ବାଲେଶ୍ୱର

ଏଫଏକ୍ୟୁ ମାନକୁ ନେଇ ବିବାଦ

ଏଫଏକ୍ୟୁ ମାନକୁ ନେଇ ବିବାଦ

ଭଦ୍ରକ ଅଫିସ,୨୧।୧୨-ଗୁରୁବାର ଡିଆରଡିଏ ସମ୍ମିଳନୀ କକ୍ଷ ପରିସରରେ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଧାନ କିଣା ସମ୍ପର୍କିତ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲାପାଳ ନରୋତ୍ତମ ବେହେରା, ଜିଲା ଯୋଗାଣ ନିଗମ ଅଧିକାରୀ ଉମାଶଙ୍କର ପତି, ଏଆରସିଏସ ସ୍ବାତୀବାଳା ମହାପାତ୍ର ସମେତ ଜିଲାର ସମସ୍ତ ସମବାୟ ସମିତି ସମ୍ପାଦକ, ମିଲର ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ। ଚାଷୀଙ୍କ ଠାରୁ ଧାନ କିଣାଯିବା ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଫଏକ୍ୟୁ ମାନର ଧାନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା। ଧାନର ମାନ ଠିକ ନ ଥିଲେ ମିଲରମାନେ କାଟଣୀ କରିବା ପାଇଁ ଜିଦ ଧରିଥିଲେ। ଧାନ ସଂଗ୍ରହ ସମବାୟ ସମ୍ପାଦକ ଏଥିରେ ଅରାଜି ହେବାରୁ ବିବାଦ ଦେଖାଦେଇଥିଲା। ଏହି ବିବାଦର ସମାଧାନ ପାଇଁ ଏଆରସିଏସଙ୍କ ମାଧ୍ୟମରେ ଜଣେ ଅଧିକାରୀ ତଦନ୍ତ କରି ଖୁବଶୀଘ୍ର ସମାଧାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଜିଲାରେ ୧୦୮ଟି ସମବାୟ ସମିତି ମାଧ୍ୟମରେ ପ୍ରାୟ ୫୭ହଜାର ଚାଷୀଙ୍କଠାରୁ ଧାନ କିଣାଯିବ। ଧାନ କିଣା ସମୟରେ ଯେଭଳି କୌଣସି ସମସ୍ୟା ଉପୁଜିବ ନାହିଁ ସେଥିପ୍ରତି ଗୁରୁତ୍ୱ ଦେବାକୁ ତାଗିଦ୍‌ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୯ ମିଲର ଧାନ କିଣିବା ପାଇଁ ଯୋଗ୍ୟତା ହାସଲ କରିଥିବା ଏବଂ ୮ଟି ଧାନ କ୍ରୟ କେନ୍ଦ୍ର ଖୋଲାସରିଥିବା ସୂଚନା ଦିଆଯାଇଥିଲା।କିଣାଯାଇଥିବା ୯କୁଇଣ୍ଟାଲ ଧାନର ମାନ ଠିକ୍‌ ନ ଥିବା ମିଲର ଅଭିଯୋଗ କରିଥିଲେ। ତେବେ ଚାଷୀମାନେ ଯେଭଳି ଧାନର ଉପଯୁକ୍ତ ପ୍ରାପ୍ୟ ପାଇବେ ସେ ନେଇ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ।

All Right Reserved By

ବାଲେଶ୍ୱର

ବାଇକ୍‌ ଧକ୍କାରେ ଷଣ୍ଢ ମୃତ, ଚାଳକ ଗୁରୁତର

ବାଇକ୍‌ ଧକ୍କାରେ ଷଣ୍ଢ ମୃତ, ଚାଳକ ଗୁରୁତର

ତିହିଡ଼ି, ୧୮।୭(ଡି.ଏନ୍‌.ଏ.): ଭଦ୍ରକ- ଚାନ୍ଦବାଲି ରାସ୍ତାର ତିହିଡ଼ି କଲେଜ ଛକ ନିକଟରେ ମଙ୍ଗଳବାର ରାତି ୧୦ଟାରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଶୋଇଥିବା ଷଣ୍ଢକୁ ଏକ ବାଇକ୍‌ ଧକ୍କା ଦେବା ଫଳରେ ଷଣ୍ଢର ମୃତ୍ୟୁ ଘଟିଛି।

‘ମୌଳିକ ସୁବିଧା ଯୋଗାଇ ଦିଅ’

‘ମୌଳିକ ସୁବିଧା ଯୋଗାଇ ଦିଅ’

ଯୋଡ଼ା, ୧୮।୭(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକଠାରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ଗ୍ରାମଗୁଡିକୁ ଜାତୀୟ ମାନବାଧିକାର ଆୟୋଗ ଦ୍ୱାରା ନିଯୁକ୍ତ ସମୀକ୍ଷକ ବିଭୂତି ଭୂଷଣ ମିଶ୍ର ମଙ୍ଗଳବାର ଗସ୍ତ କରିଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଦିନ ଗସ୍ତ। ବିସ୍ଥାପିତ ଗ୍ରାମ ରେଭେନ୍ସାପୁର (କ), (ଖ), ଗୋବିନ୍ଦପୁର ଓ ଦଡ଼ୁଆଁ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ମିଶ୍ର ଆଲୋଚନା କରିଛନ୍ତି। ଗ୍ରାମବାସୀ ଅଲେଖ କୁମାର ବାରିକ, ଉଦୟନାଥ ବାରିକ, ମାଧବ ଚନ୍ଦ୍ର ପଲେଇ, ବିପିନ ବାରିକ, ରୀନା ବାରିକ, ପ୍ରଭାକର ବାରିକ ପ୍ରମୁଖ ମହିଳାପୁରୁଷ ବିଭିନ୍ନ ଅଭିଯୋଗ କରିଥିଲେ।

ବୈତରଣୀ ସେତୁରୁ ବେରିଂ ଖସିବା ଘଟଣା:ଅବାଧରେ ଭାରିଯାନ ଚଳାଚଳ

ବୈତରଣୀ ସେତୁରୁ ବେରିଂ ଖସିବା ଘଟଣା:ଅବାଧରେ ଭାରିଯାନ ଚଳାଚଳ

ଆନନ୍ଦପୁର,୧୮।୭(ସ୍ବ.ପ୍ର.): ଜୀବନ ନେବ କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ। ସେତୁ ବିପଦସଙ୍କୁଳରେ ଥିଲେ ହେଁ ତା’ ଉପରେ ଅବାଧରେ ଭାରିଯାନ ଚଳାଚଳ କରୁଛି। ମରାମତି କରାଯାଉନି। ଫଳରେ ଲୋକେ ଭୟଭୀତ ହୋଇପଡ଼ିଥିବା ଆଲୋଚନା ହେଉଛି। ବୈତରଣୀ ସେତୁର ଏକ ପିଲାରରୁ ବେରିଂ ଖସିବା ଘଟଣାକୁ ୧୪ ଦିନ ବିତିଲାଣି। ସେତୁ ଏକସ୍ପର୍ଟ ଟିମ୍‌ ଏବଂ ବିଭାଗୀୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟରମାନେ ବେରିଂ ଖସିଥିବା ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେତୁରେ ଭାରିଯାନ ଚଳାଚଳକୁ ରୋକିବା ଲାଗି ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସ୍କୁଲ ପିଣ୍ଡାରେ ଚାଲିଛି ପାଠପଢ଼ା

ସ୍କୁଲ ପିଣ୍ଡାରେ ଚାଲିଛି ପାଠପଢ଼ା

ରାଇସୁଆଁ,୧୮।୭(ଡି.ଏନ.ଏ.): ସର୍ବଶିକ୍ଷା ଯୋଜନାରେ ବହୁ ଟଙ୍କା ଖର୍ଚ୍ଚ ହେଉଛି। ଜିଲା ଶିକ୍ଷା ବିଭାଗର ଅବହେଳାରୁ କେନ୍ଦୁଝର ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାକୁ ବସିଛି। କେନ୍ଦୁଝର ଜିଲାର ସଦର ଅଞ୍ଚଳରେ ସର୍ବଶିକ୍ଷା ଅଭିଯାନ ବିଫଳ ହୋଇଛି। ସରକାର ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ସୋ୍ଲଗାନ ଫେଲ ମାରିଛି। କେନ୍ଦୁଝର ଜିଲା ସଦର ବ୍ଲକ ମହାଦେଇଯୋଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ମହାଦେଇଯୋଡା ମୁଣ୍ଡା ସାହି ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀରେ ୧ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଛନ୍ତି। ମହାଦେଇଯୋଡା ମୁଣ୍ଡା ସାହି ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀରେ ୫ଟି କ୍ଲାସର ଛାତ୍ରୀଛାତ୍ର ପଢୁଥିବା ବେଳେ ୩ ଜଣ ଶିକ୍ଷକ ଅଛନ୍ତି। ଛାତ୍ରୀଛାତ୍ର ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି।

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ

ଯୋଡ଼ା, ୧୮।୭(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ସିଆଳିଯୋଡ଼ା ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ମାନସିଂ ମୁଣ୍ଡା(୩୦)ଙ୍କ ମୃତ୍ୟୁ ଘଟିଛି। ସୋମବାର ୧୧ଟା ବେଳେ ମୁଣ୍ଡା ଏକ ପଙ୍ଖା ସଜାଡ଼ୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ୩ ସନ୍ତାନ ରହିଛି।

ବିଶ୍ୱ ଜନସଂଖ୍ୟା ସ୍ଥିରତା ଦିବସ

ବିଶ୍ୱ ଜନସଂଖ୍ୟା ସ୍ଥିରତା ଦିବସ

ରାଇସୁଆଁ,୧୮।୭(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ପଦ୍ମପୁରରେ ବିଶ୍ୱ ଜନସଂଖ୍ୟା ସ୍ଥିରତା ଦିବସ ପାଳିତ ହୋଇଯାଇଛି। ପଦ୍ମପୁରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶିବଚରଣ ବାଗଙ୍କ ନେତୃତ୍ୱରେ ସଦର ବିଡିଓ ଆଦିକନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଲୋକଙ୍କୁ ଜନସଂଖ୍ୟା ବୃଦ୍ଧି ଏବଂ ନିରାକରଣ ଏବଂ ସଚେତନତା ବିଷୟରେ ଅତିଥି ବୁଝାଇ ଥିଲେ। ଡାକ୍ତର ଶୋଭନ କୁମାର ପାଢୀ, ପିଏଚଇଓ ପୁରୁଷୋତ୍ତମ ନାଏକ, ଅମ୍ଳାନ କିଶୋର ପରିଡ଼ା, ପ୍ରମୋଦ କୁମାର ସାହୁ, ବିପିଓ ଭୁବନେଶ୍ୱରୀ କର, ବିଡିଏମ ସୁବର୍ଣ୍ଣା ପଢିଆରୀଙ୍କ ସହ ସମସ୍ତ ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଡକାୟତି ଗ୍ୟାଙ୍ଗ ଠାବ, ୫ ଗିରଫ

ଡକାୟତି ଗ୍ୟାଙ୍ଗ ଠାବ, ୫ ଗିରଫ

କେନ୍ଦୁଝର, ୧୮ା୭(ସ୍ବ.ପ୍ର.): କେନ୍ଦୁଝର ସହର ବୃନ୍ଦାବନ ବିହାରରେ ସୋମବାର ସନ୍ଧ୍ୟାରେ ସାଇକେଲ ଚୋରି କରୁଥିବା ଜଣେ ବଙ୍ଗାଳୀ ମିସ୍ତ୍ରୀଙ୍କୁ ଲୋକେ ଧରିଥିଲେ। ତାଙ୍କ ପାଖରୁ ଏକ ବନ୍ଧୁକ ମିଳିବା ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏ ନେଇ ସାହିବାସୀ ଟାଉନ ଥାନା ପୋଲିସରେ ଜିମା ଦେଇଥିଲେ। ଅଧିକ ଖୋଡତାଳ ପରେ ଯୁବକଙ୍କ ସହଯୋଗୀ କୁହାଯାଉଥିବା ଅନ୍ୟ ୪ ଜଣଙ୍କୁ ପୋଲିସ ଠାବ କରି ମଙ୍ଗଳବାର ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛଇ।

ଡ୍ରୋନ୍‌ କ୍ୟାମେରାରେ ସର୍ଭେ କାର୍ଯ୍ୟ

ଡ୍ରୋନ୍‌ କ୍ୟାମେରାରେ ସର୍ଭେ କାର୍ଯ୍ୟ

ବଡବିଲ, ୧୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳର ଝୁମ୍ପୁଡିବାସୀ ଥିବା ଅଞ୍ଚଳକୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୌରାଞ୍ଚଳର ୱାର୍ଡ ନଂ-୧ରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ ଶୀଘ୍ର ୧୫ଟି ଯାକ ୱାର୍ଡରେ ସର୍ଭେ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ସର୍ଭେକାର୍ଯ୍ୟ ଆରମ୍ଭ ବେଳେ ପୌରାଧ୍ୟକ୍ଷ ଦିଲିପ ମିଶ୍ର, ତହସିଲଦାର କ୍ଷୀରୋଦ କୁମାର ରାଉତ, ପୌର ନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓ, କମ୍ୟୁନିଟୀ ଅର୍ଗାନାଇଜର(ସିଓ) ଶୁଭଶ୍ରୀ ବେଜ୍‌ ଏବଂ ୱାର୍ଡ ନଂ-୧ର କାଉନସିଲର ପ୍ରମୁଖ ଉପସ୍ଥିତ ରହିଥିଲେ।

ଶିକ୍ଷା ସହାୟକଙ୍କୁ ନିୟମିତ ଶିକ୍ଷକ ନିଯୁକ୍ତି

ଆନନ୍ଦପୁର,୧୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟକଙ୍କୁ ନିୟମିତ ଶିକ୍ଷକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଘସିପୁରା ବ୍ଲକରେ ୩ ବର୍ଷ ନିୟମିତ କାର୍ଯ୍ୟରତ ୨୧ ଜଣ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ନେସ୍କୋ ଏସଡିଓଙ୍କ ବିରୋଧରେ ଏତଲା

କେନ୍ଦୁଝର, ୧୮ା୭(ସ୍ବ.ପ୍ର.): ଠିକା କାମର ଟଙ୍କା ମାଗିବାରୁ ବଣିଆପାଟ ଗ୍ରାମର ଜଣେ ଠିକାଦାରଙ୍କୁ ଆକ୍ରମଣ କରାଯାଇଥିବା ସ୍ଥାନୀୟ ନେସ୍କୋ ଏସଡିଓଙ୍କ ବିରୋଧରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଟଙ୍କା ନେଇ କାମ ଦେଇ ନ ଥିବା, ଟଙ୍କା ଫେରସ୍ତ ମାଗିବାରୁ ଘରକୁ ଡାକି ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ବିଭିନ୍ନ ପ୍ରକାରର ମିଥ୍ୟା କେସରେ ଫସାଇ ଦେବାକୁ ଧମକଚମକ ଦିଆଯାଇଥିବା ଠିକାଦାର ରନତ୍ାକର ମହାନ୍ତି ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏ ନେଇ ଏସଡିଓ ମହେଶ୍ୱର ସେଠୀ କହିଛନ୍ତି ଯେ, ଅଭିଯୋଗ ଭିତ୍ତିହୀନ। ଗତ ୧୩ ତାରିଖ ରାତିରେ ସମ୍ପୃକ୍ତ ବ୍ୟକ୍ତି ଘରକୁ ଆସି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏ ନେଇ ଥାନାରେ ସେ ଏତଲା ଦେଇଛି। ଏହି ଘଟଣାକୁ ନେଇ ଏସପିଙ୍କୁ ଲିଖିତ ଜଣାଇଛି।

ଅସୁରକ୍ଷିତ, ଜରାଜୀର୍ଣ୍ଣ ଗୃହରେ ଚାଲିଛି କାର୍ଯ୍ୟାଳୟ

ଅସୁରକ୍ଷିତ, ଜରାଜୀର୍ଣ୍ଣ ଗୃହରେ ଚାଲିଛି କାର୍ଯ୍ୟାଳୟ

ବନ୍ତ,୧୮।୭(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଛୟାଳସିଂ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ୫୬ ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ଅସୁରକ୍ଷିତ ଗୃହରେ ଚାଲିଛି କାର୍ଯ୍ୟାଳୟ ା ଏଠାରେ ଆବଶ୍ୟକ କର୍ମଚାରୀ ଅଭାବ ଥିବାରୁ ସାଧାରଣଲୋକଙ୍କ କାର୍ଯ୍ୟରେ ସମସ୍ୟା ଦେଖାଯାଉଛି। ଏହି କାର୍ଯ୍ୟାଳୟ ଅଧୀନରେ ଛୟାଳସିଂ ସମେତ ଟିଲୋ, ଓଡଙ୍ଗ, ନିଳୋକ, ସେଣ୍ଢତୀରା ଆଦି ୫ଟି ପଞ୍ଚାୟତର ୫୬ଟି ରାଜସ୍ବ ଗ୍ରାମ ରହିଛି।

ଯୁବ ଇଞ୍ଜିନିୟର ଏବେ ଗୋପାଳକ

ଯୁବ ଇଞ୍ଜିନିୟର ଏବେ ଗୋପାଳକ

ଭଦ୍ରକ ଅଫିସ,୧୮ା୭-ମାତାପିତାଙ୍କ ସ୍ବପ୍ନ ଥିଲା ପୁଅ ଇଞ୍ଜିନିୟର ହେବ । ସେଥିଲାଗି ସେମାନେ ତାଙ୍କ ପାଠ ପଢାଇ ମଣିଷ କରିଥିଲେ। ବାଲେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୨୦୧୨ରେ ମେକାନିକାଲରେ ଡିପ୍ଲୋମା କୃତିତ୍ୱର ସହ ପାଶ୍‌ କରିଥିଲେ ମଧ୍ୟ ଉତ୍ସାହୀ ଯୁବକ ନିରଞ୍ଜନ ଉପାଧ୍ୟାୟ ଚାକିରି ପଛରେ ନ ଗୋଡାଇ ନିଜେ କିଛି କରି ଆତ୍ମନିର୍ଭରଶୀଳ ହେବାକୁ ବାଟ ଖୋଜିଥିଲେ। ଯୁବପିଢି କୃଷିକାର୍ଯ୍ୟ ଉପରୁ ମୁହଁ ଫେରାଇ ନେଉଥିବା ବେଳେ ସେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ କରିଥିଲେ ଗୋପାଳନ। ଏହି ଉଚ୍ଚଶିକ୍ଷିତ ଯୁବକ ଆଧୁନିକ ପ୍ରାଣାଳୀରେ ଗୋପାଳନ ଆରମ୍ଭ କରି ପରେ ଏକ ଡାଏରୀ ଫାର୍ମ କରିଛନ୍ତି।

Model This Week

ରୂପେଶ