ବ୍ରହ୍ମପୁର

କଫି ବଗିଚାରେ ଅର୍ଥ ଆଦାୟକୁ ନେଇ ଅସନ୍ତୋଷ

କଫି ବଗିଚାରେ ଅର୍ଥ ଆଦାୟକୁ ନେଇ ଅସନ୍ତୋଷ
ଦାରିଙ୍ଗବାଡ଼ି,୨୧।୧୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ପର୍ଯ୍ୟଟନ କେନ୍ଦ୍ର ମଧ୍ୟରେ କଫିବଗିଚା ଅନ୍ୟତମ। ବହୁ ବର୍ଷ ପୂର୍ବରୁ କଫି ବଗିଚାକୁ ନେଇ ପ୍ରଥମେ ଦାରିଙ୍ଗବାଡ଼ି ପରିଚିତ ହୋଇଥିଲା। ପରେ କଫି ବଗିଚା ଦେଖିବାକୁ ଆସିଥିବା ପର୍ଯ୍ୟଟକ ଶୀତର ମଜାନେବା ସହ ଏହାର ପ୍ରଚାରପ୍ରସାର କରିଥିଲେ। ପ୍ରତିବର୍ଷ ସେପ୍ଟେମ୍ବରଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ସ୍ଥାନକୁ ବୁଲିବାକୁ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ସମୁଦ୍ର ପତ୍ତନଠାରୁ ପ୍ରାୟ ୩୨ଶହ ଫୁଟ ଉଚ୍ଚତାରେ ଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ରହିଛି କଫି ବଗିଚା, ନେଚରପାର୍କ, ହିଲଭିୟୁ ପାର୍କ, ଏମୁ ପକ୍ଷୀ, ପ୍ରକୃତି ଲଭର୍ସ ପଏଣ୍ଟ, ଦାସିଂବାଡ଼ିଠାରେ ମିଡ଼ିୟୁବାନ୍ଦା ଜଳପ୍ରପାତ, ଡୁଲୁରୀ ପାଇନବଣ, ସାଇଲଣ୍ଟ ଭ୍ୟାଲି ଆଦି ପର୍ଯ୍ୟଟନକେନ୍ଦ୍ର। ଏସବୁ ପର୍ଯ୍ୟଟନ କେନ୍ଦ୍ରର ଉନ୍ନତି ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନେଚର ପାର୍କଟି ଜଙ୍ଗଲ ଓ ପରିବେଶ ବିଭାଗ ହାତରେ ରହିଛି। ସେହିପରି ହିଲଭିୟୁ ପାର୍କ ସମେତ ମିଡ଼ିୟୁବାନ୍ଦା ଜଳପ୍ରପାତ, ପ୍ରାକୃତିକ ଲଭର୍ସ ପଏଣ୍ଟ ଆଦି ରହିଛି ବ୍ଳକ ପ୍ରଶାସନ ହାତରେ। କଫି ବଗିଚାଟି ରହିଛି ଜଳ ବିଭାଜିକା ବିଭାଗ ହାତରେ। ତେବେ ସବୁ ବିଭାଗ କମିଟି ଓ ଟ୍ରଷ୍ଟ କରି ଏହି ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକୁ ଉନ୍ନତି କରିବା ସହ ଟିକେଟ ବିକ୍ରି କରୁଥିବା ବେଳେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନ ଥାଇ କଫି ବଗିଚାରେ ପର୍ଯ୍ୟଟକମାନଙ୍କଠାରୁ ଜଣ ପିଚ୍ଛା ୫ ଟଙ୍କା ଲେଖାଏ ଆଦାୟ କରାଯାଉଥିବା ନେଇ ଅସନ୍ତୋଷ ଦେଖାଯାଇଛି । ବିଭାଗ ପକ୍ଷରୁ ଗୋଟିଏ ପଟେ କଫି ପାଇଁ ଲିଜ ପ୍ରଦାନ କରାଯାଇଥିବା ବେଳେ କଫି ବଗିଚା ଭିତରକୁ ଯିବା ପାଇଁ ମାଗଣା ବ୍ୟବସ୍ଥା କରାଯାଇଥିଲା। ସେଠାରେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟଟିଏ ନ ଥିବା ବେଳେ ବସିବା କିମ୍ବା ଆଶ୍ରୟ ନେବା ପାଇଁ ବ୍ୟବସ୍ଥା କରାଯାଇନାହିଁ । ଏପରିକି ବିଶୁଦ୍ଧ ପିଇବା ପାଣିର ମଧ୍ୟ ସୁବିଧା ନାହିଁ। ପର୍ଯ୍ୟଟକମାନଙ୍କର ସାମାଜିକ ସୁରକ୍ଷା ପାଇଁ ବିଭାଗ କାହାରିକୁ ନିୟୋଜିତ କରିନାହିଁ । ଏଭଳି ଅବ୍ୟବସ୍ଥା ମଧ୍ୟରେ ଗତିକରୁଥିବା କଫି ବଗିଚାରେ କାହା ସ୍ବାର୍ଥରେ ଟିକେଟ ବାବଦକୁ ଅର୍ଥ ସଂଗ୍ରହ କରାଯାଉଛି ବୋଲି ବଲାଙ୍ଗୀର ଜିଲା ତୁଷୁରା ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ ଯୁଗଳ କିଶୋର ସାହୁ, ଚରଣ କୁମାର ନନ୍ଦ ପ୍ରମୁଖ କହିଛନ୍ତି। ଏଠାରେ କେବଳ କଫି ଓ ଗୋଲମରିଚ ଦେଖିବା ଛଡ଼ା ଅନ୍ୟ କିଛି ନାହିଁ। କିଛି ଠେକୁଆ ଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ସେଭଳି ଆକୃଷ୍ଟ କରୁ ନ ଥିବା ବ୍ରହ୍ମପୁରରୁ ଆସିଥିବା ପର୍ଯ୍ୟଟକ ଦିଲୀପ କୁମାର ପଣ୍ଡା କହିଛନ୍ତି। ଏ ନେଇ ଜଳବିଭାଜିକାର ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାର ଅଧିକାରୀ ବିଚିତ୍ରାନନ୍ଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଟିକେଟ କଟାଯାଉଛି । ଚଳିତ ମାସଠାରୁ ଏହି ଟିକେଟ ଅର୍ଥ ସଂଗ୍ରହ କରାଯାଉଥିବା ଓ ଅଦ୍ୟାବଧି ପ୍ରାୟ ୯ ହଜାର ୩ ଶହ ଟଙ୍କା ଆଦାୟ କରାଯାଇଛି। ଆଗାମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା କରାଯିବ। ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ିର କିଲାବାଡ଼ିଠାରେ ରହିଥିବା କଫିବଗିଚାଟି ମୋଟ ୫୭.୦୩ ହେକ୍ଟର ଜମିରେ ହୋଇଥିବାବେଳେ ପ୍ଳିହେରୀଠାରେ ମୋଟ ୨୩.୧୦ ହେକ୍ଟର ଜମିରେ କଫି ବଗିଚା କରାଯାଇଛି । ବିଭାଗର ରକ୍ଷଣବେକ୍ଷଣ ଅଭାବରୁ କେବଳ ଲିଜ୍‌ଧାରୀ ଏଠାରେ ଫାଇଦା ପାଉଛନ୍ତି। ଏଥିପ୍ରତି ବିଭାଗ ଧ୍ୟାନ ଦେବା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବଧା ସହ ସମାଜିକ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଦାବି ହୋଇଛି ।
All Right Reserved By

ବ୍ରହ୍ମପୁର

୩ ଦଫା ଦାବିରେ ଏବିଭିପିର ବିକ୍ଷୋଭ

୩ ଦଫା ଦାବିରେ ଏବିଭିପିର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୨ା୧-ଦାରିଙ୍ଗବାଡିରେ ଜଣେ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଏବଂ ଦିନକୁ ଦିନ ଛାତ୍ରୀ ବଳାତ୍କାର ବଢ଼ିବା ପ୍ରତିବାଦରେ ଫୁଲବାଣୀରେ ସୋମବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

୮୫ ଅଭିଯୋଗ ଶୁଣିଲେ ଜିଲାପାଳ

୮୫ ଅଭିଯୋଗ ଶୁଣିଲେ ଜିଲାପାଳ

 ଆର.ଉଦୟଗିରି,୨୧ା୧(ଡି.ଏନ.ଏ.)-ନୂଆଗଡ଼ ବ୍ଲକର କିରାମା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅନୁପ ସାହା କିରାମା ଆଖପାଖ ଅଞ୍ଚଳର ୮୫ଟି ଅଭିଯୋଗ ଶୁଣିଥିଲେ। ସେଥିରୁ ୫୦ଟି ଗ୍ରାମ ସମସ୍ୟା, ୩୫ଟି ବ୍ୟକ୍ତିଗତ ମଧ୍ୟରୁ ୧୪ଟିର ସମାଧାନ ହୋଇଥିଲା।

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଶଙ୍କରାଖୋଲ,୨୨ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାରେ ସୋମବାର ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅରୁଣ କୁମାର ସାହୁ(୫୦)।

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ବ୍ରହ୍ମପୁର ଅଫିସ,୨୨ା୧-ବ୍ରହ୍ମପୁରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ସହରର ସୌନ୍ଦର୍ଯ୍ୟ ତଥା ବିଦ୍ୟୁତ୍‌ ଶୁକ୍ଳ ହ୍ରାସ ପାଇଁ ୨୦୧୭ ନଭେମ୍ବର ୨୮ରୁ ସହରର ବିଦ୍ୟୁତ୍‌ ଖୁଣ୍ଟରେ ଏଲଇଡି ଲାଇଟ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ


ବାଲିଗୁଡା/ତୁମୁଡିବନ୍ଧ/(ଡି.ଏନ୍‌.ଏ.)-ଫୁଲବାଣୀ ଅଫିସ ,୨୧ା୧- କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଗତ ୩ ଦିନ ହେଲା ମାଓବାଦୀ ପୋଷ୍ଟର ମରାଯାଉଥିବାରୁ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

୫ ବଖରା ଜଳିଗଲା, ଗୋରୁ ମୃତ

୫ ବଖରା ଜଳିଗଲା, ଗୋରୁ ମୃତ

ବୁଗୁଡ଼ା,୨୧।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତର ଗୁଡ଼ିସାହି ଓ ମଶାଣି ସାହିରେ ପୃଥକ୍‌ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସହ ଗୋଟିଏ ଗୁହାଳ ଜଳିଯାଇଛି। ଗୁହାଳରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଉକ୍ତ ସାହିର ଅଭି ଗୌଡ଼ଙ୍କ ଗୁହାଳରେ ୨ ଗୋରୁ ଓ ଦୁଇ ଛେଳି ବନ୍ଧା ହୋଇଥିଲେ। କୌଣସି କାରଣରୁ ରବିବାର ରାତି ପ୍ରାୟ ୧୧ଟାରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଗୋଟିଏ

୧୬ ଲକ୍ଷ ୮୫ ହଜାର ଟଙ୍କା ଗାଏବ୍‌: ସରପଞ୍ଚଙ୍କ ନଁ।ରେ ଅଭିଯୋଗ

ପୁରୁଷୋତ୍ତମପୁର, ୨୧।୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ପଞ୍ଚାୟତର ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ୧୬ ଲକ୍ଷ  ୮୫ ହଜାର ୧୨୦ ଟଙ୍କା ଗାଏବ୍‌ ହୋଇଯାଇଛି। ଏ ନେଇ  ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ମହାନ୍ତି ସୋମବାର ରାତିରେ ପୁରୁଷୋତ୍ତମପୁର ଥାନାରେ ସରପଞ୍ଚ ସୂର୍ଯ୍ୟନାରାୟଣ ଗୌଡ଼ଙ୍କ ନଁାରେ ଅଭିଯୋଗ କରିଛନ୍ତି।

