ବ୍ରହ୍ମପୁର

ଦିଗପହଣ୍ଡି ସହର ଉପକଣ୍ଠରେ ହାତୀ

ଦିଗପହଣ୍ଡି ସହର ଉପକଣ୍ଠରେ ହାତୀ
ଦିଗପହଣ୍ଡି,୨୧।୧୨(ଡି.ଏନ.ଏ.)-ଦିଗପହଣ୍ଡି ସହର ଉପକଣ୍ଠକୁ ଗୁରୁବାର ହାତୀପଲ ମାଡ଼ି ଆସିଛନ୍ତି । ହାତୀପଲ ଚାଞ୍ଚଡ଼ାପଲ୍ଲୀ ଗ୍ରାମ ନିକଟ ତୁରୁଖାତି ରତନେଇ ପାହାଡ଼ରେ ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ବତ୍ସ ସ୍ବାଇଁ, ବାଞ୍ଛା ନାୟକ, ଲଡ଼ୁ ନାହାକ, ରାଜୁ ନାହାକ ଓ ଶୁକୁରୁ ନାହାକ ପ୍ରଭୃତି ଚାଷୀଙ୍କ ଲକ୍ଷାଧିକ ଟଙ୍କାର ଅମଳ ଧାନ ଖାଇ ଦେଇଛନ୍ତି। ସେହିପରି  ଖଳାରେ ଅମଳ ପାଇଁ ରଖାଯାଇଥିବା ଧାନଗଦା ଧ୍ୱସ୍ତବିଧ୍ୱସ୍ତ କରି ଦେଇଛନ୍ତି । ଏହି ୭  ହାତୀଥିବା ପଲରେ ଦୁଇଟି ଛୁଆ ହାତୀ ଓ ଗୋଟିଏ ଦନ୍ତା ରହିଛନ୍ତି । ଦିଗପହଣ୍ଡି ସହର ସଂଲଗ୍ନ ନବରଙ୍ଗପୁର, ଶୁଣ୍ଢିପଲ୍ଲୀ, ମଳାଭଞ୍ଜା, ନିମପଲ୍ଳୀ, ଚାଞ୍ଚଡ଼ାପଲ୍ଲୀ, ମଥୁରା, ନନ୍ଦଗଁ।,  ଭୁଷୁଣ୍ଡା, ଅମଳାଗୁଡ଼ା, ତାଳପଡ଼ା, ପୋଡ଼ାବାଡ଼ି ଓ ମହୁପଥର ପ୍ରଭୃତି ଗ୍ରାମଗୁଡିକରେ ହାତୀ ଆତଙ୍କ ଜାରି ରହିଛି। ସନ୍ଧ୍ୟା ହେଲେ ହାତୀପଲ ବନ ବିଭାଗ କେନ୍ଦ୍ରୀୟ ନର୍ସରୀ ନିକଟ ରତନେଇ ଚାଙ୍ଗୁଡ଼ି ଦେଇ ପାହାଡ଼ରୁ ବାହାରି ଜନବସତି ଅଞ୍ଚଳକୁ ପ୍ରବେଶ କରୁଛନ୍ତି । ଧାନଖଳାଗୁଡିକରେ ପଶି ଅମଳ ଧାନ ଖାଇବା ସହ ଧାନଗଦା ଓ ବାଡ଼ ବଗିଚା ନଷ୍ଟ କରୁଛନ୍ତି । ମଙ୍ଗଳବାର ରାତିରେ ମଳାଭଞ୍ଜା ଗ୍ରାମର ଅଶୋକ ପଣ୍ଡାଙ୍କ ୩୦ଭରଣ ଚାଷ ଜମିର ଧାନ ହାତୀପଲ ନଷ୍ଟ କରିଥିବା ଜଣାପଡ଼ିଛି ।   ଗୁରୁବାର ପୂର୍ବାହ୍ନରେ ଦିଗପହଣ୍ଡି  ରେଞ୍ଜର ଏ. ମାଧବୀ ଲତା,  ଏଏସଆଇ ସୀମାଞ୍ଚଳ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଓ ବନ କର୍ମଚାରୀମାନେ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରଖିଛନ୍ତି । ହାତୀଙ୍କ ଗତିବିଧି ସମ୍ପର୍କରେ ବନ କର୍ମଚାରୀମାନେ ଲୋକଙ୍କୁ ସତର୍କ ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଚଳାଇଛନ୍ତି । କେତେକ ବ୍ୟକ୍ତି ହାତୀ ପାଖକୁ ଯାଇ ପଥର ଖଣ୍ଡ ଫୋପାଡ଼ିବାରୁ ହାତୀ ଉତ୍ତେଜିତ ହୋଇ ଗୋଡ଼ାଇଥିଲା । ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣରୁ ଉଦ୍ଧାର କରିବାକୁ ଯାଇ ବନରକ୍ଷୀ ଜଣକ  ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀ ପଲଙ୍କୁ ଉତ୍ତେଜିତ ନ କରିବା ପାଇଁ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରାୟ ୮ମାସ ହେଲା ହାତୀପଲ ଚାଙ୍ଗୁଡ଼ିଦେଇ ପାହାଡ଼ରେ ରହୁଛନ୍ତି । ସେମାନଙ୍କୁ ଘଉଡ଼ାଇଲେ ମଧ୍ୟ ଲଖାରୀ ହାତୀ ଅଭୟାରଣ୍ୟକୁ ଯାଉ ନ ଥିବା ରେଞ୍ଜର ଜଣାଇଛନ୍ତି । ହାତୀଙ୍କ ଯୋଗୁ କ୍ଷୟକ୍ଷତି ଘଟିଥିବା ଧାନ ଫସଲ ସମ୍ପର୍କରେ ତଦନ୍ତ କରାଯାଇ କ୍ଷତିପୂରଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯିବ ବୋଲି ରେଞ୍ଜର କହିଛନ୍ତି ।
All Right Reserved By

