ଉପକୂଳ ଓଡିଶା

ଛାତରୁ ଗଳି ଶ୍ରମିକ ମୃତ

ଛାତରୁ ଗଳି ଶ୍ରମିକ ମୃତ

ଜଗତସିଂହପୁର ଅଫିସ,୨୧।୧୨- ଜଗତସିଂହପୁର କଲେଜ ଫାଟକ ନିକଟ ଏକ କୋଠାଘର ଛାତରୁ ଗଳିପଡ଼ିବାରୁ ଗୁରୁବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ଶରତ ଦାସ (୩୮)। ଶରତ ପ୍ରତ୍ୟହ ସକାଳେ ଏହି କେଠାଘରେ ଝାଡୁ ଓ ସଫେଇ କାର୍ଯ୍ୟ କରୁଥିଲେ। ପ୍ରତିଦିନ ପରି ସେ ଆସି ସଫେଇ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣବଶତଃ ଛାତରୁ ଗଳି ପଡିଥିଲେ। ଫଳରେ ଶରତ ଗୁରୁତର ହୋଇପଡିଥିଲେ। କେତେଜଣ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶରତଙ୍କୁ ମୃତ ଘୋଷଣା କରିଥିଲେ।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ଆକାଶରେ ବିଶୋଧନାଗାର ନିଆଁ

ଆକାଶରେ ବିଶୋଧନାଗାର ନିଆଁ

ପାରାଦୀପ,୨୨।୪(ସ୍ବ.ପ୍ର.): ଦେଶର ଅନ୍ୟତମ ବୃହତ୍‌ ପ୍ରକଳ୍ପ ତୈଳ ବିଶୋଧନାଗାର ପାରାଦୀପରେ ୨୦୧୪ରୁ ଉତ୍ପାଦନକ୍ଷମ ହୋଇଛି। ସେହିଦିନଠାରୁ ୩୩୪୪ ଏକର ଜାଗାରେ ପ୍ରତିଷ୍ଠିତ ଏହି ପ୍ରକଳ୍ପ ପରିସରରେ ୧୩୧ ମିଟର ଉଚ୍ଚ ଚିମିନି ଉପରେ ଅନବରତ ନିଆଁ ଜଳୁଛି। ଏଥିଯୋଗୁ ରାତିରେ ପାରାଦୀପରେ ସମଗ୍ର ଆକାଶ ଆଲୋକିତ ହୋଇଯାଉଛି।

ଅଟକିଲା ନାବାଳିକା ବିବାହ

ଅଟକିଲା ନାବାଳିକା ବିବାହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ରଣପୁର ବ୍ଲକର ଚାନ୍ଦପୁର ଜେମାଦେଈପୁର ଗ୍ରାମରେ ରବିବାର ଚାଇଲ୍ଡ ଲାଇନ୍‌ ତରଫରୁ ନାବାଳିକା ବିବାହ ବନ୍ଦ କରାଯାଇଛି। ପ୍ରକାଶ ଯେ, ୧୬ବର୍ଷର ଜଣେ ନାବାଳିକା ସହ ଚଳିତମାସ ୨୭ ତାରିଖରେ ଖୋର୍ଦ୍ଧା ଜିଲା ବାଲୁଗାଁର ଯୋଗୀ ସାହୁଙ୍କ ପୁଅ ରମେଶ ସାହୁ (୨୨)ଙ୍କ ବିବାହ ସ୍ଥିର ହୋଇଥିଲା।

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୫୫ ୟୁନିଟ୍‌ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ,୨୨।୪- ନୟାଗଡ଼ ଜିଲା ଶରଣକୁଳ ପଞ୍ଚାୟତ କଟରାଝରୀ ଗ୍ରାମରେ ଜନକଲ୍ୟାଣ ସେବା ସଂଘ ତରଫରୁ ରବିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ପ୍ରଧାନ ଏହାକୁ ଉଦ୍‌ଘାଟନ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ।

ପ୍ରତାରଣା କଲେ ପ୍ରେମିକ, ବିବାହ ଜିଦ୍‌ରେ ଥାନାରେ ପ୍ରେମିକା

ବିରଜାକ୍ଷେତ୍ର,୨୨।୪(ଡି.ଏନ୍‌.ଏ)- ଯାଜପୁର ସଦର ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟରତ ଜଣେ ଯୁବକଙ୍କୁ ପ୍ରେମ କରି ପ୍ରତାରଣାର ଶିକାର ହେବା ପରେ ବିବାହ କରିବାକୁ ଜିଦ୍‌ କରି ରବିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ। ପ୍ରକାଶ ଯେ, କଟକ ଜିଲା ଦରଘା ବଜାର ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ଯାଜପୁର ଥାନା ଅନ୍ତର୍ଗତ ବାସୁପୁର ଗ୍ରାମର ଅମିତ୍‌ କୁମାର ନାୟକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅମିତ୍‌ ଯାଜପୁର ସଦର ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି।