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଗୋପାଳପୁର,୨୧।୧-ଜଳ ସମ୍ପଦ ବିଭାଗ ରଙ୍ଗେଇଲୁଣ୍ଡା ବ୍ଲକରେ ୨ଟି ବନ୍ଧର ଉନ୍ନତୀକରଣ ନିମନ୍ତେ ସୋମବାର ଶିଳାନ୍ୟାସ ସହ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍‌ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାଶ ଯୋଗ ଦେଇଥିଲେ।

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗଞ୍ଜାମ,୨୧।୧(ଡି.ଏନ.ଏ.)- ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବ୍ଲକର କାଇଁଚପୁର ପଞ୍ଚାୟତର କଲ୍ୟାଣପୁର ଏବଂ ଜରାପଦର ଗ୍ରାମବାସୀ କମ୍ପାନୀ ପମ୍ପ ହାଉସଠାରେ ସୋମବାର ଧାରଣା ଦେବା ସହ କମ୍ପାନୀକୁ ଜଳ ଯୋଗାଣ ବନ୍ଦ କରି ଦେଇଥିଲେ। ଫଳରେ ଉପତ୍ାଦନ ଠପ୍‌ ହୋଇଯାଇଥିଲା।

ଏଡିଏମ୍‌ ଶୁଣିଲେ ୫୮୩ ଅଭିଯୋଗ

ଏଡିଏମ୍‌ ଶୁଣିଲେ ୫୮୩ ଅଭିଯୋଗ

ଭଞ୍ଜନଗର,୨୧।୧(ଡି.ଏନ.ଏ)- ପ୍ରତ୍ୟେକ ମାସ ତୃତୀୟ ସୋମବାର ଗଞ୍ଜାମ ଜିଲାପାଳ ଭଞ୍ଜନଗର ଆସି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ କାର୍ଯ୍ୟବ୍ୟସ୍ଥତା ଯୋଗୁ ଜିଲାପାଳ ସୋମବାର ଅଭିଯୋଗ ଶୁଣାଣିକୁ ଆସିପାରିନଥିଲେ। ତାଙ୍କ ସ୍ଥାନରେ ଏଡିଏମ୍‌ ବିଜୟ କୁମାର ଦାସ ଆସି ୫୮୩ ଅଭିଯୋଗର ଶୁଣାଣି କରିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଡିଏମ୍‌ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଜଣଙ୍କୁ ୯ ହଜାର ଟଙ୍କା ଆର୍ଥୀକ ସହାୟତା ଯୋଗାଇ ଦେଇଥିଲେ। ଅଧିକାଂଶ ଅଭିଯୋଗ ଭତ୍ତା, କାଳିଆ ଯୋଜନା, ରାଶନକାର୍ଡ, ଇନ୍ଦିରା ଆବାସ ଉପରେ ଆସିଥିଲା। ଅଭିଯୋଗ ଶୁଣାଣି ସମୟରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ମଦ ବନ୍ଦ ପାଇଁ ଧାରଣା

ମଦ ବନ୍ଦ ପାଇଁ ଧାରଣା

ବ୍ରହ୍ମପୁର ଅଫିସ,୨୧।୧: ଓଡ଼ିଶାରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)।

ମାସେ ଧରି ଚାଲିବ ଚୁନାଓ ପାଠଶାଳା

ମାସେ ଧରି ଚାଲିବ ଚୁନାଓ ପାଠଶାଳା

ଛତ୍ରପୁର, ୨୧।୧(ଡି.ଏନ.ଏ)-ଗଞ୍ଜାମ ଜ଼ିଲ୍ଲା  ରେ ହେବାକୁ ଥିବା ସାଧାରଣ ର୍ନିବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଁଚିଛି।