରଥାରୂଢ ହୋଇ ଜନ୍ମମାଟି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥିଲେ। ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ମାଉସୀମା’ ମନ୍ଦିର ରଥଖଳାରେ ପହଞ୍ଚାଇଥିଲେ।

ବନ୍ଧୁକ ଦେଖାଇ ଦୋକାନରୁ ଲୁଟ୍‌

ରଣପୁର,୧୬।୭(ସ୍ବ.ପ୍ର.)- ରଣପୁର ଏନ୍‌ଏସିର ବଡବଜାରଠାରେ ଥିବା ଏକ ଷ୍ଟେସନାରୀ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଦୁଇ ଯୁବକ ନଗଦ ଟଙ୍କା ସହ ଏକ ସୁନାଚେନ ଲୁଟିନେଇଛନ୍ତି। ରବିବାର ସକାଳେ ଏ ନେଇ ଦୋକାନ ମାଲିକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଦଶପଲ୍ଲା ଏନ୍‌ଏସିରେ ପରିମଳ ସେବା ବନ୍ଦ

ଦଶପଲ୍ଲା ଏନ୍‌ଏସିରେ ପରିମଳ ସେବା ବନ୍ଦ

ଦଶପଲ୍ଲା,୧୬।୭(ଡି.ଏନ.ଏ.)- ଗତ ଶନିବାରଠାରୁ ଦଶପଲ୍ଲା ଏନ୍‌ଏସିରେ ପରିମଳ ସେବା ବନ୍ଦ ରହିଛି। ଏହି ଦାୟିତ୍ୱ ନେଇଥିବା ଉତ୍କଳ ଫାସିଲିଟି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇ ୨ଦିନ ହେଲା କାର୍ଯ୍ୟ ବନ୍ଦ ରଖାଯାଇଛି। ୨୦୧୭ ଡିସେମ୍ବର ୨୫ ତାରିଖଠାରୁ ପରିମଳ ଟେଣ୍ଡରର କାର୍ଯ୍ୟ ଦିବସ ଶେଷ ହୋଇଛି।

ମହାପ୍ରଭୁଙ୍କ ମତ୍ସ୍ୟ ଅବତାର

ମହାପ୍ରଭୁଙ୍କ ମତ୍ସ୍ୟ ଅବତାର

ଦଶପଲ୍ଲା,୧୬।୭ (ଡି.ଏନ.ଏ.)- ରବିବାର ପୂର୍ବାହ୍ନରେ ମହାପ୍ରଭୁ ଜଗନ୍ନାଥ ଦଶପଲ୍ଲାର ମାଉସୀ ଘର ତଥା ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ବା ପରେ ପାରମ୍ପରିକ ନୀତିକାନ୍ତି ଆରମ୍ଭ ହୋଇଛି। ମହାପ୍ରଭୁ ମାଉସୀ ଘରେ ୭ଦିନ ପାଇଁ ବିଜେ କରିଥିବା ବେଳେ ଆଜିଠାରୁ ଜଗନ୍ନାଥଙ୍କ ବିଭିନ୍ନ ଅବତାର ବେଶ ଆରମ୍ଭ ହୋଇଛି।

Model This Week

ରୂପେଶ