ବ୍ରହ୍ମପୁର

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

ପାତ୍ରପୁର,୨୩ା୧୦(ଡି.ଏନ.ଏ.): ପାତ୍ରପୁର ବ୍ଲକ ଏସ୍‌. ନୂଆଗଁାସ୍ଥିତ ଅଜା ଘରେ ରହି କଲେଜରେ ପଢୁଥିବା ଭବାନୀ ବେହେରାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ  ମଙ୍ଗଳବାର ଜେଲକୁ ପଠାଇଛି।

ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ଗୋବରା ପ୍ରଫୁଲ କୁମାରୀ ମହିଳା କଲେଜ ପରିସରରେ ସ୍ବାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି ।

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ଆସିକା,୨୩ା୧୦ (ଡି.ଏନ୍‌.ଏ.):  ଗାଙ୍ଗପୁର ଥାନା ଇଲାକାରେ ଥିବା ବିଭିନ୍ନ ବ୍ୟାଙ୍କରେ ପୋଲିସ ପକ୍ଷରୁ ମଙ୍ଗଳବାର ମକଡ୍ରିଲ କରାଯାଇଛି।

ଜୁଆ ଆଡ୍ଡାରୁ ୯ ଗିରଫ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ପୋଲିସ ମଙ୍ଗଳବାର ବିଳାସପୁର ଏବଂ ଅଢ଼େଇଗଁାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି ।

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଚିକିଟି,୨୩। ୧୦(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ରାଜ ଚାଲିଛି। ଆନ୍ଧ୍ରକୁ ବାଲି ଚୋରାଚାଲାଣ କରି ମାଫିଆମାନେ ମାଲାମାଲ୍‌ ହେଉଥିବା ବେଳେ  ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ।

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଦାରିଙ୍ଗବାଡ଼ି,୨୩।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି  କ୍ୟାଥଲିକ ଚର୍ଚ୍ଚ ନିକଟ ଏକ ନିର୍ମାଣାଧୀନ କୋଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ କୋଠାରେ ରଙ୍ଗ କାର୍ଯ୍ୟ କରୁଥିବା ୩ ମିସ୍ତ୍ରି ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ  ହୋଇ ଅଗ୍ନିକାଣ୍ଡ ଘଟିଥିଲା ।

୮ ଜୁଆଡି ଗିରଫ

୮ ଜୁଆଡି ଗିରଫ

ବ୍ରହ୍ମପୁର ଅଫିସ, ୨୩।୧୦: ଗୋଶାଣି ନୂଆଗାଁ ଥାନା ଅନ୍ତର୍ଗତ ଶଙ୍କର ରାଇସ ମିଲ୍‌ ପଛ ପଟେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଅତର୍କିତ ଚଢ଼ାଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ଅଫିସ,୨୩।୧୦: ବ୍ରହ୍ମପୁର ଏସ୍‌ପି ପିନଙ୍କ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ସମସ୍ତ ବ୍ୟାଙ୍କଗୁଡିକରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। 

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି।