ଉପକୂଳ ଓଡିଶା

ଠିକାସଂସ୍ଥାର ଯନ୍ତ୍ରୀଙ୍କୁ ଗୁଳିମାଡ

 ଠିକାସଂସ୍ଥାର ଯନ୍ତ୍ରୀଙ୍କୁ  ଗୁଳିମାଡ

କେନ୍ଦ୍ରାପଡା ଅଫିସ,୨୧।୧୨- କେନ୍ଦ୍ରାପଡା ଜିଲା ଟାଉନ ଥାନା ଅଧୀନ ବଡ ମଙ୍ଗଳାସ୍ଥିତ ନିର୍ମାଣାଧୀନ ୩୩ କେଭି ବିଦ୍ୟୁତ୍‌ ସବ୍‌ ଷ୍ଟେଶନଠାରେ ଗୁରୁବାର ଜଣେ ଯୁବଯନ୍ତ୍ରୀଙ୍କୁ ଗୁଳିମାଡ ହୋଇଛି। ସେ ହେଲେ ତାଳଚେର ସହରର ଦେବଶିଷ ସାହୁ(୩୨)। ଦେବାଶିଷ ଭୁବେଶ୍ୱରସ୍ଥିତ ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଟାଉନ୍‌ଥାନା ଠାରେ ଚାଲିଥିବା ବିଦ୍ୟୁତ୍‌ ସବ ଷ୍ଟେଶନ ନିର୍ମାଣ କାର୍ଯ୍ୟ ଗୁପ୍ତା ପାଓ୍ବାରକୁ ମିଳିଛି। ଦେବଶିଷ ଉକ୍ତ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିଲେ। ଠିକାସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୋମ୍ୟ ରଞ୍ଜନଙ୍କ କହିବାନୁଯାୟୀ, ଜଣେ ଦୁର୍ବୃତ୍ତ ନିର୍ମାଣାଧୀନ ସ୍ଥାନରେ ପହଞ୍ଚତ୍ ଠିକାସଂସ୍ଥାର ଯନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଥିଲେ। ଦେବାଶିଷ ଆଗକୁ ଆସିବାରୁ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ନିର୍ମାଣ କାର୍ଯ୍ୟଠାରେ ଉପସ୍ଥିତ ଥିବା ଠିକାସଂସ୍ଥାର କର୍ମଚାରୀମାନେ ଦେବାଶିଷଙ୍କୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରିଦିଆଯାଇଛି। ଖବରପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଦାଦାବଟିକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

All Right Reserved By

ଉପକୂଳ ଓଡିଶା

କୋର୍ଟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ

ମାର୍ଶାଘାଇ,୧୫।୭(ଡିଏନଏ)-ମାର୍ଶାଘାଇରେ କୋର୍ଟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ହୋଇଛି । ଏଥିପାଇଁ କେନ୍ଦ୍ରାପଡା ଜିଲା ଜଜ୍‌ ବାସୁଦେବ ପଣ୍ଡା ନିକଟରେ ମାର୍ଶାଘାଇ ତହସିଲ ଗସ୍ତ କରି ତହସିଲ ଅଫିସ ଦ୍ୱାରା ପୂର୍ବରୁ ଚିହ୍ନଟ କରାଯାଇଥିବା ଜମିକୁ ଦେଖିଥିଲେ।

ପଚା ଗ୍ୟାସ ଗନ୍ଧ: ଲୋକେ ଅତିଷ୍ଟ

ପଚା ଗ୍ୟାସ ଗନ୍ଧ: ଲୋକେ ଅତିଷ୍ଟ

କୁଜଙ୍ଗ,୧୫।୭(ସ୍ବ.ପ୍ର.)- କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ ରବିବାର ଦିନ ୧୨ଟାରୁ ପଚା ଗ୍ୟାସ ଗନ୍ଧ ହେଉଛି। ଗନ୍ଧରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି।

ସାପ କାମୁଡ଼ାରେ ଯୁବକ ମୃତ

ସାପ କାମୁଡ଼ାରେ ଯୁବକ ମୃତ

ଯାଜପୁର ଅଫିସ,୧୫।୭: ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ ରବିବାର ସକାଳେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚଗଲୁ ଖଟୁଆ(୨୫)। ଗତ ଶୁକ୍ରବାର ବିଲରେ କାମ କରୁଥିବାବେଳେ କୌଣସି ଏକ ବିଷାକ୍ତ ସାପ ଚଗଲୁଙ୍କୁ କାମୁଡ଼ି ଦେଇଥିଲା।

ନକଲି ଡାକ୍ତରଙ୍କ ପାଇଁ ନାବାଳକଙ୍କ ଜୀବନ ଗଲା

ନକଲି ଡାକ୍ତରଙ୍କ ପାଇଁ ନାବାଳକଙ୍କ ଜୀବନ ଗଲା

ରାଜନଗର,୧୫।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଲିକଣା ପୋଖରୀସାହିର ମେଘନାଦ ବାରିକଙ୍କ ୧୪ ବର୍ଷର ପୁଅ ସୁବ୍ରତ ବାରିକ ରବିବାର ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଛନ୍ତି। ଜଣେ ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଡାକ୍ତର ହେଲେ ଇନ୍ଦ୍ରଜିତ ବିଶ୍ୱାସ।

ଜଳ ନିଷ୍କାସନକୁ କେନ୍ଦ୍ରକରି  ଗୁଳିକାଣ୍ଡ :୨ଭାଇ ମୃତ

ଜଳ ନିଷ୍କାସନକୁ କେନ୍ଦ୍ରକରି ଗୁଳିକାଣ୍ଡ :୨ଭାଇ ମୃତ

ନୟାଗଡ଼ ଅଫିସ,୧୫।୭-ଜଳ ନିଷ୍କାସନକୁ କେନ୍ଦ୍ରକରି ଶନିବାର ନୟାଗଡ଼ ଜିଲା ଶରଣକୁଳ ଥାନା ଶିଖରପୁର- କଜଳାଇପଲ୍ଲୀ ଆରଡି ରାସ୍ତାର ଖିଲାରପାଟଣା ମଶାଣିଠାରେ ଗୁଳିକାଣ୍ଡ ହୋଇଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି।

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ

ଭାପୁର,୧୫।୭(ଡି.ଏନ୍‌.ଏ.)-ଭାପୁର ଡାକ୍ତରଖାନା ପରିସରରେ ଥିବା ଏକ କ୍ୱାର୍ଟରରେ ବିଦ୍ୟୁତ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଯିବା ସହ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ସିଆଳରେ ପିଲା ଟାଣିଲେ ରଥ

ସିଆଳରେ ପିଲା ଟାଣିଲେ ରଥ

କୃଷ୍ଣପ୍ରସାଦ,୧୫।୭(ଡି.ଏନ.ଏ.)- ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସିଆଳ ଗାଁରେ ଶନିବାର ଘୋଷଯାତ୍ରାରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ରଥକୁ ପିଲାମାନେ ଟାଣିଛନ୍ତି। ଅଞ୍ଚଳବାସୀ ପୁରୀ ଯାଇ ଘୋଷଯାତ୍ରା ଦେଖିବାରୁ ବଞ୍ଚତ୍ତ ପିଲାମାନଙ୍କ ପାଇଁ ଗତ ୧୯ ବର୍ଷ ତଳେ ଏକ ଆକର୍ଷଣୀୟ ରଥ ନିର୍ମାଣ କରି ପିଲାମାନଙ୍କ ଦ୍ୱାରା ରଥ ଟଣାର ବ୍ୟବସ୍ଥା କରିଥିଲେ।

ବିଜେଡିରେ ମିଶିଲେ ଆମ ଓଡିଶା କର୍ମୀ

ଭାପୁର,୧୫।୭(ଡି.ଏନ.ଏ.)-ଭାପୁର ବ୍ଲକ ଚକ୍ରଧରପ୍ରସାଦ ପଞ୍ଚାୟତରେ ବିଜେଡି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଚକ୍ରଧରପ୍ରସାଦ ଗ୍ରାମର ସରସ୍ବତୀ ଶିଶୁ ମନ୍ଦିର ନିକଟରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଦେଢ ଘଣ୍ଟା ବିଳମ୍ବରେ ଟଣାହେଲା ରଥ

ଦେଢ ଘଣ୍ଟା ବିଳମ୍ବରେ ଟଣାହେଲା ରଥ

ରଣପୁର,୧୫।୭ (ସ୍ବ.ପ୍ର.)- ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରରେ ଶନିବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଇଯାଇଛି। ଏଥିପାଇଁ ସକାଳୁ ରଣପୁର ଦାଣ୍ଡ ହୋଇଯାଇଥିଲା ଲୋକାରଣ୍ୟ। ତିନି ରଥ ପ୍ରତିଷ୍ଠା କରିଯିବା ପରେ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟଠାରୁ ପ୍ରାୟ ୨ଘଣ୍ଟା ବିଳମ୍ଭରେ ବାଜିଥିଲା ବିଜେ କାହାଳି।

ପ୍ରତିଷ୍ଠାକୁ ବିତିଲା ୧୫ବର୍ଷ: ଅସୁରକ୍ଷିତ ଗୃହରେ ଚାଲିଛି ରୋଗୀସେବା

ପ୍ରତିଷ୍ଠାକୁ ବିତିଲା ୧୫ବର୍ଷ: ଅସୁରକ୍ଷିତ ଗୃହରେ ଚାଲିଛି ରୋଗୀସେବା

ମାର୍ଶାଘାଇ, ୧୫।୭ (ଡି.ଏନ୍‌.ଏ.): ବିଭିନ୍ନ ରୋଗରୁ ଉପଚାର ବା ନିରାକରଣ ନିମନ୍ତେ ଲୋକମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବେଳେ କେତେକ ସ୍ଥାନରେ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅସୁବିଧା ଥିବା ଦେଖାଯାଉଛି। କେଉଁଠି ଡାକ୍ତର, କର୍ମଚାରୀ ଅଭାବ ତ ଆଉ କେଉଁଠି ନିରାମୟ ଯୋଜନାରେ ଔଷଧ ମିଳୁ ନଥିବା ଦେଖାଯାଉଛି।

ଭଣ୍ଡାରରେ ନାହିଁ ରକ୍ତ, ରୋଗୀ ହୀନସ୍ତା

ଭଣ୍ଡାରରେ ନାହିଁ ରକ୍ତ, ରୋଗୀ ହୀନସ୍ତା

ଯାଜପୁରରୋଡ଼,୧୫।୭(ନି.ପ୍ର): ଟୋପାଏ ରକ୍ତ ଅପେକ୍ଷାରେ ରହିଛନ୍ତି ମୃତ୍ୟୁ ସହ ଲଢ଼େଇ କରୁଥିବା ଅନେକ ଜୀବନ। ମାତ୍ର ରକ୍ତ ଅଭାବରୁ ଅନେକ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି ଯାଜପୁର ରୋଡରେ। ରକ୍ତ ଭଣ୍ଡାରରେ ରକ୍ତ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପତିଆରା ଦେଖାଇବାରେ ବ୍ୟସ୍ତ ନେତା

ଯାଜପୁର ଅଫିସ,୧୫।୭: ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ୮୦ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ପୋଲିସ ସାଧାରଣ ଲୋକଙ୍କ ସହିତ ବନ୍ଧୁତ୍ୱ ଭାବନା ନ ରଖି ନିଜ ସ୍ବାର୍ଥପ୍ରତି କାର୍ଯ୍ୟ କରୁଛି। ପୋଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ଓ ସମ୍ବେଦନଶୀଳ ମାମଲାଗୁଡିକୁ ରଫାଦଫା କରି କେଶ୍‌ଡାଏରୀ ଦାଖଲ ହେଉଛି।

Model This Week

ରୂପେଶ