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୨ଭଉଣୀଙ୍କ ସଫଳତା

ଖଣ୍ଡପଡ଼ା/ଭାପୁର,୨୨।୪(ସ୍ବ.ପ୍ର./ଡ଼ି.ଏନ.ଏ.)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରେଳଧାରଣା କଡରୁ ଗୁରୁତର ଯୁବକ ଉଦ୍ଧାର

ଚଣ୍ଡିଖୋଲ,୨୨।୪(ଡି.ଏନ୍‌.ଏ)- ପୂର୍ବତଟ ରେଳବାଇର ବରୀ ଠେଙ୍ଗଡ ଓ ଧାନମଣ୍ଡଳ ଷ୍ଟେଶନ ମଝିରେ ଥିବା ରେଳ ଧାରଣା କଡ଼ରୁ ରବିବାର ଜଣେ ଗୁରୁତର ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି।

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

ନାବାଳିକାକୁ ବଳାତ୍କାର ଅଭିଯୋଗ, ଯୁବକ ଅଟକ

କେନ୍ଦ୍ରାପଡା ଅଫିସ, ୨୨ା୪- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଉଦୟନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ମା’ ରବିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବିଶ୍ୱ ଧରିତ୍ରୀ ଦିବସ ପାଳିତ

ବିଶ୍ୱ ଧରିତ୍ରୀ ଦିବସ ପାଳିତ

ଜଗତସିଂହପୁର ଅଫିସ,୨୨।୪: ଜଗତସିଂହପୁରସ୍ଥିତ ମାର୍କଣ୍ଡପୁର ବୃନ୍ଦାବନ ନୋଡାଲ ବିଦ୍ୟାପୀଠ ପରିସରରେ ୪୯ତମ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି।

ପାଲା ଗାୟକଙ୍କ ପରଲୋକ

ପାଲା ଗାୟକଙ୍କ ପରଲୋକ

ଛତିଆ,୨୨।୪(ଡି.ଏନ୍‌,ଏ.): ଯାଜପୁର ଜିଲା ବଡଚଣା ବ୍ଲକ ଛତିଆର ବିଶିଷ୍ଟ ପାଲା ଗାୟକ ତଥା ଗର୍ବ ଆଉ ଗୌରବ ଅମରେଶ୍ୱର ଦାଶଙ୍କର ରବିବାର ସକାଳେ ପରଲୋକ ଘଟିଛି।

ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୪ ଜଣଙ୍କ ରକ୍ତ ସଂଗ୍ରହ

ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୫୪ ଜଣଙ୍କ ରକ୍ତ ସଂଗ୍ରହ

ନୟାଗଡ଼ ଅଫିସ୍‌,୨୨। ୪- ଶରଣକୁଳ ଗ୍ରାମପଞ୍ଚାୟତର କଟରାଝରୀ ଜନକଲ୍ୟାଣ ସମିତି କ୍ଲବ ଘରେ ରବିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ୫୪ ଜଣଙ୍କ ରକ୍ତ ସଂଗ୍ରହ କରାଯାଇଛି।

ନୂତନ ଜିଲା, ଦୌରାଜଜ୍‌ଙ୍କ ଅଦାଲତ ଉଦ୍‌ଘାଟିତ

ନୂତନ ଜିଲା, ଦୌରାଜଜ୍‌ଙ୍କ ଅଦାଲତ ଉଦ୍‌ଘାଟିତ

ନୟାଗଡ଼ ଅଫିସ୍‌,୨୨। ୪- ନୟାଗଡ଼ଠାରେ ରବିବାର ନୂତନ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତର ନୂତନ ଶାଖା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି।

ଜିଲାସ୍ତରୀୟ ଜିଏସ୍‌ଟି କର୍ମଶାଳା

ଜିଲାସ୍ତରୀୟ ଜିଏସ୍‌ଟି କର୍ମଶାଳା

କେନ୍ଦ୍ରାପଡା ଅଫିସ,୨୨।୪: କେନ୍ଦ୍ରାପଡା ଛକ ତିନିମୁହାଣିସ୍ଥିତ ଏକ ହୋଟେଲରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାସ୍ତରୀୟ ଜିଏସ୍‌ଟି କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି।